ପାଠପଢ଼ା ଛାଡି ମଦ କୋଠିରେ ମାତାଲ ଶିକ୍ଷକ: ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଦାବି
କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନରେ ଥିବା କାଶିବାହାଲ କ୍ଲଷ୍ଟର ଧନସରା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷକ ଦିବ୍ୟଲାଲ ଛତ୍ରିଆ ସ୍କୁଲକୁ ଆସି ପିଲାଙ୍କୁ ପାଠ ପଢ଼ାଇବା ଛାଡି ବିଦ୍ୟାଳୟ ନିକଟରେ ଥିବା…
ବେଦାନ୍ତ ଆଲୁମିନିୟମର ‘ସ୍ବର୍ଣ୍ଣ ପ୍ରାଶନ’ କାର୍ଯ୍ୟକ୍ରମ: ୧୦ଟି ବିଦ୍ୟାଳୟର ୩୭୦୦ରୁ ଅଧିକ ଛାତ୍ରୀଛାତ୍ର ସାମିଲ
ଭବାନୀପାଟଣା/ଲାଞ୍ଜିଗଡ଼, ୨୪।୧୦(ଉତ୍ତମ କୁମାର ଦାଶ/ରମେଶ ନାୟକ)- ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଆୟୁଷ ମନ୍ତ୍ରଣାଳୟ ସହଭାଗିଦାରୀରେ ଗତ ମାସ ଠାରୁ ‘ସ୍ବର୍ଣ୍ଣ ପ୍ରାଶନ’ ଟିକାକରଣ ଅଭିଯାନ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା କଳାହାଣ୍ଡି ଜିଲାର ୧୦ଟି ବିଦ୍ୟାଳୟର…
ହିତାଧିକାରୀଙ୍କ ନାଁରେ ଜବ କାର୍ଡ କରି ଲକ୍ଷାଧିକ ଟଙ୍କା ହଡ଼ପ: ସରପଞ୍ଚ, ଜିଲାପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ଆସିଲା ଅଭିଯୋଗ
ଜୁନାଗଡ଼,୨୪।୧୦(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ପଞ୍ଚାୟତର କିଛି ହିତାଧିକାରୀଙ୍କ ନାମରେ ଜବ କାର୍ଡ କରି ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏଥିରେ ପି.ଏମ. କିଶାନ, ସି.ଏମ. କିଶାନ, ଗ୍ୟାସ ସବ୍ସିଡି…
ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ଲାଲ୍ବାହିନୀରେ ରହି କରୁଥିଲେ…
ଭବାନୀପାଟଣା,୨୩।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ଦେବୀ ସୋରୀ ଓରଫ ଗୀତା ହୋଇଥିବାବେଳେ ସେ ଛତିଶଗଡ଼ ରାଜ୍ୟ ସୁକ୍ମା ଅଞ୍ଚଳର ବୋଲି ଜଣାପଡ଼ିଛି। ଏ ନେଇ ବୁଧବାର ଅପରାହ୍ନରେ ଭବାନୀପାଟଣାସ୍ଥିତ…
ବରିଷ୍ଠ ଖବରଦାତା ବିଜୟ ଦ୍ୱିବେଦିଙ୍କ ପରଲୋକ
ଭବାନୀପାଟଣା,୨୨।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବରିଷ୍ଠ ଖବରଦାତା ବିଜୟ ଦ୍ୱିବେଦିଙ୍କ ୬୪ ବର୍ଷ ବୟସରେ ମଙ୍ଗଳବାର ସକାଳରେ ପରଲୋକ ହୋଇଛି। ସୋମବାର ଦେହ ଅସୁସ୍ଥ ହେବା ପରେ ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ମେଡିକାଲ ରେ…
ମା’ ମାଣିକେଶ୍ବରୀଙ୍କ ଛତରଯାତ୍ରାକୁ ନେଇ ଆପତ୍ତିଜନକ ମନ୍ତବ୍ୟ: ଥାନାରେ ପହଞ୍ଚିଲା ମାମଲା
ଭବାନୀପାଟଣା,୨୧ା୧୦(ଉତ୍ତମ କୁମାର ଦାଶ): ଲୋକଙ୍କ ଆସ୍ଥାର ପ୍ରତୀକ କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ପ୍ରତି ଟିପିଡବ୍ଲ୍ୟୁଓଡ଼ିଏଲ୍ ଆର୍ସିଏମ୍ ଡିଭିଜନର ଜଣେ କର୍ମଚାରୀଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ଏହାକୁ ନେଇ କଳାହାଣ୍ଡି ହେଲ୍ପିଂ ହ୍ୟାଣ୍ଡ…
୨୬ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜନ ସଂଗ୍ରାମ ସମିତି ପକ୍ଷରୁ ଦାବିପତ୍ର
ଭବାନୀପାଟଣା,୨୧।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସାଧାରଣ ଜନତାଙ୍କ ମୌଳିକ ଅଧିକାର ପାଇଁ ୨୬ ଦଫା ଦାବି ନେଇଁ ଗାନ୍ଧୀ ଜୟନ୍ତୀରୁ ଜନ ସଂଗ୍ରାମ ସମିତିର କର୍ମକର୍ତ୍ତା ମାନେ ଗୋଲାମୁଣ୍ଡାରୁ -ଭୁବନେଶ୍ୱର ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ। ଏହାର ନେତୃତ୍ୱ ନେଇଥିଲେ…
ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନିତ ହେଲା ବିକାଶ ଆବାସିକ ବିଦ୍ୟାଳୟ: ଜାଣନ୍ତୁ କାହିଁକି
ଭବାନୀପାଟଣା,୨୧।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିକାଶ ଆବାସିକ ବିଦ୍ୟାଳୟ ଏକ ନୂତନ କୀର୍ତ୍ତିମାନ ହାସଲ କରିବାରେ ସଫଳ ହୋଇଛି। ଚଳିତ ବର୍ଷ ଅଗଷ୍ଟ ୧ ତାରିଖ ‘ସମ୍ବଲପୁରୀ ଦିନ’ ପାଳନ ଅବସରରେ ଅନୁଷ୍ଠାନର ତିନିଶହରୁ ଉଦ୍ଧର୍ବ ଛାତ୍ରୀଛାତ୍ରଙ୍କୁ ନେଇ…
ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଦଶରା ମହୋତ୍ସବ ଆରମ୍ଭ
କୋକସରା,୨୦।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେବାଦେବୀଙ୍କ ସ୍ଥାନ ସର୍ବାଗ୍ରେ ରହିଥିବା ବେଳେ ପ୍ରତି ବର୍ଷ ଦଶରା ଆସିଲେ ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ଗ୍ରାମବାସୀଙ୍କ ମଙ୍ଗଳ କାମନା କରନ୍ତି ଗ୍ରାମ୍ୟ ପୂଜକ। କଳାହାଣ୍ଡି ଜିଲା କୋକସରା…
ଅତିରିକ୍ତ ନିର୍ବାହୀ ଅଧିକାରୀରୁ ଓଏଏସ୍ରେ ବାଜି ମାରିଲେ ପ୍ରତୀକ
ଭବାନୀପାଟଣା,୨୦।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷାରେ ଭବାନୀପାଟଣା ଇରିଗେସନ କଲୋନୀ ଲେନ୍ ନମ୍ବର-୬ରେ ରହୁଥିବା ପ୍ରତୀକ ରଥ ୩୭୮ ନମ୍ବର ସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଛନ୍ତି। ବର୍ତ୍ତମାନ ସେ ଭବାନୀପାଟଣା ପୌରପାଳିକାରେ ଅତିରିକ୍ତ ନିର୍ବାହୀ ଅଧିକାରୀ…
ଟିଟିଲାଗଡ଼ରୁ କେସିଙ୍ଗା-ଜୁନାଗଡ଼ ଦ୍ରୁତଗାମୀ ଟ୍ରେନ୍ ଚଳାଚଳ ନେଇ ପ୍ରସ୍ତାବ
କେସିଙ୍ଗା,୨୦ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ରେଳଯାତ୍ରୀ ସଂଘର ପ୍ରଥମ ବୈଠକ ସଭାପତି ସୁଭାଷ ଜୈନଙ୍କ ଅଧ୍ୟକ୍ଷତାରେ ୟଙ୍ଗ୍ ବ୍ଲଡ୍ ପବ୍ଲିକ ସ୍କୁଲର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗାରୁ ଭୁବନେଶ୍ୱରକୁ ସିଧାସଳଖ ଏକ ଟ୍ରେନ ଚଳାଚଳ କରିବା ସହ ଟିଟିଲାଗଡ଼ରୁ କେସିଙ୍ଗା, ଜୁନାଗଡ଼…
ସହକାରୀ ଜିଲା ଶ୍ରମ ଅଧିକାରୀରୁ ଓଏଏସ୍: ଏଥର ବି ଅମିତ ମାରିଲେ ବାଜି
ଭବାନୀପାଟଣା,୨୦।୧୦ (ଉତ୍ତମ କୁମାର ଦାଶ)- ଓଡିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷାରେ ପୁଣି ଥରେ କୃତ କାର୍ଯ୍ୟ ହୋଇଛନ୍ତି କଳାହାଣ୍ଡି ସହକାରୀ ଜିଲା ଶ୍ରମ ଅଧିକାରୀ ଅମିତ କୁମାର ବେହେରା। ରାଜ୍ୟରେ ତାଙ୍କ ସ୍ଥାନ ୧୭୫ ନମ୍ବର ରହିଥିବାବେଳେ ଗତ ଥର…
Archives


