ବେଦାନ୍ତ ଆଲୁମିନିୟମର ‘ସ୍ବର୍ଣ୍ଣ ପ୍ରାଶନ’ କାର୍ଯ୍ୟକ୍ରମ: ୧୦ଟି ବିଦ୍ୟାଳୟର ୩୭୦୦ରୁ ଅଧିକ ଛାତ୍ରୀଛାତ୍ର ସାମିଲ

ଭବାନୀପାଟଣା/ଲାଞ୍ଜିଗଡ଼, ୨୪।୧୦(ଉତ୍ତମ କୁମାର ଦାଶ/ରମେଶ ନାୟକ)- ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଆୟୁଷ ମନ୍ତ୍ରଣାଳୟ ସହଭାଗିଦାରୀରେ ଗତ ମାସ ଠାରୁ ‘ସ୍ବର୍ଣ୍ଣ ପ୍ରାଶନ’ ଟିକାକରଣ ଅଭିଯାନ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା କଳାହାଣ୍ଡି ଜିଲାର ୧୦ଟି ବିଦ୍ୟାଳୟର ୩୭୦୦ରୁ ଅଧିକ ଛାତ୍ରୀଛାତ୍ର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

ଏହି ପରିପ୍ରେକ୍ଷୀରେ ଗୁରୁବାର ଭବାନୀପାଟଣା ବ୍ରଜବିହାର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ‘ସ୍ବର୍ଣ୍ଣ ପ୍ରାଶନ’ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା ଆୟୁଷ ଚିକିତ୍ସାଧିକାରୀ ଡାକ୍ତର ମୀନାକ୍ଷୀ ବେଡବାକ, ଡାକ୍ତର କ୍ଷେତେରା କାଣ୍ଡ,ବ୍ରଜବିହାର ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଶିକ୍ଷକ ମନୋଜ କୁମାର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସରକାର, ଆୟୁଷ ମନ୍ତ୍ରଣାଳୟର ସଚିବ ଓ ଅନ୍ୟ ସରକାରୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଜିଲାରେ ଏହି କାର୍ଯ୍ୟକ୍ରମକୁ ସମର୍ଥନ କରୁଛି । ଏହାସହ ରାୟଗଡା ଓ କୋରାପୁଟକୁ ସହାୟତା ପ୍ରଦାନ କରିବାକୁ ଯୋଜନା କରିଛି ।

ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି ଯେ ‘ସ୍ବର୍ଣ୍ଣ ପ୍ରାଶନ’ କାର୍ଯ୍ୟକ୍ରମ ସାମୂହିକ ମୂଲ୍ୟବୋଧକୁ ସମ୍ମାନ ଦେବା ସହିତ ଶିଶୁ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଆମର ସମର୍ପଣକୁ ପ୍ରତିଫଳିତ କରୁଛି ଓ ଆମେ ଭବିଷ୍ୟତ ପିିଲାକୁ ସୁସ୍ଥ ଆକାର ପ୍ରଦାନ କରୁଛୁ । ବେଦାନ୍ତ ଆଲୁମିନିୟମର ବକ୍ସାଇଟ ମାଇନ୍ସର ସିଇଓ ନୀତିନ କୁମାର ତିୱାରୀ କହିଛନ୍ତି, ଓଡ଼ିଶା ସରକାର ଓ ଆୟୁଷ ମନ୍ତ୍ରଣାଳୟ ସହ ଆମର ଭାଗିଦାରୀ ମାଧ୍ୟମରେ ଆମେ ସେପ୍ଟେମ୍ବରରେ ପ୍ରାୟ ୧୦୦୦ ଛାତ୍ରୀ ଛାତ୍ରଙ୍କୁ ଉପକୃତ କରିବା ପାଇଁ ଏହି ପଦକ୍ଷେପ ଆରମ୍ଭ କରିଥିଲୁ । ଏବେ ଏହାକୁ ଆହୁରି ବ୍ୟାପକ କରିଛୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଅସ୍ତ ହେବେ ଶୁକ୍ର! ୪ ରାଶିଙ୍କ ଉପରେ ଘୋର ଆର୍ଥିକ ସଙ୍କଟ! ଅଯଥାରେ ବଢିଯିବ ଖର୍ଚ୍ଚ…

ଧନ, ସମୃଦ୍ଧି ଏବଂ ଖୁସିର ଗ୍ରହ ଶୁକ୍ର ଆସନ୍ତା ୧୪ ଅକ୍ଟୋବରରେ ତୁଳା ରାଶିରେ ଅସ୍ତ ହେଉଛନ୍ତି । ନବରାତ୍ରିର ପବିତ୍ର ଦିନଗୁଡ଼ିକରେ ଶୁକ୍ରଙ୍କ ଅସ୍ତଗମନ କିଛି…

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….

ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ମଙ୍ଗଳବାର ମୋଦି କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍‌. ମୁରୁଗନ୍‌…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ‘ସୁରଭି’

ଦାରିଙ୍ଗବାଡ଼ି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଲୁକ୍କାୟିତ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?