ସଡ଼କ ଦୁର୍ଘଟଣାରେ ୨ମୃତ: ଆହତଙ୍କୁ ବଞ୍ଚାଇବାକୁ ଯାଇ ଯୁବକଙ୍କ ପ୍ରାଣ ଗଲା
ଧର୍ମଶାଳା/ଜେନାପୁର,୧୪ା୧୨(ଡି.ଏନ୍.ଏ.): ମୃତ୍ୟୁ ଏମିତି ବି ଆସେ। ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଯୁବକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ଆଉ ଜଣେ ଯୁବକ ଏକ ଟ୍ରକ୍ ଧକ୍କାରେ ମୃତ୍ୟୁବରଣ କରିଛନ୍ତି। ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର…
ବଧୂହତ୍ୟା ଅଭିଯୋଗ: ସ୍ବାମୀ ସହିତ ଭାଉଜ ଗିରଫ
ଯାଜପୁର,୧୩।୧୨(ଡି.ଏନ୍.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଧୀନ ରତଳାଙ୍ଗ ଗ୍ରାମରେ ବଧୂହତ୍ୟା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ଗ୍ରାମର ଲକ୍ଷ୍ମୀଧର ସାମଲଙ୍କ ସ୍ତ୍ରୀ କବିତା (୨୫)। ସେ ୩ ଦିନ ତଳୁ ନିଖୋଜ ଥିବା ଶାଶୁଘର ଲୋକେ କହୁଥିବା…
ଯୌତୁକ ନିର୍ଯାତନା ବଧୁହତ୍ୟା ମାମଲା: ସ୍ବାମୀ ସମେତ ୪ଜଣ ନିର୍ଦ୍ଦୋଶରେ ଖଲାସ
ଯାଜପୁର ଟାଉନ,୧୧।୧୨(ଡି.ଏନ୍.ଏ.)- ଯାଜପୁର ସଦରଥାନା ଅନ୍ତର୍ଗତ ତୋରଡ ଗ୍ରାମରେ ଜନୈକା ନବବଧୁ କିରାସିନ ଢ଼ାଳି ନିଆଁରେ ପୋଡ଼ିହୋଇ ମୃତ୍ୟୁବରଣ କରିବା ଘଟଣାରେ ଅତିରିକ୍ତ ଜିଲା ଦୌରାଜଜ୍ ପ୍ରଶାନ୍ତ କୁମାର ନାୟକ ୪ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ୨୦୧୨ ଏପ୍ରିଲ ୧୦ତାରିଖରେ…
ନାବଳିକାଙ୍କୁ ଉଦ୍ଧାର କଲା ପୋଲିସ, ଅପହର୍ତ୍ତା ଗିରଫ
ବିଞ୍ଝାରପୁର,୧୧।୧୨(ଡି.ଏନ୍.ଏ.)- ବିଞ୍ଝାରପୁର ଥାନା ଅନ୍ତର୍ଗତ ଅଙ୍ଗାଳୋ ଗ୍ରାମର ଜୈନିକା ୧୪ବର୍ଷୀୟା ନାବାଳିକାଙ୍କୁ ସେହି ଗ୍ରାମର ଅମୀୟ ମଲ୍ଲିକ ପ୍ରଲୋଭନ ଦେଖାଇ ଗତ ୭ ତାରିଖରେ ଅପହରଣ କରିନେଇଥିଲେ। ଏନେଇ ନାବାଳିକାଙ୍କ ମା’ ବିଞ୍ଝାରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ…
ଜିଲା ପରିଷଦ ସଭ୍ୟାଙ୍କ ସଭ୍ୟପଦ ରଦ୍ଦ: ସାନି ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଲେ ଜିଲା ଦୌରାଜଜ୍
ଯାଜପୁର ଟାଉନ,୧୧।୧୨(ଡି.ଏନ୍.ଏ.)- ଯାଜପୁର ଜିଲା କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୩ ନଂ ଜୋନ୍ରୁ ନିର୍ବାଚିତ ବିଜେଡି ସଭ୍ୟା ଝରଣା ରାଉତଙ୍କ ସଭ୍ୟପଦ ରଦ୍ଦ ହୋଇଛି। ଯାଜପୁର ଜିଲା ଦୌରାଜଜ୍ ବିରଞ୍ଚତ୍ ନାରାୟଣ ମିଶ୍ର ଗତ ୫ତାରିଖରେ ଏନେଇ ରାୟ ପ୍ରକାଶ…
ମଶା କବଳରେ ବ୍ୟାସନଗରବାସୀ: ପରିମଳ ବ୍ୟବସ୍ଥା ସଜାଡ଼ିବାରେ ବିଫଳ
ଯାଜପୁର ଅଫିସ,୧୧।୧୨- ପାଖାପାଖି ୧ବର୍ଷ ହେଲା ସ୍ବାୟତ୍ତ ଶାସନ ବା ପୌର ସଂସ୍ଥାର ଦାୟିତ୍ୱ ପ୍ରଶାସନ ହାତରେ ରହିଛି। ସହରର ପରିବେଶକୁ ସ୍ବାସ୍ଥ୍ୟକର ଓ ନିର୍ମଳ ରଖିବା ପାଇଁ ପରିମଳ ସେବା ରହିଛି, ହେଲେ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା…
୬ମାସ ପରେ ଉତ୍ପାଦନକ୍ଷମ ହେଲା ଫେରୋକ୍ରୋମ କାରଖାନା,ଠିକାସଂସ୍ଥାକୁ ଶ୍ରମିକ ଯୋଗାଣ ଦାୟିତ୍ୱ
ଯାଜପୁର ଅଫିସ,୧୧।୧୨- ଦୀର୍ଘ ୬ ମାସ ଧରି ବନ୍ଦ ପଡ଼ିଥିବା ଇଡକଲ ଫେରୋକ୍ରୋମ ଆଣ୍ଡ ଆଲୟେଜ ଲିଃ, ଇଫ୍କଲ୍ କାରଖାନା ମଙ୍ଗଳବାର ପୁଣି ପୂର୍ଣ୍ଣମାତ୍ରାରେ ଉପତ୍ାଦନକ୍ଷମ ହୋଇଛି। ଏଥିରେ କେତେକ ଠିକାସଂସ୍ଥାକୁ ଶ୍ରମିକ ନିୟୋଜନ ଦାୟିତ୍ୱ ଦିଆଯାଇଛି। ତେବେ ପୂର୍ବରୁ କାର୍ଯ୍ୟ…
ହାଇଓ୍ବା ଲୁଟ୍ ଘଟଣା, ୨ ଟ୍ରକ୍ ଡ୍ରାଇଭର କୋର୍ଟ ଚାଲାଣ
ଧର୍ମଶାଳା/ଜେନାପୁର,୧୧।୧୨(ଡି.ଏନ୍.ଏ.)- ଜେନାପୁର ପୋଲିସ ମଙ୍ଗଳବାର ହାଇଓ୍ବା ଲୁଟ୍ ଅଭିଯୋଗରେ ୨ ଜଣ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ପୋଲିସ ଚୋରି ହୋଇଥିବା ୨ ହାଇଓ୍ବା ମଧ୍ୟରୁ ଗୋଟିଏ ଜବତ କରିଥିବାବେଳେ ଅନ୍ୟଟିର ଡାଲା ଏବଂ ୧…
ସୁକିନ୍ଦା ମେଗା ଜଳଯୋଗାଣ ପ୍ରକଳ୍ପ:୭ଦିନ ମଧ୍ୟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ
ଯାଜପୁର ଅଫିସ,୧୦।୧୨: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଖଣି ପ୍ରଭାବିତ ଅଞ୍ଚଳରେ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍) ପାଣ୍ଠିରେ ନିର୍ମାଣାଧୀନ ମେଗା ଜଳ ଯୋଗାଣ ପ୍ରକଳ୍ପରେ ବ୍ୟାପକ ହେରାଫେରି ହେଉଛି। ଗତ ଜୁଲାଇରେ ଇଞ୍ଜିନିୟର୍ସ ଅଥରିଟି ପକ୍ଷରୁ ହୋଇଥିବା ତଦନ୍ତ ରିପୋର୍ଟରେ ଏହା…
ଦମ୍ପତିଙ୍କ ଉପରେ ଓଲଟିଲା କ୍ରୋମ ବୋଝେଇ ଟିପ୍ପର
କଳିଙ୍ଗନଗର/ଡୁବୁରୀ, ୧୦।୧୨(ଡି.ଏନ.ଏ):ଯାଜପୁର ଜିଲା କଳିଙ୍ଗନଗର ଥାନା ପଙ୍କପାଳ ବଙ୍ଗଳା ଛକ ନିକଟରେ ସୋମବାର ଏକ କ୍ରୋମ ବୋଝେଇ ଟିପ୍ପର ଏକ ବାଇକ୍କୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଦମ୍ପତି କ୍ରୋମ ତଳେ ଚାପି ହୋଇଯାଇଥିଲେ।…
ବିଲରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର
ଧର୍ମଶାଳା/ଚଢେଇଧରା,୯ା୧୨(ଡି.ଏନ୍.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ କୃଷ୍ଣପଶି ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ କୃଷ୍ଣପଶି ଗ୍ରାମର ଶେଷଦେବ ମଳିକ (୪୬) । ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ ଲାଗି ବଡ଼ଚଣା ଡାକ୍ତରଖାନାକୁ ପଠାଯିବ…
ବଣିଆ ନାଳକଡରୁ ଯୁବକଙ୍କକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ବରୀ/ରତ୍ନଗିରି,୯ା୧୨(ସ୍ବ.ପ୍ର./ଡି.ଏନ୍.ଏ.)- ବରୀ ଥାନା ସୀମାନ୍ତ ବୋଦୁଅ ପଞ୍ଚାୟତର ଏରଡା ଗ୍ରାମ ନିକଟ ବଣିଆ ନାଳ କଡରୁ ସୋମବାର ପୋଲିସ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ଜଣଙ୍କ ପାଣିକୋଇଲି ଅଞ୍ଚଳର ରାଜୁ ଜେନା ବୋଲି ଜଣାପଡିଛି। ଏ ନେଇ…
Archives


