ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ପରଲୋକ
ଏରସମା, ୨୭ା୨ (ସ୍ବ.ପ୍ର.): ଏରସମା ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ବିଜୟ ନାୟକ (୭୧)ଙ୍କ ବୁଧବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତସ୍ଥିତ...
‘ନୀଳାଚଳ ଇସ୍ପାତ କାରଖାନାକୁ ଘରୋଇକରଣ ନିଷ୍ପତ୍ତି ଠିକ୍ ନୁହେଁ’: ଶ୍ରୀକାନ୍ତ
ଭୁବନେଶ୍ୱର,୨୭ା୨(ବ୍ୟୁରୋ): କଳିଙ୍ଗ ନଗରସ୍ଥିତ ସରକାରୀ ଉଦ୍ୟୋଗ, ‘ନୀଳାଚଳ ଇସ୍ପାତ କାରଖାନା’କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଘରୋଇକରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ବିରୋଧରେ କାରଖାନାର ୪ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଓ କର୍ମଚାରୀ ଶାନ୍ତିପୂର୍ଣ୍ଣ ଭାବେ...
ମରାମତି ନାମରେ ଲୁଟ୍, ହେଉନି ତଦନ୍ତ
ଚଣ୍ଡିଖୋଲ,୨୭ା୨(ଡି.ଏନ.ଏ): ଗ୍ରାମ୍ୟ ଉନ୍ନୟନ ବିଭାଗ ଜାରକା ଡିଭିଜନ ଅନ୍ତର୍ଗତ ଚଣ୍ଡିଖୋଲ ସବ୍ଡିଭିଜନରେ ରାସ୍ତା ନିର୍ମାଣ ଓ ମରାମତି ନାମରେ ବ୍ୟାପକ ହରିଲୁଟ ଚାଲିଛି। ଯେଉଁ ରାସ୍ତାକାମ ଟେଣ୍ଡର ଜରିଆରେ ହୋଇଛି, ତାହା ପୁଣି ଏଫ୍-୨ ଜରିଆରେ କରାଯାଇ କୋଟି କୋଟି...
ଅନେକ କେନ୍ଦ୍ରରେ ଝୁଲୁଥିଲା ତାଲା
ଯାଜପୁର ଟାଉନ,୨୭ା୨(ଡିଏନଏ): ଭାରପ୍ରାପ୍ତ ଜିଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ଅଚାନକ ଗସ୍ତ ସମୟରେ ଜିଲା ସଦର ମହକୁମା ନିକଟସ୍ଥ ଅକରପଡାରେ ଥିବା ରାମକୃଷ୍ଣ ପ୍ରାଣୀ ଚିକିତ୍ସା ସହାୟତା କେନ୍ଦ୍ର ପୂର୍ବାହ୍ନ ୯.୫୦ ପର୍ଯ୍ୟନ୍ତ ଖୋଲି ନ ଥିଲା।...
ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ
ଯାଜପୁର ଟାଉନ,୨୭ା୨(ଡିଏନଏ): ଯାଜପୁରର ଭାରପ୍ରାପ୍ତ ଜିଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବୁଧବାର ଦଶରଥପୁର ବ୍ଲକର ଅକରପଡା ଓ ବିରଜାପୁର ପଞ୍ଚାୟତ ଗସ୍ତ କରି ବିଭିନ୍ନ ସରକାରୀ ଅନୁଷ୍ଠାନ ଅନୁଧ୍ୟାନ କରିଛନ୍ତି। ପଞ୍ଚାୟତିରାଜ ବିଭାଗ ଅଧୀନ ବିଭିନ୍ନ ପ୍ରକଳ୍ପଗୁଡିକର...
ପଙ୍କପାଳ ବାଲି ଖାଦାନରୁ ରାଜସ୍ବ ଲୁଟ୍: କାମ ଦେଉନି ଏନ୍ଜିଟି ନିର୍ଦ୍ଦେଶ
ଯାଜପୁର ଅଫିସ,୨୭ା୨: ଯାଜପୁର ଜିଲା ଦାନଗଦୀ ତହସିଲ ଅନ୍ତର୍ଗତ ପଙ୍କପାଳ ମୌଜାର ଖାତା ନମ୍ବର ୨୨୪, ପ୍ଲଟ ନମ୍ବର ୧୦୭୫ ଓ ୧୦୮୯ ବ୍ରାହ୍ମଣୀ ନଦୀ ବାଲି, ପଙ୍କପାଳ ସୈରାତ ଉତ୍ସରୁ ପ୍ରତିଦିନ ବେଆଇନ ବାଲି ଉତ୍ତୋଳନ ହେଉଛି। ବାଲି...
୪ବର୍ଷର ପୁଅକୁ ଛାଡ଼ି ମା’ ଫେରାର, ସ୍ବାମୀ ଥାନାର ଦ୍ୱାରସ୍ଥ
ଯାଜପୁର ଅଫିସ,୨୬ା୨: ପ୍ରେମକରି ବିବାହ କରିବାର ୫ବର୍ଷ ପରେ ଜଣେ ମହିଳା ନିଜର ୪ବର୍ଷର ପୁଅକୁ ଛାଡ଼ି ଫେରାର ହୋଇଯାଇଛନ୍ତି। ଏନେଇ ସମ୍ପୃକ୍ତା ମହିଳାଙ୍କ ସ୍ବାମୀ ମଙ୍ଗଳପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ...
ନଦୀବନ୍ଧ କାଟିଦେଲେ କାଠ ମାଫିଆ :ଜଳସମ୍ପଦ ବିଭାଗ ପକ୍ଷରୁ ଥାନାରେ ଏତଲା
ବରୀ, ୨୬।୨ (ସ୍ବ.ପ୍ର.): ବରୀ ଥାନା ଅଞ୍ଚଳରେ ଏବେ କାଠ ମାଫିଆ ବେଶ୍ ସକ୍ରିୟ ହୋଇଛନ୍ତି। ଅନେକ ସମୟରେ କାଠ ଚୋରା ଚାଲାଣ ହେଉଥିବା ବେଳେ କାଠ ନେବା ପାଇଁ କେତେଜଣ ଅସାଧୁ ବ୍ୟବସାୟୀ ନଦୀବନ୍ଧ କାଟି ଦେଇଥିବା ନେଇ...
ରୋଗୀ ଚିକିତ୍ସାରେ ଅବହେଳା: ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା
ରସୁଲପୁର,୨୬।୨(ଡି.ଏନ୍.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରମୁଖ ଡାକ୍ତରଖାନା ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ରୋଗୀ ଚିକିତ୍ସାରେ ଅବହେଳା ଯୋଗୁ ରୋଗୀ ଅଭିଭାବକ ଓ ଡାକ୍ତର ମୁହାଁମୁହିଁ ହୋଇଛନ୍ତି। ଏହାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏ ସଂପର୍କରେ ଡାକ୍ତରଙ୍କ ପକ୍ଷରୁ...
ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ: ଟଙ୍କା, ସୁନା ଲୁଟ୍
ଚଣ୍ଡିଖୋଲ,୨୬।୨(ଡି.ଏନ.ଏ): ବଡ଼ଚଣା ଥାନା ଅନ୍ତର୍ଗତ ବଡ଼ଘୁମୁରି ପଞ୍ଚାୟତ ଅଧିନ ପାଇକରାପୁର ଗ୍ରାମର ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏକ ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା...
ପାଣିରେ ପଡ଼ିଲା ନାବାର୍ଡର ୪.୨୪ କୋଟି
ଯାଜପୁର ଅଫିସ,୨୬ା୨: ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍ଆଇଡିଏଫ୍) ବୈଠକରେ ଯାଜପୁର ଜିଲା ଗ୍ରାମ୍ୟ ନିର୍ମାଣ (ଆର୍ଡବ୍ଲ୍ୟୁ) ଡିଭିଜନର ବିଭିନ୍ନ ପ୍ରକଳ୍ପର ଅଗ୍ରଗତିକୁ ନେଇ ନାବାର୍ଡ କର୍ତ୍ତୃପକ୍ଷ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲାର ୬ଟି ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ଥିବାରୁ...
ବିଦ୍ୟୁତ୍ କର୍ମଚାରୀଙ୍କୁ ମାଡ଼
ଡୁବୁରୀ, ୨୬।୨ (ଡି.ଏନ୍.ଏ.): କଳିଙ୍ଗନଗର ଥାନା ଅଧୀନ ଡୋଲାପଥର ଗ୍ରାମରୁ ବକେୟା ବିଲ ଆଦାୟ କରିବାକୁ ଯାଇଥିବା କେତେଜଣ କର୍ମଚାରୀଙ୍କୁ ଗ୍ରାମର ପ୍ରତାପ କୁମାର ଓଝା ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ପ୍ରତାପଙ୍କର...
Archives


