ଜଗତ୍‌ସିଂହପୁର

ଜନଶୁଣାଣିରେ ଜିଲାପାଳଙ୍କ ଚେତାବନୀ:୬୦% ଅଭିଯୋଗ ସମାଧାନ ନ କଲେ ଦରମା ବନ୍ଦ

କୁଜଙ୍ଗ,୧୭ା୯(ସ୍ବ.ପ୍ର): ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣିରେ ବିଭିନ୍ନ ଅଧିକାରୀଙ୍କୁ ଦିଆଯାଉଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ ଅତିକମ୍‌ରେ ୬୦ଭାଗ ସମାଧାନ କରିବାକୁ ହେବ। ନ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ଦରମା ବନ୍ଦ କରାଯିବ। ସୋମବାର କୁଜଙ୍ଗ ସୂଚନା ଭବନ ସମ୍ମୁଖରେ ଅୟୋଜିତ ଜିଲାପାଳଙ୍କ ଜନଶୁଣାଣି ଶିବିରରେ…

ବନ୍ଧୁକ ଦେଖାଇ ଶ୍ରେଣୀଗୃହରୁ ଶିକ୍ଷୟିତ୍ରୀଙ୍କଠାରୁ ସୁନାହାର ଲୁଟିନେଲେ ଦୁର୍ବୃତ୍ତ

ତିର୍ତ୍ତୋଲ,୧୬।୯(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ବଫାପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକଙ୍କ ଠାରୁ ସୋମବାର ବନ୍ଧୁକ ଦେଖାଇ ସୁନାହାର ନେଇ ଯାଇଛନ୍ତି ଦୁର୍ବୃତ୍ତ। ସେ ଆଜି ସକାଳେ ଶ୍ରେଣୀରେ ପଢ଼ାଉଥିବା ସମୟରେ ଦୁଇଜଣ ଯୁବକ…

କାଳ ହେଲା ଫାଇନାନ୍ସ ଟଙ୍କା: ମହିଳାଙ୍କ ମୃତ୍ୟୁ, ଗ୍ରାମରେ ଉତ୍ତେଜନା

ଜଗତ୍‌ସିଂହପୁର ଅଫିସ, ୧୬ା୯: ଜଗତ୍‌ସିଂହପୁର ଥାନା ଅଧୀନ ଚାଟଣା (ଗନ୍ତ) ଗ୍ରାମରେ ରବିବାର ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସେ ହେଲେ ହାଡ଼ିବନ୍ଧୁ ଭୋଇଙ୍କ ସ୍ତ୍ରୀ କାଞ୍ଚନ ଦାସ। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ…

ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାର୍ଯ୍ୟ, ଆମ ଗାଁ ଆମ ବିକାଶ ଯୋଜନାରେ ବିଲ୍‌

ନାଉଗାଁ,୧୬।୯(ସ୍ବ.ପ୍ର.): ଏମ୍‌ଜିଏନଆରଇଜିଏସ୍‌ରେ ହେଉଛି କାର୍ଯ୍ୟ, କିନ୍ତୁ ଆମ ଗାଁ ଆମ ବିକାଶ ଯୋଜନାରେ ବିଲ୍‌ କରାଇନେବାକୁ ଚାଲିଛି ଯୋଜନା। ଏଭଳି ଘଟଣା ଦେଖିବାକୁ ମିଳିଛି ନାଉଗାଁ ବ୍ଲକ ବାଂଶ ପଞ୍ଚାୟତରେ। ଏହି ପଞ୍ଚାୟତରେ ୨୦୧୮-୧୯ ଆର୍ଥିକ ବର୍ଷରେ ଏମ୍‌ଜିଏନଆରଇଜିଏସ୍‌ ମାଧ୍ୟମରେ ଚାନ୍ଦପୁରାର…

ବନ୍ଦର ନିଷିଦ୍ଧାଞ୍ଚଳକୁ ଗଡ଼ିଲା ବସ୍‌ : ଅକ୍ଟୋବର ୧ରୁ ଦୁଇଚକିଆ ବନ୍ଦ

ପାରାଦୀପ,୧୪ା୯(ସ୍ବ.ପ୍ର.): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଆସନ୍ତା ଅକ୍ଟୋବର ୧ ରୁ ସମ୍ପୂର୍ଣ୍ଣ ଭାବେ ବାଇକ, ସାଇକେଲ ଆଦି ଦୁଇଚକିଆ ଚଳାଚଳ ବନ୍ଦ କରାଯିବ। କର୍ମଚାରୀ ଓ ଶ୍ରମିକଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ସେହି ଶ୍ରମିକ ଓ କର୍ମଚାରୀମାନଙ୍କ ଯାତାୟାତ…

ଅନିଶ୍ଚିତତାରେ ପ୍ରସ୍ତାବିତ ଟ୍ରକ ଟର୍ମିନାଲ

କୁଜଙ୍ଗ,୧୪।୯(ସ୍ବ.ପ୍ର.): ପାରାଦୀପ ବନ୍ଦର ଓ ବିଭିନ୍ନ ଶିଳ୍ପ ସଂସ୍ଥାର ପଣ୍ୟ କାରବାର ପାଇଁ ଦୈନିକ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ମାଲବାହୀ ଟ୍ରକ ପାରାଦୀପକୁ ଚଳାଚଳ କରୁଛି। ଏହି ଟ୍ରକ୍‌ ସଂଖ୍ୟା ମଧ୍ୟ ପ୍ରତି ମାସରେ ବଢି ଚାଲିଛି। ଫଳରେ ଦଇତାରୀ-ପାରାଦୀପ…

ଝିଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’: କାରଣ ଅସ୍ପଷ୍ଟ, ଉଭୟ ନିଖୋଜ

ନାଉଗାଁ, ୧୧-୯ (ସ୍ବ.ପ୍ର.):ନାଉଗାଁ ଥାନା ବଛାଳୋ ପଞ୍ଚାୟତ ପୋକାମୂଳ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ନିଜ ୫ମାସର ଶିଶୁକନ୍ୟାକୁ ଧରି ଦେବୀ ନଦୀକୁ ଡେଇଁପଡିଥିବା ଜଣାପଡ଼ିଛି। ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପ୍ରଖର ସ୍ରୋତରେ…

ନାବାଳିକା ବଳାତ୍କାର ଓ ହତ୍ୟା ମାମଲା: ଜଗତ୍‌ସିଂହପୁର କୋର୍ଟରେ ପ୍ରଥମ ଫାଶୀ ଦଣ୍ଡାଦେଶ

ଜଗତ୍‌ସିଂହପୁର ଅଫିସ,୧୦।୯: ଜଗତ୍‌ସିଂହପୁର ଜିଲା ଏରସମା ଥାନା ଗଡ଼ହରିପୁରରେ ୨୦୧୮ ମାର୍ଚ୍ଚ ମାସରେ ଜନୈକା ନାବାଳୀକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ମାମଲାର ବିଚାରକରି ଜଗତ୍‌ସିଂହପୁର ଏଡିଜେ ତଥା ସ୍ବତନ୍ତ୍ର ପକ୍ସୋ କୋର୍ଟର…

ବ୍ଲାକରୋଜ ବୁଡ଼ିକୁ ୧୦ବର୍ଷ : ଶୀତଳଭଣ୍ଡାରରେ ସିବିଆଇ ତଦନ୍ତ

ପାରାଦୀପ,୯।୯(ସ୍ବ.ପ୍ର.): ପାରାଦୀପ ବନ୍ଦର ଇତିହାସରେ କଳଙ୍କର ଛାପ ଛାଡ଼ିଥିବା ଏମ୍‌ଭି ବ୍ଲାକରୋଜ ବୁଡ଼ି ଘଟଣାକୁ ସୋମବାର ୧୦ବର୍ଷ ପୂରିଛି। ଏହି ୧୦ବର୍ଷ ମଧ୍ୟରେ ମଙ୍ଗୋଲିଆର ସେହି ଜାହାଜକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲେ ହେଁ ବୁଡ଼ିବାର କାରଣ ଏ ପର୍ଯ୍ୟନ୍ତ ରହସ୍ୟାବୃତ୍ତ…

ବିଜେଡି ଜିଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ: ଫାଇଭ୍‌ ଟି, ସଭ୍ୟ ସଂଗ୍ରହ ଅଭିଯାନ ଉପରେ ଗୁରୁତ୍ୱାରୋପ

ଜଗତ୍‌ସିଂହପୁର ଅଫିସ,୮।୯: ବିଜେଡି ଜିଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ରବିବାର ବୈଠକ ସ୍ଥାନୀୟ ଏକ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଦଳର ଜିଲା ସଭାପତି ଅମରେନ୍ଦ୍ର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଫାଇଭ୍‌ ଟି ଓ ସଭ୍ୟ ସଂଗ୍ରହ ଅଭିଯାନ ଉପରେ…

ଖୁଦୁରୁକୁଣୀ ପୂଜାରେ ଅଘଟଣ: ପୋଖରୀକୁ ବାଲୁକା କରିବାକୁ ଯାଇ ବୁଡିଗଲେ ୬ ଯୁବତୀ

ଜଗତ୍‌ସିଂହପୁର ଅଫିସ,୮।୯: ଜଗତ୍‌ସିଂହପୁର ଜିଲା ସ୍ଥାନୀୟ ପାଟେଣୀ ଗାଁ ପୋଖରୀରେ ବୁଡି ରବିବାର ୬ ଯୁବତୀ ଆହତ ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର ଶୁଭସ୍ମିତା ସାହୁ(୧୭), ବିଦୁସ୍ମିତା ସାହୁ(୧୨), ଲିପ୍ସାରାଣୀ ସାହୁ(୧୭), ଲକ୍ଷ୍ମୀପ୍ରିୟା ସାହୁ(୧୭), ମଧୁସ୍ମିତା ସାହୁ(୧୭) ଓ ଶୁଭସ୍ମିତା…

ବଜ୍ରପାତରେ ଜଳିଗଲା ୨ ବଖରା, ୩ ଗାଇ ଜୀବନ୍ତ ଦଗ୍ଧ

ତିର୍ତ୍ତୋଲ,୫।୯(ଡି.ଏନ୍‌.ଏ.): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଗୁଣ୍ଠିଲ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ବଜ୍ରପାତ ଘଟି ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ୨ ବଖରା ଘର ଜଳିଯାଇଛି। ଏଥିସହ ଘରେ ଥିବା ୩ଟି ଗାଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇ ଅଗ୍ନିଶମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri