ଗଞ୍ଜାମ

ଦିଗପହଣ୍ଡି ଗ୍ରାମାଞ୍ଚଳରେ ଯୁବ ସଙ୍ଗଠନ ପକ୍ଷରୁ ଜନସଚେତନତା

ଦିଗପହଣ୍ଡି,୨୫।୩(ଡି.ଏନ୍‌.ଏ.): କରୋନା (କୋଭିଡ-୧୯)ର ମୂକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ପଞ୍ଚାୟତ ଗୋଲଣ୍ଡା ଗ୍ରାମରେ ଯୁବ ସଙ୍ଗଠନ ପକ୍ଷରୁ ଜନସଚେତନତା ପାଇଁ ପଦକ୍ଷେପ ନିଆଯାଇଛି। ଏଭଳି…

କରୋନା ପ୍ରଭାବ: ଗଞ୍ଜାମରେ ଖାଉଟି ସାମଗ୍ରୀ କଳାବଜାର ଅଭିଯୋଗ

ଗଞ୍ଜାମ,୨୫।୩(ଡି.ଏନ୍‌.ଏ.): କରୋନା ପାଇଁ ସବୁଠି ହାହାକାର। ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି। ଏଥିପାଇଁ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ସହରର ବିଭିନ୍ନ ଦୋକାନ ବଜାର ବନ୍ଦ ରହିଛି। କେବଳ ଖାଉଟି ତଥା ରାଶନ,…

ମିଲିଟାରୀ ଗୁଇନ୍ଦା ସ୍କାନରରେ ଦଲାଲ

ଗୋପାଳପୁର,୨୫ା୩-ଆଗାମୀ ଦିନରେ ସୈନ୍ୟ ବାହିନୀରେ ଲୋୟର ଡିଭିଜନ କ୍ଲର୍କ (ଏଲଡିସି)ରେ ଚାକିରି କରାଇଦେବା ନାଁରେ ଠକେଇ କରିଥିବା ଅଭିଯୋଗରେ ଗତ ୨୦ ତାରିଖରେ ଜନୈକ ଯୁବକଙ୍କୁ ମିଲିଟାରୀ ଗୋଇନ୍ଦା ଓ ଗୋପାଳପୁର ଥାନା ପୋଲିସ ସହାୟତାରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା।…

ଆଖୁବୋଝେଇ ଟ୍ରକ୍‌ ଡ୍ରାଇଭରଙ୍କୁ ପୋଲିସର ମାଡ଼ ଅଭିଯୋଗ: ପ୍ରତିବାଦରେ କାରଖାନାକୁ ପରିବହନ ବନ୍ଦ

ଆସିକା,୨୫।୩(ଡି.ଏନ୍‌.ଏ.): ଆସିକା ସମବାୟ ଚିନିଶିଳ୍ପର ଆଖୁପେଡ଼ା କାର୍ଯ୍ୟ ଚାଲୁ ରହିଥିଲା ବେଳେ ଜିଲାର ବିଭିନ୍ନ ଅଞ୍ଚଳରୁ ଟ୍ରକ୍‌ ଯୋଗେ ଆଖୁ କାରଖାନାକୁ ଆସୁଛି। ମଙ୍ଗଳବାର ବିଳମ୍ବିତ ରାତିରେ ଆସିକା ବିଜୁ ପଟ୍ଟନାୟକ ଛକଠାରେ ମୁତୟନ ଥିବା ପୋଲିସ ସେହି ରାସ୍ତା ଦେଇ…

ବଚସାରୁ ସାଙ୍ଗକୁ ହାଣି ହତ୍ୟା

ପୋଲସରା,୨୪ା୩(ଡି.ଏନ.ଏ.)- ଗଞ୍ଜାମ ଜିଲା ପୋଲସରା ଥାନା ପାଣ୍ଡିରିପଡ଼ା ପଞ୍ଚାୟତସ୍ଥିତ ପାତାଳସିଙ୍ଗି ଗ୍ରାମରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟଛି। ସାମାନ୍ୟ ବଚସାରୁ ସାଙ୍ଗଙ୍କୁ କାତିରେ ହାଣି ହତ୍ୟା କରିଛନ୍ତି ସାଙ୍ଗ। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ପାତାଳସିଙ୍ଗି ଗ୍ରାମର ଅଭିମନ୍ୟୁ ବିଶୋୟୀ। ପ୍ରକାଶ ଯେ,…

ନିୟମ ନ ମାନି ୩ ଚା ଦୋକାନୀ ଗିରଫ

ବୁଗୁଡ଼ା,୨୪ା୩(ଡି.ଏନ.ଏ.)- ବୁଗୁଡ଼ା ସହରରେ ଲକ୍‌ ଡାଉନ ଯୋଗୁ ଗାଡ଼ି ମଟର ସହ ସମସ୍ତ ଦୋକାନ ବନ୍ଦ ରହିଥିବାବେଳେ କେତେକ ଚା’ ଦୋକାନୀ ନିୟମ ନମାନି ଦୋକାନ ଖୋଲିଥିଲେ। ମଙ୍ଗଳବାର ସକାଳେ ୩ ଚାହା ଦୋକାନୀଙ୍କୁ ପୋଲିସ ଉଠାଇନେବା ସହ ସେମାନଙ୍କ ବିରୋଧରେ…

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନ ରହିବାରୁ ଥାନାରେ ମାମଲା

ହିଞ୍ଜିଳିକାଟୁ,୨୪ା୩(ଡି.ଏନ୍‌.ଏ.)- ରାଜ୍ୟ ସରକାର କରୋନାକୁ ନେଇ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହାକୁ ଅବମାନନା କରିବା ଅଭିଯୋଗରେ ଜଣେ ବିଦେଶ ଫେରନ୍ତା ଯୁବକଙ୍କ ବିରୋଧରେ ହିଞ୍ଜିଳିକାଟୁ ତହସିଲଦାର ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି। ନଂ.୯୮/୨୦ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।…

ପୁଣି ଗଞ୍ଜାମରେ ବଦଳିଲା ନିର୍ଦ୍ଦେଶନାମା: ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଖୋଲିବ ଜରୁରୀ ସାମଗ୍ରୀ ଦୋକାନ

ଛତ୍ରପୁର,୨୪।୩(ଡି.ଏନ୍‌.ଏ.): କରୋନା ଭୟାବହତାକୁ ନେଇ ଗଞ୍ଜାମ ଜିଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଚାଲିଛି। ନିର୍ଦ୍ଦେଶନାମାକୁ ୧୨ଘଣ୍ଟା ପୂରି ନ ଥିବାବେଳେ ପୁଣି ନୂତନ ନିର୍ଦ୍ଦେଶନାମା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜାରି କରିଛନ୍ତି। ନୂତନ ନିର୍ଦ୍ଦେଶନାମା ଅନୁସାରେ…

କରୋନା ପଜିଟିଭ ଗୁଜବ: ଜଣେ ଗିରଫ

ଛତ୍ରପୁର,୨୪।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳର ଜଣଙ୍କଠାରେ କରୋନା ପଜିଟିଭ ମିଳିଥିବା ନେଇ ମିଥ୍ୟା ଖବର ସୋସିଆଲ ମିଡିଆରେ ପ୍ରଚାର କରିବା ଅଭିଯୋଗରେ ସମ୍ପୃକ୍ତଙ୍କୁ ସୋମବାର ରାତିରେ ପୋଲିସ ଗିରଫ କରିଛି। ଗିରଫ ଜଣକ ହେଲେ ବଡ ଆର୍ଜିପଲ୍ଲୀ ଗ୍ରାମର ସିଏଚ୍‌…

ଗଞ୍ଜାମରେ କରୋନା ସଚେତନତା ଜୋରଦାର

ଗଞ୍ଜାମ, ୨୪।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇ ଦେଇଥିବା ବେଳେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜୋରଦାର କରାଯାଇଛି । ୫ ଦିନରୁ ଊର୍ଦ୍ଧ୍ୱ ହେବ ସହରରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍‌ ଦେଲେ…

କରୋନା କଟକଣା: ନୀତି କାନ୍ତିରେ ଆରମ୍ଭ ହେଲା ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଯାତ୍ରା

ପୁରୁଷୋତ୍ତମପୁର,୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡ ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । କରୋନା ଲାଗି ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କଟକଣା ଯୋଗୁ ଯାତ୍ରା ସମ୍ପୂର୍ଣ୍ଣ ଫିକା ପଡିଯାଇଛି। ପରମ୍ପରା ଅନୁସାରେ ବର୍ଷକୁ ୨୧…

ଗାଇଡଲାଇନ ଉଲ୍ଲଂଘନକାରୀଙ୍କୁ ଚେତାବନୀ

ହିଞ୍ଜିଳିକାଟୁ, ୨୩ା୩ (ଡ଼ି.ଏନ.ଏ) : କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଭିନ୍ନ ଗାଇଡ଼ଲାଇନ ଜାରି କରାଯାଇଛି। ହିଞ୍ଜିଳିକାଟୁ ପୌର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅତି ଆବଶ୍ୟକ ସାମଗ୍ରୀ ପାଇଁ ବାହାରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?