ଗଞ୍ଜାମ

ଜନସେବା କେନ୍ଦ୍ରକୁ ତାଗିଦ: ନିର୍ଦ୍ଧାରିତ ଦରଠାରୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ

ଚନ୍ଦ୍ରଗିରି,୩୦।୭(ଡି.ଏନ୍‌.ଏ.): ବାରମ୍ବାର ସରକାରୀ ଦପ୍ତରକୁ ନଯାଇ ସହଜରେ ଏବଂ କମ୍‌ ଖର୍ଚ୍ଚରେ କିପରି ବିଭିନ୍ନ ସରକାରୀ ପ୍ରମାଣପତ୍ର ପାଇପାରିବେ ସେ ନେଇ ବିଭିନ୍ନ ସ୍ଥାନରେ ଜନସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ମାତ୍ର କେତେକ ଅସାଧୁ କେନ୍ଦ୍ର ପରିଚାଳକ ଏହାର ଅପବ୍ୟବହାର କରୁଛନ୍ତି।…

କାଦୁଅ କରିବା, ଗଜାଧାନ ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

ସୋରଡ଼ା,୩୦ା୭(ଡି.ଏନ.ଏ.)-ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ, ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ ଓ ରେଜିଲିଏନ୍ସ ପ୍ରକଳ୍ପର ମିଳିତ ପ୍ରଚେଷ୍ଟାରେ ସୋରଡ଼ା ବ୍ଲକ ଲାଠିପଡ଼ା ଗ୍ରାମଠାରେ ଓୟୁଏଟି ବଳଦଟଣା…

ଜରିମାନା ଆଦାୟକୁ ଗୋପାଳକଙ୍କ ବିରୋଧ: କମିଶନରଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୩୦।୭: ରାସ୍ତାରେ ଏଣେତେଣ ବୁଲି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଗାଈ, ଗୋରୁ ଏବଂ ମଇଁଷି ମାଲିକଙ୍କଠାରୁ ଜରିମାନା ଆଦାୟ ପାଇଁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷେ ଜରିମାନା ଆଦାୟକୁ ବିରୋଧ କରି ମଙ୍ଗଳବାର…

୮୦ ବିସ୍ଥାପିତ ଶ୍ରମିକଙ୍କୁ ଉଠାଇନେଲା ପୋଲିସ

ଛତ୍ରପୁର, ୩୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟା ପ୍ରକଳ୍ପ କାର୍ଯ୍ୟାଳୟରେ ସ୍ଥାୟୀ ନିଯୁକ୍ତି ଦାବିରେ ଗତ ଶନିବାରଠାରୁ ୮୦ ଶ୍ରମିକ ଧାରଣାରେ ବସିଥିଲେ। ଧାରଣାରେ ବସିଥିବା ବିସ୍ଥାପିତ ପରିବାରର ଉକ୍ତ ଶ୍ରମିକମାନଙ୍କୁ ମଙ୍ଗଳବାର ପୋଲିସ ସେଠାରୁ ଉଠାଇନେଇଛି। ସେମାନଙ୍କୁ…

ବସ୍‌ ଧକ୍କାରେ ମହିଳା ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକୋ

ଗଞ୍ଜାମ,୩୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ୧୬ ନଂ. ଜାତୀୟ ରାଜପଥ ପୁଇଁତୋଳା ଗ୍ରାମ ନିକଟରେ ମଙ୍ଗଳବାର ଭୋରରେ ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୁଇଁତୋଳା ଗ୍ରାମର ଯୁଧିଷ୍ଠିର ନନ୍ଦଙ୍କ ସ୍ତ୍ରୀ ଅପସରି ନନ୍ଦ(୬୧)। ମିଳିଥିବା ସୂଚନାନୁଯାୟୀ, ଅପସରି…

ଚାଲିଛି ବେଆଇନ ପଥର ଫୁଟା: ଦୁର୍ଘଟଣା ପରେ ଚଢ଼ାଉ, ୬ ଗିରଫ

ଭଞ୍ଜନଗର,୩୦।୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଅନେକ ପଥର କ୍ୱାରୀ ବିଭିନ୍ନ କାରଣ ଯୋଗୁ ନିଲାମ ହୋଇପାରୁନାହିଁ। ଏହାର ସୁଯୋଗ ନେଇ ପଥର ମାଫିଆ ବେନିୟମ ଭାବେ ପାହାଡ଼ରୁ ପଥର ଫୁଟାଇ ଚୋରାରେ ବିକ୍ରି କରୁଛନ୍ତି। ଏହାକୁ କେତେଜଣ ଅସାଧୁ ସରକାରୀ କର୍ମଚାରୀ ସହଯୋଗ କରୁଛନ୍ତି।…

୨୦୨୨ ସୁଦ୍ଧା ବାଘ ସଂଖ୍ୟା ଦୁଇଗୁଣା ଯୋଜନା

ଭଞ୍ଜନଗର,୩୦।୭(ଡି.ଏନ.ଏ.)-ସୋମବାର ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ସ୍ଥାନୀୟ ଲାଲସିଂ ନର୍ସରୀ ପରିସରରେ ୫ମ ଆର୍ନ୍ତଜାତିକ ବାଘ ଦିବସ ପାଳିତ ହୋଇଯାଇଛି। ପୃଥିବୀର ୧୩ ଦେଶରେ ମହାବଳ ବାଘ ଦେଖା ଦିଅନ୍ତି। ବାଘ ସଂଖ୍ୟା କମିବା ଦ୍ୱାରା ଖାଦ୍ୟ ଶୃଙ୍ଖଳ ଓ…

ସ୍କୁଲ ଛାତ୍ରୀଛାତ୍ରଙ୍କ ସହ ଭିଡିଓ କନଫରେନ୍ସିଂ:ଦ୍ୱିତୀୟ ପୃଥିବୀ ସନ୍ଧାନରେ ଦିଆଗଲା ସୂଚନା

ଛତ୍ରପୁର,୩୦ା୭(ଡି.ଏନ.ଏ.)-ବ୍ରିଟିଶ ବୈଜ୍ଞାନିକ ଗବେଷଣା କେନ୍ଦ୍ର ପକ୍ଷରୁ ମହାକାଶରେ ଦ୍ୱିତୀୟ ପୃଥିବୀ ସନ୍ଧାନ କରାଯାଇଥିବା କୁହାଯାଉଛି। ଏହା ଉପରେ କେନ୍ଦ୍ର ବୈଜ୍ଞାନିକ ତଥା ପ୍ରଫେସର ଲୁଇସ୍‌ ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲାର ସ୍କୁଲ ଛାତ୍ରୀଛାତ୍ରଙ୍କୁ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ଛତ୍ରପୁରସ୍ଥିତ ସର୍ବଶିକ୍ଷା…

କାର୍‌ ଓଲଟିଲା, ଗଞ୍ଜେଇ ବୋହିନେଲେ ଲୋକେ

ଶଙ୍କରାଖୋଲ,୩୦ା୭(ଡି.ଏନ୍‌.ଏ.)-ଟିକାବାଲି ଥାନା (ଏଲ୍‌) ବପଲମେଣ୍ଡି ପଞ୍ଚାୟତ ନିକଟ ପାନାବାଡି ଗ୍ରାମ ବୁଲାଣିରେ ସୋମବାର ସକାଳ ପ୍ରାୟ ୯ଟାରେ ଏକ କାର (ନଂ.ଡବ୍ଲ୍ୟୁବି୦୬ବି-୦୮୫୯) ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଓଲଡି ପଡିଥିଲା। କାର୍‌ରେ ଥିବା ୩ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହାପରେ ଲୋକେ…

କଲେଜ ଶିକ୍ଷା ପ୍ରତି ଆଗ୍ରହ ନାହିଁ

ବ୍ରହ୍ମପୁର ଅଫିସ୍‌,୩୦ା୭-ଚଳିତବର୍ଷ ପାଇଁ ଯୁକ୍ତ ୨ ନାମଲେଖା ଶେଷ ହୋଇଛି। ସୋମବାରଠାରୁ ପାଠପଢ଼ା ସହ ଆରମ୍ଭ ହୋଇଛି ନୂତନ ଶିକ୍ଷା ବର୍ଷ। ବର୍ଷା ଯୋଗୁ ପ୍ରଥମ ଦିନରେ କମ୍‌ ସଂଖ୍ୟକ ଛାତ୍ରୀଛାତ୍ରଙ୍କୁ ଦେଖିବାକୁ ମିଳିଥିଲା। ଛାତ୍ରୀଛାତ୍ରମାନେ ସ୍କୁଲ ସାଙ୍ଗଙ୍କ ସହ ଏକାଠି…

ଧାନ ରୋଇଲେ ଜିଲାପାଳ

ଛତ୍ରପୁର,୩୦ା୭(ଡି.ଏନ.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ପୂର୍ବାହ୍ନରେ ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ ଅଧିନ ଭରସା ଗଁାରେ ଥିବା ଜମିରେ ଧାନ ଗଛ ରୋଇଛନ୍ତି। ବେଗୁନିଆପଡା ବ୍ଲକରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ସାରି ଫେରିବା ବେଳେ ଅପରାହ୍ନରେ ଭରସା…

ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,୨୯ା୭(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରାଠାରେ ରବିବାର ସନ୍ଧ୍ୟାରେ ବିଲରେ ହଳ କରୁଥିବାବେଳେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଉକ୍ତ ଗ୍ରାମର କାହ୍ନୁ ଦାଶ। ପ୍ରକାଶ ଯେ, କାହ୍ନୁ ରବିବାର ସନ୍ଧ୍ୟାରେ ଦାରୁଭଦ୍ରା ଗ୍ରାମର ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri