ଗଞ୍ଜାମ

ବଢୁଛି ଋଷିକୁଲ୍ୟାର ଜଳସ୍ତର: ଆତଙ୍କିତ ଅବସ୍ଥାରେ ୩ ପଞ୍ଚାୟତବାସୀ

ଶେରଗଡ଼,୬।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ତିନି ପଞ୍ଚାୟତ ପିତ୍ତଳ, ତହଁର, ବ୍ରାହ୍ମଣ ଦେଇ ଋଷିକୁଲ୍ୟା ନଦୀ ପ୍ରବାହିତ ହେଉଛି। ଏବେ ନଦୀର ଜଳସ୍ତର ବଢିବାରେ ଲାଗିଛି। ବ୍ରାହ୍ମଣଛାଇକୁ ସଂଯୋଗ କରୁଥିବା ଏକ ପୋଲର ତଳ ଭାଗକୁ ଲାଗି ଜଳ ପ୍ରବାହିତ…

ଲଗାଣ ବର୍ଷା: ଗଞ୍ଜାମ, କନ୍ଧମାଳ ଜିଲାର ସବୁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ବ୍ରହ୍ମପୁର ଅଫିସ/କନ୍ଧମାଳ, ୬।୯(ଡି.ଏନ୍‌.ଏ.): ପ୍ରବଳ ବର୍ଷା ଯୋଗୁ କନ୍ଧମାଳ ଓ ଗଞ୍ଜାମ ଜିଲାର ସ୍ଥିତି ବେହାଲ ହୋଇପଡ଼ିଛି। କେଉଁଠି ରାସ୍ତାରେ ଜଳ ପ୍ରବାହିତ ହେଉଛି ତ କେଉଁଠି ପୋଲ ଭାଙ୍ଗି ଯାଇଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଓ କନ୍ଧମାଳ ଜିଲାର…

ଗାଁ ଯୁବକଙ୍କ ପ୍ରଚେଷ୍ଟାରେ ରାସ୍ତା ପାର୍ଶ୍ୱରୁ ହଟିଲା ଆବର୍ଜନା

ଗଞ୍ଜାମ,୬।୯(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମର ଉତ୍ସାହୀ ଯୁବକମାନେ ଶୁକ୍ରବାର ସକାଳୁ ବନ୍ଧ ଏବଂ ରାସ୍ତାରୁ ଅଳିଆ ଆବର୍ଜନା ହଟାଇବାରେ ଲାଗିପଡ଼ିଛନ୍ତି। ଗ୍ରାମ କୋଠଘର ପାର୍ଶ୍ୱରେ ଦୀର୍ଘଦିନ ଧରି ଲଟାବୁଦା ଏବଂ ଅଳିଆ ଆବର୍ଜନା ରହିଥିଲା। ତାହା ସଫା…

ନଦୀରେ ଭାସିଗଲେ ବୃଦ୍ଧା: ୨ ଘଣ୍ଟା ପରେ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୬।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କଣ୍ଟେଇଯୋଡ଼ି ନଦୀରେ ଭାସିଯାଇ ଶୁକ୍ରବାର ସକାଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୈଠଡା ପଞ୍ଚାୟତ ଗୁହାଳପୁର ଗାଁର ଗୋବିନ୍ଦ ପ୍ରଧାନଙ୍କ ସ୍ତ୍ରୀ ଜାଡ଼ି । ସୂଚନାଯୋଗ୍ୟ, ଜାଡ଼ି ଜମିରେ କାମ ସାରି…

ସାପକାମୁଡ଼ାରେ ମହିଳାଙ୍କ ଜୀବନ ଗଲା

ଗଞ୍ଜାମ,୬।୯(ଡି.ଏନ୍‌.ଏ.) : ଗଞ୍ଜାମ ଏନ୍‌ଏସିର ୬ ନଂ ଓ୍ବାର୍ଡ ବ୍ରାହ୍ମଣ ଢାମଣା ସାହିର ଜଣେ ମହିଳାଙ୍କୁ ବିଷାକ୍ତ ସାପ କାମୁଡ଼ି ଦେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ହେଲେ ସୁବାସିନି ବାଡ଼ତ୍ୟା(୫୩)। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଭୋର୍‌ରୁ ସୁବାସିନି…

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କ ସମେତ ୧୧ ଗିରଫ

ରାଇକିଆ, ୬ା୯(ଡି.ଏନ.ଏ.): ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ରାଇକିଆ ପୋଲିସ ଅଭିଯୁକ୍ତଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଶିବାନୀ ପ୍ରଧାନ। ଘଟଣାକୁ ଚପାଇ ଦେବା ଅଭିଯୋଗରେ ୧୦ ଜଣ ଗ୍ରାମବାସୀଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ,…

ଲଗାଣ ବର୍ଷା, ଆତଙ୍କିତ ଶେରଗଡ଼ବାସୀ

ଶେରଗଡ଼,୬ା୯(ଡି.ଏନ୍‌.ଏ.)- ଶେରଗଡ଼ରେ ବୁଧବାର ରାତିରୁ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ନନ୍ଦିନୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଉପଯୁକ୍ତ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ଶେରଗଡ଼ ଓ ଆଖପାଖ ଗ୍ରାମ ବିଲମାଳରେ ବର୍ଷାପାଣି ବଢିବାରେ ଲାଗିଛି। କିଛିଦିନ ତଳେ ଶେରଗଡ଼…

ଅଶାନ୍ତ ସମୁଦ୍ର, ୪୮ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ବାରଣ

ଗୋପାଳପୁର,୬ା୯-ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଦୁଇଦିନ ହେଲା ଗଞ୍ଜାମ ଜିଲାରେ ବର୍ଷା ଲାଗି ରହିଛି। ବୁଧବାର ସକାଳ ୮.୩୦ରୁ ଗୁରୁବାର ୮.୩୦ ପର୍ଯ୍ୟନ୍ତ ଜିଲାରେ ୧୦୮ ମିିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେହିପରି ଗୁରୁବାର…

ବନ୍ୟାପାଣିରେ ପୋଲ ଭୁଶୁଡ଼ିଲା

ପାଟପୁର,୬ା୯(ଡି.ଏନ.ଏ.)- ସାନଖେମୁଣ୍ଡି ଅଞ୍ଚଳରେ ବୁଧବାର ସନ୍ଧ୍ୟାରୁ ଜାରି ରହିଛି ଲଗାଣ ବର୍ଷା। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ା ସମଗ୍ର ସାନଖେମୁଣ୍ଡି ଅଞ୍ଚଳ ଜଳମଗ୍ନ ହୋଇ ପଡିଛି ା ଗୁରୁବାର ବୁଦ୍ଧେଶ୍ୱର ଗ୍ରାମ ନିକଟ ରଘୁନାଥ ସାଗରରେ ବନ୍ୟାପାଣି…

ଭସାଣି ଶୋଭାଯାତ୍ରାବେଳେ ଗୋଷ୍ଠୀ ବିବାଦ

ଦିଗପହଣ୍ଡି,୬ା୯(ଡି.ଏନ.ଏ.) – ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲିବନ୍ଧ ଗାଁରେ ଗଣେଶ ମୂର୍ତ୍ତି ଭସାଣି ଉତ୍ସବକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଗୁରୁବାର ଅପରାହ୍ନରେ ଅସବର୍ଣ୍ଣ ଗୋଷ୍ଠୀଙ୍କ ପକ୍ଷରୁ ନିରଞ୍ଜନ ନାୟକ, ନକୁଳ ନାୟକ, ତାରିଣୀ ବଡ଼…

ଶ୍ରମିକ କାର୍ଡ ପାଇଁ ଟଙ୍କା ଆଦାୟ ଅଭିଯୋଗ

ଛତ୍ରପୁର,୬ା୯(ଡି.ଏନ.ଏ)- ଛତ୍ରପୁରସ୍ଥିତ ଶ୍ରମ କାର୍ଯ୍ୟାଳୟରୁ ଶ୍ରମିକ କାର୍ଡ ଓ ପଞ୍ଜୀକୃତ ଶ୍ରମିକଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ କେତେଜଣ ଦଲାଲ ସକ୍ରିୟ ହୋଇଛନ୍ତି। ଏଥିପାଇଁ ଦୈନିକ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଉଛି। ଏପରିକି ଜିଲାପାଳଙ୍କ କାର୍ଯ୍ୟାଳୟ…

ଡ୍ରେନ୍‌ରେ ପଡ଼ି ୩ ବାର୍‌ହା ଛୁଆ ମୃତ

ପାତ୍ରପୁର,୬ା୯(ଡି.ଏନ୍‌.ଏ.)- ସାମନ୍ତିଆପଲ୍ଲି ବନାଞ୍ଚଳରେ ଦିନକୁ ଦିନ ବାର୍‌ହା ସଂଖ୍ୟା ବଢିଚାଲିଛି। ଜଙ୍ଗଲ କ୍ଷୟ ଯୋଗୁ ଏମାନେ ଅନେକ ସମୟରେ ଜନବସତି ମୁହଁା ହେଉଛନ୍ତି। ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣାରେ ମୃତ୍ୟୁ ଘଟୁଛି। ବୁଧବାର ମା’ ବାର୍‌ହା ସହ ଆସିଥିବା ୩ ଛୁଆଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri