ଗଞ୍ଜାମ

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀଙ୍କୁ ସ୍ବାସ୍ଥ୍ୟକର୍ମୀ ତାଲିମ, ବ୍ୟାୟାମ, ଯୋଗ ଶିକ୍ଷା: ଗଞ୍ଜାମ ଜିଲା ପ୍ରଶାସନର ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୩।୫(ଡି.ଏନ୍‌.ଏ.)-ଗଞ୍ଜାମ ଜ଼ିଲାର କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ଶ୍ରମିକମାନଙ୍କୁ କମ୍ୟୁନିଟି ସ୍ବାସ୍ଥ୍ୟକର୍ମୀ ତାଲିମ ପ୍ରଦାନ କରାଯାଉଛି । କ୍ୱାରାଣ୍ଟାଇନ ଅବଧି ସରିବା ପରେ ଉକ୍ତ ତାଲିମପ୍ରାପ୍ତ ପ୍ରବାସୀ ଶ୍ରମିକମାନେ କରୋନା ମୁକାବିଲାରେ ସାମିଲ ହୋଇ କମ୍ୟୁନିଟି ସ୍ବାସ୍ଥ୍ୟ ଅଧିକାରୀ ଭାବେ…

ପୁଣି ଅଲୋଡ଼ା ଶିଶୁକନ୍ୟା

ଜଗନ୍ନାଥପ୍ରସାଦ,୧୩ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କଣ୍ଡରସିଂ ନିକଟରେ ଥିବା ନାଳ ନିକଟରେ ବୁଧବାର ସକାଳେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ନବଜାତକକୁ କେହି ଗ୍ରାମ ପଛ ନାଳରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଶିଶୁକନ୍ୟାର କାନ୍ଦ ଶୁଣି ଅଞ୍ଚଳର…

କ୍ୱାରାଣ୍ଟାଇନ୍‌ ସେଣ୍ଟର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା, ଲାଗିଲା ସିସି କ୍ୟାମେରା

ଛତ୍ରପୁର,୧୩ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀ ଓଡ଼ିଆମାନେ ରହୁଛନ୍ତି। ବିଭିନ୍ନ ସମୟରେ କେତେକ ପ୍ରବାସୀ ବିଶୃଙ୍ଖଳା କରୁଛନ୍ତି। ପରିବାର ଲୋକେ ମଧ୍ୟ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଯାଇ ନିଜ ଲୋକଙ୍କୁ ଭେଟୁଥିବା ଦେଖିବାକୁ ମିଳୁଛି। ସେଠାରେ କାର୍ଯ୍ୟରତ ପୋଲିସ ଓ…

ଏମ୍‌କେସିଜିରେ ଯାଆଁଳା ସନ୍ତାନ ଜନ୍ମଦେଲେ କରୋନା ସଂକ୍ରମିତ ମହିଳା

ବ୍ରହ୍ମପୁର,୧୩ା୫(ଡି.ଏନ୍‌.ଏ.): ଏମ୍‌କେସିଜି ବଡ଼ ମେଡିକାଲରେ ବୁଧବାର ସକାଳୁ ସିତଲାପଲ୍ଲୀ କୋଭିଡ୍‌-୧୯ ହସ୍ପିଟାଲରେ ଚିକିତ୍ସାଧୀନ ଗଞ୍ଜାମ ଜିଲାର ଜଣେ ୩୨ ବର୍ଷୀୟା ମହିଳା ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି। ମହିଳା ଜଣକ ଏକ ପୁତ୍ର ଓ କନ୍ୟାକୁ ଜନ୍ମ ଦେଇଥିଲେ। ଏହାର କିଛି…

ଗଞ୍ଜାମରେ ଦୋକାନୀମାନଙ୍କ ପାଇଁ ନୂଆ ନିୟମ: ରଖିବେ ଗ୍ରାହକଙ୍କ ତଥ୍ୟ; ସାମାଜିକ ଦୂରତା-ମାସ୍କ ବ୍ୟବହାର ନିଶ୍ଚିତ, ନହେଲେ ହେବ ସିଜ୍‌

ଛତ୍ରପୁର, ୧୩।୫(ଡି.ଏନ୍‌.ଏ.)- ରାଜ୍ୟର କରୋନା ଆକ୍ରାନ୍ତ ଜିଲାଗୁଡ଼ିକ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ଏହି ସଂଖ୍ୟା ୨୧୦ ରହିଛି। ତେବେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ…

CORONAVIRUS UPDATE: ୨୦୦ ଡେଇଁଲା ଗଞ୍ଜାମରେ କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର,୧୩।୫:(ବ୍ୟୁରୋ)- ରାଜ୍ୟରେ ବୁଧବାର ଚିହ୍ନଟ କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଁଚିଛି। ଏଥିମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ୫୨ ଜଣ ଅଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦ ହୋଇଛି। ତେବେ ଯେଉଁଭଳି ଭାବେ ଆକ୍ରାନ୍ତ ସଂଖ୍ୟା…

ସଙ୍ଗରୋଧ ଗୃହରେ ସନ୍ତାନ ଜନ୍ମ

ବେଗୁନିଆପଡ଼ା,୧୩ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ସନ୍ତୋଷିନୀ ପ୍ରଧାନଙ୍କର ମଙ୍ଗଳବାର ଅପରାହ୍ନରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ସନ୍ତୋଷିନୀ ଓ ତାଙ୍କ ସ୍ବାମୀ ଗତ…

ପ୍ରବାସୀଙ୍କୁ ପୂରାଇ ଦେବେନି: ସ୍କୁଲ ବାଟରେ ବାଉଁଶ ବାନ୍ଧିଲେ ଗ୍ରାମବାସୀ

ପାଟପୁର,୧୩ା୫-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକକୁ ଆଗକୁ ବହୁ ପ୍ରବାସୀ ଫେରିବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ୧୦୦ଟି ସ୍କୁଲ, କଲେଜରେ କ୍ବାରାଣ୍ଟାଇନ କେନ୍ଦ୍ର ଖୋଲାଯାଇଛି। ହେଲେ କେତେକ ଗ୍ରାମରେ ସୁରଟ ଓ ଅନ୍ୟ ରାଜ୍ୟ ଫେରନ୍ତାଙ୍କୁ ସ୍କୁଲରେ ରଖିବାକୁ ଗ୍ରାମବାସୀ ବିରୋଧ…

ଅପରାହ୍ନ ୧ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଖୋଲିବ ମାର୍କେଟ, ମଲ: ୫ ଜଣଙ୍କୁ ପ୍ରବେଶ ଅନୁମତି

ବ୍ରହ୍ମପୁର ଅଫିସ,୧୩ା୫-ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ମାର୍କେଟ ତଥା ଦୋକାନ ଖୋଲିବା ନେଇ ରହିଥିବା ପୂର୍ବ ନିର୍ଦ୍ଧାରିତ ସମୟସୀମାରେ ପରିବର୍ତ୍ତନ କରାଯାଇଛି। ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ପକ୍ଷରୁ ଏନେଇ ମଙ୍ଗଳବାର ନୋଟିସ୍‌…

ଅଳସୁ ଗ୍ରାମରେ ଅଗ୍ନିକାଣ୍ଡ: ଜଳିଗଲା ୧୪ ବଖରା

ଜଗନ୍ନାଥପ୍ରସାଦ,୧୩ା୫(ଡି.ଏନ୍‌.ଏ.)- ଜଗନ୍ନାଥପ୍ରସାଦ ବ୍ଲକ ଅଳସୁ ଗ୍ରାମ ଖଇରଝୋଳରେ ମଙ୍ଗଳବାର ନିଅଁା ଲାଗି ୧୪ ବଖରା ପୋଡି ପାଉଁଶ ହୋଇଛି। ଅପରାହ୍ନ ପ୍ରାୟ ୪ଟାବେଳେ ଜଣେ ବ୍ୟକ୍ତିଙ୍କ ରୋଷେଇ ଘର ଚାଳ ଛପରରେ ନିଅଁା ଲାଗିଥିବା ସାହିଲୋକେ ଦେଖିଥିଲେ। ଚାହୁଁ ଚାହୁଁ ନିଅଁା…

ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟ ମାନକୁ ନେଇ ଉପ ଜିଲାପାଳଙ୍କ ଅସନ୍ତୋଷ

ଭଞ୍ଜନଗର,୧୩ା୫(ଡି.ଏନ୍‌.ଏ.)- ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ ମଙ୍ଗଳବାର ସୋରଡ଼ା ବ୍ଲକ ଲାଠିପଡ଼ା ପଞ୍ଚାୟତ ଭାଲିଆପଲ୍ଲୀ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ। ଅନ୍ତେବାସୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ତାଲିକା ଅନୁଯାୟୀ ଉତ୍ତମ ଖାଦ୍ୟ ଦେବାକୁ…

କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତ

ଶେରଗଡ,୧୩ା୫(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକରେ କରୋନା ମୁକାବିଲା ପାଇଁ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେ ହେଲେ ଓଡ଼ିଶା ପ୍ରଶାସନିକ ସେବାର ଭୂବନ କୁମାର ଶତପଥୀ। ଶେରଗଡ ବିଡିଓ ସୁରଞ୍ଜନ କୁମାର ସାହୁ ଓ ତହସିଲଦାର ଦୟାସିନ୍ଧୁ ପରିଡାଙ୍କୁ ବ୍ଲକରେ କରୋନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?