ଗଞ୍ଜାମ

ଆନ୍ଧ୍ରରେ ଫସିଛନ୍ତି ଗଞ୍ଜାମର ୧୫୦ ଜଣ

ଛତ୍ରପୁର,୨୯।୩(ଡି.ଏନ୍‌.ଏ.): ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲା ଚିକାଭରମଠାରେ ଗଞ୍ଜାମ ଜିଲାର ୧୫୦ ଜଣ ଫସିରହିଛନ୍ତି। ଉଦ୍ଧାର କରି ଘରକୁ ଫେରାଇ ନେବା ସହ ଖାଇବାକୁ ଦେବା ପାଇଁ ଏମାନେ ନିବେଦନ କରିଛନ୍ତି। ଏମାନଙ୍କ ପକ୍ଷରୁ ଏକ ଭିଡିଓ କ୍ଲିପ୍‌କୁ ସୋସିଆଲ ମିଡିଆରେ ଛଡ଼ାଯାଇଛି।…

ଧରିତ୍ରୀ ପୋର୍ଟାଲ ପ୍ରଭାବ: ତାଲା ପକାଯାଇଥିବା ଗୋରୁଙ୍କୁ ଛାଡ଼ିଲା ଗଞ୍ଜାମ ଏନ୍‌ଏସି , ଭୋକ ଉପାସରେ ବୁଲୁଥିବାରୁ ଖାଦ୍ୟପେୟ ବ୍ୟବସ୍ଥା କରିବାକୁ ଦାବି

ଗଞ୍ଜାମ,୨୯।୩(ଡି.ଏନ୍‌.ଏ.): କରୋନା କଟକଣା ଲାଗି ଗଞ୍ଜାମ ସହର ଶୂନଶାନ। ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା ପରେ ଘରୁ ବାହାରୁନାହାନ୍ତି ଲେକେ। ଗତ ୨୨ ତାରିଖରେ ହୋଇଥିବା ଜନତା କର୍ଫ୍ୟୁଠାରୁ ଏନ୍‌ଏସି ପ୍ରଶାସନ ପକ୍ଷରୁ ସହର ମଧ୍ୟରୁ ଗୋରୁଙ୍କୁ ଭାରତୀ ବିଦ୍ୟାପୀଠ ମିନି…

କ୍ୱାରାଣ୍ଟାଇନ୍‌ରେ ରହିଲେ କର କ୍ଲିନିକରୁ ଫେରିଥିବା ରୋଗୀ

ବେଗୁନିଆପଡ଼ା,୨୮ା୩(ଡି.ଏନ୍‌.ଏ.): ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ପଜିଟିଭ ରୋଗୀ ଭୁବନେଶ୍ୱରସ୍ଥିତ କର କ୍ଲିନିକକୁ ଆସିଥିବା ଜଣାପଡ଼ିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଖୋଜାଚାଲିଛି l ଇତିମଧ୍ୟରେ ଦୁର୍ଘଟଣାରେ ଆହତ ବେଗୁନିଆପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି ଉକ୍ତ କ୍ଲିନିକରେ ଚିକିତ୍ସିତ…

ଫେରିନାହାନ୍ତି ଶତାଧିକ ଦାଦନ ଶ୍ରମିକ: ସୁରଟରେ ପ୍ରବାସୀ ଓଡ଼ିଆ ସଙ୍ଗଠନର ସହାୟତା

ଭଞ୍ଜନଗର,୨୮।୩(ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରି ସ୍ଥିତିରେ ଭଞ୍ଜନଗର ଅଞ୍ଚଳର ଶତାଧିକ ଦାଦନ ଶ୍ରମିକ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି। ଓଡ଼ିଆମାନେ ଯେଭଳି ସୁରକ୍ଷିତ ରହିବେ ସେ ନେଇ ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ…

ରାଜ୍ୟରେ ତୃତୀୟ: ଗଞ୍ଜାମରେ ୭ଦିନରେ କାର୍ଯ୍ୟକ୍ଷମ ହେବ କୋଭିଡ୍‌-୧୯ ହସ୍‌ପିଟାଲ

ଛତ୍ରପୁର,୨୮ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଥିବା ଟାଟା ମେମୋରିଆଲ ହସ୍ପିଟାଲକୁ କୋଭିଡ -୧୯ ହସ୍ପିଟାଲରେ ପରିଣତ କରାଯିବ। ସପ୍ତାହକ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ। ପୂର୍ବରୁ ରାଜ୍ୟ ସରକାର ୨ଟି ଘରୋଇ ହସ୍ପିଟାଲରେ କୋଭିଡ -୧୯ ହସ୍ପିଟାଲ କରିବାକୁ ଚୁକ୍ତି କରିଛନ୍ତି। ଟାଟା…

ସାଇକେଲରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୨୮ା୩(ଡି.ଏନ୍‌.ଏ.)- କରୋନାକୁ ପ୍ରତିରୋଧ ପାଇଁ ଗଞ୍ଜାମ ଜିଲାରେ ଲାଗୁ ହୋଇଥିବା ଲକ୍‌ଡାଉନ ଶନିବାର ସପ୍ତମ ଦିନରେ ପହଞ୍ଚତ୍ଛି। ଏନେଇ ଜିଲାରେ ବାଇକ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିଛି। ଗ୍ରାମାଞ୍ଚଳଗୁଡିକରେ କରୋନା ନେଇ ଜାରି ହୋଇଥିବା ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେଉଛି କି ନାହିଁ…

ଛତ୍ରପୁର ହସ୍ପିଟାଲରେ ଜୀବାଣୁ ନାଶକ ସ୍ପ୍ରେ

ଛତ୍ରପୁର,୨୮ା୩(ଡି.ଏନ୍‌.ଏ.)- ଛତ୍ରପୁର ହସ୍ପିଟାଲ ପରିସରରେ ଶୁକ୍ରବାର ଅଗ୍ନିଶମ ବିଭାଗ ପକ୍ଷରୁ ଜୀବାଣୁ ନାଶକ ସିଞ୍ଚନ କରାଯାଇଛି। ପରେ ଛତ୍ରପୁର ଏନ୍‌ଏସିର ବିଭିନ୍ନ ଛକରେ ମଧ୍ୟ ଏହାକୁ ସ୍ପ୍ରେ କରଯାଇଥିଲା। କରୋନା ନେଇ ସତର୍କତା ଅବଲମ୍ବନ କରି ଏନ୍‌ଏସିର ମନିଟରିଂରେ ଏହି ସ୍ପ୍ରେ…

୨ ପୂର୍ବତନ ବିଧାୟକଙ୍କ ସହ ୨୪ ଡାକ୍ତରଙ୍କୁ ନେଇ ସ୍ବେଚ୍ଛାସେବୀ ଡାକ୍ତର ପ୍ୟାନେଲ ଗଠିତ

ଛତ୍ରପୁର,୨୮ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାପ୍ରଶାସନ ପକ୍ଷରୁ ସ୍ବେଛାସେବୀ ଡାକ୍ତର ପ୍ୟାନେଲ ଗଠନ ହୋଇଛି। ଏହି ପ୍ୟାନେଲରେ ୨୪ ଜଣ ଡାକ୍ତର ଅଛନ୍ତି। ଉକ୍ତ ଡାକ୍ତର ମାନଙ୍କ ମଧ୍ୟରେ ୨ ଜଣ ପୂର୍ବତନ ବିଧାୟକ ତଥା ଡାକ୍ତର ଅଛନ୍ତି। ସେମାନେ ହେଲେ ଛତ୍ରପୁରର ପୂର୍ବତନ…

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପୁରୁଷୋତ୍ତମପୁର ତହସିଲ କର୍ମଚାରୀଙ୍କ ସହାୟତା

ପୁରୁଷୋତ୍ତମପୁର, ୨୮।୩(ଡି.ଏନ୍‌.ଏ.): କରୋନା(କୋଭିଡ-୧୯)ର ମୁକାବିଲା ଲାଗି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କର୍ମଚାରୀମାନେ ଆଗେଇ ଆସିଛନ୍ତି। ତହସିଲଦାର ଅରୁଣ କୁମାର ନାୟକ, ଅତିରିକ୍ତ ତହସିଲଦାର ସୁୁନୀଲ କୁମାର ଟୁଡୁଙ୍କ ସମେତ କାର୍ଯ୍ୟରତ ସମସ୍ତ ୪୮ କର୍ମଚାରୀ ସେମାନଙ୍କ ଗୋଟିଏ ଦିନର ଦରମା…

ଲକ୍‌ଡାଉନ: ବିନା କାମରେ ବାହାରେ ବୁଲୁଥିବା ଲୋକଙ୍କ ବାଇକ୍‌ ଜବତ କଲା ପୋଲିସ

ବ୍ରହ୍ମପୁର ଅଫିସ, ୨୮।୩: କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ଜାରି ରହିଛି। ତେବେ ଲକ୍‌ ଡାଉନର ୬ ଦିନ ପରେ ମଧ୍ୟ ବ୍ରହ୍ମପୁରବାସୀ ପ୍ରଶାସନର କଟକଣାକୁ ଅବମାନନା କରୁଛନ୍ତି। ପ୍ରଶାସନର ଅନୁରୋଧ ସତ୍ତ୍ୱେ ବିନା…

ଲକ୍‌ଡାଉନ: ସହରର ବିଭିନ୍ନ ସାହି ମୁଖ୍ୟରାସ୍ତାକୁ ସିଲ୍‌ କଲା ପ୍ରଶାସନ

ବ୍ରହ୍ମପୁର ଅଫିସ, ୨୮।୩: କରୋନା(କୋଭିଡ-୧୯) ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକ୍‌ ଡାଉନକୁ ସଫଳ କରିବାକୁ ଶନିବାରଠାରୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ସହରର ବିଭିନ୍ନ ଛକସ୍ଥାନ ସମେତ ବିଭିନ୍ନ ସାହିର ମୁଖ୍ୟ ପ୍ରବେଶ…

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପୁରୁଷୋତ୍ତମପୁର ତହସିଲ କର୍ମଚାରୀଙ୍କ ସହାୟତା

ପୁରୁଷୋତ୍ତମପୁର, ୨୮।୩(ଡି.ଏନ୍‌.ଏ.): କରୋନା(କୋଭିଡ-୧୯)ର ମୁକାବିଲା ଲାଗି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କର୍ମଚାରୀମାନେ ଆଗେଇ ଆସିଛନ୍ତି। ତହସିଲଦାର ଅରୁଣ କୁମାର ନାୟକ, ଅତିରିକ୍ତ ତହସିଲଦାର ଶୁନୀଲ କୁମାର ଟୁଡୁଙ୍କ ସମେତ କାର୍ଯ୍ୟରତ ସମସ୍ତ ୪୮ କର୍ମଚାରୀ ସେମାନଙ୍କ ଗୋଟିଏ ଦିନର ଦରମା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri