ଗଞ୍ଜାମ

ଗଞ୍ଜାମରେ ୧୫,୮୧୬ ଜଣଙ୍କ ହୋମ୍‌ କ୍ୱାରେଣ୍ଟାଇନ୍‌ ଅବଧି ସରିଲା, ଘରେ ରହିବାକୁ ଦିଆଯାଇଛି ପରାମର୍ଶ: ଜିଲାପାଳ

ଛତ୍ରପୁର, ୧୦।୪(ଡି.ଏନ୍‌.ଏ.)- କରୋନା ଭାଇରସକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାରେ ବିଦେଶ ଓ ଅନ୍ୟ ରାଜ୍ୟ ଫେରନ୍ତାଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ତେବେ ଶୁକ୍ରବାର ସୁଦ୍ଧା ଜିଲାରେ ୧୫,୮୧୬ ଜଣ ବିଦେଶ ଓ ଅନ୍ୟ ରାଜ୍ୟ ଫେରନ୍ତାଙ୍କ ହୋମ କ୍ୱାରେଣ୍ଟାଇନ୍‌…

ରାଶନ ଦୋକାନ ସିଲ୍‌ କଲା ପୋଲିସ: ୨ କୋର୍ଟ ଚାଲାଣ

ଦିଗପହଣ୍ଡି,୧୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ମୌଳାଭଣଞ୍ଜା ରାଧାନଗର ଗ୍ରାମର ରାଶନ ଦୋକାନୀ କବିରାଜ ବିଷୋୟୀଙ୍କୁ ଦିଗପହଣ୍ଡି ପୋଲିସ ଶୁକ୍ରବାର କେସ୍‌ ନଂ. ୭୫/୨୦ ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି। କବିରାଜଙ୍କ ରାଶନ ଦୋକାନକୁ ସାନଖେମୁଣ୍ଡି ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ତଥା ତହସିଲଦାର…

ଶେରଗଡ଼ରେ ବିଶୋଧନ ପ୍ରକ୍ରିୟା ଆରମ୍ଭ

ଶେରଗଡ଼,୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଅଞ୍ଚଳରେ ଶୁକ୍ରବାରଠାରୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ. ଦୟାସିନ୍ଧୁ ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମେ ଶେରଗଡ଼ ମେଡିକଲ,ଏଟିଏମ୍‌ କାଉଣ୍ଟର, ବଜାରରେ ଥିବା ମୁଖ୍ୟ…

ଗଞ୍ଜାମ ଶିତଳାପଲିରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ହସ୍ପିଟାଲ: ୨୦୦ ଶଯ୍ୟା,୧୫ ଆଇସିୟୁ ବେଡ୍‌

ଛତ୍ରପୁର, ୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶିତଳାପଲିଠାରେ ଥିବା ଟାଟା ଷ୍ଟିଲ ମେଡିକାଲ, ହସ୍ପିଟାଲକୁ ଟାଟା ଗ୍ରୁପ ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ କୋଭିଡ ହସ୍ପିଟାଲ କରାଯାଇଛି। ଶୁକ୍ରବାରଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି। ଏଠାରେ ୨୦୦ ଶଯ୍ୟା ରହିଥିବା ବେଳେ ୧୫ଟି ଆଇସିୟୁ…

ରାଇସ୍‌ ମିଲ୍‌ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ

ଧରାକୋଟ,୧୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ରାଇସ୍‌ମିଲ୍‌ ମାଲିକ ସଂଘ ପକ୍ଷରୁ କରୋନା ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ସଂଘ ପକ୍ଷରୁ ଧରାକୋଟ ବିଡିଓ ବିବୁଧ ଗଡ଼ନାୟକଙ୍କୁ ୧…

ରିଲିଫ ପାଣ୍ଠିକୁ ୫୦ ହଜାର ଦେଲେ ପ୍ରଧାନଶିକ୍ଷୟିତ୍ରୀ

ପୋଲସରା,୧୦ା୪(ଡି.ଏନ.ଏ.)-ମହାମାରୀ କରୋନ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପୋଲସରା ଲିଙ୍ଗରାଜ ବାଳିକା ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜିତା ସାହୁ ୫୦ ହଜାର ଟଙ୍କା ଦାନ କରିଛନ୍ତି। ସେ ଏହି ଟଙ୍କାର ଚେକ୍‌ ବିଡିଓ ଶମ୍ଭୁନାଥ ନନ୍ଦିଙ୍କୁ ପ୍ରଦାନ କରିଛନ୍ତି। ବିହିଓ…

ଲକ୍‌ଡାଉନ ନିୟମ ଉଲ୍ଲଂଘନ: ବ୍ରହ୍ମପୁର ଜିଲାରେ ୧୭୫୭ ବାଇକ୍‌ ଜବତ

ବ୍ରହ୍ମପୁର ଅଫିସ,୧୦ା୪-କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। ଲକ୍‌ଡାଉନ ପାଇଁ କଡା ନିୟମ କରାଯାଇଛି। ଜରୁରୀ କାମ ନ ଥିଲେ ଘରୁ ନ ବାହରିବାକୁ ପରାମର୍ଶ ଦିଆଯାଇଛି। ଏପରିକି ଜିଲାରେ ଆଂଶିକ ଶଟଡାଉନ୍‌ ନିର୍ଦ୍ଦେଶ ମଧ୍ୟ ରହିଛି। ସେହିପରି…

ଆଇଆର୍‌ପିଏମ୍‌ ବିଭାଗର ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ: ଜୁମ୍‌ ଆପ୍‌ ଜରିଆରେ ଶିକ୍ଷାଦାନ

ବ୍ରହ୍ମପୁର ଅଫିସ,୧୦ା୪-କୋଭିଡ୍‌-୧୯ ମୁକାବିଲା ପାଇଁ ଜିଲାରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାର ପ୍ରଭାବରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ା ଏହି ସମୟରେ ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷାଦାନ ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆଇଆର୍‌ପିଏମ୍‌ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ା…

ଗଞ୍ଜାମର ସମସ୍ତ ପ୍ରବେଶ ପଥରେ ଲାଗିବ ସିସି କ୍ୟାମେରା, ମୁତୟନ ହେବେ ମାଜିଷ୍ଟ୍ରେଟ

ଛତ୍ରପୁର,୧୦ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ସମସ୍ତ ପ୍ରବେଶ ପଥରେ ସିସି କ୍ୟାମେରା ଲାଗିବ ଓ ମାଜିଷ୍ଟ୍ରେଟ ମୁତୟନ ହେବେ। ସମସ୍ତ ଯାନ ବାହାନ ଯାଞ୍ଚ କରାଯିବ। ମାଲବାହୀ ଗାଡିର ଚାଳକ ଓ ହେଲ୍‌ପର ପରିଚୟପତ୍ର ଦେଖାଇଲେ ଜିଲା ଭିତରକୁ ଛଡାଯିବ। ସେଥିରେ ଯାତ୍ରୀ…

ବିଶୋଧନ ହେଲା ଆର.ଉଦୟଗିରି, ନୂଆଗଡର ବିଭିନ୍ନ ସ୍ଥାନ

ଆର.ଉଦୟଗିରି,୯ା୪(ଡି.ଏନ.ଏ.)- ଗଜପତି ଜିଲା ଆର.ଉଦୟଗିରି, ନୂଆଗଡ, ଖଜୁରିପଦା ଓ ବଡପଦା ସହରରେ ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧନ କରାଯାଇଛି। ବ୍ଲକର ତହସିଲ, ବ୍ଲକ, ମେଡିକାଲ, ସାହିର ଗଳିକନ୍ଦି ଏବଂ ମୁଖ୍ୟ ରାସ୍ତା ଦୁଇ ପାଖରେ ଦମକଳ ଗାଡି କେମିକାଲ…

ଗଞ୍ଜାମରେ ଘରକୁ ଘର ବୁଲି କରାଯିବ ସ୍ବାସ୍ଥ୍ୟ ଯାଞ୍ଚ: ସାରୁ ଗ୍ରାମରୁ ଆରମ୍ଭ, ଉପସ୍ଥିତ ରହିଲେ ଜିଲାପାଳ

ହିଞ୍ଜିଳିକାଟୁ, ୯ା୪(ଡି.ଏନ୍‌.ଏ) : ରାଜ୍ୟରେ କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲାକୁ ନେଇ ଲୋକଙ୍କ ସ୍ବାସ୍ଥ୍ୟ ନିରୀକ୍ଷଣ ପ୍ରଣାଳୀକୁ ଘରକୁ ଘର ବୁଲି ସର୍ଭେ ପାଇଁ ରାଜ୍ୟରେ ପ୍ରଥମ ଜିଲା ଭାବେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ…

ଘର ଘର ବୁଲି ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ଆରମ୍ଭ: ୪୦ ଲକ୍ଷ ଲୋକଙ୍କ କରାଯିବ ସ୍କ୍ରିନିଂ

ଛତ୍ରପୁର,୯ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ସମସ୍ତ ଘରକୁ ଯାଇ ଗଠିତ ଟିମ୍‌ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ ଆରମ୍ଭ କରିଛନ୍ତି। ୩ ଦିନ ମଧ୍ୟରେ ଏହି ଯାଞ୍ଚ ସମ୍ପୂର୍ଣ୍ଣ ଭାବେ ସରିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri