ଗଞ୍ଜାମ

ଅତିରିକ୍ତ ତହସିଲଦାରଙ୍କ ଉପରୁ ହଟିଲା ବାସନ୍ଦ କଟକଣା

ଛତ୍ରପୁର, ୨୯ା୧୧ (ଦିଲୀପ ସାମଲ): କୈବର୍ତ୍ତ କୁଳ ସମାଜରୁ ବାସନ୍ଦ ହୋଇଥିବା ଆସିକା ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କ ଉପରୁ ଜାତିରୁ ବାସନ୍ଦ କଟକଣା ହଟିଛି। ବେହେରାଙ୍କ ପରିବାର କୁଳରେ ସାମିଲ ହେବା ପାଇଁ କୁଳ ସମାଜର କର୍ମକର୍ତ୍ତା ରାଜି ହୋଇଛନ୍ତି…

ବାପାଙ୍କ ପିଣ୍ଡ ବିସର୍ଜ ବେଳେ ବୁଡ଼ିଗଲେ ପୁଅ

ଆସିକା ୨୯ା୧୧ (ସୁରେନ୍ଦ୍ର ନାଥ ସାହୁ): ଆସିକା ଏନ୍‌ଏସିର ସୁନାମ୍ବ ସାହି ଜଗନ୍ନାଥ ମନ୍ଦିର ସଂଲଗ୍ନ ଋଷିକୂଲ୍ୟ ନଦୀ ଗଣ୍ଡରେ ଶନିବାର ବାପାଙ୍କ ଶ୍ରାଦ୍ଧ କାର୍ଯ୍ୟ ସାରି ପିଣ୍ଡ ବିସର୍ଜନ ବେଳେ ବୁଡ଼ି ଯାଇ ପୁଅଙ୍କ ମୃତ୍ୟୁ ଘଟିଛି। ସେ ହେଲେ…

ପୋଖରୀରେ ବୁଡି ଶିଶୁ ପୁତ୍ର ମୃତ ଘଟଣା: ସହାୟତାର ହାତ ବଢ଼େଇଲେ

ଗଞ୍ଜାମ,୨୯।୧୧(ବିଦ୍ୟାଧର ସାହୁ ):ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗାଁ ପୋଖରୀରେ ବୁଡି ଜଣେ ଅଢେଇ ବର୍ଷର ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଛିା l ସେହି ଗାଁରେ ଭଡାରେ ରହୁଥିବା ସୁମୁନାଥ ପାତ୍ରଙ୍କ ପୁଅ ବନ୍ଧ ପାଖରେ ବୁଲୁ ଥିବା ବେଳେ ପାଣି…

ମାଲିକଙ୍କ ଆଖି ଆଗରେ ଜଳିଲା କଣ୍ଟେନର

ଗୋପାଳପୁର,୨୯ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ. ଜାତୀୟ ରାଜପଥ ଗୋଳନ୍ଥରା ଥାନା ଅଧୀନ କନିଶିହାଟ ନିକଟ ରାସ୍ତାରେ ଏକ କଣ୍ଟେନର ହୁତହୁତ ହୋଇ ଜଳି ଯାଇଛି। କଣ୍ଟେନରକୁ ମାଲିକ ସାୱନ ଚୌଧୁରୀ ନିଜେ ଚଳାଉଥିବା ବେଳେ ସେ ଅଳ୍ପକେ…

‘ଦିବ୍ୟାଙ୍ଗ ଅଧିକାର ଅଧିନିୟମ ସଠିକ୍‌ କାର୍ଯ୍ୟକାରୀ ହେଉ’

ଭଞ୍ଜନଗର,୨୯ା୧୧(ବାବୁଲା ପ୍ରଧାନ): ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଓଡ଼ିଶା ବିକଳାଙ୍ଗ ମଞ୍ଚ ଓ ବାର୍ଡ ମିଳିତ ସହଯୋଗରେ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ପଞ୍ଚାୟତ ସଭାଗୃହରେ ଶନିବାର ‘ଆମ ଅଧିକାର ଆମକୁ ଦିଅ’ ଉପରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ…

ଅଗ୍ନିକାଣ୍ଡରେ ୧୦ ଘର ପୋଡି ପାଉଁଶ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରାସିଂ ଥାନା ଅନ୍ତର୍ଗତ ଗରୁଡ଼ୁଗାଁରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମଧ୍ୟ ପୋଡିଯାଇଛି। ଖବରପାଇ ଭଞ୍ଜନଗର ଦମକଳ ବାହିନୀ ଘଟଣାସ୍ଥଳରେ…

ସଚେତନତା ବଢ଼ିଲେ, ଦୁର୍ଘଟଣାହାର କମିବ: ଗାଡି ଚାଳକଙ୍କୁ ସଚେତନ କରାଇଲେ ମହିଳା

ଭଞ୍ଜନଗର,୨୯/୧୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଲବ ପକ୍ଷରୁ ଭଞ୍ଜନଗର ବେଲଗୁଣ୍ଠା ରୋଡ ନୂଆଗାଁ ସେତୁ ଉପରେ ଶୂନ୍ୟ ମୃତାହତ ପକ୍ଷ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେଠାରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଭଞ୍ଜନଗର…

ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ଅତିରିକ୍ତ ତହସିଲଦାରଙ୍କ ପରିବାରକୁ କଲେ ବାସନ୍ଦ, ଅଭିଯୋଗ ପରେ…

ଛତ୍ରପୁର, ୨୮।୧୧ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଆସିକା ଅତିରିକ୍ତ ତହସିଲଦାର ସୌଦାଗର ବେହେରା ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ତାଙ୍କୁ ଏବଂ ତାଙ୍କର ପରିବାରକୁ କୈବର୍ତ୍ତ୍ୟ ସମାଜ କୂଳରୁ ବାସନ୍ଦ କରାଯାଇଥିବା ଛତ୍ରପୁର ଥାନାରେ ଏକ ଅଭିଯୋଗ ହୋଇଛି।…

ଥିବାଙ୍କୁ ଦାୟିତ୍ୱ ନାହିଁ, ଡେପୁଟେଶନକୁ ଗୁରୁତ୍ୱ: ଭଞ୍ଜନଗର ଆରଡିରେ ମନ୍ଥର ଗତିରେ ଚାଲିଛି ଉନ୍ନୟନ କାର୍ଯ୍ୟ

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀଙ୍କ ଅଧିନରେ ଚାଲୁଥିବା ଅନେକ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଦାୟିତ୍ୱରେ ଥିବା ଅଧିକାରୀମାନେ ନିୟମିତ କାମଗୁଡିକ ତଦାରଖ କରୁନାହାନ୍ତି । ଅନ୍ୟପଟେ ଅଧିକାରୀ ଏବଂ ଠିକାଦାର ମଧ୍ୟରେ…

ଭଞ୍ଜନଗର ଥାନାରେ ସିବିଆଇ ଟିମ୍‌: ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତିର …

ଭଞ୍ଜନଗର,୨୮।୧୧(ବାବୁଲା ପ୍ରଧାନ): ଓଡ଼ିଶା ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏ ନେଇ ପ୍ରଥମେ ପୋଲିସ ଘଟଣାର ତଦନ୍ତ କରିଥିଲା। ପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିଲା। କିନ୍ତୁ ଘଟଣାର ଅଧିକ ତଦନ୍ତ ପାଇଁ ରାଜ୍ୟ ସରକାର ସିବିଆଇକୁ…

ପାଟପୁରରେ ଏମ୍‌ପି ଖେଳ ମହୋତ୍ସବ

ଦିଗପହଣ୍ଡି,୨୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ସ୍ତରୀୟ ଏମ୍‌ପି ଖେଳ ମହୋତ୍ସବ ଶୁକ୍ରବାର ପାଟପୁର କଲେଜ ମିନି ଷ୍ଟାଡିୟମ ଓ ଗୌତମୀ ହାଇସ୍କୁଲ ଖେଳ ପଡ଼ିଆ ପରିସରରେ ଆରମ୍ଭ ହୋଇଛି। ପାଟପୁର ମିନି ଷ୍ଟାଡିୟମ ଠାରେ ବିଡିଓ ଜିତେନ୍ଦ୍ର…

ଭଞ୍ଜ ଟ୍ରଫି ୨୦୨୫: ହାଇଦ୍ରାବାଦକୁ ହରାଇ ଫୁଲବାଣୀ ସେମିରେ

ଭଞ୍ଜନଗର,୨୮।୧୧(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ସର୍ବ ଭାରତୀୟ ଭଞ୍ଜ ଟ୍ରଫି ୨୦୨୫ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଛି। ଶୁକ୍ରବାର ଗ୍ରୁପ ବିର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ ଫୁଲବାଣୀ ଜେଡି କ୍ଲବକୁ ହାଇଦ୍ରାବାଦ ତେଲେଙ୍ଗାନା ପୋଲିସ ସ୍ପୋର୍ଟସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri