ଖାଲି ହେଲା ଆମ୍ବ ବଜାର: ୩ ଦିନରେ ୪ ହଜାର କୁଇଣ୍ଟାଲ ଆମ୍ବ ନଷ୍ଟ
ବ୍ରହ୍ମପୁର ଅଫିସ,୧୫ା୫-ବ୍ରହ୍ମପୁର ମହାନଗର ନିଗମ ନିର୍ଦ୍ଦେଶରେ ଅନ୍ଧପସରା ରୋଡ ନିକଟସ୍ଥ ଆମ୍ବ ବଜାର ଗୁରୁବାର ଖାଲି କରାଯାଇଛି। ବିଏମ୍ସିର ନିର୍ଦ୍ଦେଶ ପ୍ରକାରେ ଭୋର ୪ଟାରୁ ଅପରାହ୍ନ ୧ଟା ମଧ୍ୟରେ ବ୍ୟବସାୟୀମାନେ ମାର୍କେଟରେ ଥିବା ସମସ୍ତ ଆମ୍ବ ଖାଲି କରିଛନ୍ତି ା କିନ୍ତୁ…
ନିୟମ ଉଲ୍ଲଂଘନ ଅଭିଯୋଗ: ୪ ଦୋକାନ ସିଲ୍
ବ୍ରହ୍ମପୁର ଅଫିସ,୧୫ା୫-କରୋନା ପାଇଁ ଲକ୍ଡାଉନ୍ ଜାରି ରହିଛି। ଏହାକୁ ଉଲ୍ଲଂଘନ ଅଭିଯୋଗରେ ଗୁରୁବାର ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୪ ଦୋକାନ ସିଲ୍ କରାଯାଇଛି। ଏଥିସହ ସାମାଜିକ ଦୂରଦ୍ୱ ନିୟମ ଉଲ୍ଲଂଘନ ଓ ମାସ୍କ ବ୍ୟବହାର ନ କରିବା ଅଭିଯୋଗରେ ୪୧…
ଘର ମାଲିକଙ୍କ ବଦାନ୍ୟତା: ୧୨ ପରିବାରଙ୍କୁ ଛାଡ କଲେ ମାସକର ଭଡା,ସମ୍ବର୍ଦ୍ଧିତ କଲେ ଉପଜିଲାପାଳ
ବ୍ରହ୍ମପୁର ଅଫିସ,୧୫ା୫-କରୋନା ସ୍ଥିତି ରାଜ୍ୟରେ ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ଏଭଳି ସମୟରେ ବ୍ରହ୍ମପୁରରେ ରହୁଥିବା ଗରିବ ପରିବାରଙ୍କର ମାସକର ଘର ଭଡା ଛାଡକରି ବଦାନ୍ୟତା ଦେଖାଇଛନ୍ତି ମାଲିକ ମୁରଲୀ ମୋହନ ଆଚାର୍ଯ୍ୟ। ଆସ୍କାରୋଡ ସୋମନାଥନଗର ୫ମ ଲେନ୍ ଗୁପ୍ଚୁପ୍…
ବସ୍ରେ ଗୁଜରାଟରୁ ଆସିଲେ ୩୮ଜଣ ଫୁଲବାଣୀ ପ୍ରବାସୀ: ଓଡ଼ିଆଙ୍କୁ ଭଞ୍ଜନଗରରେ ଓହ୍ଲାଇ ଦେଲା ବସ୍
ଭଞ୍ଜନଗର,୧୫।୫(ଡି.ଏନ.ଏ)- ଗୁଜରାଟରୁ ଓଡ଼ିଶାକୁ ଟ୍ରେନ୍ ସେବା ଆରମ୍ଭ ପରେ ବସ୍ ସେବା ବନ୍ଦ ହୋଇଯାଇଥିଲା। କିନ୍ତୁ ଗୁରୁବାର କରସିଙ୍ଗି ଦେଇ ଗଞ୍ଜାମକୁ ଗୋଟିଏ ବସ୍ରେ ଗୁଜରାଟର ବିଭିନ୍ନ ଅଞ୍ଚଳରୁ ୩୮ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି। ଏହାପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ବିଭିନ୍ନ…
କୋଭିଡ୍ ଆମ୍ବୁଲାନ୍ସରୁ ଓହ୍ଲାଇ ନଳକୂପରେ ପିଇଲେ ପାଣି: ସାନିଟାଇଜ୍ ହେଲା ଗ୍ରାମ, ଲୋକେ ଭୟଭୀତ
ପାଟପୁର,୧୫ା୫(ଡି.ଏନ୍.ଏ.)- କୋଭିଡ୍-୧୯ ଆମ୍ବୁଲାନ୍ସରୁ ଓହ୍ଲାଇ ୨ ଅନ୍ତେବାସୀ ଗ୍ରାମ ନଳକୂପରୁ ପାଣି ପିଇବା ପରେ ଗଁା ସାନିଟାଇଜ୍ କରାଯାଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଅଞ୍ଚଳରେ। ଏକ କୋଭିଡ୍-୧୯ ଆମ୍ବୁଲାନ୍ସ ଗୁରୁବାର ମଧ୍ୟାହ୍ନରେ ସଙ୍ଗରୋଧ ଗୃହରୁ…
ବାଟଭୂଲି ପାତ୍ରପୁରରେ ନବରଙ୍ଗପୁର ଶ୍ରମିକ
ପାତ୍ରପୁର,୧୫ା୫(ଡି.ଏନ୍.ଏ.)- ବିଜୟୱାଡ଼ାରୁ ଚାଲିଚାଲି ନବରଙ୍ଗପୁର ଜିଲାକୁ ଯାଉଥିବା ୧୧ ଶ୍ରମିକ ବାଟଭୂଲି ଗୁରୁବାର ପାତ୍ରପୁର ବ୍ଲକ ଜୟନ୍ତିପୁରରେ ପହଞ୍ଚତ୍ଛନ୍ତି। ଲକ୍ଡାଉନ୍ ପରେ ଫସି ରହିଥିବା ଶ୍ରମିକ ଚାଲିଚାଲି ଘର ଅଭିମୁଖେ ବାହାରିଥିଲେ। ଭୁଲବଶତଃ ସେମାନେ ଆନ୍ଧ୍ର ସୀମା ପାରି ହେବାପରେ ଓଡ଼ିଶା…
କୋଭିଡ୍ ଡ୍ୟୁଟିରେ ଥିବା ଶିକ୍ଷକଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦାବି
ବୁଗୁଡ଼ା,୧୪ା୫(ଡି.ଏନ.ଏ.)- କୋଭିଡ୍ ଡ୍ୟୁଟିରେ ଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଗୁରୁବାର ସ୍ଥାନୀୟ ବିଡିଓଙ୍କ ଜରିଆରେ ଗଞ୍ଜାମ ଜିଲାପାଳଙ୍କୁ ଦାବିପତ୍ର ଦେଇଛି ବୁଗୁଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ। ଏନେଇ ମୁଖ୍ୟମନ୍ତ୍ରୀ, ଗୋଷ୍ଠୀ ଶିକ୍ଷାଧିକାରୀ ବୁଗୁଡ଼ା, ଜିଲା ଶିକ୍ଷାଧିକାରୀ, ଏନ୍ଏସି…
କ୍ୱାରାଣ୍ଟାଇନ୍ ସେଣ୍ଟରରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଆଇଜି: ପ୍ରଶାସନକୁ ସହଯୋଗ କରିବାକୁ ଦେଲେ ପରାମର୍ଶ
ଛତ୍ରପୁର, ୧୪।୫(ଡି.ଏନ୍.ଏ.)- ଗଞ୍ଜାମ ଜିଲା ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ପୋଲିସ ଡ଼ିଆଇଜି ସତ୍ୟବ୍ରତ ଭୋଇ ଗୁରୁବାର ଜିଲାର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟର ପରିଦର୍ଶନ କରିଛନ୍ତି। ସେଠାରେ ସେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ସହ ସୁରଟ ଫେରନ୍ତା ପ୍ରବାସୀ ତଥା…
ଗଞ୍ଜାମର କ୍ୱାରାଣ୍ଟାଇନ୍ ସେଣ୍ଟରରେ ପ୍ରବାସୀଙ୍କ ପାଇଁ ହାସ୍ୟ ଶିବିର
ଛତ୍ରପୁର, ୧୪।୫(ଡି.ଏନ୍.ଏ.)- ଗଞ୍ଜାମ ଜିଲାର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ଅନ୍ତେବାସୀଙ୍କ ପାଇଁ ହାସ୍ୟ ଶିବିରର ଆୟୋଜନ କରାଯାଉଛି। ଏହାଫଳରେ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଅନ୍ତେବାସୀଙ୍କ ମନ ସ୍ଥିର ରହିବା ସହ ସ୍ବାସ୍ଥ୍ୟାବସ୍ଥା ଠିକ ରହିପାରୁଥିବା କୁହାଯାଇଛି। ଏହାଛଡ଼ା ପ୍ରବାସୀମାନେ ଯୋଗଠାରୁ…
ଆମ୍ବୁଲାନ୍ସରେ ପ୍ରସବ କଲେ କ୍ୱାରାଣ୍ଟାଇନ୍ ସେଣ୍ଟରର ପ୍ରବାସୀ ମହିଳା
ବ୍ରହ୍ମପୁର ଅଫିସ,୧୪ା୫: ଗଞ୍ଜାମରେ ପ୍ରବାସୀ ଓଡ଼ିଆଙ୍କ ଯୋଗୁ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର କୋଣ ଅନୁକୋଣରେ ଏବେ ପ୍ରବାସୀମାନେ ପ୍ରବଳ ସମସ୍ୟାରେ ଥିବା ବେଳେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କୋଦଳା କ୍ୱାରାଣ୍ଟାଇନ୍…
ଖେମୁଣ୍ଡି କଲେଜରେ କୋଭିଡ୍ କେୟାର ହସ୍ପିଟାଲ ପ୍ରସ୍ତାବକୁ ପୁରାତନ ଛାତ୍ରସଂଘର ବିରୋଧ
ଦିଗପହଣ୍ଡି,୧୪ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ କୋଭିଡ୍ କେୟାର ହସ୍ପିଟାଲ ପ୍ରସ୍ତାବକୁ କଲେଜର ପୁରାତନ ଛାତ୍ରସଂଘ ସମେତ ସହରର ସଚେତନ ଜନସାଧାରଣ ବିରୋଧ କରିଛନ୍ତି। ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ ଡିଗ୍ରୀ କଲେଜ ଭାବେ ସୁନାମ ଅର୍ଜନ କରିଥିବା ଖେମୁଣ୍ଡି…
ଡଙ୍ଗା ଯୋଗେ ଚାଲିଛି ମଦ କାରବାର, ୬ ଗିରଫ
ଛତ୍ରପୁର,୧୪ା୫(ଡି.ଏନ୍.ଏ.): ଚିଲିକାରେ ଡଙ୍ଗା ଯୋଗେ ହେଉଥିବା ଚୋରା ମଦ କାରବାରକୁ ଗଞ୍ଜାମ ଜିଲା ରମ୍ଭା ଥାନା ପୋଲିସ ଠାବ କରିଛି। ଚିଲିକାର ରମ୍ଭା ଫେରି ଘାଟରେ ଚଢ଼ାଉ କରି ଉକ୍ତ ଡଙ୍ଗାରୁ ୧ ହଜାର ଲିଟର ଦେଶୀ ମଦ ଜବତ କରିଥିବା…
Archives


