ସଙ୍ଗରୋଧରେ ଗଲେ ଜଣେ ଇନ୍ସପେକ୍ଟରଙ୍କ ସମେତ ୮ କର୍ମଚାରୀ
ବ୍ରହ୍ମପୁର ଅଫିସ,୨୬ା୬- ବ୍ରହ୍ମପୁର ମଣ୍ଡଳ କାରାଗାରରେ ପୁଣି ଜଣେ ଅନ୍ତେବାସୀ କରୋନା ପଜିଟିଭ ହୋଇଛନ୍ତି। ତେଣୁ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବା ବଡବଜାର ଥାନା ଇନ୍ସପେକ୍ଟରଙ୍କ ସମେତ ୮ ପୋଲିସ କର୍ମଚାରୀଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ନିର୍ଦ୍ଦେଶ…
ପାର୍କିଂ ଫି ଆଦାୟ କରିବେ କିନ୍ନର, ଜୁଲାଇରେ ନେବେ ତାଲିମ
ବ୍ରହ୍ମପୁର ଅଫିସ,୨୬।୬- ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଚିହ୍ନଟ ପାର୍କିଂ ସ୍ଥଳରେ କିନ୍ନର ମାନେ ପାର୍କିଂ ଫି ଆଦାୟ କରିବେ। ଏନେଇ ଗୁରୁବାର ବିଏମ୍ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅଞ୍ଚଳରେ କିନ୍ନରଙ୍କୁ ନେଇ ଗଠିତ ୨ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି)କୁ ଏହି…
୨୭ରୁ ବ୍ରହ୍ମପୁର ୪ଦିନିଆ ଶଟ୍ଡାଉନ୍
ଛତ୍ରପୁର,୨୬ା୬(ଡି.ଏନ୍.ଏ.)- ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୭ରୁ ୩୦ ତାରିଖ (୪ଦିନ) ପର୍ଯ୍ୟନ୍ତ ବ୍ରହ୍ମପୁର ମହାନଗର ସମ୍ପୂର୍ଣ୍ଣ ଶଟ୍ଡାଉନ୍ ରହିବ। ଏହି ସମୟରେ କେବଳ ସ୍ବାସ୍ଥ୍ୟସେବା ଓ କ୍ଷୀର ଯୋଗାଣ…
ବ୍ରହ୍ମପୁର ୪ ଦିନ ପାଇଁ ଶଟ୍ଡାଉନ୍
ଛତ୍ରପୁର,୨୫ା୬(ଡି.ଏନ୍.ଏ.)- ବ୍ରହ୍ମପୁର ମହାନଗରରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ସହରରେ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଆସନ୍ତା ୨୭ରୁ ୩୦ ତାରିଖ (୪ଦିନ) ପର୍ଯ୍ୟନ୍ତ ବ୍ରହ୍ମପୁର ସମ୍ପୂର୍ଣ୍ଣ ଶଟ୍ଡାଉନ୍ ରହିବ। ଏହି ସମୟରେ କେବଳ ସ୍ବାସ୍ଥ୍ୟସେବା…
ଲକ୍ ଡାଉନ୍ ନିୟମକୁ ଉଲ୍ଲଘଂନ କରି ଚାଲିଥିଲା ପାଠପଢା: କୋଚିଂ ସେଣ୍ଟରକୁ ସିଲ କଲା ପ୍ରଶାସନ
ବ୍ରହ୍ମପୁର ଅଫିସ,୨୫ା୬-କରୋନା ସଂକ୍ରମଣକୁ ପ୍ରତିହତ କରିବା ନେଇ ଘୋଷିତ ଲକ୍ ଡାଉନ୍ ନିୟମାବଳୀ ଉଲ୍ଲଂଘନ କରି ଶିକ୍ଷାଦାନ କରୁଥିବା ଏକ ଘରୋଇ କୋଚିଂ ସେଣ୍ଟରକୁ ଗୁରୁବାର ପ୍ରଶାସନ ପକ୍ଷରୁ ସିଲ କରାଯାଇଥିବା ସୂଚନା ମିଳିଛି। ଲକ୍ ଡାଉନ ସମୟରେ କୋଚିଂ ସେଣ୍ଟର…
ବ୍ରହ୍ମପୁରରେ ସଙ୍ଗିନ ହେଉଛି କରୋନା ସ୍ଥିତି
ବ୍ରହ୍ମପୁର ଅଫିସ,୨୫ା୬-ବ୍ରହ୍ମପୁରରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସହରର ଭିଡ ନିୟନ୍ତ୍ରଣ କରିବା ନେଇ ବୁଧବାର ବିଳମ୍ବିତ ରାତ୍ରିରୁ ପ୍ରଶାସନ ପକ୍ଷରୁ ସହରର ଜନଗହଳିପୂର୍ଣ୍ଣ ଗଳିର ମୁହଁକୁ ସିଲ କରାଯିବା ପ୍ରକ୍ରିୟା ଆରମ୍ଭ…
ପୋଲିସ ଏସ୍ଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ
ବ୍ରହ୍ମପୁର ଅଫିସ/ଜଗନ୍ନାଥପ୍ରସାଦ,୨୫।୬(ଡି.ଏନ.ଏ.)- ଏକ ମାମଲାର ସମାଧାନ ପାଇଁ ଲାଞ୍ଚ ନେଉଥିବାବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନାରେ କାର୍ଯ୍ୟରତ ପ୍ରୋବେସନାଲ ଏସ୍ଆଇ ସିଦ୍ଧାର୍ଥ କୁମାର ଗୌଡ଼। ଏ ନେଇ ନଂ. ୮/୨୦ରେ ଗୌଡ଼ଙ୍କୁ ଗିରଫ କରାଯିବା ସହ…
ପଦ୍ମନାଭପୁର ଗାଁକୁ ଶଟ୍ଡାଉନ୍ ଘୋଷଣା କଲେ ସରପଞ୍ଚ
ଦିଗପହଣ୍ଡି,୨୫ା୬(ଡି.ଏନ୍.ଏ.): କୋଭିଡ୍-୧୯ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ମାସ୍କ ପରିଧାନ କରିବା ନେଇ ପ୍ରଶାସନ କଡ଼ା ନଜର ରଖିଥିବା ବେଳେ ଗୁରୁବାର ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗାଁକୁ ସ୍ଥାନୀୟ ପ୍ରଶାସନର ଅନୁମତି କ୍ରମେ ପଞ୍ଚାୟତ ସରପଞ୍ଚ ବି. କ୍ରିଷ୍ଣା…
ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ ୨ କରୋନା ଯୋଦ୍ଧା
ଛତ୍ରପୁର,୨୫ା୬(ଡି.ଏନ୍.ଏ.): ଗଞ୍ଜାମ ପୋଲିସ ଅଧୀନ କାର୍ଯ୍ୟ କରୁଥିବା ୨ ଜଣ କରୋନା ଯୋଦ୍ଧା ଗୁରୁବାର ସୁସ୍ଥ ହୋଇଛନ୍ତି। ଏମାନେ ହେଲେ ଛତ୍ରପୁର ଏସ୍ଡିପିଓ ଓ ଥାନା ଆଇଆଇସି। ଉଭୟ ଅଧିକାରୀ କାର୍ଯ୍ୟରେ ଯୋଗ ଦେଇଥିବା ସମ୍ପର୍କରେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର…
ସାନିଟାଇଜ୍ ହେଲା ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ
ଛତ୍ରପୁର,୨୫ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବରିଷ୍ଠ ଅଫିସରମାନେ ମଧ୍ୟ ସଂକ୍ରମିତ ହେଲେଣି। ୧୦ଦିନ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କୁ ମନା ରହିଛି। ସମସ୍ତ ସରକାରୀ ଅଫିସକୁ ସାନିଟାଇଜ୍ କରାଯିବାକୁ ଥିବା ବେଳେ…
ଗଞ୍ଜାମରେ ପୁଣି ୫୮ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୮କୁ ବୃଦ୍ଧି
ଛତ୍ରପୁର,୨୫ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦ୍ରୁତଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ଜିଲାରେ ୫୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ବର୍ତ୍ତମାନ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୮କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୫୧ଜଣ ବିଭିନ୍ନ…
ପୁରୁଷୋତ୍ତମପୁରରେ ବିଭିନ୍ନ ବଜାର, ବସ୍ଷ୍ଟାଣ୍ଡକୁ ସିଲ କଲା ଏନ୍ଏସି ପ୍ରଶାସନ
ପୁରୁଷୋତ୍ତମପୁର, ୨୫।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଗୁରୁବାର ବିଭିନ୍ନ ବଜାରକୁ ଏନ୍ଏସି ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ବଡବଜାର, ପରିବା ମାର୍କେଟ ଓ ବସ୍ଷ୍ଟାଣ୍ଡରେ ପ୍ରବଳ ଜନଗହଳି ହେଉଥିବା ବେଳେ ଲୋକେ…
Archives


