୧୦ରେ ବିଏମ୍ସି ଭାଙ୍ଗିବ ଗିରି ମାର୍କେଟ କୋଠା
ବ୍ରହ୍ମପୁର ଅଫିସ,୨।୧୧: ବ୍ରହ୍ମପୁର ସହରର ବହୁ ପୁରାତନ ୫୦ ବର୍ଷ ପୁରୁଣା ଗିରି ମାର୍କେଟ କୋଠା ଆସନ୍ତା ୧୦ ତାରିଖରେ ଭଙ୍ଗା ଯିବାକୁ ନେଇ ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି)ପକ୍ଷରୁ ନିଷ୍ପତ୍ତି ହୋଇଥିବା ବିଏମ୍ସି ଡେପୁଟି କମିଶନର ନୀଳମାଧବ ଭୋଇ ସୂଚନା ଦେଇଛନ୍ତି।…
ଋଷିକୁଲ୍ୟାରେ ଆରମ୍ଭ ହେଲା ଅଲିଭ ରିଡ୍ଲେ ସୁରକ୍ଷା ଅଭିଯାନ
ଗଞ୍ଜାମ,୨।୧୧(ଡି.ଏନ.ଏ.): ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣରେ ପ୍ରତିବର୍ଷ ପରି ଚଳିତ ବର୍ଷ ନଭେମ୍ବର ୧ ତାରିଖରୁ ଅଲିଭ ରିଡଲେ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ପୂର୍ବାହ୍ନରେ ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ କୁମାର ନାୟକ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ…
ସ୍ମାର୍ଟକେମ୍ କମ୍ପାନୀ କାର୍ଯ୍ୟକୁ ବିରୋଧ ଜାରି
ଛତ୍ରପୁର,୨ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କାଳିପଲ୍ଲୀ ଗ୍ରାମ ନିକଟରେ ଟାଟା କମ୍ପାନୀର ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ୍ ଟେକ୍ନୋଲୋଜି ନାମକ ଏକ କାରଖାନା ନିର୍ମାଣକୁ ସ୍ଥାନୀୟ ଲୋକଙ୍କ ବିରୋଧ ଜାରି ରହିଛି। ପ୍ରକଳ୍ପ ସ୍ଥଳରେ ସୋମବାର ଭଳି ମଙ୍ଗଳବାର ମଧ୍ୟ…
ଗେଷ୍ଟ ହାଉସରେ ଦେହବେପାର: ୧୨ ଗିରଫ
ବ୍ରହ୍ମପୁର ଅଫିସ,୨ା୧୧: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ନିକଟ ଟାଟାବେଞ୍ଜ ଛକରେ ଥିବା ତୁଲସୀ ଗେଷ୍ଟ ହାଉସ୍ ରୁମ୍ ନମ୍ବର ୧୪,୧୬ ଓ ୧୭ରେ ଦେହ ବେପାର ହେଉଥିଲା। ଖବର ପାଇ ବ୍ରହ୍ମପୁର ଏସ୍ପି ଡା. ଶ୍ରବଣ ବିବେକ ଏମ୍ଙ୍କ ନେତୃତ୍ୱରେ ସୋମବାର…
ଡିଭାଇଡର୍ରେ ପିଟି ହେଲା ବାଇକ୍: ଚାଳକଙ୍କ ଜୀବନ ଗଲା
ହିଞ୍ଜିଳିକାଟୁ ,୧।୧୧: ଗଞ୍ଜାମ ଜିଲା ହିଞ୍ଜିଳି ଥାନା ବ୍ରହ୍ମପୁର-ହିଞ୍ଜିଳିକାଟୂ ଜାତୀୟ ରାଜପଥ ନଂ ୫୭ ଅନ୍ତର୍ଗତ ମକରଝୋଳ ଗ୍ରାମ ରାସ୍ତା ନିକଟ ଡିଭାଇଡରେ ପିଟି ହେବା ଫଳରେ ମଙ୍ଗଳବାର ସଂଧ୍ୟାରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗଜପତି ଜିଲା…
ଦମ୍ପତିଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଜଣେ ଗିରଫ
ବ୍ରହ୍ମପୁର ଅଫିସ,୧ା୧୧-ପାଣି ମୋଟର ଚାଲୁ କରିବାକୁ କହିବାରୁ ଦମ୍ପତିିଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ଉକ୍ତ ଅଭିଯୋଗକୁ ଆଧାର କରି ବଡବଜାର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ଶାସ୍ତ୍ରୀନଗର ୪ର୍ଥ ଲେନ୍ରେ ରହୁଥିବା ନରସିଂହ ଦାସ। ପୋଲିସ ଅଭିଯୁକ୍ତଙ୍କଠାରୁ…
ଗେଷ୍ଟ ହାଉସରେ ଚାଲିଥିଲା ଦେହ ବେପାର ୩ ଯୁବତୀ ଉଦ୍ଧାର, କିଙ୍ଗ୍ପିନ୍ ସମେତ ୧୨ ଗିରଫ
ବ୍ରହ୍ମପୁର ଅଫିସ,୧ା୧୧-ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ନିକଟ ଟାଟାବେଞ୍ଜ ଛକରେ ଥିବା ତୁଲସୀ ଗେଷ୍ଟ ହାଉସ୍ ରୁମ୍ ନମ୍ବର ୧୪,୧୬ ଓ ୧୭ରେ ଦେହ ବେପାର ହେଉଥିଲା। ଖବର ପାଇ ବ୍ରହ୍ମପୁର ଏସ୍ପି ଡା. ଶ୍ରବଣ ବିବେକ ଏମ୍ଙ୍କ ନେତୃତ୍ୱରେ ସୋମବାର ରାତିରେ…
ବୋହି ନେବାକୁ ବସିଥିଲେ ମନ୍ଦିରର ହୁଣ୍ଡି
ପାତ୍ରପୁର,୧ା୧୧(ଡି.ଏନ.ଏ): ଜରଡ଼ା ଥାନା ତୁରୁବୁଡି ପଞ୍ଚାୟତ ନୂଆଗଡଠାରେ ଥିବା କୁରେଇଶୁଣିଙ୍କ ହୁଣ୍ଡି ସୋମବାର ରାତିରେ ଚୋରମାନେ ଚୋରି ଉଦ୍ୟମ କରି ବିଫଳ ହୋଇଛନ୍ତି। ମଙ୍ଗଳବାର ପୀଠରୁ ହୁଣ୍ଡି ଚୋରୀ ଉଦ୍ୟମ ନେଇ ଗ୍ରାମବାସୀ ଖାରିଆଗୁଡ଼ା ଫାଣ୍ଡିରେ ଏତଲା ଦେଇଛନ୍ତି। ଗତ ରାତ୍ର…
ପ୍ଲାଷ୍ଟିକମୁକ୍ତ ହେବ ବେଳାଭୂମି
ଛତ୍ରପୁର,୧ା୧୧(ଡି.ଏନ.ଏ.): ବେଳାଭୂମି ଓ ପର୍ଯ୍ୟଟନ କ୍ଷେତ୍ରକୁ ସ୍ବଚ୍ଛ ଓ ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଚାଲିଥିବା ଅଭିଯାନ ପଞ୍ଚମ ପର୍ଯ୍ୟାୟରେ ପହଞ୍ଚିଛି। ଗଞ୍ଜାମ ବ୍ଲକର ‘ଦି ଇକୋ ୱାରିୟର୍ସ’ ପ୍ରୟାସରେ ଗଞ୍ଜାମରୁ ସୋନପୁର ପର୍ଯ୍ୟନ୍ତ ଦୀର୍ଘ ୭୫ କି.ମି. ପରିବ୍ୟାପ୍ତ ବେଳାଭୂମିକୁ…
ପାରିବାରିକ କଳହରୁ ଘରେ ନିଆଁ ଲଗାଇଲେ
ଛତ୍ରପୁର,୧ା୧୧(ଡି.ଏନ୍.ଏ.): ଛତ୍ରପୁର ବିରେଶ୍ୱର ମନ୍ଦିର ନିକଟରେ ରହୁଥବା ଶଙ୍କର ବାହାଦୂର ପାରିବାରିକ କଳହରୁ ରବିବାର ରାତିରେ ନିଜ ଘରେ ନିଆଁ ଲଗାଇ ଫେରାର୍ ହୋଇଯାଇଛନ୍ତି। ଘର ଭାଗବଣ୍ଟାକୁ ନେଇ ଦୁଇ ଦିନ ତଳେ ଶଙ୍କର ତାଙ୍କ ମା’ ଲକ୍ଷ୍ମୀଙ୍କୁ ଗାଳିଗୁଲଜ କରିଥିଲେ…
ଅଗ୍ନିକାଣ୍ଡରେ ଘର ପୋଡି ପାଉଁଶ
ଗଞ୍ଜାମ,୧ା୧୧(ଡି.ଏନ.ଏ.): ଗଞ୍ଜାମ ଏନ୍ଏସି ଅଧୀନ ବରପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଏକ ଘର ପୋଡି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ, ଗ୍ରାମର ସୁନିଲ ରଞ୍ଜନ ନାୟକଙ୍କ ପରିବାର ଲୋକେ ମନ୍ଦିର ଯାଇଥିଲେ। ସେତିକିବେଳେ ତାଙ୍କ ଘରେ ନିଆଁ ଲାଗିଯାଇଥିବା…
ଚତୁର୍ଥ ସୋମବାର, ଶୈବପୀଠ ବୁଦ୍ଧଖୋଲରେ ଭକ୍ତଙ୍କ ଭିଡ
ବୁଗୁଡ଼ା,୩୧ା୧୦(ଡି.ଏନ.ଏ.)-ଧର୍ମ ମାସ କାର୍ତ୍ତିକର ଚତୁର୍ଥ ସୋମବାର ଅବସରରେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ବହୁ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିଲା। ଶୃଙ୍ଖଳାରେ ଦର୍ଶନ ପାଇଁ ପୋଲିସ ଉପସ୍ଥିତିରେ ଭକ୍ତମାନେ ଲମ୍ବା ଧାଡିରେ ଠିଆ ହୋଇ ଠାକୁର ଦର୍ଶନ କରିଥିଲେ। ଗହଳିକୁ ନିୟନ୍ତ୍ରଣ କରିବା…
Archives


