ପ୍ରସ୍ତାବରେ ଅଟକିଛି ବ୍ରହ୍ମପୁର ଟ୍ରକ୍ ଟର୍ମିନାଲ
ଛତ୍ରପୁର,୩୦ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଉପକଣ୍ଠରେ ଟ୍ରକ୍ ଟର୍ମିନାଲ ପ୍ରତିଷ୍ଠା ପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିଲା। ଏଥିପାଇଁ ଚିହ୍ନଟ ଜମି ବାଣିଜ୍ୟ ଓ ପରିବହନ ବିଭାଗ ନଁାରେ କରାଯିବାରେ ବିଳମ୍ବ ହୋଇଛି। ଏହାର ପ୍ରତିଷ୍ଠା ଏକପ୍ରକାର ପ୍ରସ୍ତାବରେ ଅଟକିଛି। ବିଶେଷକରି…
ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ
ଭଞ୍ଜନଗର,୩୦ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ାସ୍ଥିତ ବାଘୁଆ ଜଳସେଚନର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ ଦ୍ୱାରା ଦ୍ୱାରା ଜାରି ସର୍ଚ୍ଚ ଓ୍ବାରେଣ୍ଟ ବଳରେ…
ବାପାଙ୍କ ମୃତଦେହ ଦେଖି ଚାଲିଗଲା ଝିଅର ଜୀବନ
ବ୍ରହ୍ମପୁର ଅଫିସ,୨୯।୯: ବାପାଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ି ଶେଷରେ ଝିଅଙ୍କ ମୃତ୍ୟୁ ଘଟିଛି। ବ୍ରହ୍ମପୁର ସହରରେ ଏଭଳି ଏକ ଦୁଃଖଦ ଘଟଣା ଗୁରୁବାର ସାମ୍ନାକୁ ଆସିଛି। ସୂଚନା ଅନୁସାରେ ପ୍ରେମନଗର ପଞ୍ଚୁଦେଉଳ ସାହିର ଭିକାରୀ ମାଦଳା(୮୨)ଙ୍କ ଝିଅ ମମିତା କୁମାରୀ ପଣ୍ଡା(୪୬)…
ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ
ଭଞ୍ଜନଗର,୨୯।୯(ଡି.ଏନ୍.ଏ): ଭଞ୍ଜନଗର ବ୍ଲକ ଭାଲିଆଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଲାଗି ରହିଛି। ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ସୁବିଧା ଠିକ୍ ଭାବେ ମିଳିପାରୁ ନାହିଁ। ଏହାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ଏକାଧିକ…
ଭୁବନେଶ୍ୱର-ଦାରିଙ୍ଗବାଡ଼ି ବସ୍ ଦୁର୍ଘଟଣାଗ୍ରସ୍ତ
ଭଞ୍ଜନଗର,୨୯ା୯(ଡି.ଏନ୍.ଏ.): ଭୁବନେଶ୍ୱର ଭଞ୍ଜନଗର ଦେଇ ଦାରିଙ୍ଗିବାଡ଼ି ଅଭିମୁଖେ ଯାଉଥିବା ସାରଳା ବସ୍ ବୁଧବାର ବିଳମ୍ବିତ ରାତିରେ ନିକଟସ୍ଥ ଜାମପଲ୍ଲୀ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ରେ ଥିବା ପ୍ରାୟ ୧୫ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ସେଥିମଧ୍ୟରେ ଥିବା ୩ ଜଣ ଯାତ୍ରୀ…
ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିଲେ, ଶେଷରେ ମଳତ୍ୟାଗ କରି ଚାଲିଗଲେ ଦୁର୍ବୃତ୍ତ
ଗଞ୍ଜାମ,୨୯ା୯(ଡି.ଏନ୍.ଏ.): ଗଞ୍ଜାମ ଅଞ୍ଚଳରେ ଦିନକୁ ଦିନ ଚୋରି ରାହାଜାନି ବୃଦ୍ଧି ପାଉଥିବା ଜଣାପଡ଼ିଛି। ଗୁରୁବାର ଭୋର୍ରୁ ସହରସ୍ଥିତ ବୁଢ଼ୀ ଠାକୁରାଣୀ ମନ୍ଦିରରୁ କେହି ଦୁର୍ବୃତ୍ତ କାନ୍ଥ ଭାଙ୍ଗି ହୁଣ୍ଡିରେ ଥିବା ସମସ୍ତ ଟଙ୍କା ଲୁଟି ନେଇଥିବା ଦେଖିବାକୁ ମିଳିଛି। ଏଥିସହ ସେଠାରେ…
କେସି ଟାଉନ ହାଇସ୍କୁଲ: ଜଣେ ମାତ୍ର ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି…
ବ୍ରହ୍ମପୁର ଅଫିସ,୨୯।୯: ବ୍ରହ୍ମପୁର ସହରର ୬୧ ବର୍ଷର ପୁରାତନ ଶିକ୍ଷାନୁଷ୍ଠାନ କେସି ଟାଉନ ହାଇସ୍କୁଲ। ସହରର କେନ୍ଦ୍ରସ୍ଥଳରେ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ କାନ୍ଥକୁ ଲାଗି ଏହି ସ୍କୁଲଟି ରହିଛି। ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଦ୍ୱାରା ନିର୍ମିତ ଏହି ସ୍କୁଲରେ…
ତିନି ଦିନ ହେବ ନିଖୋଜ ଥିବା ବୃଦ୍ଧଙ୍କ ମିଳିଲା ମୃତଦେହ
ହିଞ୍ଜିଳିକାଟୁ ୨୮।୯(ଡି.ଏନ.ଏ.): ହିଞ୍ଜିଳି ଥାନା ମକରଝୋଳ ଗାଁ ଏକ ବିଲ ନିକଟ ନାଳରୁ ଜଣେ ବୃଦ୍ଧଙ୍କ ମୃତଦେହ ବୁଧବାର ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ହିଞ୍ଜିଳିକାଟୁ ବ୍ଳକ ସରଧାପୁର ଗ୍ରାମର ଲାଲମୋହନ ବେହେରା (୭୦)। ଲାଲମୋହନ ତିନିଦିନ ତଳୁ ନିଖୋଜ…
ସ୍ତ୍ରୀଙ୍କ ସହ ଝିଅପୁଅଙ୍କୁ ବିଭତ୍ସ ଭାବେ ହତ୍ୟା ମାମଲା: ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ସୀମାଞ୍ଚଳ
ଭଞ୍ଜନଗର, ୨୮।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ବଡଗଡ ଥାନା ଅନ୍ତର୍ଗତ ବେଲପଡା ଗ୍ରାମରେ ୨୦୧୨ ମସିହାରେ ଘଟିଥିବା ବହୁଚର୍ଚ୍ଚିତ ସ୍ତ୍ରୀ, ନାବାଳିକା ଝିଅ, ନାବାଳକ ପୁତ୍ର ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ଭଞ୍ଜନଗର ଏଡିଜେ ଦେବବ୍ରତ ପଟ୍ଟନାୟକ ୨୪ ଜଣ…
ଭିଜିଲାନ୍ସ ଜାଲରେ ଜିଆର୍ଏସ୍
ଗୋପାଳପୁର,୨୮ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଇନ୍ଦ୍ରାକ୍ଷୀ ପଞ୍ଚାୟତର ଜିଆର୍ଏସ୍ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ଜିଆର୍ଏସ୍ ସି.ଏଚ. ଚାନ୍ଦ୍ରେୟା ଏକ ପୋଖରୀ କାମର ବିଲ ପାସ୍ କରାଇବା ପାଇଁ ୨୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ…
ସ୍ବାସ୍ଥ୍ୟ ଅଧିକାରୀଙ୍କ ନିଶା ସେବନ ଭିଡିଓ ଭାଇରାଲ
ବ୍ରହ୍ମପୁର ଅଫିସ,୨୮।୯: ସରକାର ହସ୍ପିଟାଲରେ ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଅନେକ ବିଭାଗ ଖୋଲିଛନ୍ତି। ହେଲେ ହସ୍ପିଟାଲ ଭିତରେ ଥିବା ନିଜ କାର୍ଯ୍ୟାଳୟରେ ଜଣେ ସ୍ବାସ୍ଥ୍ୟ ଅଧିକାରୀ ନିଶା ସେବନ କରୁଥିବା ଭିଡିଓ ଭାଇରାଲ ହୋଇଛି। ପରେ ଜଣେ…
ସାଟେଲାଇଟ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନଭୋଜନ ମିଳୁନି
ଭଞ୍ଜନଗର,୨୮।୯(ଡି.ଏନ.ଏ): ଗତବର୍ଷ ରାଜ୍ୟ ସରକାର ଯେଉଁ ବିଦ୍ୟାଳୟରେ ୨୦ରୁ କମ୍ ଛାତ୍ରୀଛାତ୍ର ଅଛନ୍ତି ଏବଂ ଏକ କି.ମି. ମଧ୍ୟରେ ଦୁଇଟି ସ୍କୁଲ ଥିଲେ ଗୋଟିଏକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ନିୟମ ଯୋଗୁ ରାଜ୍ୟରେ ଏଭଳି ହଜାର ହଜାର…
Archives


