ଘର, ଦୋକାନ ଭାଙ୍ଗିଲା ଏନ୍ଏସି, ଆଇନର ଆଶ୍ରୟ ନେଲେ ଅସହାୟ
ପୁରୁଷୋତ୍ତମପୁର,୨୦ା୧(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସହରବାସୀ। ନିର୍ବାହୀ ଅଧିକାରୀ ଆକ୍ରୋଶମୂଳକ ମନୋଭାବ ରଖି ଏକ ନିରୀହ ଗରିବ ଶ୍ରେଣୀର ପରିବାର ଉପରେ ଦବଙ୍ଗଗିରି ଦେଖାଇଥିବା ଅଭିଯୋଗ କରିଛନ୍ତି। ନିର୍ବାହୀ…
ଗୋରୁ ଖାଉଛି ମଧ୍ୟାହ୍ନଭୋଜନ
ବ୍ରହ୍ମପୁର ଅଫିସ,୨୦ା୧: ରାଜ୍ୟ ସରକାର ଏମ୍ଡିଏମ୍ (ମିଡ୍ ଡେ ମିଲ୍) ଯୋଜନାରେ ସବୁ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରଛନ୍ତିି। କିନ୍ତୁ ବ୍ରହ୍ମପୁର ସହରର ବ୍ରଜନଗର ୨ୟ ଲେନରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ବୁଧବାର…
ମହଙ୍ଗା ପଡ଼ିଲା ଟ୍ରେନ୍ରେ କଇଁଛ ଧରି ଯିବା: ଫଟୋ ଶେୟାର ପରେ କାର୍ଯ୍ୟାନୁଷ୍ଠାନ
ବ୍ରହ୍ମପୁର ଅଫିସ,୧୯ା୧: ବେଆଇନ ଭାବେ ବିରଳ ପ୍ରଜାତିର ପ୍ରାଣୀ କିମ୍ବା ପକ୍ଷୀଙ୍କୁ ରଖିବା ଦଣ୍ଡନୀୟ ଅପରାଧ। ଏଭଳି ପରିସ୍ଥିତିରେ ଏକ କଇଁଛକୁ ଧରି ପାଳିବା ପାଇଁ ଘରକୁ ନେଉଥିବା ବେଳେ ପଶ୍ଚିମବଙ୍ଗ ଛବିଶପ୍ରଗଣା ଜିଲାର ତପନ ମଣ୍ଡଳଙ୍କୁ ମହଙ୍ଗା ପଡିଛି। ଟ୍ରେନ୍ରେ…
ଧାନ ଅମଳ ମେଶିନରେ ଚାପିହୋଇ ଜଣେ ମୃତ
ହିଞ୍ଜିଳିକାଟୁ,୧୯।୧(ଡି.ଏନ.ଏ.): ହିଞ୍ଜିଳି ଥାନା ସମରଝୋଳ ଛକରେ ଗୁରୁବାର ଏକ ବିଲରେ ଜଣେ କୃଷି ଶ୍ରମିକଙ୍କୁ ଧାନ ଅମଳ ମେଶିନରେ ଚାପି ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ କରାଖଣ୍ଡି ଗ୍ରାମର ସନ୍ତୋଷ କୁମାର ଦାସ। ଖବରପାଇ ହିଞ୍ଜିଳି ପୋଲିସ…
ପୁତୁରାର ବାହାଘର ପାଇଁ ଗାଁକୁ ଆସୁଥିଲେ: ଟ୍ରେନ୍ରେ ଚାଲିଗଲା ଜୀବନ
ବ୍ରହ୍ମପୁର ଅଫିସ,୧୯।୧: ରେଳବାଇ ପୋଲିସ ତିରୁଚିରାପଲି ଟ୍ରେନ୍ରୁ ଜଣେ ଯାତ୍ରୀଙ୍କ ମୃତଦେହ ଜବତ କରିଛି। ମୃତ ବ୍ୟକ୍ତି ଜଣକ ବାଲେଶ୍ୱର ଜିଲା ସୋର ଥାନା ଅଧୀନ କୁରୁଡ଼଼ା ଗ୍ରାମର ନିରଞ୍ଜନ ନାୟକଙ୍କ ପୁଅ ପ୍ରଭାତ କୁମାର ନାୟକ(୪୨) ବୋଲି ପୋଲିସ କହିଛି।…
ସରକାରୀ ବିଦ୍ୟାଳୟରେ ସାମାଜିକ ନାଟକ ଉଦ୍ଘାଟନ କରି ବିବାଦରେ ବିଧାୟିକା
ବେଗୁନିଆପଡ଼ା,୧୯ା୧(ଡି.ଏନ୍.ଏ.): ସରକାର କୋଟି କୋଟି ଟଙ୍କା ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଛନ୍ତି। ବିଦ୍ୟାଳୟଗୁଡ଼ିକର ପରିଚାଳନା ପାଇଁ ନିର୍ଦ୍ଦିଷ୍ଟ ଗାଇଡ୍ଲାଇନ୍ ମଧ୍ୟ ପ୍ରଚଳନ କରିଛନ୍ତି। ତେବେ ଖୋଦ୍ ସରକାରୀ ଦଳର ନେତାମାନେ ଖୋଲାଖୋଲି ଶିକ୍ଷା ଆଇନର ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛି ଭାଜପା।…
ପୁଣି ଏକ ହାତୀ ମୃତ୍ୟୁ
ଭଞ୍ଜନଗର,୧୯ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ହାତୀ ମୃତ୍ୟୁ ଥମିବାର ନାଁ ନେଉନି। ବୁଧବାର ରାତିରେ ଏହି ବନଖଣ୍ଡର ତାରସି ରେଞ୍ଜ ମାଣପୁର ବାରଦଣ୍ଡା ରାସ୍ତାକଡ଼ର ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବିଦ୍ୟୁତ୍ ଆଘାତରେ ହାତୀଟିର ମୃତ୍ୟୁ…
ସତ୍ୟଙ୍କ କ୍ଷୁଦ୍ରତମ ହକି ଷ୍ଟିକ୍: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନିତ
ବ୍ରହ୍ମପୁର ଅଫିସ,୧୯ା୧: ପୁରୁଷ ବିଶ୍ୱକପ୍ ହକି ଅବସରରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା କ୍ଷୁଦ୍ରତମ ହକି ଷ୍ଟିକ୍ ନିର୍ମାଣ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ନିମନ୍ତେ ମନୋନୀତ ହୋଇଛନ୍ତି। ସତ୍ୟ ଗତ ୮ ତାରିଖରେ ୫ ମିଲିମିଟର ଲମ୍ବ…
ପଞ୍ଚାୟତ ସମିତି ବୈଠକକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ
ପୁରୁଷୋତ୍ତମପୁର,୧୮ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ବୈଠକ ଅଧ୍ୟକ୍ଷା ପିଙ୍କି ବେହେରାଙ୍କ ପୌରହିତ୍ୟରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇଥିବା ବେଳେ ବିଡିଓ ବିଜୟ କୁମାର ବେହେରା, ତହସିଲଦାର…
ରୋମାଞ୍ଚ ଭରିଲେ ଶାନ
ବ୍ରହ୍ମପୁର ଅଫିସ,୧୮।୧: ସିଲ୍କ ସିଟି ଫେଷ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ମହୋତ୍ସବ ମାଧ୍ୟମରେ ଗଞ୍ଜାମ ଜିଲାର ଲୋକ କଳା, ସଂସ୍କୃତିର ପ୍ରଚାରପ୍ରସାର ହୋଇପାରିଛି।…
ମେଶିନ ଲଗାଇ ଏମ୍ଜିଏନ୍ଆର୍ଇଜିଏସ୍ କାମ
ବୁଗୁଡ଼ା,୧୮।୧(ଡି.ଏନ.ଏ.): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ କାମ ଯୋଗାଇ ଦେବା ପାଇଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଗାଣ ଯୋଜନା (ଏମଜିଏନଆରଇଜିଏସ)ରେ ପ୍ରକଳ୍ପ ଚୟନ କରାଯାଇ ମଞ୍ଜୁର ହେବା ପରେ ଶ୍ରମିକ ପାଇଁ ଡିମାଣ୍ଡ ଦିଆଯାଉଛି ଏବଂ ଡିମାଣ୍ଡ ଦିଆଯିବା ପରେ ମଞ୍ଜୁରପ୍ରାପ୍ତ ପ୍ରକଳ୍ପଗୁଡିକରେ…
ସୋରଡ଼ା ଅଗ୍ନିକାଣ୍ଡ ଘଟଣା: ଗୁରୁତର ଥିବା ଶିଶୁକନ୍ୟା ବୁଜିଲେ ଆଖି
ସୋରଡ଼ା,୧୭ା୧(ଡି.ଏନ.ଏ.): ସୋରଡା ବ୍ଲକ ଗେଞ୍ଜା ପଞ୍ଚାୟତ ବନ୍ଧାଗୋଛା ଗ୍ରାମର ଛବି ନାୟକଙ୍କ ଘରେ ନିଅଁା ଲାଗି ଯାଇଥିଲା। ଫଳରେ ପରିବାରର ୪ଜଣ ପୋଡି ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ…
Archives


