ଗଞ୍ଜାମ

ବୁଗୁଡ଼ା ବନାଞ୍ଚଳରେ ୧୩ ହାତୀ, ଚିନ୍ତାରେ ଚାଷୀ

ବୁଗୁଡା,୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ବୁଗୁଡ଼ା ବନାଞ୍ଚଳର ପଞ୍ଚୁଭୁତି ସେକ୍ସନ ଉଦୟପୁର ବିଟ୍‌ ନିକଟସ୍ଥ କରସିଙ୍ଗି ଗ୍ରାମରେ ଶନିବାର ରାତିରେ ବଣୁଆ ହାତୀଙ୍କ ଉପଦ୍ରବ ଲାଗି ରହିଥିଲା। ପୂର୍ବରୁ ୭ ଟିକିଆ ହାତୀପଲ ଏହି ଅଞ୍ଚଳର ଚାଷୀଙ୍କର…

ପୋଲସରା ସହରକୁ ଜଗିବ ସିସିଟିଭି

ପୋଲସରା,୭।୧(ଡି.ଏନ.ଏ.): ପୋଲସରା ଅଞ୍ଚଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବଢ଼ିବାରେ ଲାଗିଛି, ଯାହାକି ପୋଲିସ୍‌ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେଣୁ ଅସାମାଜିକଙ୍କ ଗତିବିଧି ଅନୁଧ୍ୟାନ କରିବା ସହିତ ନିୟନ୍ତ୍ରଣ କରିବା ପାଇଁ ପୋଲସରା ପୋଲିସ ପକ୍ଷରୁ ସହରରେ ସିସିଟିଭି ଲଗାଯାଇଛି।…

ଜାଲ୍‌ ଅନଲାଇନ୍‌ ବିଜ୍ଞାପନରେ ଫସିଲେ ମହିଳା:୨.୧୨ ଲକ୍ଷ ଲୁଟିନେଲେ ସାଇବର ଠକ

ବ୍ରହ୍ମପୁର ଅଫିସ,୬ା୧: ଘରେ ରହି ପେନସିଲ ପ୍ୟାକିଂ କରି ଭଲ ରୋଜଗାର କରିବା ନେଇ ଇନ୍‌ଷ୍ଟାଗ୍ରାମରେ ଆସିଥିବା ଏକ ଜାଲ୍‌ ବିଜ୍ଞାପନକୁ ଜାଣି ନ ପାରି ଜଣେ ମହିଳା ସାଇବର ଠକଙ୍କ ଜାଲରେ ପଡ଼ି ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇଛନ୍ତି।…

ନାବାଳିକାଙ୍କୁ ବଳାତ୍କାର, ଜଣେ ଗିରଫ

ଗୋପାଳପୁର,୬ା୧(ଡି.ଏନ.ଏ.): ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରିବା ଘଟଣାରେ ଶୁକ୍ରବାର ଗୋଳନ୍ଥରା ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସାଗର ନାୟକ। ଏହି ଥାନା ଅଧିନସ୍ଥ ଏକ ଗ୍ରାମରେ ନାବାଳିକାଙ୍କୁ ସେହି…

ଯୌତୁକଜନିତ ହତ୍ୟା ମାମଲା: ସ୍ବାମୀଙ୍କୁ ଆଜୀବନ, ଶାଶୁଙ୍କୁ ୭ ବର୍ଷ କାରାଦଣ୍ଡ

ବ୍ରହ୍ମପୁର ଅଫିସ,୬ା୧: ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ-୩) ଡା. ଇନ୍ଦୁ ଶର୍ମା ଶୁକ୍ରବାର ଏକ ଯୌତୁକଜନିତ ହତ୍ୟା ମାମଲାର ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଅଭିଯୁକ୍ତ ସ୍ବାମୀଙ୍କୁ ଦଫା ୩୦୨ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୧୦ ହଜାର…

ବିଜ୍ଞାନ କଲେଜରେ ରାଗିଂ: ୨ ଗିରଫ, ଜଣେ ଛାତ୍ର ବହିଷ୍କୃତ

ଆସିକା, ୬ା୧ (ଡି.ଏନ୍‌.ଏ): ଗଞ୍ଜାମ ଜିଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଗତ ୩ ତାରିଖରେ ଘରକୁ ଫେରୁଥିବା ଜଣେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗରେ ପୋଲିସ ଶୁକ୍ରବାର ୨ ଜଣ ଛାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ…

କଲେଜ ଛାତ୍ରୀଙ୍କୁ ଟଣାଓଟରା : ୨ ଗିରଫ

ଆସିକା,୬ା୧(ଡି.ଏନ.ଏ.): ଜଣେ କଲେଜ ଛାତ୍ରୀଙ୍କୁ ପିଛା କରିବା, କଲେଜ ଫାଟକ ନିକଟରେ ଟଣାଓଟରା ସହ ଧମକ ଦେବା ଅଭିଯୋଗରେ ପୋଲିସ ଶୁକ୍ରବାର ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କେ.ଲଛମନପଲ୍ଲୀ ଗ୍ରାମର ଦେବାଶିଷ ସ୍ବାଇଁ ଓ କୈଳାସ ସ୍ବାଇଁ। ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ…

ଘରୁ ଡାକନେଇ ମାରିଥିଲେ: ୩ ଅଭିଯୁକ୍ତ ଗିରଫ

ଆସିକା,୬ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅଧୀନ ବଡବୋରସିଙ୍ଗି-ଖାରିଗୁଡା ରାସ୍ତାରେ ଗତ ୧୪ତାରିଖ ରାତିରେ କାଳିଆଗୁଡା ଗ୍ରାମର ଅମର ରାଉତଙ୍କୁ ଘରୁ ଡାକିନେଇ ହତ୍ୟା କରାଯାଇଥିଲା। ପୋଲିସ ଏହି ମାମଲାର ୩ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରିଛି। ସେମାନେ ହେଲେ ବଡବୋରସିଙ୍ଗି…

ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରର ଶୁଭାରମ୍ଭ କଲେ ମନ୍ତ୍ରୀ

ପୋଲସରା,୬ା୧(ଡି.ଏନ୍‌.ଏ.): ଲୋକଙ୍କୁ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ଶୁକ୍ରବାର ପୋଲସରା କାଳୀ ମନ୍ଦିର ସାହି ରାସ୍ତା ନିକଟରେ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ…

ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି ହତ୍ୟା ଉଦ୍ୟମ: ବନ୍ଧା ହେଲେ ସ୍ବାମୀ

ବ୍ରହ୍ମପୁର ଅଫିସ,୬।୧: ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ସଦର ଥାନା ପୋଲିସ ସ୍ବାମୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହିଞ୍ଜିଳିକାଟୁ ଥାନା ଅଧୀନ ଅଲାପୁର ଗ୍ରାମର ସଞ୍ଜୟ ପଳାଇ(୨୭)। ସଞ୍ଜୟ ଲାଞ୍ଜିଆରେ ଘର ଭଡ଼ା ନେଇ ରହୁଥିବା ପୋଲିସ କହିଛି। ଏନେଇ…

ଛାତ୍ରଙ୍କୁ ମାଡମାରି ଟଙ୍କା, ମୋବାଇଲ ଲୁଟ୍‌

ବ୍ରହ୍ମପୁର ଅଫିସ,୬।୧: ଗଞ୍ଜାମ ଜିଲା ଗୋଶାଣିନୁଆଗାଁ ଥାନା ଅଧୀନ ଏକ ସ୍କୁଲ ନିକଟରୁ ଲୁଟେରା ଗ୍ୟାଙ୍ଗ ଜଣେ ଛାତ୍ରଙ୍କୁ ମାଡ଼ମାରି ମୋବାଇଲ ଫୋନ୍‌, ଟଙ୍କା ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା ଛାତ୍ର ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ…

ଲକ୍ଷାଧିକ ଟଙ୍କାର ହ୍ୟାଣ୍ଡ ଫଗି ମେଶିନ ଅଚଳ

ବ୍ରହ୍ମପୁର ଅଫିସ,୬ା୧: ବ୍ରହ୍ମପୁର ସହରରେ ଦିନକୁ ଦିନ ମଶାବଂଶ ବୃଦ୍ଧି ପାଉଛି। ଯାହାଦ୍ୱାରା ସହରବାସୀ ମ୍ୟାଲେରିଆ, ବାତଜ୍ୱର ଭଳି ବିଭିନ୍ନ ସଂକ୍ରାମକ ରୋଗର ଶିକାର ହେଉଛନ୍ତି। କିନ୍ତୁ ବିଇଏମ୍‌ସି ପକ୍ଷରୁ ମଶାଦାଉରୁ ରକ୍ଷା ପାଇବା ନିମନ୍ତେ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri