ଗଞ୍ଜାମ

ପିଇବା ପାଣି ଅଭାବ: ବିଡିଓଙ୍କୁ ଜଣାଇଲେ ବସ୍ତିବାସୀ

ଧରାକୋଟ,୨୦ା୧(ଡି.ଏନ୍‌.ଏ.): ଧରାକୋଟ ବ୍ଲକ ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମ ଋଷିକୁଲ୍ୟା କେନାଲ ପାର୍ଶ୍ୱରେ ଥିବା କିଶୋରବିହାର ବସ୍ତିରେ ପିଇବା ପାଣିର ଅଭାବ ଦେଖାଦେଇଛି। କିଶୋର ବିହାର ଅଞ୍ଚଳରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ତରଫରୁ ପିଇବା ପାଣି ଯୋଗାଣ ଲାଗି ପାଇପ ବିଛା ଯାଇନାହିଁ…

ଓଲଟିଲା ଯାତ୍ରୀବାହୀ ବସ୍‌: ୨ ମୃତ, ୫ରୁ ଊର୍ଦ୍ଧ୍ୱ ଆହତ

ପାତ୍ରପୁର,୨୦।୧(ଡି.ଏନ୍‌.ଏ.): ଯାତ୍ରୀବାହୀ ମିନି ବସ୍‌ ଓଲଟି ୨ ମୃତ ଓ ୫ରୁ ଅଧିକ ଆହତ ହୋଇଛନ୍ତି। ଏଭଳି ଅଘଟଣ ଘଟିଛି ଗଞ୍ଜାମ ଜିଲା ସୀମାନ୍ତ କାନକଟା ଘାଟିରେ । ଆହତ ବ୍ୟକ୍ତିମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ସରସ୍ବତୀ…

ଟିପିଏସ୍‌ଓଡିଏଲ୍‌ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା: କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ

ବ୍ରହ୍ମପୁର ଅଫିସ,୨୦।୧: ବ୍ରହ୍ମପୁର ଟିପିଏସ୍‌ଓଡିଏଲ୍‌ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ଆଉଟସୋର୍ସିଂ ମହିଳା କର୍ମଚାରୀଙ୍କୁ ଟାଟାପାୱାରର ଜଣେ ଅଧିକାରୀ ଅସଦାଚରଣ ସହ ଯୌନ ନିର୍ଯାତନା ଦେଉଥିବା ନେଇ ସଙ୍ଗିନ ଅଭିଯୋଗ ହୋଇଛି। ପୋଲିସ ଏହି ସଂକ୍ରାନ୍ତରେ ଏକ ମାମଲା ରୁଜୁ…

ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ନାଁରେ ଥାନାରେ ମାମଲା

ପୁରୁଷୋତ୍ତମପୁର,୨୦।୧(ଡି.ଏନ.ଏ.): ଅକ୍ରୋଶମୂଳକ ଭାବେ ଏକ ଗରିବ ପରିବାର ଦୋକାନ ଭାଙ୍ଗିଦିଆଯିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ରଙ୍କ ସମେତ ସ୍ମୃତି ରଞ୍ଜନ ଷଡଙ୍ଗୀ ଓ ସୁରଜ ଦାଶଙ୍କ…

ବାବୁ ଆମକୁ ରକ୍ଷା କର: ଠେଲାଦୋକାନ ଭାଙ୍ଗିଲେ ଏବେ ଘର ବି ଭାଙ୍ଗିଦେବେ

ପୁରୁଷୋତ୍ତମପୁର,୨୦।୧(ଡି.ଏନ.ଏ.): ବାବୁ ଆମକୁ ରକ୍ଷା କର। ଠେଲାଦୋକାନ ଭାଙ୍ଗିଦେଲେ ଏବେ ଘରବି ଭାଙ୍ଗିଦେବେ। ଆମେ ଯିବୁ କୁଆଡେ ବୋଲି ଭାଜପା ନେତାଙ୍କ ଆଗରେ ଏକ ଗରିବ ପରିବାର କାନ୍ଦି ଗୁହାରି କରିଛନ୍ତି। ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ରାତିରେ ପ୍ରଶନ…

ଘର, ଦୋକାନ ଭାଙ୍ଗିଲା ଏନ୍‌ଏସି, ଆଇନର ଆଶ୍ରୟ ନେଲେ ଅସହାୟ

ପୁରୁଷୋତ୍ତମପୁର,୨୦ା୧(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସହରବାସୀ। ନିର୍ବାହୀ ଅଧିକାରୀ ଆକ୍ରୋଶମୂଳକ ମନୋଭାବ ରଖି ଏକ ନିରୀହ ଗରିବ ଶ୍ରେଣୀର ପରିବାର ଉପରେ ଦବଙ୍ଗଗିରି ଦେଖାଇଥିବା ଅଭିଯୋଗ କରିଛନ୍ତି। ନିର୍ବାହୀ…

ଗୋରୁ ଖାଉଛି ମଧ୍ୟାହ୍ନଭୋଜନ

ବ୍ରହ୍ମପୁର ଅଫିସ,୨୦ା୧: ରାଜ୍ୟ ସରକାର ଏମ୍‌ଡିଏମ୍‌ (ମିଡ୍‌ ଡେ ମିଲ୍‌) ଯୋଜନାରେ ସବୁ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରଛନ୍ତିି। କିନ୍ତୁ ବ୍ରହ୍ମପୁର ସହରର ବ୍ରଜନଗର ୨ୟ ଲେନରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ବୁଧବାର…

ମହଙ୍ଗା ପଡ଼ିଲା ଟ୍ରେନ୍‌ରେ କଇଁଛ ଧରି ଯିବା: ଫଟୋ ଶେୟାର ପରେ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ଅଫିସ,୧୯ା୧: ବେଆଇନ ଭାବେ ବିରଳ ପ୍ରଜାତିର ପ୍ରାଣୀ କିମ୍ବା ପକ୍ଷୀଙ୍କୁ ରଖିବା ଦଣ୍ଡନୀୟ ଅପରାଧ। ଏଭଳି ପରିସ୍ଥିତିରେ ଏକ କଇଁଛକୁ ଧରି ପାଳିବା ପାଇଁ ଘରକୁ ନେଉଥିବା ବେଳେ ପଶ୍ଚିମବଙ୍ଗ ଛବିଶପ୍ରଗଣା ଜିଲାର ତପନ ମଣ୍ଡଳଙ୍କୁ ମହଙ୍ଗା ପଡିଛି। ଟ୍ରେନ୍‌ରେ…

ଧାନ ଅମଳ ମେଶିନରେ ଚାପିହୋଇ ଜଣେ ମୃତ

ହିଞ୍ଜିଳିକାଟୁ,୧୯।୧(ଡି.ଏନ.ଏ.): ହିଞ୍ଜିଳି ଥାନା ସମରଝୋଳ ଛକରେ ଗୁରୁବାର ଏକ ବିଲରେ ଜଣେ କୃଷି ଶ୍ରମିକଙ୍କୁ ଧାନ ଅମଳ ମେଶିନରେ ଚାପି ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ କରାଖଣ୍ଡି ଗ୍ରାମର ସନ୍ତୋଷ କୁମାର ଦାସ। ଖବରପାଇ ହିଞ୍ଜିଳି ପୋଲିସ…

ପୁତୁରାର ବାହାଘର ପାଇଁ ଗାଁକୁ ଆସୁଥିଲେ: ଟ୍ରେନ୍‌ରେ ଚାଲିଗଲା ଜୀବନ

ବ୍ରହ୍ମପୁର ଅଫିସ,୧୯।୧: ରେଳବାଇ ପୋଲିସ ତିରୁଚିରାପଲି ଟ୍ରେନ୍‌ରୁ ଜଣେ ଯାତ୍ରୀଙ୍କ ମୃତଦେହ ଜବତ କରିଛି। ମୃତ ବ୍ୟକ୍ତି ଜଣକ ବାଲେଶ୍ୱର ଜିଲା ସୋର ଥାନା ଅଧୀନ କୁରୁଡ଼଼ା ଗ୍ରାମର ନିରଞ୍ଜନ ନାୟକଙ୍କ ପୁଅ ପ୍ରଭାତ କୁମାର ନାୟକ(୪୨) ବୋଲି ପୋଲିସ କହିଛି।…

ସରକାରୀ ବିଦ୍ୟାଳୟରେ ସାମାଜିକ ନାଟକ ଉଦ୍‌ଘାଟନ କରି ବିବାଦରେ ବିଧାୟିକା

ବେଗୁନିଆପଡ଼ା,୧୯ା୧(ଡି.ଏନ୍‌.ଏ.): ସରକାର କୋଟି କୋଟି ଟଙ୍କା ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଛନ୍ତି। ବିଦ୍ୟାଳୟଗୁଡ଼ିକର ପରିଚାଳନା ପାଇଁ ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ମଧ୍ୟ ପ୍ରଚଳନ କରିଛନ୍ତି। ତେବେ ଖୋଦ୍‌ ସରକାରୀ ଦଳର ନେତାମାନେ ଖୋଲାଖୋଲି ଶିକ୍ଷା ଆଇନର ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛି ଭାଜପା।…

ପୁଣି ଏକ ହାତୀ ମୃତ୍ୟୁ

ଭଞ୍ଜନଗର,୧୯ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ହାତୀ ମୃତ୍ୟୁ ଥମିବାର ନାଁ ନେଉନି। ବୁଧବାର ରାତିରେ ଏହି ବନଖଣ୍ଡର ତାରସି ରେଞ୍ଜ ମାଣପୁର ବାରଦଣ୍ଡା ରାସ୍ତାକଡ଼ର ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବିଦ୍ୟୁତ୍‌ ଆଘାତରେ ହାତୀଟିର ମୃତ୍ୟୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri