ଗଞ୍ଜାମ

ବିଶ୍ୱ ହିନ୍ଦୁ ପରିଷଦ ତେଲେଙ୍ଗାନା ମୁଖ୍ୟ ଟି.ରାଜାଙ୍କୁ ଭେଟିଲେ ଗଞ୍ଜାମ ପ୍ରଖଣ୍ଡ ସଂଯୋଜକ ଇଲେୟା

ଗଞ୍ଜାମ,୩୧ା୭(ବିଦ୍ୟାଧର ସାହୁ): ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ଘୋଷାମେଲ ବିଧାୟକ ତଥା ବଜରଙ୍ଗ ଦଳ ବିଶ୍ୱ ହିନ୍ଦୁ ପରିଷଦ ମୁଖ୍ୟ ଟି.ରାଜା ସିଂଙ୍କୁ ଗଞ୍ଜାମ ଜିଲା ବଜରଙ୍ଗ ଦଳ ସଂଯୋଜକ କେ. ଇଲେୟା ରେଡ୍ଡୀ ଭେଟି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଭାଜପା ରାଜ୍ୟ…

ଭଗବାନ ପ୍ରଧାନ ନଗର ସଭାପତି, ହୁମା ମଣ୍ଡଳ ସଭାପତି ହେଲେ ଧ୍ରୁବ ଚରଣ ପଲାଇ

ଗଞ୍ଜାମ,୩୦।୭(ବିଦ୍ୟାଧର ସାହୁ)-ଗଞ୍ଜାମ ଜିଲା ଭାଜପା ନଗର ସଭାପତି ଭାବେ ଭଗବାନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି। ସେହିପରି ହୁମା ପଞ୍ଚାୟତ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇଙ୍କ ଉପରେ ରାଜ୍ୟ ନେତୃବୃନ୍ଦ ଆସ୍ଥା ପ୍ରକଟ କରି ପୁଣି ହୁମା ମଣ୍ଡଳ ସଭାପତି ଭାବେ…

ଧାନ କ୍ରୟ ପଞ୍ଜିକରଣ ନିୟମ କୋହଳ ନିମନ୍ତେ ସ୍ମାରକପତ୍ର

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଚଳିତ ବର୍ଷ ଖରିଫ ଧାନ କ୍ରୟ ପଞ୍ଜିକରଣ ନିମନ୍ତେ ରାଜ୍ୟ ସରକାର ପ୍ରଣୟନ କରିଥିବା ନିୟମକୁ କୋହଳ କରିବା ସକାସେ ବୁଧବାର ଦିଗପହଣ୍ଡି ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ସ୍ଥାନୀୟ ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ସ୍ମାରକପତ୍ର…

ଦିଗପହଣ୍ଡିରେ ଶ୍ରୀ ଶ୍ରୀ ବଡ ମା’ଙ୍କ ଜନ୍ମ ମହୋତ୍ସବ ଅନୁଷ୍ଠିତ

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ପରମ ପ୍ରେମମୟ ଠାକୁର ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ସହଧର୍ମଣି ଶ୍ରୀ ଶ୍ରୀ ବଡ ମା’ଙ୍କ ୧୩୨ ତମ ଜନ୍ମ ମହୋତ୍ସବ ବୁଧବାର ଦିଗପହଣ୍ଡି ସତସଙ୍ଗ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ସହ ପ୍ରତିଋତ୍ୱିକ ବୃନ୍ଦାବନ ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ…

ଛାତ୍ରୀଙ୍କୁ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହଙ୍ଗା: ଅଧ୍ୟାପକଙ୍କୁ ଆକ୍ରମଣ, ଭାଙ୍ଗିଲା କାର…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ କଲେଜର ଜଣେ ଯୁକ୍ତ ୨ ଦିତୀୟବର୍ଷ ବିଜ୍ଞାନ ଛାତ୍ରୀଙ୍କୁ ସେହି କଲେଜର ଜଣେ ଗଣିତ ଅଧ୍ୟାପକ ରାମ ସ୍ବରୂପ ପାଣିଗ୍ରାହୀ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଛାତ୍ରୀ…

ସୁଷମାଙ୍କୁ ମିଳିଲା ଗୁରୁଦାୟିତ୍ୱ: ହେଲେ ଭାଜପା ନଗର ସଭାପତି

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଭାଜପା ଦିଗପହଣ୍ଡି ନଗର ସଭାନେତ୍ରୀ ଭାବେ ସୁଷମା ଗୌଡ଼ଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି। ଭାଜପା ଜିଲା ସଭାପତି ସରୋଜ ସାବତ ଏନେଇ ଘୋଷଣା କରିଛନ୍ତି। ପୂର୍ବରୁ ସୁଷମା ଦିଗପହଣ୍ଡି ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ଓ ପରେ…

ତରବରିଆ ଭାବେ କାଉନସିଲ ବୈଠକ, ସାଧାରଣରେ ପ୍ରଶ୍ନବାଚୀ

ଗଞ୍ଜାମ,୩୦ା୭(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନୁଷ୍ଠିତ କାଉନସିଲ ବୈଠକରେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ ବିଷୟରେ ଆଲୋଚନା କରିଛନ୍ତି। ଏହି ଭଳି ଗୁରୁତ୍ୱପୂର୍ଣ୍ଣ ବୈଠକରେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଡକାଯାଇ ନ ଥିବା…

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: କନଷ୍ଟେବଲଙ୍କ ସମେତ ୨ ଗୁରୁତର

ଭଞ୍ଜନଗର,୩୦।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାର ଚିଦାନନ୍ଦ ଆଶ୍ରମ ନିକଟରେ ବୁଧବାର ସକାଳ ୯ ଟା ୩୦ ମିନିଟ ସମୟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବୁଗୁଡା ଥାନା କନଷ୍ଟେବଲଙ୍କ ସମେତ ୨…

କର୍କଟ ପୀଡିତାଙ୍କୁ ସହାୟତାର ହାତ ବଢାଇଲେ ହୁମା ସମିତି ସଭ୍ୟ

ଗଞ୍ଜାମ,୩୦।୭(ବିଦ୍ୟାଧର ସାହୁ): ହୁମ୍ମା ନୂଆସାହିର ଗଣେଶ ପରିଡ଼ା(୨୫) ନାମକ ଯୁବକ କର୍କଟ ରୋଗରେ ଆକ୍ରାନ୍ତ। ସେ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ଡାକ୍ତର କହୁଛନ୍ତି, ୪୦ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା ଖର୍ଚ୍ଚ ହେବ।…

କାଲିଠୁ ନିଖୋଜ ଥିଲେ, ତାମ୍ପରା ନିକଟରୁ ଶୋଇଥିବା ଅବସ୍ଥାରେ ମିଳିଲା ମୃତଦେହ; ପୋଲିସ…

ଛତ୍ରପୁର,୨୯।୭(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧିନ ତାମ୍ପରା ନିକଟରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ବ୍ରହ୍ମପୁର ବାଲିପଡା ଅଞ୍ଚଳର କୈଳାଶ ପାତ୍ର । ମୃତକ ଜଣକ ସୋମବାରଠାରୁ ନିଖୋଜ ଥିଲେ। ସେ…

ବିବାହର ପ୍ରତିଶ୍ରୁତି ଦେଇ ପୁଣି ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ,୨୯।୭(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପୋଲିସ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ମଙ୍ଗଳବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରିଶାଙ୍କ ପାଳ ଓରଫ ସିଲୁ। ନାବାଳିକା ଜଣକ ଟିଉସନ…

ଦିଗପହଣ୍ଡିରେ ଉଦ୍‌ଘାଟିତ ହେଲା ନୂଆ ଦେୱାନି କୋର୍ଟ   

ଦିଗପହଣ୍ଡି,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ନୂଆ ଦେୱାନି କୋର୍ଟ(ସିଭିଲ ଜଜ ସିନିୟର୍‌ ଡିଭିଜନ) ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ସ୍ଥାନୀୟ ପୁରୁଣା କୋର୍ଟ ପରିସରରେ ଥିବା ଅସ୍ଥାୟୀ କୋଠାରେ ଏହି କୋର୍ଟ କାର୍ଯ୍ୟ କରିବ। ଓଡିଶା ହାଇକୋର୍ଟ ମୂଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?