ଆସନ୍ତାକାଲି ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେଉଁ ରାସ୍ତା ବନ୍ଦ କେଉଁ ରାସ୍ତା ରହିବ ଖୋଲା
ଛତ୍ରପୁର,୭ା୩(ସନ୍ତୋଷ ପାଢ଼ୀ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତକାଲି ଅର୍ଥାତ୍ ଶନିବାର ଗଞ୍ଜାମ ଜିଲା ଗସ୍ତରେ ଆସି ବ୍ରହ୍ମପୁରଠାରେ ସୁଭଦ୍ରା ଯୋଜନାରେ ଦ୍ୱିତୀୟ କିସ୍ତି ବଣ୍ଟନର ଶୁଭାରମ୍ଭ କରିବେ। ଏଥିଲାଗି ଟ୍ରାଫିକ୍ ଆଡଭାଇଜାରି ଜାରି କରାଯାଇଛି। ଏ ସମ୍ପର୍କରେ ଜିଲା ସୂଚନା…
ନିର୍ମାଣ ହେବ ବ୍ରହ୍ମପୁର-ଜୟପୁର ଏକ୍ସପ୍ରେସ, ୮ ଘଣ୍ଟା ବଦଳରେ ଲାଗିବ ୩ ଘଣ୍ଟା
ଛତ୍ରପୁର,୭ା୩(ସନ୍ତୋଷ ପାଢ଼ୀ): ରାଜ୍ୟରେ ଗ୍ରାଣ୍ଡ ରିଙ୍ଗ୍ ରୋଡ୍ ଯୋଜନାର ପ୍ରଥମ କାମ ବ୍ରହ୍ମପୁର- ଜୟପୁର ଭାୟା କୋରାପୁଟ ଏକ୍ସପ୍ରେସ ହାଇଓ୍ବେ ନିର୍ମାଣ କରାଯିବ। ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଞ୍ଜାମ ଜିଲା ଗସ୍ତରେ ଆସିଥିବାବେଳେ…
ପୂର୍ତ୍ତ ମନ୍ତ୍ରୀଙ୍କ ବଡ଼ ସୂଚନା: ସୁନାପୁର-ଋଷିକୁଲ୍ୟା ମୁହାଣ ହେବ ମେରାଇନ ଡ୍ରାଇଭ
ଛତ୍ରପୁର,୭ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ସମୁଦ୍ର ଉପକୂଳ ସୁନାପୁରଠାରୁ ଗୋପାଳପୁର ଦେଇ ଋଷିକୁଲ୍ୟା ମୁହାଣ ପର୍ଯ୍ୟନ୍ତ ମେରାଇନ ଡ୍ରାଇଭ ରାସ୍ତା ନିର୍ମାଣ ହେବ। ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଞ୍ଜାମ ଜିଲା ଗସ୍ତରେ ଆସିଥିବାବେଳେ…
୩ ଦିନ ହେଲା ଜଳୁଛି ପାହାଡ଼: ଲୋକେ ଭୟଭୀତ
ଆସିକା,୭।୩(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ବୁଗୁଡ଼ା ବନଖଣ୍ଡ ଅଧିନସ୍ତ ଆସିକା ବ୍ଲକର ଭେଜିପୁଟ ନିକଟସ୍ଥ ଷଣ୍ଢଝୁଳିଆ ପାହାଡ଼ରେ ନିଆଁ ଲାଗିଛି l ଗତ ତିନି ଦିନ ଧରି ନିଆଁ ଲାଗିଥିଲେ ମଧ୍ୟ ବନ ବିଭାଗ ଶୋଇଛି। ନିଆଁ ଧୀରେ ପାହାଡ଼ର…
ବାଇକ ଧକ୍କାରେ ଗୁରୁତର ବୃଦ୍ଧଙ୍କ ଚାଲିଗଲା ଜୀବନ
ଦିଗପହଣ୍ଡି,୭।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ମୁଖ୍ୟରାସ୍ତାରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟାରେ ବାଇକ ଧକ୍କାରେ ଗୁରୁତର ଆହାତ ସୀମା ସେଠୀ ନାମକ ବୃଦ୍ଧ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଅନଙ୍ଗପୁର ଗ୍ରାମର ସୀମା…
ବାଇକ ଧକ୍କାରେ ବୃଦ୍ଧ ଗୁରୁତର: ଉତ୍ତେଜିତ ଗ୍ରାମବାସୀଙ୍କ ରାସ୍ତାରୋକୋ
ଦିଗପହଣ୍ଡି,୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ମୁଖ୍ୟରାସ୍ତାରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟାରେ ଏକ ବାଇକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଅନଙ୍ଗପୁର ଗ୍ରାମର ସୀମା…
ଆତ୍ମନିର୍ଭରଶୀଳ କରିଛି ସୁଭଦ୍ରା ସହାୟତା
ଦିଗପହଣ୍ଡି,୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକ ଠାରେ ଗୁରୁବାର ସୁଭଦ୍ରା ଯୋଜନା ସମ୍ପର୍କିତ ପଥପ୍ରାନ୍ତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ ୍ଯଯଯକ୍ଷତା କରିଥିବା ବେଳେ ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ…
ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା: ଜେଲ୍ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୬।୩(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ଗ୍ରାମର କିରଣ ଦାସ ନାମକ ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ ସେହି ଗ୍ରାମର ଚନ୍ଦନ ରଣାଙ୍କୁ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଜଗବନ୍ଧୁ ବାର୍ଲା ଗିରଫ…
ସୂଚନାଦାତାଙ୍କ ତଥ୍ୟ ରହିବ ଗୁପ୍ତ, ସତର୍କ ରହିଲେ ଅନ୍ଲାଇନ୍ ଠକେଇରୁ ମିଳିବ ମୁକ୍ତି
ଭଞ୍ଜନଗର,୬ା୩(ବାବୁଲା ପ୍ରଧାନ): ଭଞ୍ଜନଗର ପୋଲିସ ପକ୍ଷରୁ ଗୁରୁବାର ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସାଇବର ଠକେଇରୁ କିଭଳି ମୁକୁଳିବା, ଭାରତର ଯେ କୌଣସି ସ୍ଥାନରେ କିଭଳି ଏତଲା ଦେଇପାରିବା, ଅନ୍ଲାଇନ ଏତଲା କିଭଳି ଦିଆଯିବ ଏବଂ ନୂଆ ଆଇନ…
ଜୁଆ ଆଡ୍ଡା ଉପରେ ଚଢ଼ାଉ: ୪ ମୋଟରସାଇକେଲ,୨ ମୋବାଇଲ, ୫୪ ହଜାର ଟଙ୍କା ଜବତ
ଛତ୍ରପୁର,୫ା୩(ଦିଲ୍ଲୀପ ସାମଲ): ବୁଧବାର ଚମାଖଣ୍ଡି ଥାନା ଅନ୍ତର୍ଗତ କଣାମଣା ଗ୍ରାମ କିଆ ବୁଦା ପାଖ ରେ ଅପରାହ୍ନ ଚାରିଟା ସମୟରେ ଏକ ଜୁଆ ଆଡ୍ଡା ଚାଲି ଥିବା ବେଳେ ଚମାଖଣ୍ଡି ଥାନା ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲେ,। ଏହି ଖବର…
‘ଓଡ଼ିଶା ପ୍ରଦେଶ ଗଠନରେ ବିଜୁବାବୁଙ୍କ ଭୂମିକା’
ଦିଗପହଣ୍ଡି,୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବୁଧବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ବିଜୁ ଜନତା ଦଳ ଦିଗପହଣ୍ଡି ବ୍ଲକ ଏବଂ ନଗର କମିଟି ପକ୍ଷରୁ ସ୍ଥାନୀୟ ପୁଞ୍ଜିକୟାଁ ଛକସ୍ଥିତ ଏନ୍ଏସି କଲ୍ୟାଣମଣ୍ଡପ ପରିସରରେ…
ବିଦ୍ୟାଳୟର ବାର୍ଷିକୋତ୍ସବ: ‘ଶୃଙ୍ଖଳା ହିଁ ସଫଳତାର ଚାବିକାଠି’
ଦିଗପହଣ୍ଡି,୫ା୩(ଅଶେଷ ନାଥ ମିଶ୍ର)” ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୂଷୁଣ୍ଡା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ବୁଧବାର ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସହକାରୀ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଦିଗପହଣ୍ଡି ସ୍ଥିତ…
Archives


