ସୂଚନାଦାତାଙ୍କ ତଥ୍ୟ ରହିବ ଗୁପ୍ତ, ସତର୍କ ରହିଲେ ଅନ୍‌ଲାଇନ୍‌ ଠକେଇରୁ ମିଳିବ ମୁକ୍ତି

ଭଞ୍ଜନଗର,୬ା୩(ବାବୁଲା ପ୍ରଧାନ): ଭଞ୍ଜନଗର ପୋଲିସ ପକ୍ଷରୁ ଗୁରୁବାର ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସାଇବର ଠକେଇରୁ କିଭଳି ମୁକୁଳିବା, ଭାରତର ଯେ କୌଣସି ସ୍ଥାନରେ କିଭଳି ଏତଲା ଦେଇପାରିବା, ଅନ୍‌ଲାଇନ ଏତଲା କିଭଳି ଦିଆଯିବ ଏବଂ ନୂଆ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା ଅଧ୍ୟକ୍ଷତା କରି କହିଥିଲେ ଯେ, ଯୁବପିଢ଼ି ସଚେତନ ହେଲେ ଅଧା ଅନ୍‌ଲାଇନ୍‌ ଠକେଇ ଏବଂ ଅପରାଧ କମିଯିବ। ସୋସିଆଲ ମିଡିଆରେ ଅନେକ ମେସେଜ ଆସୁଛି। ଏଥିପ୍ରତି ସଚେତନ ହେବାକୁ ପଡ଼ିବ। ଫେସବୁକ୍‌ ସମେତ ବିଭିନ୍ନ ସୋସିଆଲ ମିଡିଆ ଆଇଡିରେ ନିଜର ଫଟୋ ଡିପିରେ ରଖିବେ ନାହିଁ। ଆଧାର କାର୍ଡ ଯେଉଁଠି ଦାଖଲ କରୁଛନ୍ତି, ସେଠି ଦସ୍ତଖତ କରିବା ପୂର୍ବରୁ କେଉଁ କାରଣରୁ କାର୍ଡ ଦେଉଛନ୍ତି ତାହା ଉଲ୍ଲେଖ କରିବେ। ନଚେତ୍‌ ପରବର୍ତ୍ତୀ ପର୍ଯ୍ୟାୟରେ ତାହାକୁ ଦୁର୍ବୃତ୍ତମାନେ ଅପବ୍ୟବହାର କରି ଆପଣକୁ ହଇରାଣରେ ପକାଇ ପାରନ୍ତି। ବିଭିନ୍ନ ସମୟରେ ବିଭିନ୍ନ ବେସରକାରୀ ସଂସ୍ଥା ସର୍ଭେ କରୁଛନ୍ତି। ଏହି ସମୟରେ ସେମାନେ ଆଧାର କାର୍ଡ ତଥ୍ୟ ନେଉଛନ୍ତି। ସର୍ଭେ ସରିବା ପରେ ଉକ୍ତ ସଂସ୍ଥାରୁ କୌଣସି ମାଧ୍ୟମରେ ତଥ୍ୟ ଠକମାନଙ୍କ ପାଖକୁ ଚାଲି ଯାଉଛି। ଏହାପରେ ଠକମାନେ ଆଧାର କାର୍ଡ ସହାୟତାରେ ବିଭିନ୍ନ ତଥ୍ୟ ଚୋରି କରିବା ସହ ଟଙ୍କା ମଧ୍ୟ ଠକି ନେଉଛନ୍ତି। ବର୍ତ୍ତମାନ ଡିଜିଟାଲ ଆରେଷ୍ଟ ଚାଲିଛି। ଲୋକେ ଭୟଭୀତ ହୋଇ ଟଙ୍କା ଦେଇ ଦେଉଛନ୍ତି। ତେଣୁ ଫୋନ କିମ୍ବା ଭିଡିଓ କଲ ମାଧ୍ୟମରେ କିଏ ଭୟଭୀତ କରାଇ ଟଙ୍କା ମାଗିଲେ ଭୟଭୀତ ହୁଅନ୍ତୁ ନାହିଁ। ପୋଲିସକୁ ସୂଚନା ଦିଅନ୍ତୁ। ଆମେ ଆପଣମାନଙ୍କୁ ସାହାଯ୍ୟ ବୋଲି ଥାନା ଅଧିକାରୀ କହିଥିଲେ। ଏଥିସହ ସେ କହିଥିଲେ ଯେ, ଅପରାଧୀମାନଙ୍କ ସମ୍ପର୍କରେ ଆମକୁ ସୂଚନା ଦିଅନ୍ତୁ। ଆମେ ଅପରାଧୀଙ୍କୁ ଦମନ କରିବୁ। ସୂଚନା ଦାତାଙ୍କ ତଥ୍ୟକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିଯିବ। ତେଣୁ ଭୟଭୀତ ନ ହୋଇ ପୋଲିସକୁ ଅପରାଧୀମାନଙ୍କ ସମ୍ପର୍କରେ ସୂଚନା ଦେବାକୁ ଥାନା ଅଧିକାରୀ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରିଥିଲେ। ଷ୍ଟ୍ରିଟ୍‌ ରୋମିଓମାନଙ୍କୁ ଦମନ କରାଯିବ। ସଚେତନ ହେବାକୁ ସୁଯୋଗ ଦିଆଯିବ। ସଚେତନ ନ ହୋଇ ବେନିୟମ କାର୍ଯ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଥାନା ଅଧିକାରୀ ଜେନା ସଭାରେ କହିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କଲେଜ ଅଧ୍ୟକ୍ଷ କୃତୀବାସ ବିଶାଳ, ଡ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ସରପଞ୍ଚ ଶିବ ରାମ ସାହୁ, ପ୍ରାଧ୍ୟାପକ ବିଭାସ ଦାସ,ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ, ଶିକ୍ଷକ ନେତା ସନ୍ତୋଷ ଜେନା, ଏସ୍‌ଆଇ ସମୀର ସେଠୀ ପ୍ରମୁଖ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ଆମ ପୋଲିସ ସମିତି ସଭ୍ୟ ଅନୁପମ ବାନାର୍ଜୀ ସଭାକୁ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?