ଗଞ୍ଜାମ

ଦଣ୍ଡନାଚରେ ଅଶ୍ଲୀଳ ନୃତ୍ୟ ହେବନାହିଁ ପରିବେଷଣ : ଆଇନ ଶୃଙ୍ଖଳା ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଆସନ୍ତା ଏପ୍ରିଲ ପହିଲାରୁ ୧୩ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡନାଚ ପରିବେଷଣ ହେବ। ଏହିଭଳି ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ବିଭିନ୍ନ ସ୍ଥାନରେ ଦଣ୍ଡନାଚ ହେବ। ତେଣୁ ରବିବାର ଭଞ୍ଜନଗର ଥାନାରେ ଆମ ପୋଲିସ ସମିତିର ଏକ…

ଦୀର୍ଘ ୧୪ଘଣ୍ଟା ପରେ ଅପହୃତ ବ୍ୟବସାୟୀ ଉଦ୍ଧାର, କହିଲେ ଖସି ଆସି…

ଜୟପୁର,୨୩।୩: ଦୀର୍ଘ ୧୪ଘଣ୍ଟା ପରେ ଅପହୃତ ବ୍ୟବସାୟୀ ଉଦ୍ଧାର।  କୋରାପୁଟ ଜିଲା  ବିସିଂପୂର ଥାନା ଅନ୍ତର୍ଗତ କିରମଗୁଡ଼ା ଗାର ଦୁର୍ଗମ ପାହାଡ଼ିଆ ଇଲକାର ଏକ ଘରେ ନେଇ ତାଙ୍କୁ ରଖା ଯାଇଥିଲା। ଅପହୃତ ବ୍ୟବସାୟୀ ଏ.କ୍ରିଷ୍ଣା ରାଓଙ୍କ ସୂଚନା ଅନୁସାରେ ଷନିବାର…

ରୋଷେଇ କରୁଥିବା ବେଳେ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଦିଗପହଣ୍ଡି,୨୩ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ପଞ୍ଚାୟତ ବାଲିଆ ଗ୍ରାମରେ ରବିବାର ସକାଳେ ଝିଲି ସ୍ବାଇଁ(୩୫) ନାମ୍ନୀ ଜଣେ ମହିଳା ନିଆଁରେ ପୋଡ଼ି ଅର୍ଦ୍ଧଦଗ୍ଧ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ମହିଳା ଜଣକ ଘରେ…

ସମବାୟ ସମିତିରେ ଅନିୟମିତତା: ସମ୍ପାଦକ ନିଲମ୍ବିତ

ହିଞ୍ଜିଳିକାଟୁ(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ସାରୁ ପ୍ରାଥମିକ ସମବାୟ ସମିତିରେ ବିଭିନ୍ନ ସମୟରେ ଅନିୟମିତତା ଅଭିଯୋଗ ହୋଇଛି। ଖାଲି ପଡ଼ିଆରେ ଧାନଚାଷ ହୋଇଥିବା ଦର୍ଶାଇ ଚାଷୀମାନଙ୍କ ନାମ ପଞ୍ଜୀକରଣ କରିବା ସହିତ ଧାନ କିଣାବିକା ଦର୍ଶାଇ ସରକାରୀ ଟଙ୍କା…

ଅଙ୍ଗନୱାଡିକେନ୍ଦ୍ରରେ ପିଲା ଛଟପଟ: ଜିଲାପାଳଙ୍କ ନିର୍ଦ୍ଦେଶକୁ ବ୍ଲକ ଶିକ୍ଷାଅଧିକାରୀଙ୍କ ବେଖାତିର

ପୁରୁଷୋତ୍ତମପୁର,୨୩।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ୱାର୍ଡନଂ ୯ ରଥସାହିରେ ଅଙ୍ଗନୱାଡିକେନ୍ଦ୍ର ପ୍ରତିଷ୍ଠାର ଦୀର୍ଘ ୧୬ ବର୍ଷ ବିତିଥିଲେ ସୁଧା କେନ୍ଦ୍ରର ଘରଟିଏ ନିର୍ମାଣ ହୋଇପାରୁନାହିଁ। ଯାହାକି ମହିଳା ଓ ଶିଶୁ ମାନଙ୍କ ପ୍ରତି ପ୍ରଶାସନ ଏଠାରେ ବୈମାତ୍ରୁକ ମନୋଭାବ…

ସାମାନ୍ୟ କୁକୁରକୁ ବି ଛାଡିଲେନି, ଜଣକ ପରେ ଜଣେ ହାଣି ପକାଇଲେ

ବ୍ରହ୍ମପୁର,୨୩।୩(ସୁବାସ ଚନ୍ଦ୍ର ପାଢୀ): ନୃଶଂସତାର ସବୁ ସୀମା ଟପିଗଲେ। ବୁଲା କୁକୁରକୁ ବିଚ୍‌ ରାସ୍ତାରେ ଜଣକ ପରେ ଜଣେ ଖଣ୍ଡାରେ ହାଣିଲେ। କୁକୁରଟି ରାତି ଅଧରେ ସେମାନଙ୍କୁ ଦେଖି ଭୁକିବାରୁ ବର୍ବରତାର ସବୁ ସୀମା ଟପିଗଲେ ଯୁବକ। ଗଞ୍ଜାମରେ ଗତକାଲି ଭୋର…

ସିପିଆଇ ଜୋନାଲ କମିଟିର ଆଲୋଚନା ସଭା

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ସିପିଆଇ ବଡ଼ଖେମୁଣ୍ଡି ଜୋନାଲ କମିଟିର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ସିପିଆଇ କାର୍ଯ୍ୟଳୟରେ ଆୟୋଜିତ ସଭାରେ କମ୍ରେଡ ଦଣ୍ଡପାଣି ସାହୁ ଅଧ୍ୟକ୍ଷତା କରିଥିଲେ। ଜୋନାଲ କମିଟି ସମ୍ପାଦକ କମ୍ରେଡ୍‌ କିଶୋର…

ଇଫ୍‌ତାର ପାର୍ଟିରେ ଯୋଗଦେଲେ ବିଧାୟକ

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଚାଲିଛି ପବିତ୍ର ରମ୍‌ଜାନ ମାସ। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ମୁସଲମାନ ଭାଇମାନଙ୍କ ପକ୍ଷରୁ ଶନିବାର ରାତିରେ ସୁଲତାନିଆ ମସ୍‌ଜିଦଠାରେ ଇଫ୍‌ତାର ପାର୍ଟି ଆୟୋଜନ କରାଯାଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇଥିଲେ। ତାଙ୍କ ସହ ଏନ୍‌ଏସି…

ଜଙ୍ଗଲରୁ ମଣିଷ କଙ୍କାଳ ଠାବ: ହତ୍ୟା ପରେ ପୋଡି ଦିଆଯାଇଥିବା ସନ୍ଦେହ

ସୋରଡ଼ା,୨୨ା୩ (ରଜନୀ ମହାପାତ୍ର ): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହୋଇଛି। ହତ୍ୟା ପରେ ମୃତଦେହ ପୋଡି ଦିଆଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ସୋରଡ଼ା ଥାନା ଅଧିକାରୀ ସୁଧୀର ସାହୁ…

ନାବାଳିକା ବଳାତ୍କାର ମାମଲା ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର, ୨୨ା୩(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକସ ଅଦାଲତ ବିଚାରପତି ପ୍ରଣତି ପଟ୍ଟନାୟକ ଶନିବାର ଏକ ବଳାତ୍କାର ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ପ୍ରମାଣ ଅଭାବରୁ ଉକ୍ତ ମାମଲାର ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସେ ହେଲେ ଛତ୍ରପୁର ଥାନା…

ତପ୍ତପାଣି ଘାଟିରେ ଓଲଟିଲା ତେନ୍ତୁଲି ବୋଝେଇ ଟ୍ରକ୍‌ : ଚାଳକ ଗୁରୁତର

ଦିଗପହଣ୍ଡି,୨୨|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟି ରାସ୍ତାରେ ଶନିବାର ଅପରାହ୍ନରେ ଏକ ତେନ୍ତୁଳି ବୋଝେଇ ଟ୍ରକ ନଂ.(ଓଆର ୦୫ ଏକ୍ୟୁ -୨୧୫୫) ଓଲଟି ପଡ଼ିବାରୁ ଟ୍ରକ୍ ଚାଳକ ଗୁରୁତର ଆହାତ ହୋଇଛନ୍ତି। ସେ…

କ୍ରିକେଟ ଖେଳିବାବେଳେ ବଜ୍ରପାତ, ପଡିଆରେ ଟଳି ପଡିଲେ ୧୦ମ ଶ୍ରେଣୀ ଛାତ୍ର

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ବଜ୍ରାଘାତରେ ଚାଲିଗଲା ୧୦ମ ଶ୍ରେଣୀ ଛାତ୍ରଙ୍କ ଜୀବନ। ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ନାରାୟଣପୁର ଗ୍ରାମର ୧୦ମ ଶ୍ରେଣୀ ଛାତ୍ର ରାଜେଶ ଗୌଡ଼ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ବଜ୍ରପାତ ପ୍ରଭାବରେ ମୃତ୍ୟୁବରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri