ଗଞ୍ଜାମ

ଅସମ୍ଭାଳ ଖରା, ଜନଜୀବନ ଅସ୍ତବ୍ୟସ୍ତ

ଧରାକୋଟ,୨୧ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ଅଞ୍ଚଳରେ ୪ଦିନ ଧରି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ୧୦ଟା ପରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ସରକାରୀ କାର୍ଯ୍ୟାଳୟ ଓ ସ୍କୁଲଗୁଡ଼ିକ ସକାଳୁଆ ହୋଇଥିବାରୁ ଛାତ୍ରୀଛାତ୍ର ଖରାର ପ୍ରକୋପରୁ ତ୍ରାହି…

ଦେଶୀମଦ ଜବତ: ଜେଲ୍‌ ଗଲେ ପୂର୍ବତନ ସମିତି ସଭ୍ୟ

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ମଲ୍ଲିକଙ୍କୁ ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ତାଙ୍କ ନିକଟରୁ ୪୦ ଲିଟର ଦେଶୀମଦ…

ଟ୍ରାନ୍ସଜେଣ୍ଡର ଆତ୍ମହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ମାରାଥନ ଜେରା

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମର ବୁଲୁ ବିଷୋୟୀଙ୍କ ଘରୁ ଗତ ୧୨ ତାରିଖ ସକାଳେ କୋଟିନଡା ଗ୍ରାମର ଟ୍ରାନ୍ସଜେଣ୍ଡର ଅଜିତ ବିଷୋୟୀ ଓରଫ ଅର୍ଚ୍ଚିତାଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଥିଲେ। ଖବରପାଇ କିନ୍ନର ସଂଘ…

ଚାଲିଥିଲା ବାହାଘର ପ୍ରସେଶନ: ହଠାତ କାଟିପକାଇଲେ ଯୁବକଙ୍କ ପାପୁଲି

ବେଗୁନିଆପଡା,୨୧।୪(ସୁଶାନ୍ତ ପଟ୍ଟନାୟକ): ବାହାଘର ପ୍ରସେଶନ ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଯୁବକଙ୍କ ହାତ ପାପୁଲି ଛିଣ୍ଡ ଯାଇଥିବା ଜଣାପଡ଼ିଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ କବିସୂର୍ଯ୍ୟନଗର ଥାନା ସାନ ଉସ୍ତାପଡା ଗ୍ରାମରେ। ରବିବାର ରାତିରେ ବାହାଘର…

ଅସମ୍ଭାଳ ତାତି, ଜନ ଜୀବନ ଅସ୍ତବ୍ୟସ୍ତ

ଧରାକୋଟ,୨୧ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ଅଞ୍ଚଳରେ ୪ ଦିନ ଧରି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି। ୧୦ଟା ପରେ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡ଼ୁଛି। ସରକାରୀ କାର୍ଯ୍ୟାଳୟ ଓ ସ୍କୁଲଗୁଡ଼ିକ ସକାଳୁଆ ହୋଇଥିବାରୁ ଛାତ୍ରୀଛାତ୍ରମାନେ ଖରାର…

ପୋଲିସର ସ୍ପେଶାଲ ଡ୍ରାଇଭ୍‌: ୨୬ ନାବାଳିକାଙ୍କୁ ଉଦ୍ଧାର

ଛତ୍ରପୁର,୨୧ା୪(ସନ୍ତୋଷ ପାଢ଼ୀ): ସାରା ରାଜ୍ୟରେ ଶିଶୁ ଅପହରଣ ଓ ନିଖୋଜ ନେଇ ଚହଳ ପଡିଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ନିଖୋଜ ଶିଶୁଙ୍କୁ ଠାବ କରି ଉଦ୍ଧାର କରିବା ଲାଗି ସ୍ପେଶାଲ ଡ୍ରାଇଭ୍‌ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଏହିକ୍ରମରେ ଗଞ୍ଜାମ…

ଲୋକଙ୍କ ଗୁହାରି ଶୁଣିଲେ ଜିଲାପାଳ, ଏସପି: ସହାୟତା କଲେ ପ୍ରଦାନ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ):ଭଞ୍ଜନଗରରେ ସୋମବାର ଜିଲାସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଗଞ୍ଜାମ ଜିଲା ପରିଷଦ ମୁଖ୍ୟ ଉର୍ନ୍ନୟନ ଅଧିକାରୀ ତଥା…

ପ୍ରତାପୁର ଗ୍ରାମରେ କଳିକଳୁଷ ନାଶ ବିଶ୍ୱଶାନ୍ତି ମହାଯଜ୍ଞ

ପୁରୁଷୋତ୍ତମପୁର,୨୧।୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ପ୍ରତିଷ୍ଠିତ କିମ୍ବଦନ୍ତୀପୂର୍ଣ୍ଣ ତୁମ୍ବେଶ୍ବର ମହାଦେବଙ୍କ ପୀଠରେ ରାଜ୍ୟ,ଦେଶ ସହ ବିଶ୍ବର ମଙ୍ଗଳ ଲାଗି ମହାଜଜ୍ଞ ଅନୁଷ୍ଠିତ ହୋଇଛି। ସୋମବାର ଏହା ଷଷ୍ଠ ଦିବସରେ ପହଞ୍ଚିଥିବାବେଳେ ଏହି ଯଜ୍ଞର ଉଦ୍ଦେଶ୍ୟ…

ଶପଥ ନେଲେ ଖେମୁଣ୍ଡି ଓକିଲ ସଂଘ କର୍ମକର୍ତ୍ତା

ଦିଗପହଣ୍ଡି,୨୧ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓକିଲ ସଂଘ ସଭାଗୃହରେ ଆୟୋଜିତ ସଭାରେ ନବନିର୍ବାଚିତ ସଭାପତି ହୃଦୟ ରଞ୍ଜନ ମେକାପ, ଉପସଭାପତି ସନ୍ତୋଷ…

ବିବାହ ଶୋଭାଯାତ୍ରା ବେଳେ ଅଘଟଣ: ଖଣ୍ଡା ଚୋଟରେ ଛିଣ୍ଡିଲା ଯୁବକଙ୍କ ପାପୁଲି

ପୋଲସରା,୨୧।୪: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ସାନଉସ୍ତାପଡ଼ା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ବାହାଘର ଶୋଭାଯାତ୍ରା ବେଳେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଆକ୍ରମଣ କରାଯାଇଛି। ଖଣ୍ଡା ଚୋଟରେ ଯୁବକଙ୍କ ହାତ ପାପୁଲି…

ବଟେଶ୍ୱର ମନ୍ଦିର ଉନ୍ନୟନ ପାଇଁ ବିଡିଓଙ୍କୁ ଭେଟିଲେ ପ୍ରତିନିଧି ଦଳ

ଗଞ୍ଜାମ,୨୧ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ଠାରେ ପ୍ରସିଦ୍ଧ ଐତିହାସିକ ବଟେଶ୍ୱର ଶୈବପୀଠ। ଉକ୍ତ ଶୈବପୀଠର ଉନ୍ନତିକରଣ ନିମନ୍ତେ ସୋମବାର ବଟେଶ୍ୱର ଐତିହ୍ୟ ସଂରକ୍ଷଣ କମିଟିର ଏକ ୫ ଜଣିଆ ପ୍ରତିନିଧି ଦଳ ବିଡିଓ ଅଚ୍ୟୁତାନନ୍ଦ ଯାନୀଙ୍କୁ ଭେଟି ବିଭିନ୍ନ…

ଶିକ୍ଷା ବିଭାଗ ଗାଇଡ୍‌ଲାଇନ୍‌କୁ ଖୋଲାଖୋଲି ଉଲ୍ଲଂଘନ: ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ନେଇ ଚର୍ଚ୍ଚା

ଗଞ୍ଜାମ,୨୧ା୪(ବିଦ୍ୟାଧର ସାହୁ): ସରକାରୀ ସ୍କୁଲଗୁଡ଼ିକ ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତ। ପୋଷାକ, ବୁଟ, ବହି, ସ୍କୁଲ ବ୍ୟାଗ ଇତ୍ୟାଦି ମାଗଣାରେ ସରକାର ଯୋଗାଇ ଦେଉଛନ୍ତି l ସେଥିମଧ୍ୟରୁ ମାଗଣାରେ ପିଲାମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ମିଳୁଛି। ଶିକ୍ଷାର ବୃଦ୍ଧି ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri