ଇଫ୍ତାର ପାର୍ଟିରେ ଯୋଗଦେଲେ ବିଧାୟକ
ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଚାଲିଛି ପବିତ୍ର ରମ୍ଜାନ ମାସ। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ମୁସଲମାନ ଭାଇମାନଙ୍କ ପକ୍ଷରୁ ଶନିବାର ରାତିରେ ସୁଲତାନିଆ ମସ୍ଜିଦଠାରେ ଇଫ୍ତାର ପାର୍ଟି ଆୟୋଜନ କରାଯାଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇଥିଲେ। ତାଙ୍କ ସହ ଏନ୍ଏସି…
ଜଙ୍ଗଲରୁ ମଣିଷ କଙ୍କାଳ ଠାବ: ହତ୍ୟା ପରେ ପୋଡି ଦିଆଯାଇଥିବା ସନ୍ଦେହ
ସୋରଡ଼ା,୨୨ା୩ (ରଜନୀ ମହାପାତ୍ର ): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହୋଇଛି। ହତ୍ୟା ପରେ ମୃତଦେହ ପୋଡି ଦିଆଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ସୋରଡ଼ା ଥାନା ଅଧିକାରୀ ସୁଧୀର ସାହୁ…
ନାବାଳିକା ବଳାତ୍କାର ମାମଲା ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ
ବ୍ରହ୍ମପୁର, ୨୨ା୩(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକସ ଅଦାଲତ ବିଚାରପତି ପ୍ରଣତି ପଟ୍ଟନାୟକ ଶନିବାର ଏକ ବଳାତ୍କାର ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ପ୍ରମାଣ ଅଭାବରୁ ଉକ୍ତ ମାମଲାର ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସେ ହେଲେ ଛତ୍ରପୁର ଥାନା…
ତପ୍ତପାଣି ଘାଟିରେ ଓଲଟିଲା ତେନ୍ତୁଲି ବୋଝେଇ ଟ୍ରକ୍ : ଚାଳକ ଗୁରୁତର
ଦିଗପହଣ୍ଡି,୨୨|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟି ରାସ୍ତାରେ ଶନିବାର ଅପରାହ୍ନରେ ଏକ ତେନ୍ତୁଳି ବୋଝେଇ ଟ୍ରକ ନଂ.(ଓଆର ୦୫ ଏକ୍ୟୁ -୨୧୫୫) ଓଲଟି ପଡ଼ିବାରୁ ଟ୍ରକ୍ ଚାଳକ ଗୁରୁତର ଆହାତ ହୋଇଛନ୍ତି। ସେ…
କ୍ରିକେଟ ଖେଳିବାବେଳେ ବଜ୍ରପାତ, ପଡିଆରେ ଟଳି ପଡିଲେ ୧୦ମ ଶ୍ରେଣୀ ଛାତ୍ର
ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ବଜ୍ରାଘାତରେ ଚାଲିଗଲା ୧୦ମ ଶ୍ରେଣୀ ଛାତ୍ରଙ୍କ ଜୀବନ। ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ନାରାୟଣପୁର ଗ୍ରାମର ୧୦ମ ଶ୍ରେଣୀ ଛାତ୍ର ରାଜେଶ ଗୌଡ଼ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ବଜ୍ରପାତ ପ୍ରଭାବରେ ମୃତ୍ୟୁବରଣ…
ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ କରିଥିଲେ ହତ୍ୟା: କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡ
ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଆଖୁପଦର ଗ୍ରାମର ଗୀତାଞ୍ଜଳୀ ମୁଳିଙ୍କୁ ତାଙ୍କ ସ୍ବାମୀ ରାଜୁ ମୁଳିି ୨୦୨୩ ମସିହା ମେ ମାସ ୨୭ ତାରିଖ ରାତିରେ ହତ୍ୟା କରିଥିଲେ। ଏହି ମାମଲାର ରାୟ ଶନିବାର ପ୍ରକାଶ ପାଇଛି।…
ଗଞ୍ଜାମରେ ଅଦିନିଆ ବର୍ଷା: ଖଣ୍ଡଦେଉଳୀ ପଞ୍ଚୁଦୋଳ ଯାତ୍ରା ପ୍ରଭାବିତ
ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ): ତିନିଦିନ ଧରି ଲଗାଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଯେଉଁ ପୂର୍ବାନୁମାନ କରିଥିଲା ତାହା ସତ ହୋଇଛି। ଶନିବାର ପୂର୍ବାହ୍ନରୁ ଗଞ୍ଜାମ ବ୍ଲକ ଅଞ୍ଚଳରେ ପବନ ସାଙ୍ଗକୁ ବିଜୁଳି ଘଡଘଡି ଓ ପ୍ରବଳ ବର୍ଷା ହେଉଛି। ଏହି…
ଶିଶୁକୁ ଦେଇଥିଲେ ଯୌନ ନିର୍ଯାତନା, କୋର୍ଟ ଶୁଣାଇଲେ ବଡ଼ ରାୟ
ଛତ୍ରପୁର,୨୨ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ପୋଲିସ ଜିଲା ସୋରଡ଼ା ଥାନା ଅଞ୍ଚଳରେ ଘଟିଥିବା ଶିଶୁ ଯୌନ ନିର୍ଯାତନା ମାମଲାରେ କୋର୍ଟ ଦ୍ୱାରା ସମ୍ପୃକ୍ତ ଦୋଷୀ ସାବ୍ୟସ୍ତ ହେବା ସହ ଦଣ୍ଡିତ ହୋଇଛନ୍ତି। ଏନେଇ ସଫଳତା ମିଳିଥିବା ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଗଣମାଧ୍ୟମକୁ…
ବିଦେଶୀମାନଙ୍କୁ ବେଆଇନ ସିମ କାର୍ଡ ବିକ୍ରି, ଗୋପାଳପୁର ପୋର୍ଟ କର୍ମଚାରୀ ସମେତ ୨ଗିରଫ
ଛତ୍ରପୁର,୨୧।୩(ସନ୍ତୋଷ ପାଢ଼ୀ ): ଗୋପାଳପୁର ପୋର୍ଟକୁ ଜାହାଜରେ ଆସୁଥିବା ବିଦେଶୀମାନଙ୍କୁ ବେଆଇନ ଭାବେ ସିମ ବିକ୍ରି ମାମଲାରେ ଗଞ୍ଜାମ ଜ଼ିଲା ଆର୍ଯ୍ୟପଲ୍ଲୀ କତୁରୁ ଅଞ୍ଚଳର ଦୁଇଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ କତୁରୁ ଗ୍ରାମର ଜି ସାମ୍ବା ଓ…
ଗୁଳିବିଦ୍ଧ ବାରହାର ମୃତଦେହ ଜବତ; ଦେଶୀ ବନ୍ଧୁକ ଜବତ, ଅଭିଯୁକ୍ତ ଜେଲ ଗଲେ
ଦିଗପହଣ୍ଡି,୨୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ନୂଆପଡ଼ା ସେକ୍ସନ ବାରିହାକଟା ଗ୍ରାମ ନିକଟ ଗାଇଡା ସଂରକ୍ଷିତ ଜଙ୍ଗଲରୁ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୧୨ ଟାରେ ଏକ ଗୁଳିବିଦ୍ଧ ବାରହାର ମୃତଦେହକୁ ବନବିଭାଗ କର୍ମଚାରୀ ଜବତ କରିଛନ୍ତି। ବାରହା…
ମତ୍ସ୍ୟଜୀବୀଙ୍କ ସହ ଆର୍ଯ୍ୟପଲ୍ଲୀ ମତ୍ସ୍ୟ ଜେଟି ବୁଲି ଦେଖିଲେ ପ୍ରଶାସନିକ ଟିମ୍
ଛତ୍ରପୁର, ଦିଲ୍ଲୀପ ସାମଲ ୨୧।୩ : ସମୁଦ୍ର ଆଁ କରି ରହିଛି । କେଉଁ ମୁହୁର୍ତ୍ତରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତକୁ ସମୁଦ୍ର ଗିଳି ଦେବ । ଆର୍ଯ୍ୟପଲ୍ଲୀ ପଞ୍ଚାୟତର ପ୍ରାୟ ୨ ରୁ ୩ କିମି ଦୂରରେ ରହିଥିବା ସମୁଦ୍ର ଏବେ ଆଉ…
ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟଣା: ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି,୨୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାରେ ବୁଧବାର ସକାଳେ ନୀଳକଣ୍ଠ ନାମକ ଯାତ୍ରୀବାହୀ ବସ ନଂ. (ଓଡ଼ି ୦୭ ଟି – ୪୧୬୫) ଧକ୍କାରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡିି ପଞ୍ଚାୟତ ମଧୁବନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୁରେଶୁ…
Archives


