ଗଠନ ହେଲା ୫୪ ବିପର୍ଯ୍ୟୟ ପରିଚାଳନା କମିଟି, ଦୈବୀ ଦୁର୍ବିପାକ ମୁକାବିଲାରେ…

ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବିପର୍ଯ୍ୟୟ ପ୍ରଶମନ ସମିତି ଓ ଓସ୍‌ଡିଏମା ସହାୟତାରେ ଭଞ୍ଜନଗର ବ୍ଲକ ପ୍ରଶାସନ ସହଯୋଗରେ ବାର୍ଡ ସଂସ୍ଥା ଦ୍ୱାରା ଭଞ୍ଜନଗରରେ ବ୍ଲକରେ ଥିବା ୧୦ଟି କୁଲାଡ଼,ଗୋଲାପଡା, ବାଉଁଶଲୁଣ୍ଡି, ଡିହପଢାଳ , ତୁରୁମୁ,ତିଳିଶିଙ୍ଗୀ,ବ୍ରାହ୍ମଣପଦର, ଦୋମୁହାଣି, ହରିଗଡ଼ ଓ ଗାଲେରୀ ପଞ୍ଚାୟତର ୫୪ଟି ରାଜସ୍ବ ଗ୍ରାମରେ ଗ୍ରାମ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଶୁକ୍ରବାର ଗଠିତ ହୋଇଛି।

ଉକ୍ତ ରାଜସ୍ବ ଗ୍ରାମର ଓ୍ବାର୍ଡ ସଭ୍ୟ, ଅଙ୍ଗନଓ୍ବାଡି କର୍ମୀ, ଆଶା, ଶିକ୍ଷକ, ସ୍ବୟଂ ସହାୟକ ଦଳ ସଭ୍ୟ ଓ ଗାଁ ସ୍ବେଚ୍ଛାସେବୀଙ୍କୁ ନେଇ ଗ୍ରାମ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠିତ କରାଯାଇଛି। ଯାହାକୁ ୨୧ଟି ଦୈବୀ ଦୁର୍ବିପାକ ତୁଷାରପାତ, ଭୂତାଣୁ ସଂକ୍ରମଣ, ସାପକାମୁଡ଼ା, ରାସାୟନିକ ବିକରଣ, ଶିତ ଲହରୀ, ବାତ୍ୟା, ନୌକା ଦୁର୍ଘଟଣା, କୀଟ ଆକ୍ରମଣରେ ଫଶଲ ନଷ୍ଟ, ବାଦଲଫଟା ବର୍ଷା, ରାସ୍ତା ଦୁର୍ଘଟଣା, ମରୁଡି, ଭୂମିକମ୍ପ, ଅଗ୍ନିକାଣ୍ଡ, ବନ୍ୟା, ଜଙ୍ଗଲ ପୋଡି, ଅଂଶୁଘାତ, ଭୁସ୍ପଳନ, ବୁଡ଼ିଯିବା,ବନ୍ୟଜନ୍ତୁ ଓ ମନୁଷ୍ୟ ଲଢେଇ,ବଜ୍ରପାତ, ପରମାଣୁ ବିସ୍ଫୋରଣ, କୁହୁଡା, ସମୁଦ୍ର ସୁନାମୀ ଉପରେ କମିଟି ସଭ୍ୟାସଭ୍ୟଙ୍କୁ ବାର୍ଡ ଅନୁଷ୍ଠାନ ତରଫରୁ ତାଲିମ ଦିଆଯାଇଥିଲା।

ବିଶେଷ କରି ବଜ୍ରପାତ ସମୟରେ ଜଳଉତ୍ସ, ଗଛ ତଳେ, ଇଲେକ୍ଟ୍ରୋନିକ୍‌ ଯୁକ୍ତ ବ୍ୟବହାର, ଖୋଲା ଆକାଶ ଲୋକେ ଓ ଗୃହପାଳିତ ପଶୁକୁ ରହିବା ବାରଣ କରାଯାଉଛି। ଭୂ ବିଜ୍ଞାନ ମନ୍ତ୍ରଣIଳୟ ତଥ୍ୟ ଅନୁସାରେ ଦେଶରେ ଉତ୍ତରପୂର୍ବ ରାଜ୍ୟ, ପଶ୍ଚିମବଙ୍ଗ, ସିକିମ, ଝାଡ଼ଖଣ୍ଡ ଓ ଓଡ଼ିଶା ରାଜ୍ୟ ବଜ୍ରପାତ ପ୍ରବଣ ଅଞ୍ଚଳ ବୋଲି ଘୋଷଣା କରାଯାଇଛି। ପାଞ୍ଚ ସେକେଣ୍ଡରେ ଏକ ମାଇଲ, ୧୫ ସେକେଣ୍ଡରେ ୩ ମାଇଲ ବିଜୁଳି ଘଡ଼ଘଡ଼ି ମାରିପାରିବ, ବଜ୍ରପାତରେ ୨୦୦୦ରୁ ୨୦୨୧ ମଧ୍ୟରେ ୪୯ ହଜାର ଲୋକ ମୃତ୍ୟବରଣ କରିଛନ୍ତି, ଜଳବାୟୁ ଓ ସ୍ଥାନୀୟ ପରିବେଶ ପରିବର୍ତନ ଯୋଗୁ ଆମ ରାଜ୍ୟରେ ୩୬ ପ୍ରତିଶତ ବଢିଛି, ଏକ ହଜାର ବର୍ଗ କିଲୋମିଟରରେ ୬୯ଜଣ ବଜ୍ରପାତରେ ଜୀବନ ହରାଉଛନ୍ତି ଯାହା ଆମ ରାଜ୍ୟ ପ୍ରଥମ ରାଜ୍ୟ ରୂପେ ପରିଗଣିତ ଯାହା ଚିନ୍ତାର କାରଣ ହୋଇଛି ବୋଲି ସାଧନ କର୍ମୀ ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ତାଲିମ ଦେଇଥିଲେ।

ତାଳଗଛ ରୋପଣ ମାଧ୍ୟମରେ ବଜ୍ରପାତ କିଛି ଅଂଶ କମିପାରିବ ବୋଲି ବନ ବିଭାଗ ବନ କର୍ମଚାରୀ ଶରତ କୁମାର ମହାନ୍ତି କହିଥିଲେ। କ୍ଷୟକ୍ଷତି ଆକଳନ ଓ ଦୈବିଦୁର୍ବିପାକ ବିପର୍ଯ୍ୟୟରେ ଜୀବନ ହାରିଥିବା ପରିବାରକୁ ସରକାରୀ ସାହାଯ୍ୟ କିଭଳି ମିଳିବ ରାଜସ୍ବ ବିଭାଗ ତରଫରୁ ରାଜସ୍ବ ନିରୀକ୍ଷକ ସଂଯୋଗ ମହାପାତ୍ର ସାଧନକର୍ମୀ ଭାବେ ଯୋଗ ଦେଇ ଉପସ୍ଥିତ ଗାଁ କଲ୍ୟାଣ ସମିତି ସଭ୍ୟା ଓ ସଭ୍ୟଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ବହୁ ସଂଖ୍ୟାରେ ଆଶା, ଅଙ୍ଗନଓ୍ବାଡ଼ି,ମହିଳା ଗୋଷ୍ଠୀ, ଯୁବକସଂଘ ଓ ଓ୍ବାର୍ଡ ସଭ୍ୟାସଭ୍ୟ ତାଲିମରେ ଅଂଶଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?