ଘରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
ଚିକିଟି,୧ା୪(ପ୍ରକାଶ ଚନ୍ଦ୍ର ସାହୁ)-କେ ନୂଆଗାଁ ଥାନା ନୂଆପଡା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି। ଚାନ୍ଦପୁର ପଞ୍ଚାୟତ ଡଭାର ଗ୍ରାମର ରଞ୍ଜିତା ପଣ୍ଡାଙ୍କ ଘରୁ ସୋମବାର ମଧ୍ୟ ରାତ୍ରିରେ ଚୋରି ହୋଇଛି। ରଞ୍ଜିତା ଏକାକୀ ଶୋଇଥିବା ବେଳେ…
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଖାତା ମୂଲ୍ୟାୟନ ପ୍ରସ୍ତୁତି ଚୂଡାନ୍ତ
ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ବୁଧବାରଠାରୁ ଆରମ୍ଭ ହେବ। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ ଯୁକ୍ତ ୨ ପରୀକ୍ଷା ଖାତା ଅଫଲାଇନ ଏବଂ ଅନ୍ଲାଇନ ମୂଲ୍ୟାଙ୍କନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି।…
ଆଇଆର୍ବି ବାଟାଲିୟନରେ ପୋଲିସ ପ୍ରତିଷ୍ଠା ଦିବସ
ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ୮ମ ସଂରକ୍ଷିତ ବାହିନୀ ତରଫରୁ ମଙ୍ଗଳବାର ଉତ୍କଳ ଦିବସ ସହ ୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସ୍ବତନ୍ତ୍ର ଭାରତ ସଂରକ୍ଷିତ ବାହିନୀର ଦୁର୍ଗପତି ସୁଧାକର ମିଶ୍ର…
ଚୈତ୍ର ମଙ୍ଗଳବାର ତୃତୀୟ ପାଳି: ସରସ୍ବତୀ ବେଶରେ ଦର୍ଶନ ଦେଲେ ମା’ ତାରାତାରିଣୀ
ପୁରୁଷୋତ୍ତମପୁର,୧।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଚାଲିଛି ଚୈତ୍ର ଯାତ୍ରା। ମଙ୍ଗଳବାର ତୃତୀୟ ପାଳିରେ ମା’ ତାରାତାରିଣୀ ସରସ୍ବତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମା’ଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର…
ଉତ୍କଳ ଦିବସ: ମହାପୁରୁଷଙ୍କୁ ମାଲ୍ୟାର୍ପଣ କରି ସ୍ମୃତିଚାରଣ
ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ) ଗଞ୍ଜାମ ବରିଷ୍ଠ ନାଗରିକଙ୍କ ପକ୍ଷରୁ ମଙ୍ଗଳବାର ଉତ୍କଳ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ପୌର ପରିଷଦ କର୍ମକର୍ତ୍ତା ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାଶ, କଳିଙ୍ଗର ବରପୁତ୍ର ବିଜୁ ପଟ୍ଟନାୟକ,…
ପୋଲିସ ପ୍ରତିଷ୍ଠା ଦିବସ: ୫ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କଲେ ଏସ୍ପି
ଛତ୍ରପୁର,୧।୪(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଛତ୍ରପୁର ପୋଲିସ ପଡ଼ିଆଠାରେ ମଙ୍ଗଳବାର ଗଞ୍ଜାମ ଜିଲାସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ଗଞ୍ଜାମ ଏସ୍ପି ଶୁଭେନ୍ଦୁ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉପସ୍ଥିତ ପୋଲିସ ବାହିନୀକୁ ଉଦ୍ବୋଧନ ଦେଇ…
ଭଞ୍ଜନଗରରେ ଉତ୍କଳ ଦିବସ ପାଳନ: ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ଭଞ୍ଜନଗର,୧।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଙ୍ଗଳବାର ଉତ୍କଳ ଦିବସ ପାଳନ ହୋଇଯାଇଛି। ସକାଳେ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ…
ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ
ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ଦୋକାନୀକୁ ଗିରଫ କରିଛି l ସେ ହେଲେ ପୁଇଁତୋଳା ଗ୍ରାମର ନବଘନ ବିଶ୍ୱାଳ…
ଅବସରନେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ, ମୁଖ୍ୟ କିରାଣି
ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ଗୌଡ ସୋମବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ତେଣୁ ତାଙ୍କର ସହକର୍ମୀ ଯନ୍ତ୍ରୀ ଏବଂ ଅନ୍ୟ କର୍ମଚାରୀ ମାନେ ସୋମବାର ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ସୂଚନାଯୋଗ୍ୟ, ସନ୍ତୋଷଙ୍କ…
ମା’ଙ୍କ ସହ ଭୋଜି ଖାଇବାକୁ ଯାଇଥିଲେ, ନାବାଳିକାଙ୍କୁ ବଳାତ୍କାର : ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ
ବ୍ରହ୍ମପୁର,୩୧ା୩(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ପ୍ରଣତି ପଟ୍ଟନାୟକ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ମାମଲାର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ ଦଣ୍ଡରେ…
ଉଚ୍ଚତର ଶିକ୍ଷା ପାଇଁ ଉତ୍ସାହିତ କଲେ ଅତିଥି: ଛାତ୍ରୀଛାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା
ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଇଲୋକ୍ଟ୍ରୋନିକ୍ସ ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀଛାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଇଲୋକ୍ଟ୍ରୋନିକ୍ସ ବିଭାଗ ପକ୍ଷରୁ ସ୍ଥାନୀୟ ବନବିହାରଠାରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା…
ଛତ୍ରପୁରରେ ଧୂମଧାମରେ ପାଳିତ ହେଲା ‘ଇଦ୍’: ପରସ୍ପରକୁ ଆଲିଙ୍ଗନ କରି ଅଭିବାଦନ ଜଣାଇଲେ…
ଛତ୍ରପୁର,୩୧।୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଆଜି ମୁସଲମାନ ଭାଇମାନଙ୍କ ପବିତ୍ର ରମ୍ଜାନ ମାସର ଶେଷ ଦିନ। ଏହି ଦିନକୁ ଇଦ୍ ରୁପେ ପାଳନ କରନ୍ତି, ଯାହା ମୁସଲମାନଙ୍କ ଲାଗି ସବୁଠାରୁ ବଡ ପର୍ବ ଅଟେ। ଏଥିଲାଗି ମୁସଲମାନମାନେ ଏକମାସ ଧରି ଉପବାସ…
Archives


