ଦିଗପହଣ୍ଡିରେ ତ୍ରିରଙ୍ଗା ଶୋଭାଯାତ୍ରା, ଯୋଗଦେଲେ ଖଣି ମନ୍ତ୍ରୀ-ବିଧାୟକ
ଦିଗପହଣ୍ଡି,୨୧।୫(ଅଶେଷ ନାଥ ମିଶ୍ର): ଭାରତୀୟ ସେନାର ଅପରେଶନ ସିନ୍ଦୂର ସଫଳତାକୁ ନେଇ ଯବାନଙ୍କ ମନୋବଳ ଏବଂ ସେମାନଙ୍କ ପରାକ୍ରମକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବୁଧବାର ଅପରାହ୍ନରେ ଭାଜପା ପକ୍ଷରୁ ଦିଗପହଣ୍ଡି ସହରରେ ନିର୍ବାଚନମଣ୍ଡଳୀସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ…
ଲୁହରେ ଭିଜିଲା ଶିକୁଳା ମାଟି: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସିଆର୍ପିଏଫ୍ ଯବାନଙ୍କ କରାଗଲା ଶେଷକୃତ୍ୟ
ପୁରୁଷୋତ୍ତମପୁର,୨୧।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଶିକୁଳା ଗ୍ରାମର ଜଣେ ସିଆର୍ପିଏଫ୍ ଯବାନଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେ ହେଉଛନ୍ତି ସନ୍ତୋଷ କୁମାର ବେହେରା (୩୯)। ସନ୍ତୋଷ ଛତିଶଗଡର ବିଳାଶପୁରଠାରେ…
ଘରେ ବସି କଥା ହେଉଥିଲେ ୨ ଝିଅଙ୍କ ସହ ମା’, ଉପରେ ଖସିପଡ଼ିଲା ସ୍ଲାବ୍, ଆଉ ତା’ ପରେ…
ପୁରୁଷୋତ୍ତମପୁର,୨୧ା୫(ସୀମାଞ୍ଚଳ ମିଶ୍ର): ମହାରାଷ୍ଟ୍ର ମୁମ୍ବାଇର ଥାନେ ନିକଟସ୍ଥ କଲ୍ୟାଣ ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଗୋଟିଏ ବିଲ୍ଡିଂ ଛାତ ଭୁଶୁଡ଼ି ୬ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ତେବେ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା…
‘ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ପ୍ରସାରରେ ରାଜୀବ ଗାନ୍ଧୀଙ୍କ ଅବଦାନ ଅତୁଳନୀୟ’
ଦିଗପହଣ୍ଡି,୨୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି କାର୍ଯ୍ୟାଳୟରେ ବୁଧବାର ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ନଗର କଂଗ୍ରେସ କମିଟି ସଭାପତି ତଥା ଏନ୍ଏସି କାଉନସିଲର ଦୀପକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ…
ମାଡ଼ ହେଲା ଉଚ୍ଚ ଜୁଆର, ଓଲଟି ପଡ଼ିଲା ଡ଼ଙ୍ଗା; ବି.ଜେଙ୍ଗମେୟା ନିଖୋଜ
ଗୋପାଳପୁର,୨୦ା୫(ନବୀନ ରାଜ ଆଚାରୀ): ଗୋପାଳପୁର ମତ୍ସ୍ୟ ଅବତରଣ କେନ୍ଦ୍ର ନିକଟରେ ମଙ୍ଗଳବାର ଭୋରରେ ସମୁଦ୍ରରେ ଏକ ଡଙ୍ଗା ଓଲଟି ପଡିବାରୁ ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବା ବେଳେ ୪ ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି। ନିଖୋଜ ବ୍ୟକ୍ତି ଜଣକ ହେଲେ ଗୋପାଳପୁର ଏନଏଏସି…
ନିର୍ଯାତନା ଦେଇ ଆସୁଥିଲେ, ଶେଷରେ ବୋହୂଙ୍କୁ ବିଷ ଦେଇ ମାରିଦେଲେ; ସ୍ବାମୀଙ୍କୁ ଅଟକ ରଖି…
ଦିଗପହଣ୍ଡି,୨୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ଜଣେ ବିବାହିତାଙ୍କୁ ଶ୍ୱଶୁର ଘର ଲୋକେ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିବାହିତାଜଣଙ୍କ ହେଲେ ରିତୁ ବେହେରା। ଏନେଇ ରିତୁ ଙ୍କ ବାପା ଯୋଗେନ୍ଦ୍ର ପାଟପୁର…
ନାବାଳିକା ଛାତ୍ରୀଙ୍କୁ ଘରୁ ଟେକିନେଲେ, ଆଉ ଏବେ…
ଦିଗପହଣ୍ଡି,୨୦।୫(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବାପା ଏ ନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି…
ଶାନ୍ତି ମିଶ୍ର ହତ୍ୟା ମାମଲା: ଅଭିଯୁକ୍ତ ମଉଜ ମିଶ୍ର ଆଜୀବନ କାରାଦଣ୍ଡରେ ଦଣ୍ଡିତ
ବ୍ରହ୍ମପୁର, ୨୦।୫(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରା ଜଜ ଡ. ଭାଗ୍ୟଲଷ୍ମୀ ରଥ ମଙ୍ଗଳବାର ବହୁ ଚର୍ଚ୍ଚିତ ଗୋଶାଣିନୁଆଗାଁ ଶାନ୍ତି ମିଶ୍ର ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ଉକ୍ତ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସତୀଶ କୁମାର ମିଶ୍ର…
ଆମେରିକା ଯିବ ବ୍ରହ୍ମପୁରର ମସଲା ଏବଂ ଇଥାନଲ ନମୁନା
ବ୍ରହ୍ମପୁର,୨୦ା୫(ଅଶୋକ କୁମାର ସାହୁ): ଆସନ୍ତା ୨୯ ତାରିଖରେ ଆମେରିକାର ଡଲାସ ସହରରେ ଅନ୍ତର୍ଜାତୀୟ ଜୁନିକର୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେଠାରେ ଗଞ୍ଜାମ ଜିଲା ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟର ୩ ଛାତ୍ର ଯୋଗଦେଇ ନିଜ ଔଦ୍ୟୋଗିକ ପ୍ରତିଭା ପ୍ରଦର୍ଶନ…
ଗାଡ଼ିରେ ନେଉଥିଲେ ଅପମିଶ୍ରିତ ମଦ, ପରେ ଯାହା ହେଲୋ….
ଦିଗପହଣ୍ଡି,୨୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ବଡ଼ପଦା, ସିନ୍ଧବା, ଜୁଆଣପଲ୍ଲୀ ପ୍ରଭୃତି ଗ୍ରାମ ଇଲାକାରେ ଦିଗପହଣ୍ଡି ଅବକାରୀ ଏସ.ଆଇ ଅନୀତା ପ୍ରଧାନ ସଦଳବଳେ ମଙ୍ଗଳବାର ସକାଳେ ପାଟ୍ରୋଲିଂ କରୁଥିବା ବେଳେ ଜୁଆଣପଲ୍ଲୀରୁ ବଡ଼ପଦା ଗ୍ରାମ ଅଭିମୁଖେ ଦୃତଗତିରେ ଆସୁଥିବା ଜଣେ ବ୍ୟକ୍ତିଙ୍କ…
ଓଡିଶା ଅଣଗେଜେଟେଡ ବନସେବା ସଂଘ ନିର୍ବାଚନ: ନୂତନ ସଭାପତି, ସମ୍ପାଦକ ନିର୍ବାଚିତ
ଭଞ୍ଜନଗର,୨୦/୫(ବାବୁଲା ପ୍ରଧାନ)-ଓଡିଶା ଅଣଗେଜେଟେଡ ବନସେବା ସଂଘ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଶାଖାର ନୂତନ ସଭାପତି ଏବଂ ସମ୍ପାଦକ ନିର୍ବାଚନ ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି। ଏଥିରେ ସଭାପତି ଭାବେ ବନପାଳ ସନ୍ତୋଷ କୁମାର ପାତ୍ର ନିର୍ବାଚିତ ହୋଇଥିବାବେଳେ ସମ୍ପାଦକ ଭାବେ ପ୍ରଦ୍ୟୁମ୍ନ…
ନର୍ସିଂହୋମରେ ପ୍ରସୂତି, ନବ ଜାତକଙ୍କ ମୃତ୍ୟୁଘଟଣା: ଅଭିଯୁକ୍ତା ମହିଳା ସ୍ବାସ୍ଥ୍ୟକର୍ମୀ ଗଲେ ଜେଲ୍
ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡରେ ଥିବା ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଜଣେ ପ୍ରସୂତି ଏବଂ ନବଜାତକଙ୍କ ମତ୍ୟୁ ଘଟଣାରେ ମହିଳାଙ୍କ ସ୍ବାମୀ ବାବୁ ନାୟକ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।…
Archives


