ଗଞ୍ଜାମ

ଖର୍ଚ୍ଚ ହୋଇପାରୁନି ରୁଷା ପାଣ୍ଠି

ବ୍ରହ୍ମପୁର ଅଫିସ୍‌,୨୦ା୬-ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏବଂ ଏହା ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକ ରାଷ୍ଟ୍ରୀୟ ଉଚ୍ଚତ୍ତର ଶିକ୍ଷା ଅଭିଯାନ(ରୁଷା) ପାଣ୍ଠି ଖର୍ଚ୍ଚ କରିପାରୁନାହାନ୍ତି। ଗୋଟିଏ ପଟେ ମହାବିଦ୍ୟାଳୟଗୁଡ଼ିକରେ ନାନା ସମସ୍ୟା ଦେଖାଦେଇଛି। ଭିତ୍ତିଭୂମି ଦୁର୍ବଳ ହୋଇଗଲାଣି। ଏହାର ସାମାଧାନ ପାଇଁ ରୁଷା ପାଣ୍ଠି ମିଳୁଛି।…

ସବୁ ସ୍କୁଲରେ ‘ପିଲାଟିଏ- ଗଛଟିଏ’ ଅଭିଯାନ

ବ୍ରହ୍ମପୁର ଅଫିସ୍‌,୨୦ା୬-ବାରମ୍ବାର ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହେଉଛି ଗଞ୍ଜାମ ଜିଲା। ଗୋଟିଏ ପରେ ଗୋଟିଏ ବାତ୍ୟା ଏ ଜିଲାର ସବୁଜିମାକୁ ନଷ୍ଟ କରିବାରେ ଲାଗିଛି। ସରକାରୀ ଏବଂ ବେସରକାରୀ ସଂସ୍ଥାଗୁଡ଼ିକ ତରଫରୁ ବ୍ୟାପକ ଚାରାରୋପଣ କରାଯାଉଛି। ହେଲେ ତାହା ଯଥେଷ୍ଟ ହେଉନି।…

ଜୋରଦାର ହେଲା ପଲିଥିନ ଧରପଗଡ: ଗୋଦାମ ମାଲିକଙ୍କୁ ଗୋଡାଇ ଧରିଲେ

ଭଞ୍ଜନଗର,୧୯।୬(ଡି.ଏନ.ଏ.)- ପଲିଥିନ ଏବଂ ପ୍ଲାଷ୍ଟିକ୍‌ ବ୍ୟବହାରକୁ ରୋକିବା ପାଇଁ ଭଞ୍ଜନଗର ଏନ୍‌ଏସି ପକ୍ଷରୁ ବୁଧବାରଠାରୁ ଚଢାଉ ଜୋରଦାର କରାଯାଇଛି। ମଙ୍ଗଳବାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୭ କେଜି ପଲିଥିନ ଜବତ କରାଯାଇଥିବା ବେଳେ ଗୁରୁବାର ୨୫ କେଜି ପଲିଥିନ ଜବତ…

୧୦୩ କେଜି ଗଞ୍ଜେଇ ଜବତ, ୩ ଗିରଫ

ଫିରିଙ୍ଗିଆ,୧୯।୬- ଫିରିଙ୍ଗିଆ ପୋଲିସ ଡିଣ୍ଡିରାଗାଁ ପଞ୍ଚାୟତ ପାଖରେ ଚଢ଼ାଉ କରି ଏକ ଡାଲା ଅଟୋରୁ ୧୦୩ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଫିରିଙ୍ଗିଆର ଜିତେନ୍ଦ୍ର ଦିଗାଲ, ବନ୍ଧୁ ପ୍ରଧାନ ଓ…

ନିର୍ଦ୍ଦେଶ ଅବମାନନା କରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସସ୍‌ପେଣ୍ଡ

ଦାରିଙ୍ଗବାଡ଼ି,୧୯।୬(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନ ବିଇଓଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଅଭିଯୋଗରେ ବୁଧବାର ସସ୍‌ପେଣ୍ଡ ହୋଇଛନ୍ତି। ବିଦ୍ୟାଳୟର ଦାୟିତ୍ୱ ହସ୍ତାନ୍ତର ନ କରିବା ସହ ମାଟ୍ରିକ୍‌…

ଧାନବୁଣି ଫେରୁଥିବାବେଳେ ବଜ୍ରପାତରେ ଜୀବନଗଲା

ଶେରଗଡ,୧୯।୬(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ପଦ୍ମପୁର ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ତାରିଣୀ ବେହେରା (୫୦)। ତାରିଣୀ ବିଲରେ ଧାନବୁଣି ଅପରାହ୍ନ ପ୍ରାୟ ୨ଟାବେଳେ ଫେରୁଥିବାବେଳେ କାଳବୈଶାଖୀ ପ୍ରଭାବରେ ଝଡବର୍ଷା ଆରମ୍ଭ ହୋଇଯାଇଥିଲା। ବର୍ଷାରେ ଫେରୁଥିବାବେଳେ…

୧୦୪ ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀରେ ମକ୍‌ଡ୍ରିଲ: ଅନୁଧ୍ୟାନ କଲେ ଓସଡମା ସିଜିଏମ

ଛତ୍ରପୁର,୧୯।୬(ଡି.ଏନ୍‌.ଏ.)- ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ପାଇଁ ବୁଧବାର ଗଞ୍ଜାମ ଜିଲାର ୧୦୪ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ମକ୍‌ଡ୍ରିଲ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ସଚେତନତା ସଭା, ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ପକ୍ଷରୁ…

ପୁରୁଷୋତ୍ତମପୁରରେ ଅଗ୍ନିକାଣ୍ଡ ଘଟଣା: କ୍ଷତିଗ୍ରସ୍ତଙ୍କୁ ସହାୟତା ଲାଗି ଡିଏଲ୍‌ଏସ୍‌ ସଚିବଙ୍କ ନିର୍ଦ୍ଦେଶ

ପୁରୁଷୋତ୍ତମପୁର,୧୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେ.ଏନ୍‌ ପୁର ଗ୍ରାମରେ ଗତ ୧୦ ତାରିଖରେ ଅଗ୍ନିକାଣ୍ଡ ଘଟି ଦମୟନ୍ତୀ ପ୍ରଧାନଙ୍କ ଘର ଜଳିଯାଇଥିଲା। ଏନେଇ ଗତ ୧୧ ତାରିଖରେ ଧରିତ୍ରୀ ଖବରକାଗଜରେ ଖବର ପ୍ରକାଶ ପାଇଥିଲା। ଜିଲା ଆଇନ ସେବା ପ୍ରାଧିକରଣ…

ମହେଶ୍ୱର ହତ୍ୟା ମାମଲା : ୧୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର ଅଫିସ,୧୯ା୬: ଗଞ୍ଜାମ ଜିଲାରେ ଘଟିଥିବା ବହୁଚର୍ଚ୍ଚିତ ମହେଶ୍ୱର ସାସମଲ ହତ୍ୟା ମାମଲାର ଶୁଣାଣି କରି ବୁଧବାର ଅତିରିକ୍ତ ଜିଲା ଦୌରାଜଜ୍‌ ସଞ୍ଜୟ କୁମାର ସାହୁ ୧୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଗତ…

ବିଦ୍ୟୁତ୍‌ ସର୍ଟ ସର୍କିଟରୁ ଲାଗିଲା ନିଆଁ: ପରିବାରର ୧ ମୃତ: ୩ ଗୁରୁତର

ଫୁଲବାଣୀ ଅଫିସ/ଫିରିଙ୍ଗିଆ: ୧୯।୬: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ ଗେରୁପଡ଼ା ଗ୍ରାମରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକେ ଶୋଇଥିବା ବେଳେ ରାତି ପ୍ରାୟ ୩ଟାରେ ବିଦ୍ୟୁତ୍‌ ସର୍ଟ ସର୍କିଟରୁ ଘରେ ନିଆଁ ଲାଗିଯାଇଥିଲା।…

୨୬ରେ ଖୋଲିବ ସ୍କୁଲ

ବ୍ରହ୍ମପୁର ଅଫିସ୍‌,୧୯ା୬: ଗତ ଦେଢ଼ ବର୍ଷ ହେବ ଗଞ୍ଜାମ ଜିଲା ଅନ୍ତର୍ଗତ ଖଲ୍ଲିକୋଟ, ପୁରୁଷୋତ୍ତମପୁର, ଛତ୍ରପୁର ଓ କବିସୂର୍ଯ୍ୟନଗର ବ୍ଲକର ବିଭିନ୍ନ ପଞ୍ଚାୟତସ୍ତରରେ ଘରୋଇ ପାଇଖାନା ନିର୍ମାଣ ଏବଂ ଏହାର ବ୍ୟବହାର ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏଥି ସହ…

ପୁଣି ବିବାଦରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ: ସେମିଷ୍ଟର ପରୀକ୍ଷାଫଳରେ ତ୍ରୁଟି ଅଭିଯୋଗ

ବ୍ରହ୍ମପୁର ଅଫିସ,୧୯ା୬-ପରୀକ୍ଷା ପରିଚାଳନା ଏବଂ ଖାତା ମୂଲ୍ୟାୟାନକୁ ନେଇ ପୁଣି ଥରେ ବିବାଦକୁ ଆସିଛି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ। ଶେଷ ସେମିଷ୍ଟର ପରୀକ୍ଷାଖାତା ଦେଖାରେ ତ୍ରୁଟି ହୋଇଥିବା ଅଭିଯୋଗ ଆଣିଛନ୍ତି ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଏବଂ ଗୋପାଳପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?