ଛାତ ପଲସ୍ତରା ଖସି ଜଣେ ଗୁରୁତର, ୨ ଆହତ
ଗଞ୍ଜାମ,୧୮।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ସନ୍ତୋଷପୁର ପଞ୍ଚାୟତ ସାନ ଗୋପାଳପୁର ଗ୍ରାମର ଲଳିତ ତରାଇଙ୍କ ଘର ଛାତରୁ ପଲସ୍ତରା ଖସି ଜଣେ ଶିଶୁ ଗୁରୁତର ହୋଇଥିବା ବେଳେ ୨ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଲଳିତଙ୍କ ତିନି ନାତୁଣୀ ତପସ୍ବିନୀ(୯),…
ବିଦ୍ୟାଳୟ ବନ୍ଦ, ୧୬ ଛାତ୍ରୀଛାତ୍ର ପଢ଼ା ଛାଡ଼ିଲେ ଗ୍ରାମବାସୀଙ୍କ ନବୀନ ନିବାସ ଘେରାଉ ଚେତାବନୀ
ଚିଲିକା,୧୮ା୮(ଡି.ଏନ.ଏ.): ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ବହୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରସଂଖ୍ୟା କମ୍ ଥିବାରୁ ସେଗୁଡ଼ିକୁ ବନ୍ଦ କରାଯାଇ ନିକଟତମ ବିଦ୍ୟାଳୟ ସହିତ ମିଶାଇ ଦିଆଯାଇଛି ।ଏହାକୁ ନେଇ ବହୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ଡ଼ୋରି ବନ୍ଧାହେବାକୁ ବସିଛି। ଏଭଳି ଅବସ୍ଥା ସୃଷ୍ଟି…
ବ୍ରହ୍ମପୁର-ସମ୍ବଲପୁର ରେଳଲାଇନ ଦାବି ପ୍ରସଙ୍ଗ : ଏମ୍ପିଙ୍କୁ ଭେଟିଲେ ୩ ବାର୍ ଆସୋସିଏଶନ କର୍ମକର୍ତ୍ତା
ଭଞ୍ଜନଗର,୧୮।୮(ଡି.ଏନ.ଏ)-ବ୍ରହ୍ମପୁର ଭାୟା ଭଞ୍ଜନଗର ସମ୍ବଲପୁର ରେଳଲାଇନ ପାଇଁ ଭଞ୍ଜନଗର ବାର୍ ଆସୋସିଏଶନ ବିଭିନ୍ନସ୍ତରରେ ଦାବି ଉଠାଉଛି। ବାର୍ ଆସୋସିଏଶନ କର୍ମକର୍ତ୍ତା କିଛିଦିନ ପୂର୍ବେ ବ୍ରହ୍ମପୁର ଏମ୍ପି ଚନ୍ଦ୍ରଶେଖର ସାହୁ ଓ କନ୍ଧମାଳ ଏମ୍ପି ଡ. ଅଚ୍ୟୁତ ସାମନ୍ତଙ୍କୁ ଭେଟି ଉପରୋକ୍ତ ଦାବିକୁ…
ଜୁନିୟର, ପ୍ରାଥମିକ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ଆରମ୍ଭ
ଛତ୍ରପୁର,୧୮ା୮(ଡି.ଏନ.ଏ)-ଛତ୍ରପୁର ବ୍ଲକର ସମସ୍ତ ସରକାରୀ ସ୍କୁଲରେ କାର୍ଯ୍ୟରତ ଜୁନିୟର, ପ୍ରାଥମିକ ଶିକ୍ଷକଙ୍କ ଜାତି ଓ ମାଇଗ୍ରେଶନ ପ୍ରମାଣପାତ୍ରର ଯାଞ୍ଚ ଶନିବାରଠାରୁ ଆରମ୍ଭ ହୋଇଛି। ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଯାଞ୍ଚ ଚାଲିଛି ା କ୍ଲଷ୍ଟରସ୍ତରୀୟ ସ୍କୁଲଗୁଡିକର ଶିକ୍ଷକମାନଙ୍କୁ ପ୍ରମାଣପତ୍ର ଯାଞ୍ଚ…
ରାଜ୍ୟ ନୋଡାଲ ଅଧିକାରୀଙ୍କ ଦିଗପହଣ୍ଡି ଗସ୍ତ
ଦିଗପହଣ୍ଡି,୧୮ା୮(ଡି.ଏନ.ଏ.)-ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ରାଜ୍ୟ ନୋଡାଲ ଅଧିକାରୀ ଅଜୟ କୁମାର ବାଇ ଶୁକ୍ରବାର ଦିଗପହଣ୍ଡି ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ…
ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା: ଶୌଚାଳୟ, ଆବାସ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ
ଦିଗପହଣ୍ଡି,୧୮ା୮(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ୨୫ ପଞ୍ଚାୟତ ଅଧୀନ ଗାଁ ଗୁଡ଼ିକରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ବୈଠକ ଶନିବାର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବିଡିଓ ହଳଧର ଶବରଙ୍କ ସଂଯୋଜନାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ…
ଲୋକଙ୍କ ପାଖରେ ପହଞ୍ଚିଲା ଲୋକାୟୁକ୍ତ
ବ୍ରହ୍ମପୁର ଅଫିସ,୧୮ା୮-ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ (ଡିଏଲଏସ୍ଓ) ତରଫରୁ ହିଲପାଟଣାସ୍ଥିତ ସାଂସ୍କୃତିକ ଭବନରେ ଶନିବାର ଲୋକାୟୁକ୍ତ ଆଇନ-୨୦୧୪କୁ ନେଇ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ଲୋକାୟୁକ୍ତ ସଦସ୍ୟ (ବିଚାରପତି) ଜଷ୍ଟିସ୍ ବି.କେ.…
ଯୁବତୀଙ୍କୁ ହତ୍ୟା ଉଦ୍ୟମ ଘଟଣା: ଖଣ୍ଡି ଗ୍ୟାଙ୍ଗର ମୁଖ୍ୟ ସମେତ ୬ ଗଲେ ଜେଲ
ବ୍ରହ୍ମପୁର ଅଫିସ,୧୮ା୮-ବ୍ରହ୍ମପୁର ବଡବଜାର ଥାନା ଲକ୍ଷ୍ମୀନୃସିଂହ ସାହିରେ ୬ ଜଣ ଦୁର୍ବୃତ୍ତ ଆତଙ୍କ ଚଳାଇବା ସହ ବାଲବଚା ଗ୍ୟାଙ୍ଗର ମୁଖ୍ୟ ଲବ ସେଠୀଙ୍କୁ ନ ପାଇ ତାଙ୍କ ଭଉଣୀ କାମିନୀଙ୍କୁ ଖଣ୍ଡାରେ ହାଣି ଗୁରୁତର କରିଥିଲେ। ଏହି ଘଟଣାରେ ପୋଲିସ ଖଣ୍ଡି…
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଆରମ୍ଭ
ଦାରିଙ୍ଗବାଡ଼ି,୧୭।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଦାରିଙ୍ଗବାଡ଼ି ଅଞ୍ଚଳରେ ବିବାହ କରିଥିବା ପ୍ରିୟତମା ପ୍ରଧାନ (୨୩)। ମୃତଦେହକୁ ପୋଲିସ ଜବତ କରି ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର…
ଧାନ ରୋଇବା ବେଳେ ବଜ୍ରପାତ, ମହିଳା ମୃତ
ପାତ୍ରପୁର,୧୭ା୮(ଡି.ଏନ.ଏ.): ଜରଡ଼ା ଥାନା ପାତ୍ରପୁର ବ୍ଲକ ଗୁଣ୍ଡ୍ରା ପଞ୍ଚାୟତ ରାଙ୍କୁଡ଼ା ଗ୍ରାମରେ ଶନିବାର ଅପରାହ୍ନରେ ବିଲରେ କାମ କରୁଥିବା ଜଣେ ମହିଳା ଶ୍ରମିକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ସେ ହେଲେ ସପଙ୍ଗ ଗ୍ରାମର ପାର୍ବତୀ ନାଇକ(୫୫)। ସପଙ୍ଗ ଗ୍ରାମର ପାର୍ବତୀଙ୍କ ସହ…
ଆକ୍ରମଣ, ଲୁଟ୍ ଘଟଣା : ୩ ନିର୍ଦ୍ଦୋଷ
ବ୍ରହ୍ମପୁର ଅଫିସ,୧୭।୮: ଏକ ଆକ୍ରମଣ ଓ ଲୁଟ୍ ମାମଲାର ବିଚାର କରି ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ସିଜେଏମ)ପ୍ରଜ୍ଞା ପାରମିତା ରାଉଳ ୩ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ସେମାନେ ହେଲେ ଗଞ୍ଜାମ ଜିଲା ଜରଡ଼ା ଥାନା…
ବଳାତ୍କାରୀ ବାପାଙ୍କୁ ୧୦ ବର୍ଷ ଜେଲ୍
ବ୍ରହ୍ମପୁର ଅଫିସ,୧୭।୮ : ଏକ ବଳାତ୍କାର ମାମଲାର ଶୁଣାଣି କରି ଅତିରିକ୍ତ ଜିଲା ଦୌରା ଜଜ୍ ଜଗଦୀଶ ପ୍ରସାଦ ମହାନ୍ତି ବଳାତ୍କାରୀ ବାପାଙ୍କୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ୧୭ ହଜାର ଟଙ୍କା ଜରିମାନା ଦେବାକୁ…

