ଗଞ୍ଜାମ

ବିଦ୍ୟୁତ୍‌ ଆଘାତରେ ମା’,ପୁଅ ମୃତ

ଖଲ୍ଲିକୋଟ,୧୯ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ବାକୁଟଗାଁରେ ଗୁରୁବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛଟପଟ ହେଉଥିବା ପୁଅଙ୍କୁ ଉଦ୍ଧାର କରିବାକୁ ଯାଇ ମା’ ପୁଅଙ୍କ ଜୀବନ ଯାଇଛି। ମୃତକ ହେଲେ ମା’ ସଜନୀ ନାହାକ…

ମଦଦୋକାନ ଭଙ୍ଗାରୁଜା ଘଟଣା : ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୧୯।୯: ଗଞ୍ଜାମ ଜିଲା ସ୍ଥାନୀୟ ପିଭିଏନ୍‌ ପେଟ୍ରୋଲ ପମ୍ପ ଛକରେ ଥିବା ବିୟର ପାର୍ଲର ଭଙ୍ଗାରୁଜା ଘଟଣାରେ ଟାଉନ ଥାନା ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ମେଘା ରେଡ୍ଡୀ। କେସ୍‌ ନଂ.୧୮୮/୧୯ରେ ମେଘାଙ୍କୁ…

ଏଟିଏମ୍‌ରୁ ୪୦ ଲକ୍ଷ ଗାଏବ ଘଟଣା: ସିକ୍ୟୁର ଭ୍ୟାଲି ସଂସ୍ଥାର ୨ କର୍ମଚାରୀ ଅଟକ, ଜଣେ ଫେରାର

ବ୍ରହ୍ମପୁର ଅଫିସ,୧୯।୯: ଗଞ୍ଜାମ ଜିଲା ବ୍ରହ୍ମପୁର ସହରର ଆସିକା ରୋଡ଼ ଏଟିଏମ୍‌ ଏବଂ ମେଡିକାଲ ଏଟିଏମ୍‌ରେ ୪୦ଲକ୍ଷ ଟଙ୍କା ଭର୍ତ୍ତି କରିବାକୁ ନେଇ ସିକ୍ୟୁର ଭ୍ୟାଲି ସଂସ୍ଥାର କେତେଜଣ କର୍ମଚାରୀ ଉକ୍ତ ଟଙ୍କା ହେରଫେର କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ…

ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ: ଜଣେ ଗୁରୁତର

ପୁରୁଷୋତ୍ତମପୁର,୧୯।୯(ଡି.ଏନ.ଏ.):ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ପଞ୍ଚାୟତର କୁଶପୁର ଗ୍ରାମରେ ଗୁରୁବାର ରନ୍ଧନ ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ଟି ପରିବାରର ଘର ପୋଡି ଯାଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ରାଜେନ୍ଦ୍ର ସାହୁ (୩୬)।…

ଫାଇଲ ପ୍ରୋସେସିଂ ପାଇଁ ଲାଞ୍ଚ:  ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି

ବ୍ରହ୍ମପୁର ଅଫିସ/ମୋହନା, ୧୯ା୯(ଡି.ଏନ୍‌.ଏ.)-ଗଜପତି ଜିଲା ମୋହନା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଜିତେନ୍ଦ୍ର ନାଥ ନାୟକ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଧରାପଡି ଗିରଫ ହୋଇଛନ୍ତି। ନଂ.୨୫/୧୯ରେ ବୁଧବାର ସନ୍ଧ୍ୟାରେ ଜିତେନ୍ଦ୍ରଙ୍କୁ ତାଙ୍କ ଘରୁ ଗିରଫ…

ମହିଳାଙ୍କୁ ପ୍ରତାରଣା, ଯୁବକ ଗିରଫ

ବ୍ରହ୍ମପୁର ଅଫିସ,୧୯ା୯: ଜଣେ ଦଳିତ ମହିଳାଙ୍କୁ ପ୍ରତାରଣା କରିବା ସହ ତାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ଜୁଗୁଡି ସୁଜିତ କୁମାର ସାହୁ।…

୬ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ

ବ୍ରହ୍ମପୁର ଅଫିସ,୧୯ା୯-ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ଓ ହତ୍ୟା ଉଦ୍ୟମ କରାଯାଇଥିବା ମାମଲାର ଶୁଣାଣି କରି ବୁଧବାର ଅତିରିକ୍ତ ଜିଲା ଦୌରାଜଜ (ଏଡିଜେ-୩) ନିରଞ୍ଜନ କୁମାର ଜେନା ୬ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। କୁକୁଡଡାଖଣ୍ଡି ବ୍ଲକ ହୁଗୁଳାପଟା…

ହୋଇନି ୩ ହଜାର ଗାଈ, ମଇଁଷିଙ୍କ ଟ୍ୟାଗିଂ

ବ୍ରହ୍ମପୁର ଅଫିସ,୧୯ା୯-ବ୍ରହ୍ମପୁର ସହରରେ ବୁଲା ଗୋରୁ, ମଇଁଷି ବିଶେଷ ଭାବେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ସେମାନଙ୍କୁ ରାସ୍ତାରୁ ଉଠାଇବା ଦିଗରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟରାସ୍ତାରେ ଅବାଧ ବିଚରଣ କରୁଥିବା ଗାଈ, ମଇଁଷିଙ୍କୁ…

ମହିଳାଙ୍କୁ ମାଡ଼ ଘଟଣା, ଫେରାର୍‌ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୧୯ା୯(ଡି.ଏନ.ଏ.)-ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମର ଭଗବାନ ଗୌଡ଼ଙ୍କୁ ବୁଧବାର ଦିଗପହଣ୍ଡି ପୋଲିସ କୋର୍ଟଚାଲାଣ କରିଛି।ସନ୍ଧ୍ୟାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି । ଗତ ୯ ତାରିଖ…

ତିନି ଭାଇଙ୍କୁ ବାସନ୍ଦ ଘଟଣା, ତୁଟିଲା ବିବାଦ

ପାତ୍ରପୁର,୧୮ା୯(ଡ଼ିଏନଏ): ଜରଡ଼ା ଥାନା ପାତ୍ରପୁର ବ୍ଲକ ଡୁଙ୍ଗୁରୁଗୁଡା ଗ୍ରାମରେ ସାମାନ୍ୟ କଥାକୁ ନେଇ ଗ୍ରାମରୁ ତିନି ଭାଇଙ୍କୁ ବାସନ୍ଦ କରାଯାଇଥିବାବେଳେ ସେମାନଙ୍କ ପିଲା ମାନଙ୍କୁ ଗ୍ରାମ ବିଦ୍ୟାଳୟରେ ଏକୁଟିଆ କରାଯାଇଥିବା ନେଇ ବାସନ୍ଦ ପରିବାର ମଙ୍ଗଳବାର ବିଇଓଙ୍କ ସହିତ ଆଲୋଚନା କରଥିଲେ।…

ପୁଅଙ୍କୁ ହତ୍ୟା କରିଦେବା ଧମକ ଦେଇ ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ, ୧୮।୯: ମହିଳାଙ୍କୁ ଧମକ ଦେଇ ବଳତ୍କାର କରିଥିବା ଅଭିଯୋଗ ରେ ବୈଦ୍ୟନାଥପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଶରତ ଦାସ। ମାମଲା ନଂ(୧୯୫/୧୯) ଅନୁସାରେ ତାଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ…

ମା’ଙ୍କ ଚକ୍ଷୁଦାନ କଲେ ସନ୍ତାନ

ବ୍ରହ୍ମପୁର ଅଫିସ,୧୮।୯: ଗଞ୍ଜାମ ଜିଲା ବ୍ରହ୍ମପୁର ସହର ବଡ଼ବଜାର ଚନ୍ଦ୍ରମା ସାହି ନିବାସୀ ଭି.ଦମୟନ୍ତୀଙ୍କ ୯୨ବର୍ଷ ବୟସରେ ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ପରେ ତାଙ୍କ ସନ୍ତାନ ଦମୟନ୍ତୀଙ୍କ ଚକ୍ଷୁଦାନ କରାଇଛନ୍ତି। ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ଫ୍ରେଣ୍ଡସ୍‌ ହେଲ୍‌ପିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?