ଗଞ୍ଜାମ

ଗୋଷାଣୀନୂଆଗାଁ କାଳୁଆ ଯାତ୍ରା ଉଦ୍‌ଯାପିତ ସବୁ ସାହି ପରିକ୍ରମା କରି ମା’ଙ୍କ ମନ୍ଦିର ବିଜେ

ବ୍ରହ୍ମପୁର ଅଫିସ,୧୪ା୧୦-ଆଶ୍ୱିନ କୃଷ୍ଣପକ୍ଷ ମହାଳୟା ଅମବାସ୍ୟାରୁ ଆରମ୍ଭ ହୋଇଥିବା ସ୍ଥାନୀୟ ଗୋଷାଣୀନୂଆଗାଁର ପାରମ୍ପରିକ ମା’ କାଳୁଆ ଯାତ୍ରା ରବିବାର କୁମାର ପୂର୍ଣ୍ଣିମା ରାତିରେ ଉଦ୍‌ଯାପିତ ହୋଇଯାଇଛି । ମା’ଙ୍କ ନିଜସ୍ବ ମନ୍ଦିର ବାହୁଡ଼ା ଯାତ୍ରା ପାଇଁ ଗୋଷାଣୀନୂଆଗାଁ ଉତ୍ସବମୁଖର ହୋଇଥିଲା। ନାଚଗୀତ,…

ମାଟ୍ରିକ୍‌ ପରୀକ୍ଷା ଫଳରେ ଉନ୍ନତି ଉଦ୍ୟମ, ଛୁଟିଦିନ, ରବିବାରରେ ହେବ ପାଠପଢ଼ା

ବ୍ରହ୍ମପୁର ଅଫିସ୍‌,୧୪ା୧୦-ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ରେ ଗଞ୍ଜାମ ଜିଲାରେ ମାଟ୍ରିକ୍‌ ପରୀକ୍ଷା ଫଳାଫଳରେ ଉନ୍ନତି ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ତତ୍ତ୍ୱାବଧାନରେ ମିଶନ୍‌ ‘ଡ୍ରିମ୍‌’ ପ୍ରସ୍ତୁତ କରାଯାଇଛି। ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀଙ୍କ ତରଫରୁ…

ପୁରୁଷୋତ୍ତମପୁରରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ

ପୁରୁଷୋତ୍ତମପୁର,୧୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ ପୁରୁଷୋତ୍ତମପୁର ରଥସାହିରେ ମା’ ଗଜଲକ୍ଷ୍ମୀଙ୍କ ମେଢ଼ ନିର୍ମାଣ ସହ ସମଗ୍ର ସାହିକୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ଏହା ସହ…

ଜୁଆଡ଼ି ଧରପଗଡ଼ ଅଭିଯାନ : ୯୩ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୧୩।୧୦: ବ୍ରହ୍ମପୁର ପୋଲିସ ଜିଲାରେ ଜୁଆଡ଼ି ଧରପଗଡ଼ ଅଭିଯାନରେ ୭ଟି ଥାନା ପକ୍ଷରୁ ଶନିବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୯୩ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୪ ଲକ୍ଷ ୨୪ ହଜାର ୨୧୫ ଟଙ୍କା ଜବତ…

ମୃତ ଭାବି ଶ୍ମଶାନ ନେଉଥିଲେ ପରିବାର ଲୋକେ, କିନ୍ତୁ ଜୁଇରୁ ଫେରିଆସିଲେ ମୃତକ

ସୋରଡ଼ା,୧୩।୧୦(ଡି.ଏନ୍‌.ଏ.): କୁହାଯାଏ ନିମିଷେ ମାତ୍ର ଆୟୁଷ ଥିଲେ ଯମ ନେଇପାରେ ନାହିଁ। ଠିକ୍‌ ସେହିପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗୋପାଳପୁର ଶାସନ ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ଲାଉଖାଲରେ। ଶ୍ମଶାନକୁ ଯିବା ବାଟରେ ଜୀବିତ ହୋଇ…

ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା କୁଆଁର ପୁନେଇ ଜହ୍ନଲୋ କାର୍ଯ୍ୟକ୍ରମ

ବ୍ରହ୍ମପୁର ଅଫିସ,୧୩।୧୦: ଓଡ଼ିଆ ସଂସ୍କୃତି ଓ ପରମ୍ପରା ଲୋପ ପାଇ ଯାଉଥିବା ବେଳେ ଗଞ୍ଜାମର ଗ୍ରାମ୍ୟ କ୍ରୀଡ଼ାକୁ ଲୋକାଭିମୁଖୀ ଉଦ୍ଦେଶ୍ୟ ନେଇ ମଧୁମାୟା ଫାଉଣ୍ଡେସନ ପକ୍ଷରୁ ୧୦ମ କୁଆଁର ପୁନେଇ ଜହ୍ନଲୋ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସରକାରୀ ଆଇଟିଆଇ…

ଜାତୀୟ ଜୁଡ଼ୋ ପ୍ରତିଯୋଗିତାରେ ଭାଗନେବେ ବିଦ୍ୟାଶ୍ରୀ

ବ୍ରହ୍ମପୁର ଅଫିସ୍‌,୧୩ା୧୦-ମଣିପୁର ରାଜଧାନୀ ଇମ୍ପାଲ୍‌ରେ ସବ୍‌ଜୁନିୟର୍‌ ଏବଂ କ୍ୟାଡେଟ୍‌ ଜୁଡ଼ୋ ଜାତୀୟ ଚାମ୍ପିୟନ୍‌ଶିପ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଦଳରେ ବ୍ରହ୍ମପୁରର ଜି.ବିଦ୍ୟାଶ୍ରୀ ସ୍ଥାନ ପାଇଛନ୍ତି । ଶନିବାର ସେ ଓଡ଼ିଶା…

ଜାତୀୟ ସ୍କେଟିଂ ପ୍ରତିଯୋଗିତା: ସ୍ବର୍ଣ୍ଣ, ବ୍ରୋଞ୍ଜ ଜିଣିଲେ ବ୍ରହ୍ମପୁର ଖେଳାଳି

ବ୍ରହ୍ମପୁର ଅଫିସ,୧୩ା୧୦-ଛତିଶଗଡ଼ ରାୟପୁରରେ ଅନୁଷ୍ଠିତ ହେଉଥିବା ଜାତୀୟସ୍ତରୀୟ ରୋଲର ସ୍କେଟିଂ ପ୍ରତିଯୋଗିତାର ପ୍ରଥମ ଦିନରେ ବ୍ରହ୍ମପୁର ସ୍କେଟର ସଫଳତା ହାସଲ କରିଛନ୍ତି। ୩୦୦ ମିଟର ଟାଇମ ଟ୍ରାଏଲ ବାଳିକା ବିଭାଗର ୮ ବର୍ଷ ବର୍ଗରେ ବ୍ରହ୍ମପୁର ଡିଏଭି ପବ୍ଲିକ ସ୍କୁଲ ଦ୍ୱିତୀୟ…

ସୁରଟ ଫେରନ୍ତା ନାବାଳକଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୧୩ା୧୦-ସୁରଟରୁ ବ୍ରହ୍ମପୁର ଫେରୁଥିବା ଜଣେ ନାବାଳକଙ୍କର ଏମ୍‌କେସିଜିରେ ଶନିବାର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଗଞ୍ଜାମ ଜିଲା ବଡଗଡ ଗୌଡ଼ ସାହିର ରଘୁନାଥ ଗୌଡ଼ଙ୍କ ପୁଅ କୃଷ୍ଣ (୧୬)। ମେଡିକାଲ ଫାଣ୍ଡି ପୋଲିସ ମୃତଦେହ ଜବତ କରି ନଂ.୫୩୪/୧୯ରେ ଏକ…

ବଡ଼ ବଜାର ପୋଷ୍ଟ ଅଫିସ କମ୍ପ୍ୟୁଟର ଅଚଳ: ସେବା ଠପ୍‌

ଗଞ୍ଜାମ,୧୨।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବଡ଼ ବଜାରରେ ଥିବା ପୋଷ୍ଟ ଅଫିସ କମ୍ପ୍ୟୁଟର ୨୦ ଦିନରୁ ଊର୍ଦ୍ଧ୍ୱ ହେବ ଅଚଳ ରହିଛି। ଫଳରେ ପୋଷ୍ଟ ସମ୍ବନ୍ଧୀୟ ସେବା ଠପ୍‌ ହୋଇଯାଇଛି। ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଅଞ୍ଚଳବାସୀ ଅଫିସ…

ଫାଇଲିନ୍‌କୁ ପୂରିଲା ୬ ବର୍ଷ : ମନେପଡ଼ିଲେ ଥରିଉଠେ ଛାତି

ଛତ୍ରପୁର,୧୨ା୧୦(ଡି.ଏନ.ଏ)-୨୦୧୩ ଅକ୍ଟୋବର ୧୨ ତାରିଖ ରାତିରେ ଆସିଥିଲା ଭୟଙ୍କର ସାମୁଦ୍ରିକ ଝଡ଼ ‘ଫାଇଲିନ’। ଏହି ବାତ୍ୟାରେ ଗଞ୍ଜାମ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷକରି ଗଞ୍ଜାମ ଜିଲାବାସୀଙ୍କ ଆର୍ଥତ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲା। ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ…

ନିଶାସକ୍ତ ଯୁବକଙ୍କ ଠେଙ୍ଗା ମାଡ଼ରେ: ମହିଳା ଗୁରୁତର

ସୋରଡ଼ା,୧୨ା୧୦(ଡି.ଏନ.ଏ.)-ସୋରଡ଼ା ବ୍ଲକ ଗୋପାଳପୁର ଶାସନ ହାତିପଡ଼ା ଗ୍ରାମର ବିଦେଶୀ ଗୌଡ଼ଙ୍କ ସ୍ତ୍ରୀ ନୟନୀଙ୍କୁ ଶୁକ୍ରବାର ଜଣେ ନିଶାସକ୍ତ ଯୁବକ ଠେଙ୍ଗାରେ ଆକ୍ରମଣ କରିଛନ୍ତି। ନୟନୀ ଅପରାହ୍ନରେ ନିଜ ଜମିରେ ଚାଷକାମ କରୁଥିବାବେଳେ ଗ୍ରାମର ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ସେଠାରେ ପହଞ୍ଚତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?