ଠାକୁରାଣୀ ଯାତ୍ରା ଲାଗି ପୁରୁଷୋତ୍ତମପୁର ଉତ୍ସବମୁଖର
ପୁରୁଷୋତ୍ତମପୁର,୨୮।୫(ଡି.ଏନ୍.ଏ.)- ପୁରୁଷୋତ୍ତମପୁରରେ ଚାଲିଥିବା ପଞ୍ଚ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ମଙ୍ଗଳବାର ୧୬ଦିନରେ ପହଞ୍ଚତ୍ଛି। ପ୍ରତ୍ୟେକଦିନ ସନ୍ଧ୍ୟାରେ ମା’ ପଞ୍ଚ ଠାକୁରାଣୀ (କନକା, କାଳୁଆ, ତାରା ତାରିଣୀ, କାଳୀ ଓ ଫୁଲ ସୁନ୍ଦରୀ)ଙ୍କ ଘଟ ପର୍ଯ୍ୟାୟକ୍ରମେ ଗୋଟିଏ ଦିନ ପୂର୍ବଖଣ୍ଡ ରାଧାକାନ୍ତ ସାହି,…
ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତ ୩ ଭାଇ ଗଲେ ଜେଲ
ଦିଗପହଣ୍ଡି୨୮।୫(ଡି.ଏନ୍.ଏ.): ଦିଗପହଣ୍ଡି ପୋଲିସ ମଙ୍ଗଳବାର ଚକପଡ଼ା ଗ୍ରାମର ୩ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରଘୁନାଥ ପ୍ରଧାନ, ସୀତାରାମ ଓ ଶିବରାମ। ଅଭିଯୁକ୍ତଙ୍କୁ କେସ ନଂ. ୧୦୦/ ୧୯ରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣରେ କୋର୍ଟଚାଲାଣ କରାଯାଇଛି।…
ପେଟ୍ରୋଲ ପମ୍ପ୍, ଫାଇନାନ୍ସ ସଂସ୍ଥାକୁ ସଚେତନ କଲା ପୋଲିସସିସି କ୍ୟାମେରା ଲଗାଇବାକୁ ପରାମର୍ଶ
ଛତ୍ରପୁର,୨୮ା୫(ଡି.ଏନ.ଏ) -ବିଭିନ୍ନ ମାଇକ୍ରୋ ଫାଇନାନ୍ସ ସଂସ୍ଥା ଓ ପେଟ୍ରୋଲ ପମ୍ପର ଟଙ୍କା ବ୍ୟାଙ୍କକୁ ଜମା କରିବାକୁ ନେବାବେଳେ ସତର୍କତା ଅବଲମ୍ବନ କରିବାକୁ ଛତ୍ରପୁର ଥାନା ପୋଲିସ ପକ୍ଷରୁ ସଚେତନ କରାଯାଇଛି। ଥାନା ଇଲାକାରେ ଥିବା ୧୩ଟି ପେଟ୍ରୋଲ ପମ୍ପର ଅଧିକାରୀ ଓ…
କଂଗ୍ରେସ ସହ ମେଣ୍ଟ କରି କ୍ଷତିର ସମ୍ମୁଖୀନ ସିପିଆଇ
ବ୍ରହ୍ମପୁର ଅଫିସ,୨୮ା୫-୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରି ଗଞ୍ଜାମ ଜିଲାରେ କ୍ଷତିର ସମ୍ମୁଖୀନ ହୋଇଛି ବାମପନ୍ଥୀ ସିପିଆଇ। ଆସିକା ଲୋକ ସଭା ଏବଂ ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ନ ଦେଇ ମେଣ୍ଟ ବୁଝାମଣାରେ ସିପିଆଇକୁ ଛାଡ଼ି…
ମନୋଜ ହତ୍ୟା ମାମଲା ଅଭିଯୁକ୍ତଙ୍କ ଟେର୍ ପାଉନି ପୋଲିସ
ବ୍ରହ୍ମପୁର ଅଫିସ,୨୮ା୫-ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣାକୁ ଇତି ମଧ୍ୟରେ ୫ ଦିନ ବିତିଛି । ପୋଲିସ ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଜାରି ରଖିଛି। ଏପରିକି ଘଟଣା ପରେ ତିନୋଟି ସ୍ବତନ୍ତ୍ର ଟିମ ମିଳିଥିବା ସୂଚନାକୁ…
ପଲିଥିନ, ପ୍ଲାଷ୍ଟିକ୍ ସାମଗ୍ରୀ ନେଇ ବିଏମ୍ସିର ଚଢ଼ାଉ ଦୋକାନ, ଗୋଦାମ ସିଲ୍
ବ୍ରହ୍ମପୁର ଅଫିସ,୨୮ା୫-ବ୍ରହ୍ମପୁରକୁ ପଲିଥିନ ପ୍ଲାଷ୍ଟିକ ମୁକ୍ତ ସହରରେ ପରିଣତ କରିବାକୁ ନେଇ ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଚଢାଉ ଜାରି ରହିଛି ା ସୋମବାର ସନ୍ଧ୍ୟାରେ ପୁଣି ଏକ ହୋଲ୍ସେଲ୍ ଗୋଦାମ ଓ ଦୋକାନକୁ ନିଗମ ପକ୍ଷରୁ ସିଲ କରାଯାଇଥିବା ଜଣାପଡିଛି…
ଜୋର୍ ଧରିଲା କେ.ସି. ପବ୍ଲିକ ସ୍କୁଲକୁ ହଟାଇବା ଦାବି
ବ୍ରହ୍ମପୁର ଅଫିସ୍,୨୮ା୫-କେ.ସି. ପବ୍ଲିକ ସ୍କୁଲ ବିରୋଧରେ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହୋଇଛି। ମାନବ ଅଧିକାର ସୁରକ୍ଷା ମଞ୍ଚର ସୋମବାର ୯୦ତମ ଘଣ୍ଟଯାତ୍ରା ଅବସରରେ ଏହି ପ୍ରସଙ୍ଗକୁ ନେଇ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଗଠନ ଅଭିଯୋଗ…
ଫେରାର୍ ମଦ ବେପାରୀ ଗିରଫ
ଶଙ୍କରାଖୋଲ,୨୭।୫(ଡି.ଏନ୍.ଏ.)- ଟିକାବାଲି ଥାନା ଟୁଡୁବାଲି ଗ୍ରାମର ବେଆଇନ୍ ବିଦେଶୀ ମଦ ବିକ୍ରି ଅଭିଯୋଗରେ ଫେରାର୍ ଥିବା ଅଭିଯୁକ୍ତଙ୍କୁ ସୋମବାର ପୋଲିସ କୋର୍ଟଚାଲାଣ କରିଛି। ସେ ହେଲେ ଅରକ୍ଷିତ ଭୋଇ। ଏ ନେଇ ନଂ. ୪୭/୧୯ରେ ମାମଲା ରୁଜୁ ହୋଇଛି। ଗତ ୧…
ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବାଲିଗୁଡ଼ା ବିଧାୟକ
କ.ନୂଆଗଁ।,୨୭।୫(ଡି.ଏନ୍.ଏ.)- କ.ନୂଆଗଁ। ବ୍ଲକର ଅଧ୍ୟକ୍ଷ ଚକ୍ରମଣି କହଁର ବାଲିଗୁଡ଼ା ବିଧାୟକ ଭାବେ ନିର୍ବାଚିତ ହେବା ପରେ ସୋମବାର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ଗତ ପଞ୍ଚାୟତ ନିର୍ବାଚନରେ ଶିକ୍ଷକ ପଦବୀରୁ ଇସ୍ତଫା ଦେଇ ନିଜ ପଞ୍ଚାୟତ ସାଇନପଡ଼ାରୁ ସମିତିସଭ୍ୟ ଭାବେ…
କୁଇଭାଷା ସାହିତ୍ୟ ସମିତିର ବାର୍ଷିକ ସମ୍ମିଳନୀ
ଫିରିଙ୍ଗିଆ,୨୭।୫-କୁଇ ଭାଷା ସାହିତ୍ୟ ସମିତି, ଓଡିଶା କୁଇଦିନା କନ୍ଧମାଳର ଚତୁର୍ଥ ବାର୍ଷିକ ସମ୍ମିଳନୀ ଫିରିଙ୍ଗିଆ ପଞ୍ଚାୟତ କଲେଜ ପାଖ କୁଇ ସମାଜ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ସମିତି ସଭାପତି ଦୀନବନ୍ଧୁ କହଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସ୍ବତନ୍ତ୍ର ଉନ୍ନୟନ…
ଦିଗପହଣ୍ଡି ସହରରେ କମିଲା ବିଜେଡିର ଭୋଟ
ଦିଗପହଣ୍ଡି,୨୭।୫(ଡି.ଏନ.ଏ.)-ଦିଗପହଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଲଗାତର ଭାବେ ୭ଥର ଏଠାରୁ ସୂର୍ଯ୍ୟନାରାୟଣ ପାତ୍ର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଚଳିତଥର ଦିଗପହଣ୍ଡି ଏନଏସିରେ ବିଜେଡିକୁ କମ୍ ଭୋଟ ମିଳିବା ଘଟଣା…
ଉଚ୍ଚ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଭୟ
ବ୍ରହ୍ମପୁର ଅଫିସ,୨୭ା୫- ଗୁଜରାଟର ସୁରଟସ୍ଥିତ ଏକ କୋଚିଂ ସେଣ୍ଟରରେ ଶୁକ୍ରବାର ନିଆଁ ଲାଗିଯାଇଥିଲା। ଏଥିରେ ପୋଡ଼ି ହୋଇ ଓ ନିଆଁରୁ ବର୍ତ୍ତିବା ପାଇଁ ତୃତୀୟ ଓ ଚତୁର୍ଥ ମହଲାରୁ ଡ଼େଇଁ ୨୨ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ଅଗ୍ନି ନିରାପତ୍ତା…
Archives


