ଗଞ୍ଜାମ

ବାଲ୍ୟବିବାହ ଅଭିଯୋଗ ପାଇ ପ୍ରଶାସନର ଚଢାଉ

ଦିଗପହଣ୍ଡି,୨ା୩(ଡି.ଏନ୍‌.ଏ.) ଦିଗପହଣ୍ଡି ବ୍ଲକର ଏକ ଗାଁରେ ବାଲ୍ୟବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ରାଜ୍ୟ ମହିଳା ଓ ଶିଶୁକଲ୍ୟାଣ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ରବିବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ…

ବନ୍ଦ ହେବ ରାଜ୍ୟର ୧୦ ଦୂରଦର୍ଶନ ରିଲେ ସେଣ୍ଟର

ଭଞ୍ଜନଗର,୨।୩(ଡି.ଏନ୍‌.ଏ.) ବୈଦ୍ୟୁତିକ ଗଣମାଧ୍ୟମ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଦୂରଦର୍ଶନ ଧିରେଧିରେ ଲୋକଙ୍କଠାରୁ ଦୂରେଇ ଯାଉଛି। ଘରୋଇ ଚ୍ୟାନେଲ ଆଗରେ ପ୍ରସାର ଭାରତୀ ଦୂରଦର୍ଶନ ଗ୍ରାହକଙ୍କ ଚାହିଦାକୁ ପୂରଣ କରିବାରେ ବିଫଳ ହେଉଛି। ତେଣୁ ସହରାଞ୍ଚଳରେ ଲୋକ ପ୍ରାୟ ଦୂରଦର୍ଶନ ଦେଖୁନାହାନ୍ତି।…

ପ୍ରଥମ ଦିନରେ ୨ ଲକ୍ଷ ଟଙ୍କାର ଜରିମାନା ଚାଲାଣ

ବ୍ରହ୍ମପୁର ଅଫିସ ,୨ା୩: ବ୍ରହ୍ମପୁର ସହରରେ ରବିବାରରୁ ଯାନବାହନ ଯାଞ୍ଚ କଡାକଡି କରାଯାଇଛି। ସହରର ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ ଟ୍ରାଫିକ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଥିଲା। ରାତି ୧୦ଟା ସୁଦ୍ଧା ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ…

ବେଳାଭୂମିରୁ ମୃତ ସାର୍କ ମାଛ ଉଦ୍ଧାର

ଚିକିଟିି,୨ା୩(ଡି.ଏନ.ଏ.) ଗଞ୍ଜାମ ଜିଲା ସୁନପୁର ବେଳାଭୂମିରୁ ରବିବାର ଏକ ମୃତ ସାର୍କ ମାଛକୁ ବ୍ରହ୍ମପୁର ଡିଏଫ୍‌ଓ ଅମ୍ଲାନ କୁମାର ନାୟକ ଉଦ୍ଧାର କରିଛନ୍ତି। ମାଛଟି ସମୁଦ୍ର ଲହଡ଼ିରେ କୂଳରେ ଲାଗିଥିଲା। ଏହାକୁ ଦେଖି ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଠେଲି ଦେଇଥିଲେ। କିନ୍ତୁ…

୨ ଗୋଡ ହରାଇ ହାରିନାହାନ୍ତି ଗଦାଧର, ସରକାରୀ ସହାୟତା ପାଇଲେ ଜାତୀୟସ୍ତରରେ ଖେଳିବାକୁ ଇଚ୍ଛା

ଶେରଗଡ,୨ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଶେରଗଡ ବ୍ଲକ ନରେନ୍ଦ୍ରପୁର ଗ୍ରାମର ଦିବ୍ୟାଙ୍ଗ ଯୁବକ ଗଦାଧର ସାହୁ (୨୬)। ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ଚଳିତ ବର୍ଷ ଗଞ୍ଜାମ ଜିଲାସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା (ଦିବ୍ୟାଙ୍ଗ)ରେ ଭାଗନେଇ ପୁରସ୍କୃତ ହୋଇଛନ୍ତି। ଗତ ୧୪ ତାରିଖରେ…

୩ରୁ ପଞ୍ଚାୟତ ଅସ୍ଥାୟୀ କର୍ମଚାରୀଙ୍କ ଆନ୍ଦୋଳନ

ଆର.ଉଦୟଗିରି,୧ା୩(ଡି.ଏନ.ଏ.)-ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନଙ୍କ ଦାବି ପୂରଣ ନିମନ୍ତେ ସରକାର ପଦକ୍ଷେପ ନେଉ ନ ଥିବାରୁ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି। ଗଜପତି ଜିଲାର ରାଇଗଡ, ନୂଆଗଡ ଓ ଆର.ଉଦୟଗିରି ବ୍ଲକ…

ଜାଲ ନୋଟ ଜବତ, ୨ ଗିରଫ

ପୁରୁଷୋତ୍ତମପୁର,୧ା୩(ଡି.ଏନ.ଏ.)-ପୁରୁଷୋତ୍ତମପୁର ପୋଲିସ ଜାଲ ନୋଟ କାରବାର ଅଭିଯୋଗରେ ୨ ଜଣ ଯୁବକଙ୍କୁ ଶନିବାର ଗିରଫ କରିଥିଲା। ସେମାନେ ହେଲେ ପୁରୁଷୋତ୍ତମପୁର ଥାନା ଶାଶନପଲ୍ଲୀ ଗ୍ରାମର କେ.ଶୁରେଶ ପାତ୍ର ଓ କେ.ନୂଆଗାଁ ଥାନା ଚିକିଟିପେଣ୍ଠ ଗ୍ରାମର ଭୈରବ କୁମାର ସାହୁ। ଉଭୟଙ୍କଠାରୁ ଜାଲ…

ବ୍ରହ୍ମପୁର ୭ ୟୁପିଏଚ୍‌ସିକୁ କାୟାକଳ୍ପ ପୁରସ୍କାର : ଆଗାସାହି ରାଜ୍ୟରେ ପ୍ରଥମ ଆସ୍କାରୋଡ, ବୈକୁଣ୍ଠନଗର ଦ୍ୱିତୀୟ ଶ୍ରେଷ୍ଠ ୧୫ ମଧ୍ୟରେ ୪ ୟୁପିଏଚ୍‌ସି

ବ୍ରହ୍ମପୁର ଅଫିସ,୧ା୩ – ୨୦୧୯-୨୦ ବର୍ଷ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କାୟାକଳ୍ପ ପୁରସ୍କାର ମଙ୍ଗଳବାର ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି ପୁରସ୍କାରରେ ପୁଣି ବାଜି ମାରିଛି ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ସହରାଞ୍ଚଳ ପ୍ରାଥମିକ…

ଦୁଇ ନାବାଳିକାଙ୍କ ସମେତ ୪୧ ଶିଶୁ ଶ୍ରମିକ ଉଦ୍ଧାର

ବ୍ରହ୍ମପୁର ଅଫିସ,୧ା୩ – ଶିଶୁ ଶ୍ରମିକ ଉଦ୍ଧାର ଓ ଥଇଥାନ ପାଇଁ ଅନେକ ଯୋଜନା କରାଯାଇଛି। ଏବେ ଶିଶୁ ଶ୍ରମିକ ଉଦ୍ଧାର ପାଇଁ ବ୍ରହ୍ମପୁର ପୋଲିସ ଜିଲାରେ ବଚପନ୍‌ ବଚାଓ ଆନ୍ଦୋଳନ ଆରମ୍ଭ ହୋଇଛି। ଏଥିରେ ଜିଲା ଶ୍ରମ ଅଧିକାରୀ, ଶିଶୁ…

୨ ଶିକ୍ଷକଙ୍କ ସମେତ ୫ ଗିରଫ: ୨୨ ହଜାର ଟଙ୍କା, ରବରଷ୍ଟାମ୍ପ, କମ୍ପ୍ୟୁଟର, ଜାଲ୍‌ ସାର୍ଟିଫିକେଟ ଜବତ

ଆସିକା, ୧ା୩ (ଡି.ଏନ୍‌.ଏ) – ଜାଲ୍‌ ସାର୍ଟିଫିକେଟ ଦେଇ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଙ୍କୁ ଧରପଗଡ ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିଲା। ଆସିକା ଥାନା ଇଲାକାରେ ଏହି ଶିକ୍ଷକଙ୍କ ତଲାସିବେଳେ ଗୋଟିଏ ଜାଲ୍‌ ସାର୍ଟିଫିକେଟ ଯୋଗାଣକାରୀ ର଼୍ୟାକେଟର ପର୍ଦ୍ଦାଫାଶ୍‌…

ନିୟମକୁ ଡର, ଲୋକେ ତତ୍ପର

ବ୍ରହ୍ମପୁର ଅଫିସ,୧ା୩ – ରବିବାରରୁ ଜିଲାରେ ଯାନବାହନ ଯାଞ୍ଚ କଡାକଡି ହେବ। ଯେଉଁମାନେ ଏବେ ସୁଦ୍ଧା ଗାଡିର ଆବଶ୍ୟକ କାଗଜପତ୍ର କରି ପାରିନାହାନ୍ତି ସେମାନଙ୍କ ମଧ୍ୟରେ ଏବେ ଭାଳେଣି ପଡ଼ିଲାଣି। ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି। ପରିବହନ ସମ୍ପର୍କିତ ପ୍ରମାଣପତ୍ର ପ୍ରସ୍ତୁତ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶହୀଦ୍‌ ପ୍ରଶାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ

ଭଞ୍ଜନଗର,୨୯।୨(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହି ବାସିନ୍ଦା ଆଇଟିବିପି ହାବିଲଦାର ଶହୀଦ୍‌ ପ୍ରଶାନ୍ତ କୁମାର ଲେଙ୍କା(୩୮)ଙ୍କ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗାର୍ଡ ଅଫ୍‌ ଅନର ସହ ତୋପ ସଲାମି ପରେ ସ୍ଥାନୀୟ ବେଲେଶ୍ୱର ଶ୍ମଶାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?