ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗାତ ଖୋଳି ପୋତୁଥିଲେ ସ୍ବାମୀ, ଆଉ ତା’ ପରେ…
କାମାକ୍ଷାନଗର,୧ା୧୨: ଢେଙ୍କାନାଳ ଜିଲା ମହାବୀରୋଡ୍ ଥାନା ଅନ୍ତର୍ଗତ ମଝିକା ଗାଁରେ ରବିବାର ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଶୋଇଥିବା ଅବସ୍ଥାରେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ଦେଇଛନ୍ତି ସ୍ବାମୀ। ହତ୍ୟା ପରେ ଗାତ ଖୋଳି ପୋତିବା ବେଳେ ଗ୍ରାମବାସୀ ଧରିଥିଲେ।...
ପିଲାଙ୍କୁ ସ୍କୁଲ ନେଉଥିବା ବସ୍କୁ ଧକ୍କା ଦେଲା ଟ୍ରେଲର : ୧୦ର ଊର୍ଦ୍ଧ୍ୱ ଛାତ୍ରୀଛାତ୍ର…
ଢେଙ୍କାନାଳ,୨।୧୨: ଢେଙ୍କାନାଳ ଏକ ଘରୋଇ ସ୍କୁଲ ବସ୍ ସକାଳୁ ପିଲାଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ସ୍କୁଲ ବସ୍କୁ ଧକ୍କା ଦେଇ ଟ୍ରେଲର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ । ଏଥିରେ ୧୦ରୁ ଅଧିକ ଛାତ୍ରୀଛାତ୍ର ଆହତ...
ଶୌଚ ପାଇଁ ଯାଇଥିଲେ ଯୁବକ, ଦଳିଦେଲା ହାତୀ
ହିନ୍ଦୋଳ,୨୮।୧୧: ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ତ ଅନ୍ତର୍ଗତ କଡଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଭୋର ସମୟରେ ଗ୍ରାମର ଗାୟତ୍ରୀ ମଣ୍ତପ ନିକଟସ୍ଥ ପୋଖରୀକୁ ଶୌଚ ନିମନ୍ତେ ଯାଉଥିବା ସମୟରେ ମଧୁସୁଦନ ପ୍ରଧାନଙ୍କ ପୁଅ ଦୀପକ ପ୍ରଧାନ(୨୯)...
ଉପଜିଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
କାମାକ୍ଷାନଗର,୧୮ା୧୧: ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଜିଲାପାଳଙ୍କ ଘରେ ସୋମବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ଏହି ଚଢ଼ାଉ ଜାରି ରହିଛି। ଉପଜିଲାପାଳଙ୍କ ଅଫିସ, ସରକାରୀ କ୍ୱାର୍ଟର୍ସ...
ଅନାସ୍ଥା ଭୋଟ୍ରେ ପଦ ହରାଇଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା, ମନ୍ତ୍ରୀ କହିଲେ…
ଢେଙ୍କାନାଳ,୧୬ା୧୧(ରତନ ନାୟାର): ଅନାସ୍ଥାରେ ହାରିଗଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ। ଫଳରେ ସଦରରେ ଭୁଶୁଡ଼ି ପଡ଼ିଛି ବିଜେଡି ଗଡ଼। ଶନିବାର ଅନାସ୍ଥା ଭୋଟିଂ ସପକ୍ଷରେ ୪୪ଖଣ୍ଡ ଭୋଟ୍ ଗ୍ରହଣ ହୋଇଥିବା ବେଳେ ଅନାସ୍ଥା ବିପକ୍ଷରେ ୧୭ ଖଣ୍ଡ...
ଗାଧୋଇବାକୁ ଆସି ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ
କାମାକ୍ଷାନଗର,୧୪ା୧୧(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଏକତାଳି ଗ୍ରାମରେ ଗୁୁରୁବାର ସକାଳେ ଏକ ଅଘଟଣ ଘଟିଯାଇଛି। ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ହୋଇଛି। ସେମାନେ ସମ୍ପର୍କରେ ଦାଦା ପୁଅ ଓ ବଡ଼ବାପା ପୁଅ ହୋଇଥିବା ଜଣାପଡ଼ିଛି।...
ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପାଇଁ ଦରଖାସ୍ତ
କାମାକ୍ଷାନଗର,୧୧ା୧୧(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ୧୬ ଜଣ ସରପଞ୍ଚ ଓ ସମିତି ସଭ୍ୟଙ୍କ ଦସ୍ତଖତ ଥିବା ଦରଖାସ୍ତ ସୋମବାର କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର...
ଅଭିଯୋଗକୁ ରେଳ ବିଭାଗର ଖଣ୍ଡନ
ଢେଙ୍କାନାଳ,୬।୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଦର ରେଞ୍ଜ ମୋଟଙ୍ଗା ଥାନା ମେରାମଣ୍ଡଳୀ ରେଳ ଷ୍ଟେଶନ ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ୪୯ ହାତୀ ରେଳଧାରଣା ପାର ହେଉଥିବା ବେଳେ ତାଳଚେର ଆଡୁ ଆସୁଥିବା ଏକ ମାଲଗାଡି ଟ୍ରେନ୍ ଧକ୍କାରେ...
ଭାଜପା ଟାର୍ଗେଟରେ ୭ ବ୍ଲକର ଅଧ୍ୟକ୍ଷା-ଅଧ୍ୟକ୍ଷ ପଦବୀ: ଅଜ୍ଞାତବାସରେ ୫୦ରୁ ଊର୍ଦ୍ଧ୍ୱ ସରପଞ୍ଚ, ସମିତି ସଭ୍ୟ
ଢେଙ୍କାନାଳ,୬ା୧୧(ରତନ ନାୟାର):ଢେଙ୍କାନାଳରେ ଭାଜପା ଟାର୍ଗେଟରେ ୭ଟି ବ୍ଲକର ଅଧ୍ୟକ୍ଷା ଅଧ୍ୟକ୍ଷ ପଦବୀ ା ନିର୍ବାଚନ ପରେ ରାଜ୍ୟରେ ଭାଜପା ସରକାର ଆସିବା ପରେ ବର୍ତ୍ତମାନ ଜିଲାରେ ବ୍ଲକ ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଧ୍ୟକ୍ଷ ପଦବୀରେ ରହିଥିବା ବିଜେଡି ସମର୍ଥିତ...
ସରକାରୀ ଯୋଜନାରୁ ବଞ୍ଚିତ୍ତ ବାଳବତୀ
ପରଜଙ୍ଗ, ୩।୧୧ (ନିଗମାନନ୍ଦ ଦଳବେହେରା): ଦେଶ ସ୍ବାଧୀନତାର ୭୭ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଅଧିକାଂଶ ପରିବାର ଦୁଃଖ ଦୁର୍ଦ୍ଦଶାରେ ଜୀବନ ଅତିବାହିତ କରୁଛନ୍ତି । ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ...
ଦନ୍ତାକୁ ୧୦୦ ମିଟର ଘୋଷାରିନେଲା ଟ୍ରେନ୍
ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ସଦର ରେଞ୍ଜ୍ର ମେରାମଣ୍ଡଳି ରେଳଷ୍ଟେଶନ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ମାଲବାହୀ ଟ୍ରେନ୍ ଧକ୍କାରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀ କରିଡର ଅଞ୍ଚଳରେ ସନ୍ଧ୍ୟା ୬ରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ଟ୍ରେନ୍...
ଗ୍ୟାସ୍ ଟାଙ୍କି ଫାଟି ଉଡ଼ିଲା ଘରର ଆଜ୍ବେଷ୍ଟସ୍, କ୍ଷଣିକରେ ସବୁ ଛାରଖାର
କାମାକ୍ଷାନଗର,୨ା୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମରେ ଅଘଟଣ। ଗ୍ୟାସ୍ ଟାଙ୍କି ଫାଟି ଉଡ଼ି ଘରର ଆଜବେଷ୍ଟସ୍ ଓ ଆସବାବପତ୍ର। ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ। ସୂଚନାନୁସାରେ, ଆମ୍ବପଳାସ ଗ୍ରାମର ସୁବାସ ମହାପାତ୍ରଙ୍କ ରୋଷେଇ ଘରେ...
Archives


