୭ ମାସର ଶିଶୁକନ୍ୟାକୁ କଚାଡି ମାରିଦେଲେ ପିଶାଚ ବାପା: ଅଭିଯୁକ୍ତଙ୍କୁ ଛେଚିଲେ ଗ୍ରାମବାସୀ

ପରଜଙ୍ଗ,୩।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ୪ନଂ କଲୋନୀ ଅନ୍ତର୍ଗତ ନୋଟାରୀପଶିରେ ବିଭତ୍ସ ହତ୍ୟା। ୭ ମାସର ଶିଶୁ କନ୍ୟାକୁ କଚାଡି ମାରିଲା ପିଶାଚ ବାପା। ପାରିବାରିକ କଳହରୁ ଶିଶୁ କନ୍ୟାକୁ ହତ୍ୟା କରିଛି ଅଭିଯୁକ୍ତ ବାପା ସଞ୍ଜୟ ଚାତର। ତେବେ ଘଟଣାସ୍ଥଳରେ ଅଭିଯୁକ୍ତ ସଞ୍ଜୟକୁ ବହେ ଛେଚିଛନ୍ତି ସ୍ଥାନୀୟ ବାସିନ୍ଦା। ସଞ୍ଜୟକୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ସଞ୍ଜୟଙ୍କ ଘର ମୟୁରଭଞ୍ଜ ଜିଲାରେ ହୋଇଥିବା ସୂଚନା ମିଳିଛି।
ଯାଜପୁର ଡ଼ୁବୁରୀରେ ଲେବର କାମ କରୁଥିବାବେଳେ ରଙ୍ଗ ନମ୍ବରରୁ କଣ୍ଟାପାଳ ୪ ନଂ କଲୋନୀର ଜନନୀ ମୁଣ୍ଡା ସହ ପ୍ରେମ ବିବାହ କରିଥିଲେ। ସଞ୍ଜୟ ଦୁଇ ବର୍ଷ ହେବ ଶ୍ୱଶୁର ଘର ନୋଟାରୀପଶିରେ ରହି ଟ୍ରାକ୍ଟର ଗାଡିରେ ଲେବର କାମ କରୁଥିଲେ। ବାହାଘର ପର ଠାରୁ ଜନନୀଙ୍କୁ ସଞ୍ଜୟ ମାଡ ମାରିବା ସହ ନିର୍ଯାତନା ଦେଇ ଆସୁଥିଲେ। ଗତ କାଲି ଚାଉଳ କିଣିବା ପାଇଁ ବଜାରକୁ ଯାଇ ସେଠାରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯାହାକୁ ନେଇ ପ୍ରେମ ସମ୍ପର୍କର ସନ୍ତକକୁ ସବୁ ଦିନ ପାଇଁ ରାସ୍ତାରୁ ହଟେଇ ଦେବି ବୋଲି କହି ଶିଶୁକୁ କଚାଡି ମାରିଥିଲା ପିଶାଚ ବାପା। ଏ ନେଇ ଖବର ପାଇ କଙ୍କଡ଼ାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ମୃତ୍ୟୁପରେ ପ୍ରଥମ ଥର ମୁହଁ ଖୋଲିଲେ ଲବ: କହୁକହୁ କହିଦେଲେ …

ଭୁବନେଶ୍ୱର,୨୫।୬: ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା ବାନ୍ଧବୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦ ଘେରକୁ ଆସିଥିଲେ। ବିପାଦ ପରେ ପ୍ରଥମ ଥର ସେ ମୁହଁ ଖୋଲିଛନ୍ତି। ।...

ଏଣିକି କାର୍ଯ୍ୟରେ ଅବହେଳା କଲେ ନିଆଯିବ କାର୍ଯ୍ୟନୁଷ୍ଠାନ: ଖସିପାରିବେନି ଅଭିଯୁକ୍ତ

ଭଞ୍ଜନଗର,୨୪।୬(ବାବୁଲା ପ୍ରଧାନ)-ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ) ବିଶ୍ୱନାଥ ନିଲାନମ୍ବର୍‌ମ ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଘୁମୁସର ଦକ୍ଷିଣ ବନଖଣ୍ଡ...

୪୦୦ କେ.ଜି. ୟୁରାନିୟମ ଗଲା କୁଆଡେ, ଏବେ ହେବ କ’ଣ: ଚିନ୍ତାରେ ଆମେରିକା

ଓ୍ବାଶିଂଟନ,୨୫ା୬:ଇରାନର ୩ ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକା ୬ଟି ବଙ୍କର ବଷ୍ଟର ବୋମା ପକାଇବା ପରେ ଏହାର ୪୦୦ କିଲୋଗ୍ରାମ ୟୁରାନିୟମର ହିସାବ ମିଳୁନାହିଁ। ଏହି...

ଶୌଚ ପାଇଁ ଯାଇଥିଲେ ଚାଷୀ, ବୁଦାମୂଳେ ଛକିଥିଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ମହାକାଳପଡ଼ା, ୨୫ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଜଣେ ଚାଷୀ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି। ଜୀବନ ବଞ୍ଚାଇବାକୁ ଯାଇ କୁମ୍ଭୀର...

ନିଟ୍‌ ପାଇଁ ହତ୍ୟା

ଭାରତରେ ପାଠପଢ଼ା ଚାପ ଯୋଗୁ ପିଲାଙ୍କ ଆତ୍ମହତ୍ୟା ଘଟଣା ବାରମ୍ବାର ଘଟିଚାଲିଛି। ବିଶେଷକରି ମେଡିକାଲ ଶିକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଥିବା ଆଶାୟୀଙ୍କ କ୍ଷେତ୍ରରେ ଆତ୍ମହତ୍ୟା...

ବାସହୀନଙ୍କୁ ଜମି ଦେବେ ସରକାର: ଡିସେମ୍ବର ୩୧ ସୁଦ୍ଧା ଚିହ୍ନଟ ପାଇଁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୫ା୬ (ରବିନାରାୟଣ ଜେନା):ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ। ଏହି ଲକ୍ଷ୍ୟ ନେଇ ରାଜସ୍ବ ବିଭାଗ ପକ୍ଷରୁ ଏବେ ସ୍ବତନ୍ତ୍ର ପଦକ୍ଷେପ...

ମୌଳିକ ସୁବିଧାରୁ ବଞ୍ଚିତ ମହୁଲପଡ଼ାବାସୀ

ନୂଆପଡ଼ା,୨୫।୬ (ମକାରୁ ବେମାଲ) : ନୂଆପଡ଼ା ଜିଲା କୋମନା ବ୍ଲକ ସିଲ୍‌ଭା ପଞ୍ଚାୟତ ପଟପରପାଲି ଗାଁର ମହୁଲପଡ଼ାବାସୀ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ...

ଜୁଲାଇ ୧ରୁ ମହଙ୍ଗା ହେବ ଟ୍ରେନ୍‌ ଯାତ୍ରା

ନୂଆଦିଲ୍ଲୀ,୨୫ା୬:ଭାରତୀୟ ରେଲ୍‌ଓ୍ବେ ଜୁଲାଇ ୧ରୁ ଏହାର ଯାତ୍ରୀଭଡ଼ା ବଢ଼ାଇବାକୁ ଯାଉଛି। ବାତାନୁକୂଳିତ, ଅଣବାତାନୁକୂଳିତ ମେଲ୍‌, ଏକ୍ସପ୍ରେସ୍‌ ଏବଂ ୨ୟ ଶ୍ରେଣୀ ଟିକେଟ ଭଡ଼ା ସାମାନ୍ୟ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri