ଢେଙ୍କାନାଳ

ବୌଦ୍ଧରୁ ଆସିଥିବା ଦନ୍ତାା କପିଳାସ ପ୍ରାଣୀ ଉଦ୍ୟାନରେ ବୁଜିଲା ଆଖି

ଢେଙ୍କାନାଳ,୭।୧: ବୌଦ୍ଧ ଜିଲାରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ହାତୀକୁ ଶନିବାର ସକାଳେ ଏକ ହାଇୱା ଯୋଗେ କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଥିଲା। ଉକ୍ତ ହାତୀଟିର ରବିବାର ମୃତ୍ୟୁ ଘଟିଛି। ହାତୀଟିର ବୟସ ୩୦…

ବୌଦ୍ଧ ଜିଲାରେ ଆତଙ୍କ ସୃଷ୍ଟି କରୁଥିଲା ଦନ୍ତା: ଅଣାଗଲା କପିଳାସ ପ୍ରାଣୀ ଉଦ୍ୟାନ  

ଢେଙ୍କାନାଳ,୬।୧: ବୌଦ୍ଧ ଜିଲାରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତାହାତୀକୁ ଶନିବାର ସକାଳେ ଏକ ହାଇୱା ଯୋଗେ କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଛି। ହାତୀଟିର ବୟସ ୩୦ ରୁ ୩୫ ବର୍ଷ ମଧ୍ୟରେ ହେବ। ହାତୀଟିକୁ …

ପିକ୍‌ନିକ୍‌ ବସ୍‌ ସହ ଟ୍ରେଲର-ହାଇଓ୍ବା ମୁହାଁମୁହିଁ: ୩୫ ଆହତ, ୫ ଗୁରୁତର

ପରଜଙ୍ଗ,୪ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା ୧୪୯ ନଂ ଜାତୀୟ ରାଜପଥର ଭେଜିଆ ଛକ ନିକଟରେ ଗୁରୁବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ ପିକ୍‌ନିକ୍‌ ବସ୍‌ ସହିତ ଟ୍ରେଲର ଓ ହାଇଓ୍ବାର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୫…

ଢେଙ୍କାନାଳର ମଗଜି ଲଡୁକୁ ଜିଆଇ ଟ୍ୟାଗ୍‌

ଢେଙ୍କାନାଳ,୪।୧(ରତନ ନାୟାର): ଦୀର୍ଘଦିନ ପ୍ରତୀକ୍ଷାର ଘଟିଛି ଅନ୍ତ। ଶେଷରେ ଢେଙ୍କାନାଳ ଜିଲାର ପ୍ରସିଦ୍ଧ ମଗଜି ଲଡୁକୁ ମିଳିଛି ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ) ଟ୍ୟାଗ୍‌ ମାନ୍ୟତା। ବୁଧବାର ସନ୍ଧ୍ୟାରେ ଏହି ଖବର ଜଣାପଡ଼ିବା ପରେ ଜିଲାବାସୀ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ଏହି ଲଡ଼ୁ…

ପ୍ରାଚୀନ ପଥର ଭାଙ୍ଗୁଥିବାରୁ ଅସନ୍ତୋଷ

ଢେଙ୍କାନାଳ,୩।୧(ରତନ ନାୟାର): ରାଜ୍ୟର ପ୍ରସିଦ୍ଧ ଶୈବପୀଠ ତଥା ଢେଙ୍କାନାଳ ଜିଲାର କପିଳାସସ୍ଥିତ ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ମୁଖ୍ୟ ମନ୍ଦିର ଗର୍ଭଗୃହ ଓ ମା’ ପାର୍ବତୀଙ୍କ ମନ୍ଦିର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ମରାମତି ନିଷ୍ପତ୍ତିର ୫ ମାସ ପରେ କରାଯାଉଥିବା…

ଯୋରନ୍ଦା ମାଟିକୁ ପବିତ୍ର କରିଛି ମହିମା ଧର୍ମ

ଢେଙ୍କାନାଳ (ରତନ ନାୟାର)/ଭୁବନେଶ୍ୱର (ଅନିଲ ଦାସ) ୨୩ା୧୨: ସାରା ବିଶ୍ୱକୁ ଏକ ପରିବାର ଭାବେ ଗ୍ରହଣ କରିଛି ମହିମା ଧର୍ମ। ଏହା ସରଳ ଜୀବନ, ସମତା ଏବଂ ଜଗତ କଲ୍ୟାଣ ଉପରେ ବିଶ୍ୱାସ କରେ। ମହିମା ଧର୍ମର ମହାନ ସନ୍ଥ ଭୀମ…

ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାସ୍ଥିତ ମହିମାଗାଦିର ଉନ୍ନତୀକରଣ ପାଇଁ ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ, ୨୨ା୧୨: ଓଡ଼ିଶାର ପ୍ରସିଦ୍ଧ ମହିମା ପୀଠ ଯୋରନ୍ଦାଠାରେ ଉପାସନା ପୀଠ ଓ ବତୀ ମଣ୍ଡପ ନିର୍ମାଣ, ଭବ୍ୟ ମହିମା ଗାଦି ଶୂନ୍ୟ ମଣ୍ଡପ ନିର୍ମାଣ ଏବଂ ମହିମା ଗାଦି ଚତୁପାର୍ଶ୍ୱ ଉନ୍ନତିକରଣ କାର୍ଯ୍ୟର ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

୮ ବେଆଇନ ଇଟାଭାଟି ଉଚ୍ଛେଦ

ଢେଙ୍କାନାଳ,୨୦।୧୨(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗଠାରୁ କୁରୁଣ୍ଟି ମଧ୍ୟରେ ବ୍ରାହ୍ମଣୀ ନଦୀ କୂଳରେ ଚାଲୁଥିବା ବେଆଇନ ଇଟା ଭାଟିକୁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ମଙ୍ଗଳବାର ଭୋର ୪ଟା ସମୟରେ ଉଚ୍ଛେଦ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ୍‌…

ଜେନେରେଟର ଧୂଆଁ ନେଲା ୨ ଜୀବନ

ଢେଙ୍କାନାଳ,୧୬ା୧୨(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ମାନପୁର ଗ୍ରାମସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ ଥିବା ଏକ ଇଟାଭାଟିରେ କାମ କରୁଥିବା ୨ଜଣ ଶ୍ରମିକଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଜେନେରେଟର ଧୂଅଁାରେ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ…

ହାତୀ ପାଇଁ ପେଁକାଳି

କାମାକ୍ଷାନଗର,୯ା୧୨(ଅମଜାଦ ଖାନ)ରାତି ହେଲେ ଢାଉଁ ଢାଉଁ ବାଜୁଛି ଟିଣ। ହୁ ହୁ ହୋଇ ଜଳୁଛି ଟାୟାର ନିଆଁ। ପେଁକାଳିର ପେଁ ପାଁ ଶବ୍ଦରେ କମ୍ପୁଛି ଗାଁ ପାଖ ଧାନ ଖେତ। ହାତୀ, ବାର୍‌ହା ଆଦି ଜଙ୍ଗଲୀ ପ୍ରାଣୀଙ୍କ ମୁହଁରୁ ବର୍ଷକର ଫସଲ…

ନାକିଚି ଛକରେ ହେଉନି ସର୍ଭିସ ରାସ୍ତା ନିର୍ମାଣ

ବଇଣ୍ଡା,୬।୧୨(ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ବ୍ଲକ ନାକିଚି ଛକ ଠାରେ ସର୍ଭିସ ରୋଡ ନିର୍ମାଣ ହେଉନାହିଁ। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଧ୍ୟାନ ଦେଉ ନ ଥିବାରୁ ସୋମବାର ନାକିଚି ଗ୍ରାମବାସୀ…

‘ଓଡ଼ିଶାର ସବୁଜିମା ବିମୋହିତ କରିଛି’

ଢେଙ୍କାନାଳ,୧ା୧୨(ରତନ ନାୟାର):ନେଦରଲାଣ୍ଡ ଆର୍ମଷ୍ଟ୍ରଙ୍ଗ୍‌ର ଦମ୍ପତି ସାଇମନ ଆଣ୍ଡରସନ୍‌(୭୦) ଓ ଏକ୍‌ଜାନିଆ ହେନେରୀ(୬୦) ବାଇକ୍‌ରେ ଭାରତ ଭ୍ରମଣ କରୁଛନ୍ତି। ଏହି ଅବସରରେ ଦୁହେଁ ଗୁରୁବାର ଢେଙ୍କାନାଳ ସହରରେ ପହଞ୍ଚି ବୋରାପଦାସ୍ଥିତ ଗଜଲକ୍ଷ୍ମୀ ପ୍ୟାଲେସରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୨ ହଜାର କିଲୋମିଟର ଅତିକ୍ରମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri