ଢେଙ୍କାନାଳ

କାର୍‌ରେ ମଦ ଚାଲାଣ, ୨ ଗିରଫ

କାମାକ୍ଷାନଗର, ୧୪।୬(ଡି.ଏନ୍‌.ଏ.)-କାର୍‌ରେ ମଦ ଚାଲାଣ କରୁଥିବାବେଳେ କାମାକ୍ଷାନଗର ପୋଲିସ ହାତରେ ଧରାପଡ଼ିଛନ୍ତି ୨ ଅଭିଯୁକ୍ତ। ସେମାନେ ହେଲେ ମାର୍ଥାପୁର ଗ୍ରାମର ଅନିଲ ମିଶ୍ର ଏବଂ ଡ୍ରାଇଭର ବିରଜା ପ୍ରସାଦ ନନ୍ଦ। ଗାଡ଼ିରୁ ୨୨୮ ବୋତଲ ବିଅର, ୪୮ ବୋତଲ ଦାମୀ ବ୍ରାଣ୍ଡର…

ତପୋବନ ପୀଠ ପରିଦର୍ଶନ କଲେ ଏମ୍‌ପି: ସୌରଶକ୍ତି ସମ୍ପନ୍ନ ହେବ ରୋଷଘର

ଢେଙ୍କାନାଳ ଅଫିସ, ୧୪।୬ – ମହିମା ସ୍ବାମୀଙ୍କ ଆତ୍ମଯୋଗ ସାଧନାସ୍ଥଳୀ ତଥା ମହିମା ଧର୍ମର ଆଦିପୀଠ ତପୋବନକୁ ବୁଧବାର ଅପରାହ୍ନରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ପରିଦର୍ଶନ କରିଛନ୍ତି। ପୀଠରେ ଲାଗି ରହିଥିବା ସମସ୍ୟା ସମାଧାନ ଏବଂ ବିକାଶରେ ଆବଶ୍ୟକ ସହଯୋଗ…

‘କଳ୍ପନା ଦି ୱାଣ୍ଡର’ ନାଟକ ମଞ୍ଚସ୍ଥ

ଢେଙ୍କାନାଳ ଅଫିସ,୧୩ା୬-ଢେଙ୍କାନାଳ ସହର ଉପକଣ୍ଠସ୍ଥିତ ଗୋବିନ୍ଦପୁରଠାରେ ଥିବା ମହର୍ଷି ଦୟାନନ୍ଦ ସର୍ଭିସ୍‌ ମିଶନ ପରିସରରେ ବୁଧବାର ଅଲଟରନେଟିଭ୍‌ ରିଦମ ଥିଏଟର ପକ୍ଷରୁ ନାଟକ ‘କଳ୍ପନା ଦି ୱାଣ୍ଡର’ ପରିବେଷିତ ହୋଇଯାଇଛି। ଜାତୀୟ ଖ୍ୟାତି ସମ୍ପନ୍ନ ନାଟ୍ୟକାର ତଥା ନିର୍ଦ୍ଦେଶକ ଦିନେଶ ଦାଶଙ୍କ…

ଗଁ। ରେ ପଶିଲେ ହାତୀପଲ

ରାସୋଳ, ୧୩।୬(ଡି.ଏନ୍‌.ଏ.)- ହିନ୍ଦୋଳ ରେଞ୍ଜ ରାସୋଳ ସେକ୍ସନ ଅଁଳାବେଡ଼ା ଗ୍ରାମର କୁମ୍ଭୀରାଢିପ ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ହାତୀ ଆତଙ୍କ ଦେଖାଦେଇଛି। ହାତୀପଲ ମଦନ ଦେହୁରୀ ଏବଂ ସତୀ ମିଶ୍ରଙ୍କ ଘର ଭାଙ୍ଗିଦେଇଥିବାବେଳେ ଆକ୍ରମଣରୁ ବର୍ତ୍ତିଯାଇଛନ୍ତି ଉଭୟ ପରିବାରର ୮ ସଦସ୍ୟ।…

ଜିଲା ପରିଷଦ ୬ଷ୍ଠ ସାଧାରଣ ବୈଠକ: ବ୍ରାହ୍ମଣୀ କୂଳରେ ଲାଗିବ ୬୫ହଜାର ଚାରା

ଢେଙ୍କାନାଳ ଅଫିସ, ୧୩।୬- ଢେଙ୍କାନାଳ ଜିଲା ପରିଷଦର ୬ଷ୍ଠ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ସଭାନେତ୍ରୀ ମିନତି ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ସହଯୋଗ ମନୋବୃତ୍ତି ରହିଲେ ବିକାଶ ସମ୍ଭବ। ଏଥିପାଇଁ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ…

ଦନ୍ତା ହାତୀର ମୃତଦେହ ଠାବ

ସାତମାଇଲି,୧୨।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ କଡ଼ଲାଠାରେ ବୁଧବାର ଗୋଟିଏ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ଶିକାରି ଦ୍ୱାରା ଏକ ବିଲରେ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାରରେ ଲାଗି ହାତୀଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ:ହତ୍ୟା ଅଭିଯୋଗ ଆଣିଲେ ବାପା

ଚଣ୍ଡିଖୋଲ,୧୨ା୬(ଡି.ଏନ.ଏ.)- ବଡ଼ଚଣା ଥାନା ଅନ୍ତର୍ଗତ ଦେଉଳକୁର ଗ୍ରାମର ରମାକାନ୍ତ ପ୍ରଧାନ(୩୭)ଙ୍କର ମୃତ୍ୟୁ ମଙ୍ଗଳବାର ଢେଙ୍କାନାଳ ଜିଲା ନିହାଲପ୍ରସାଦ ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ମୃତ୍ୟୁ ହୋଇଛି। ରମାକାନ୍ତଙ୍କ ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ ବାପା ଦିବାକର ଏହାର ଉଚ୍ଚସ୍ତରୀୟ ତଦନ୍ତ…

ପାଚେରି ଭୁଶୁଡ଼ି ୪ ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା: ଉଚ୍ଛେଦ ହେବ ବିପଦସଙ୍କୁଳ ଘର

ଢେଙ୍କାନାଳ ଅଫିସ, ୧୨ା୬- ଅଳସୁଆ ହାଟ ନିକଟରେ ଥିବା ପରିତ୍ୟକ୍ତ ରାଇସ୍‌ ମିଲ ପାଚେରି ଭୁଶୁଡ଼ି ୪ଜଣ ବ୍ୟବସାୟୀଙ୍କ ମୃତ୍ୟୁ ଘଟିବା ପରେ ତତ୍ପର ହୋଇଉଠିଛି ଢେଙ୍କାନାଳ ଜିଲା ପ୍ରଶାସନ। ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେ…

ଜେଇଙ୍କୁ ଦୁର୍ବ୍ୟବହାର ମାମଲା: ବିଧାୟକଙ୍କ ଗିରଫ ଦାବି

ଢେଙ୍କାନାଳ ଅଫିସ, ୧୨।୬- କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ବଲାଙ୍ଗୀର ଜିଲା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଦୁର୍ବ୍ୟବହାର ଏବଂ ସର୍ବସମ୍ମୁଖରେ ବସ୍‌ଉଠ କରାଇବା ଘଟଣାକୁ ଦୃଢ଼ ନିନ୍ଦା କରିଛି ଢେଙ୍କାନାଳ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବାସଂଘ। ଆଇନ ହାତକୁ ନେଇଥିବା…

ଜନବସତି ନିକଟରେ ଗ୍ୟାସ ପାଇପ ଲାଇନ୍‌କୁ ବିରୋଧ: କାମ ବନ୍ଦ କଲେ ଗ୍ରାମବାସୀ

ଢେଙ୍କାନାଳ ଅଫିସ, ୧୨।୬-କାମାକ୍ଷାନଗର ଉପଖଣ୍ଡ ତୁମୁସିଙ୍ଗା ଥାନା ଖୁଣ୍ଟିବାଟି ଗ୍ରାମ ଦେଇ ଗେଲ୍‌ ଇଣ୍ଡିଆ କମ୍ପାନୀ ପକ୍ଷରୁ ଗ୍ୟାସ୍‌ ଲାଇନ ବିଛାଇବା ପାଇଁ ନିର୍ମାଣାଧୀନ କମ୍ପ୍ରେସର ଗୃହକୁ ବିରୋଧ କରିଛନ୍ତି ଅଞ୍ଚଳବାସୀ। ଭବିଷ୍ୟତରେ ବିପଦ ଆଶଙ୍କା ଥିବାରୁ ସେମାନେ କାର୍ଯ୍ୟ ବନ୍ଦ…

ବ୍ୟାଙ୍କ ତଳେ ମଦଦୋକାନ

କାମାକ୍ଷାନଗର, ୧୨।୬(ଡି.ଏନ୍‌.ଏ.)-କୋଠା ଉପରେ ବ୍ୟାଙ୍କ। ଆଉ ଏହାର ଠିକ୍‌ ତଳେ ଖୋଲିଛି ସରକାରୀ ବିଦେଶୀ ମଦ ଦୋକାନ। ମଦ ପିଇ ମାତାଲ ହୋଇ ଗଡୁଛନ୍ତି ମଦ୍ୟପ। ଅଶ୍ଳୀଳ ଇଙ୍ଗିତର ଶିକାର ହେଉଛନ୍ତି ବ୍ୟାଙ୍କକୁ ଆସୁଥିବା ଛାତ୍ରୀ, ଯୁବତୀ, ମହିଳା। ଏଭଳି ବିଚିତ୍ର…

ନନ୍ଦିନୀ ଦେବୀ ଥିଲେ ସାଲିସ୍‌ବିହୀନ ନେତ୍ରୀ

ଢେଙ୍କାନାଳ ଅଫିସ,୧୦ା୬: ଢେଙ୍କାନାଳ ଗୋପବନ୍ଧୁ ଟାଉନହଲଠାରେ ରବିବାର ସନ୍ଧ୍ୟା ୬ଟାରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ମହାନ ଜନନାୟିକା ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି ପ୍ରଭାସିନୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri