ଢେଙ୍କାନାଳ

ଜଗନ୍ନାଥଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ପୁରୀ ଯାତ୍ରା, ପାଦରେ ଚାଲି ଚାଲି ପହଞ୍ଚିବେ

ଭୁବନ,୨୮।୦୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ୬୦ ଜଣରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଶୁକ୍ରବାର ପାଦରେ ଚାଲି ଜଗନ୍ନାଥଙ୍କ ଦର୍ଶନ କରିବା ନିମନ୍ତେ ପୁରୀ ଯାତ୍ରା କରିଛନ୍ତି। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରଦ୍ଧାଳୁମାନେ ଭୁବନ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା…

ଢେଙ୍କାନାଳ କଲେଜ ପିଜି ପରୀକ୍ଷା ଫଳ ପ୍ରକାଶିତ: ବାଜି ମାରିଲେ ଝିଅ

ଢେଙ୍କାନାଳ ଅଫିସ, ୨୮।୬-ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ, ବାଣିଜ୍ୟ ଏବଂ ଇତିହାସ ସ୍ନାତକୋତ୍ତର (ପିଜି) ବିଭାଗ ପରୀକ୍ଷା ଫଳ ଗୁରୁବାର ମଧ୍ୟାହ୍ନରେ ପ୍ରକାଶିତ ହୋଇଛି। ଚଳିତ ବର୍ଷ ୩ ବିଭାଗରେ ମୋଟ ୬୦ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୮ଜଣ…

ଭିଜିଲାନ୍ସ ଜାଲରେ ମାଣିପୁର ଆର୍‌ଆଇ କାର୍ଯ୍ୟାଳୟ ପିଅନ: ଜମି ମ୍ୟୁଟେଶନ ପାଇଁ ନେଉଥିଲେ ଲାଞ୍ଚ

ଢେଙ୍କାନାଳ ଅଫିସ/କଟକ ଅଫିସ, ୨୮|୬-ଜମି ମ୍ୟୁଟେଶନ ପାଇଁ ୧୨୦୦ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ମଧ୍ୟାହ୍ନରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଢେଙ୍କାନାଳ କଲେଜ ନିକଟ ମାଣିପୁର ଆର୍‌ଆଇ କାର୍ଯ୍ୟାଳୟର ପିଅନ ଅଜୟ କୁମାର ପଟ୍ଟନାୟକ (୪୮)। ଏ ନେଇ ଭିଜିଲାନ୍ସ ପକ୍ଷରୁ ନଂ.…

ଅଳସୁଆ ହାଟ କାନ୍ଥ ଭୁଶୁଡ଼ିବା ଘଟଣା : ଗୁରୁତର କିଣାଙ୍କ ଅବସ୍ଥା ବିଗୁଡୁଛି

ଢେଙ୍କାନାଳ ଅଫିସ, ୨୭।୬ – ଅଳସୁଆ ହାଟ ନିକଟରେ ପରିତ୍ୟକ୍ତ ରାଇସ୍‌ ମିଲ୍‌ କାନ୍ଥ ଭୁଶୁଡ଼ିବା ଘଟଣାକୁ ଇତିମଧ୍ୟରେ ବିତିଛି ୧୭ ଦିନ। ପ୍ରଚଣ୍ଡ ଖରାରୁ ରକ୍ଷା ପାଇବାକୁ କାନ୍ଥ ପାର୍ଶ୍ୱ ଛାଇରେ ପରିବା ଦୋକାନ ଖୋଲିଥିବା ୪ଜଣ ବ୍ୟବସାୟୀଙ୍କୁ ନିମିଷକ…

ହାତୀ ଛୁଆକୁ ଛାଡ଼ି ପଳାଇଲା ମା’: ମଣିଷ ଗନ୍ଧ ଦୂରେଇବାକୁ ବୋଳାଗଲା ଗୋବର

ଢେଙ୍କାନାଳ ଅଫିସ, ୨୬।୬-ହିନ୍ଦୋଳ ରେଞ୍ଜ ଅଧୀନ କନ୍ଧରା ସଂରକ୍ଷିତ ଜଙ୍ଗଲ ତଳି ଜନବସତି ନିକଟରେ ସୋମବାର ଏକ ମାଈ ହାତୀ ତା’ର ଶାବକକୁ ଛାଡ଼ି ପଳାଇଛି। ଉକ୍ତ ହାତୀ ଛୁଆର ଆନୁମାନିକ ବୟସ ଦେଢ଼ ବର୍ଷ ହେବ ବୋଲି ବନ ବିଭାଗ…

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ହୀନସ୍ତା: ୯ ବର୍ଷ ହେଲା ଏକ୍ସ-ରେ ମେଶିନ ଅଚଳ

କାମାକ୍ଷାନଗର, ୨୬।୬(ଡି.ଏନ୍‌.ଏ.)- କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଥିବା ଏକ୍ସ-ରେ ମେଶିନ ୯ ବର୍ଷ ହେଲା ଅଚଳ ହୋଇପଡ଼ିଛି। କର୍ମଚାରୀ ଅଭାବ ସମସ୍ୟା ଆଳ ଦେଖାଇ ସ୍ବାସ୍ଥ୍ୟ ବିଭାଗ ନିଜ ମୁଣ୍ଡରୁ ଦୋଷ ବାହାର କରିଦେଉଥିବାବେଳେ ହଜାର ହଜାର ରୋଗୀ ହୀନସ୍ତା ହେଉଛନ୍ତି।…

ସ୍ବାମୀଙ୍କ ଦ୍ୱିତୀୟ ବିବାହକୁ ବିରୋଧ:ପ୍ରଥମ ସ୍ତ୍ରୀ କହି ଧାରଣା

କାମାକ୍ଷାନଗର, ୨୫ା୬(ଡି.ଏନ.ଏ.)ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ଆଗରେ କଲିକତାରୁ ଆସିଥିବା ଜନୈକା ମହିଳା ରବିବାର ରାତିରୁ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ପୁଅ ସହ ତାଙ୍କର ସମ୍ପର୍କ ଥିବା ଏବଂ ତାଙ୍କୁ ବିବାହ…

ବ୍ୟାଙ୍କ ଲୁଟ୍‌ ଉଦ୍ୟମ ବିଫଳ : ସାଇରନ ବାଜିବାରୁ ଛାଡ଼ି ପଳାଇଲେ ଲୁଟେରା

ଢେଙ୍କାନାଳ ଅଫିସ, ୨୪ା୬: ଢେଙ୍କାନାଳ ଗ୍ରାମ୍ୟ ବ୍ୟାଙ୍କ ମୁଖ୍ୟ ଶାଖାରୁ ରବିବାର ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମବେଳେ ସାଇରନ୍‌ ବାଜିବାରୁ ଲୁଟେରାମାନେ ଛାଡ଼ି ପଳାଇଛନ୍ତି। ତାଲା ଭାଙ୍ଗି ଷ୍ଟ୍ରଙ୍ଗ୍‌ରୁମ୍‌ ତାଡ଼ି ଖୋଲିବା ପରେ ସାଇରନ ବାଜିବାରୁ ସମ୍ମୁଖରେ ଥିବା ଟାଉନ୍‌ ପୋଲିସ…

ବନ୍ଦ ହେବ ସାଇ ସ୍ପୋଟର୍‌ସ ହଷ୍ଟେଲ

ଢେଙ୍କାନାଳ ଅଫିସ, ୨୪ା୬: ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଢେଙ୍କାନାଳସ୍ଥିତ ସ୍ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର ଏବେ ସମସ୍ୟା ଅଳନ୍ଧୁରେ ଘାଣ୍ଟି ହେଉଛି। ଦକ୍ଷ କୋଚ୍‌, କ୍ରୀଡ଼ା ଭିତ୍ତିଭୂମିର ଅଭାବ ଏହି ଜାତୀୟ କ୍ରୀଡ଼ା ଅନୁଷ୍ଠାନକୁ ଦୁର୍ବଳ…

୯ ଦିନ ପରେ ଘୋଷଯାତ୍ରା; ରଥ ପାଇଁ କାଠ ଅଭାବ

ଢେଙ୍କାନାଳ ଅଫିସ, ୨୪।୬:  ଶ୍ରୀ କଳାଠାକୁରଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉମାତ୍ର ୯ ଦିନ। ରଥ ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ବା କଥା। ହେଲେ କାଠ ଅଭାବ ଯୋଗୁ ଢେଙ୍କାନାଳରେ ରଥ ନିର୍ମାଣ ଧିମେଇଛି। ଅନ୍ୟ ଉପାୟ ନ ଥିବାରୁ ରଥ କାମରେ ବ୍ୟବହୃତ…

ସମଗ୍ର ଶିକ୍ଷା ସମୀକ୍ଷା : ୨୬ ସ୍କୁଲର ଉନ୍ନତି ପାଇଁ ପାରାମିଟର ପ୍ରସ୍ତୁତ

ଢେଙ୍କାନାଳ ଅଫିସ, ୨୩।୬ – ଢେଙ୍କାନାଳ ଜିଲା କାର୍ଯ୍ୟାଳୟରେ ଶୁକ୍ରବର ସମଗ୍ର ଶିକ୍ଷା କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। କାର୍ଯ୍ୟକ୍ରମରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଯୋଗଦେଇ କହିଲେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଜିଲାର ୨୬ ସ୍କୁଲର ଉନ୍ନତି ପାଇଁ…

ବିପଦସଙ୍କୁଳ ରାମିଆଳ ସେତୁ

କାମାକ୍ଷାନଗର, ୨୩।୬(ଡି.ଏନ୍‌.ଏ.) – କାମାକ୍ଷାନଗର ସଦରରୁ ପରଜଙ୍ଗକୁ ସଂଯୋଗ କରୁଥିବା ୫୩ନଂ. ଜାତୀୟ ରାଜପଥର ଆଳତୁମାଠାରେ ରାମିଆଳ ନଦୀ ଉପରେ ନିର୍ମାଣ ସେତୁ ବିପଦସଙ୍କୁଳ ହୋଇପଡ଼ିଛି। ଖାଲଖମାରେ ଭର୍ତ୍ତି ହୋଇ ପଡ଼ିଥିବା ବ୍ରିଜ୍‌ ମରଣଯନ୍ତା ପାଲଟିଛି। ସାମାନ୍ୟ ବର୍ଷାରେ ସେତୁ ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri