ଢେଙ୍କାନାଳ

ବ୍ରାହ୍ମଣୀରେ ଡଙ୍ଗାବୁଡ଼ି: ୪ ନିଖୋଜ, ୫ ଉଦ୍ଧାର

ପରଜଙ୍ଗ, ୮।୯(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ରୋଡ୍‌ ପଞ୍ଚାୟତ ବ୍ରାହ୍ମଣୀ ନଦୀରେ ଶନିବାର ରାତି ପ୍ରାୟ ୮ଟାରେ ଡଙ୍ଗାବୁଡ଼ି ୪ଜଣ ନିଖୋଜ ହୋଇଯାଇଛନ୍ତି। ନାଉରିଆ, ତାଙ୍କ ପୁଅ ଏବଂ ଭୂଷଣରେ କାର୍ଯ୍ୟ କରୁଥିବା ଅନ୍ୟ ୩ଜଣଙ୍କୁ ମିଶାଇ…

ସୂଚନା ନ ଦେଇ ଖୋଲିଦେଲେ ଗେଟ୍‌: ଦଣ୍ଡାଧାର ପାଣିରେ ତଳି ଅଞ୍ଚଳ ଉବୁଟୁବୁ

କାମାକ୍ଷାନଗର, ୮।୯(ଡି.ଏନ୍‌.ଏ.) – ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଢେଙ୍କାନାଳ ଜିଲାର ଡମଶାଳ, ରାମିଆଳ ନଦୀରେ ବନ୍ୟା ଆସିଛି। ବିନା ସୂଚନାରେ ଦଣ୍ଡାଧାର ଡ୍ୟାମର ୨ଟି ଗେଟ୍‌ ଖୋଲିଦେବାରୁ ଜଳଭଣ୍ଡାର ସଂଲଗ୍ନ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ୟସ୍ତବହୁଳ…

ଅକ୍ଟୋବର ୧୪ରୁ ଆଞ୍ଚଳିକ ସରସ ମେଳା

ଢେଙ୍କାନାଳ ଅଫିସ, ୮ା୯ – ପ୍ରସିଦ୍ଧ ଲକ୍ଷ୍ମୀପୂଜା ଅବସରରେ ଢେଙ୍କାନାଳ ମହିଷାପାଟ ବାଇପାସ୍‌ ନିକଟ ପଡ଼ିଆରେ ଅକ୍ଟୋବର ୧୪ରୁ ୨୩ ଯାଏ ଆଞ୍ଚଳିକ ସରସ ମେଳା-୨୦୧୯ ଅନୁଷ୍ଠିତ ହେବ। ଜିଲାରେ ପ୍ରଥମ ଥର ପାଇଁ ଏହି ମେଳା ଆୟୋଜିତ ହେଉଛି। ଏହାକୁ…

ନିଅଁ ଖୋଳା ଗାତରେ ପଡ଼ି ଦେଢ଼ବର୍ଷର ଶିଶୁମୃତ

କାମାକ୍ଷାନଗର,୭।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କେରଜୋଳି ଗ୍ରାମରେ ଶନିବାର ଅଭାବନୀୟ ଘଟଣା ଘଟିଛି। ଘର ନିର୍ମାଣ ପାଇଁ ଖେଳାଯାଇଥିବା ନିଅଁ ଗାତରେ ପଡ଼ି ଜଣେ ଦେଢ଼ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୁନା ପଲେଇଙ୍କ ଝିଅ ପ୍ରିୟସିନି। ଅପରାହ୍ନରେ ପ୍ରିୟସିନି…

ବିଦ୍ୟୁତ୍‌ ବିଭାଗ ଚଢ଼ାଉକୁ ନେଇ ଉତ୍ତେଜନା

ପରଜଙ୍ଗ, ୬।୯(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନରେ ଶୁକ୍ରବାର ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଚଢ଼ାଉକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଅଞ୍ଚଳର ବିଦ୍ୟୁତ୍‌ ଭିତ୍ତିଭୂମି ସଜାଡ଼ିବା ଦାୟିତ୍ୱ ସେସୁ ଉପରେ ନ୍ୟସ୍ତ ରହିଛି। ହେଲେ ବିଭାଗ…

ବ୍ୟାଙ୍କ ମ୍ୟାନେଜର କହି ଟଙ୍କା ଲୁଟ୍‌

ବଅଁରପାଳ,୭।୯(ଡି.ଏନ.ଏ.) ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ଜଣେ ଯୁବକଙ୍କଠାରୁ ୧୦ ହଜାର ଲୁଟ୍‌ ହୋଇଛି। ଲୁଟ୍‌ ଶିକାର ହୋଇଛନ୍ତି ନାଲ୍‌କୋ ଥାନା କନ୍ୟାବେଡା ଗ୍ରାମର ସଞ୍ଜୟ ସାହୁ। ଏ ନେଇ ସେ ନାଲକୋ ଥାନାରେ ଅଭିଯୋଗ କରିଛନ୍ତି। ସଞ୍ଜୟଙ୍କ ୟୁନାଇଟେଡ଼ ବ୍ୟାଙ୍କ…

ପ୍ରସିଦ୍ଧ ଲକ୍ଷ୍ମୀପୂଜା ଆଦ୍ୟପର୍ବ ଆରମ୍ଭ:ରାଧାଷ୍ଟମୀରେ ଅନୁକୂଳ ହେଲା ମାଟି

ଢେଙ୍କାନାଳ ଅଫିସ, ୭।୯ ପବିତ୍ର ରାଧାଷ୍ଟମୀରେ ମାଟି ଅନୁକୂଳ ସହ ଆରମ୍ଭ ହୋଇଛି ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜାର ଆଦ୍ୟପର୍ବ। ମୀନାବଜାର ଶ୍ରୀଶ୍ରୀ ମଉଡ଼ମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ଏବଂ ଗଣେଶ ବଜାର ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ପକ୍ଷରୁ ଧନର ଦେବୀଙ୍କ ମୃଣ୍ମୟୀ ପ୍ରତିମା…

ଅବକାରୀ ଚଢାଉ, ୫ ଗିରଫ

ବଇଣ୍ଡା,୬।୯(ଡି.ଏନ.ଏ.): ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଠାକୁରଗଡ଼ ଓ ଆଠମଲ୍ଲିକ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଚଢାଉ କରି ୫୨ ଲିଟର ଦେଶୀ ମହୁଲି ମଦ ଜବତ କରିଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଠାକୁରଗଡ଼…

୨ ଲୁଟେରା କୋର୍ଟଚାଲାଣ

ବଇଣ୍ଡା,୬।୯(ଡି.ଏନ.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ବଡ଼ଡଙ୍ଗିଆଣୀ ଗ୍ରାମରେ ଗୁରୁବାର ବନ୍ତଳା ଥାନା ଖାଲଙ୍ଗା ଗ୍ରାମର ପ୍ରିତିରଞ୍ଜନ ସାହୁଙ୍କଠାରୁ ଲୁଟ୍‌ କରୁଥିବାବେଳେ ଗ୍ରାମବାସୀଙ୍କ ଦ୍ୱାରା ବୁଦୁଲିମୁଣ୍ଡା ଗ୍ରାମର ଧରାପଡ଼ିଥିବା ୪ ଲୁଟେରାଙ୍କ ମଧ୍ୟରୁ ୨ ଜଣ ଲୁଟେରାଙ୍କୁ ଶୁକ୍ରବାର ପୋଲିସ ଗିରଫ…

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଭୁବନ, ୪।୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅଧୀନ ୧ନଂ. ଓ୍ବାର୍ଡରେ ରହୁଥିବା ଜ୍ଞାନରଞ୍ଜନ ପତି(୪୦)ଙ୍କ ମୃତଦେହକୁ ପୋଲିସ ମଙ୍ଗଳବାର ରାସ୍ତାପାର୍ଶ୍ୱରୁ ଉଦ୍ଧାର କରିଛି। ମୃତକଙ୍କ ବାପା ବ୍ରଜକିଶୋର ପତି ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପୋଲିସ ସନ୍ଧାନୀ କୁକୁର…

ବିଜେଡି ପରିବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ ବୈଠକ: ‘ଘରେ ନ ବସି ଲୋକଙ୍କ ପାଖକୁ ଯାଅ’

ଢେଙ୍କାନାଳ ଅଫିସ, ୪।୯-ଦୀର୍ଘଦିନ ଧରି ଢେଙ୍କାନାଳ ଜିଲା ବିଜେଡିର ଗଡ଼ ଭାବେ ରହି ଆସିଛି। ଦଳକୁ ଅଧିକ ସୁଦୃଢ଼ କରିବାକୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ଜିଲାକୁ ୧ ନମ୍ବର କରିବାକୁ ହେଲେ କର୍ମୀଙ୍କୁ ପରିଶ୍ରମ କରିବାକୁ ପଡ଼ିବ।…

ମେଡିକାଲରେ ୪ ମାସରେ ୮ ଥର ଠକେଇ: ରୋଗୀଙ୍କଠାରୁ ୮ଶହ ନେଇଗଲେ ଦଲାଲ

ଅନୁଗୋଳ ଅଫିସ, ୪।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ପୁଣି ଜଣେ ରୋଗୀ ଦଲାଲଙ୍କ ଠକାମିର ଶିକାର ହୋଇଛନ୍ତି। ଏହାକୁ ମିଶାଇ ଗତ ୪ ମାସ ମଧ୍ୟରେ ୮ ଥର ଏପରି ଘଟଣା ଘଟିଥିଲେ ମଧ୍ୟ ମେଡିକାଲ ପ୍ରଶାସନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri