ଢେଙ୍କାନାଳ

ଜଳିଗଲା ଚଳନ୍ତା କୋଇଲା ବୋଝେଇ ଟ୍ରକ୍‌

ପରଜଙ୍ଗ,୨୮।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ. ଜାତୀୟ ରାଜପଥ ଦୁର୍ଗା ହୋଟେଲ ସମ୍ମୁଖରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୧୨ ଚକିଆ ଚଳନ୍ତା କୋଇଲା ବୋଝେଇ ଟ୍ରକ୍‌ (ଓଆର ୦୫ ଏକ୍ସ ୦୯୨୨) ରେ…

କପିଳାସ ନାଟ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟା:ପଥଭ୍ରଷ୍ଟ ପୁତ୍ରଙ୍କୁ ଶିକ୍ଷା ଦେବାକୁ ‘ପୁତ୍ରପୂଜା’

ଢେଙ୍କାନାଳ ଅଫିସ,୨୮ା୧୨ ଢେଙ୍କାନାଳର ନାଟ୍ୟ ଅନୁଷ୍ଠାନ କଳାପରିଷଦ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମସ୍ଥିତ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ଆୟୋଜିତ ହେଉଥିବା ଜାତୀୟ ବହୁଭାଷୀ କପିଳାସ ନାଟକ ମହୋତ୍ସବର ଶୁକ୍ରବାର ତୃତୀୟ ସନ୍ଧ୍ୟାରେ ଭୁବନେଶ୍ୱରର ପଞ୍ଚମବେଦ ପକ୍ଷରୁ ଓଡ଼ିଆ ନାଟକ ‘ପୁତ୍ର ପୂଜା’ ମଞ୍ଚସ୍ଥ…

ଢେଙ୍କାନାଳ ସହରରେ ସିରିଜ ଦୁର୍ଘଟଣାକୁ ନେଇ ଉତ୍ତେଜନା:୪ ବାଇକ୍‌କୁ ଧକ୍କା ଦେଲା କାର୍‌

ଢେଙ୍କାନାଳ ଅଫିସ,୨୮ା୧୨ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ପଛପାଖ କଚେରୀ ରୋଡ୍‌ରେ ଶୁକ୍ରବାର ସିରିଜ ଦୁର୍ଘଟଣା ଘଟିଛି। ନିଶାଶକ୍ତ ଅବସ୍ଥାରେ ଥିବା ଏକ କାର୍‌ ଚାଳକ ଦ୍ରୁତ ଗତିରେ ଗାଡ଼ି ଚଳାଇ ରାସ୍ତାର ବାମ ପାର୍ଶ୍ୱରେ ୪ଟି ବାଇକ୍‌କୁ ଧକ୍କା ଦେଇଥିଲେ। ଫଳରେ…

ପାଗ ବିଗାଡ଼ିଦେଲା ବିଜ୍ଞାନ କେନ୍ଦ୍ରର ସବୁ ଆୟୋଜନ: ସୂର୍ଯ୍ୟୋପରାଗ ଦେଖିବାରୁ ଛାତ୍ରୀଛାତ୍ର ବଞ୍ଚିତ

ଢେଙ୍କାନାଳ ଅଫିସ,୨୭ା୧୨- ଢେଙ୍କାନାଳ ଜିଲା ବିଜ୍ଞାନକେନ୍ଦ୍ରରେ ସମସ୍ତ ବ୍ୟବସ୍ଥା ସତ୍ତ୍ୱେ ଗୁରୁବାର ମେଘୁଆପାଗ ଯୋଗୁ ଆସିଥିବା ସ୍କୁଲ, କଲେଜ ଛାତ୍ରୀଛାତ୍ର ଟେଲିସ୍କୋପ୍‌ ଯୋଗେ ସୂର୍ଯ୍ୟୋପରାଗ ଦେଖିବାରୁ ବଞ୍ଚିତ ହୋଇଛନ୍ତି। ପ୍ରାୟ ଦେଢଘଣ୍ଟା ଧରି ଲମ୍ବା ଧାଡିରେ ଛିଡାହୋଇ ଥିଲେ ବି ଶେଷରେ…

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ: ଟର୍ଚ୍ଚ ଲାଇଟ୍‌ରେ ଚିକିତ୍ସା ଅଭିଯୋଗ

କାମାକ୍ଷାନଗର,୨୭ା୧୨ (ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା କିପରି ଚାଲିଛି ତାହାର ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି। ଏହି ଚିକିତ୍ସାଳୟରେ ଜେନେରେଟର ଓ ଇନଭର୍ଟର ବ୍ୟବସ୍ଥା ରହିଥିଲେ ବି କର୍ତ୍ତୃପକ୍ଷଙ୍କ ଉଦାସୀନତା କାରଣରୁ ରାତିରେ ବିଦ୍ୟୁତ୍‌ ବିଚ୍ଛିନ୍ନ ବେଳେ…

କପିଳାସ ନାଟ୍ୟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ସୁଖଦ ବନ୍ଧନର କାହାଣୀ ‘ମାଟି ମା’

ଢେଙ୍କାନାଳ ଅଫିସ,୨୭ା୧୨-ଢେଙ୍କାନାଳ କଳାପରିଷଦ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ଚାଲିଥିବା ଜାତୀୟ ବହୁଭାଷୀ କପିଳାସ ନାଟ୍ୟ ମହୋତ୍ସବର ଗୁରୁବାର ଦ୍ୱିତୀୟ ସନ୍ଧ୍ୟାରେ ଅନୁଗୋଳର ନାଟ୍ୟମ୍‌ ଅନୁଷ୍ଠାନ ପକ୍ଷରୁ ନାଟକ ‘ମାଟି ମା’ ମଞ୍ଚସ୍ଥ ହୋଇଥିଲା। ନାଟ୍ୟକାର ସୁଧାଂଶୁ ମୋହନ…

ବଡ଼ଦିନରେ ଜମିଲା ବଣଭୋଜି: ନାଚ, ଗୀତରେ ସପ୍ତଶଯ୍ୟା ଉତ୍ସବମୁଖର

ଢେଙ୍କାନାଳ ଅଫିସ,୨୬ା୧୨ – ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଢେଙ୍କାନାଳର ପର୍ଯ୍ୟଟନସ୍ଥଳୀ ସବୁଜିମାମୟ ସପ୍ତଶଯ୍ୟାରେ ବୁଧବାର ବଡ଼ଦିନ ଅବସରରେ ବଣଭୋଜି ବେଶ୍‌ ଜମିଥିଲା। ଚଳିତବର୍ଷ ବହୁ ସଂଖ୍ୟକ ପର୍ଯ୍ୟଟକ ସପ୍ତଶଯ୍ୟାରେ ଭିଡ଼ ଜମାଇଥିଲେ। ବଣଭୋଜି ସାଙ୍ଗକୁ ସେମାନଙ୍କ ନାଚ, ଗୀତରେ ସପ୍ତଶଯ୍ୟାର ପରିବେଶ…

ବିଭିନ୍ନ ଧାନମଣ୍ଡି ପରିଦର୍ଶନ କଲେ ଉପଜିଲାପାଳ

ଆଠମଲ୍ଲିକ,୨୫।୧୨(ଡି.ଏନ.ଏ.): ଆଠମଲ୍ଲିକ ଉପଜିଲାପାଳ ଡ.ରଜନୀକାନ୍ତ ବିଶ୍ୱାଳ ବୁଧବାର ଆଠମଲ୍ଲିକ ଓ କିଶୋରନଗର ଅଞ୍ଚଳର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରିଛନ୍ତି। ଏହି ଅବସରରେ ମଣ୍ଡିକୁ ଧାନ ଆଣିଥିବା ପଞ୍ଜିକୃତ ଚାଷୀମାନଙ୍କ ସହ ସେ କଥା ହୋଇ ତାଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରି…

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ରୁହ

ଢେଙ୍କାନାଳ ଅଫିସ,୨୫ା୧୨: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ମଙ୍ଗଳବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍‌ପି ମହେଶ ସାହୁ ବିଲରେ ଲଙ୍ଗଳଧରି ଚାଷ କରୁଥିବା ଭଳି କେତେ ଚାଷୀ ଜିଲାରେ ରହିଛନ୍ତି…

ବୈଜ୍ଞାନିକ ପଦ୍ଧତିରେ ହେଉ ଶିକ୍ଷାଦାନ

କାମାକ୍ଷାନଗର,୨୫।୧୨(ଡି.ଏନ.ଏ.) କାମାକ୍ଷାନଗର ବ୍ଲକ ବୁଢିବିଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକ ସମାରୋହ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ସଭାପତି ନୃସିଂହଚରଣ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ…

ଘରଡିହ ପଟ୍ଟା ମିଳିବାର ୧୨ବର୍ଷ ବିତିଲା: ଚିହ୍ନଟ ହେଉନି ଜମି, ମିଳୁନି ଦଖଲ

ଢେଙ୍କାନାଳ ଅଫିସ, ୨୪।୧୨ – ଦୀର୍ଘ ୧୨ ବର୍ଷ ହେଲା ମିଳିଛି ଘରଡିହ। ହେଲେ ଜମି ଚିହ୍ନଟ ହେଉଛି ନା ମିଳୁଛି ଦଖଲ। କେବଳ ପଟ୍ଟା କବଲା ଧରି ହିନସ୍ତା ହେଉଛନ୍ତି ଢେଙ୍କାନାଳ ସଦର ବ୍ଲକ ଢେଙ୍କାନାଳ ସଦର ବ୍ଲକ ନଡିଆଳି…

ଅମରେଶଙ୍କୁ ପରିବେଶ ସୁରକ୍ଷା ଚିନ୍ତା: ସାଇକେଲରେ ବୁଲି କରୁଛନ୍ତି ସଚେତନ

ଢେଙ୍କାନାଳ ଅଫିସ, ୨୪।୧୨ – ବଢ଼ିଚାଲିଛି କଂକ୍ରିଟ ଜଙ୍ଗଲ। ଶିଳ୍ପାୟନ ନାମରେ କଟାଚାଲିଛି ଅସଂଖ୍ୟ ଗଛ। ପ୍ରାକୃତିକ ବିପର୍ଯ୍ୟୟ ବି ପରିବେଶ ପାଇଁ ଏବେ ପାଲଟିଛି ବଡ଼ ଚ୍ୟାଲେଞ୍ଜ। ଆଖି ଆଗରେ ଉଜୁଡ଼ି ଯାଉଥିବା ସବୁଜବନାନୀ ପାଇଁ ଚିନ୍ତାବ୍ୟକ୍ତ କରିଛନ୍ତି ପାରାଦୀପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri