ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଶାଶୁ ଗୁରୁତର
ପରଜଙ୍ଗ, ୭।୧(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ପଙ୍ଗାତିରା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଥିବାବେଳେ ଶାଶୁ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ…
ଓଏଏସ୍ ପରୀକ୍ଷା: ଶାରଦାପ୍ରସନ୍ନଙ୍କୁ ୧୫ ର଼୍ୟାଙ୍କ
ଓଡ଼ାପଡ଼ା,୭।୧(ଡି.ଏନ.ଏ.) ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷାରେ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଅଧୀନ ଓଡ଼ାପଡ଼ା ଗ୍ରାମର ଶାରଦା ପ୍ରସନ୍ନ ପଣ୍ଡା ସମଗ୍ର ରାଜ୍ୟରେ ୧୫ନଂ. ର଼୍ୟାଙ୍କରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୋମବାର ପରୀକ୍ଷା ଫଳ ପ୍ରକାଶ ପାଇବାପରେ ଆଖପାଖ…
ଢେଙ୍କାନାଳରୁ ବାହୁଡ଼ିଲେ ୧୧୦ ହାତୀ
ଢେଙ୍କାନାଳ ଅଫିସ, ୭।୧ ପଡ଼ୋଶୀ ଜିଲାରୁ ଢେଙ୍କାନାଳକୁ ଚାଲିଆସିଥିବା ହାତୀପଲ ବାହୁଡ଼ିବା ଆରମ୍ଭ କରିଛନ୍ତି। ଗତ ଅଗଷ୍ଟରୁ ଚଳିତ ୫ ତାରିଖ ସୁଦ୍ଧା ୧୧୦ ହାତୀ ଅନ୍ୟ ଜିଲାକୁ ପଳାଇଛନ୍ତି। ପୂର୍ବ ବାସସ୍ଥାନକୁ ହାତୀ ଫେରିବା ପରେ ଜିଲା ବନ ବିଭାଗ…
ମଣ୍ଡି ଖୋଲିବାରେ ବିଳମ୍ବ: ପ୍ରତିବାଦରେ ଚାଷୀଙ୍କ ଧାରଣା
ବନ୍ତଳା,୬ା୧(ଡି.ଏନ.ଏ.)- ଧାନମଣ୍ଡି ଖୋଲାଯିବାରେ ବିଳମ୍ବ ପ୍ରତିବାଦରେ ଅନୁଗୋଳ ବ୍ଲକ ମାଟିଆସାହି ପଞ୍ଚାୟତ ପୁରୁଣାଗଡ଼ରେ ଥିବା ସେବା ସମବାୟ ସମିତି ସମ୍ମୁଖରେ ସୋମବାର ୫୦ରୁ ଊଦ୍ଧର୍ବ ଚାଷୀ ଧାରଣା ଦେଇଥିଲେ। ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଜିଲାର ବିଭିନ୍ନ ସମବାୟ ସମିତିରେ ଧାନମଣ୍ଡି…
୧୨ ଫୁଟର ଅଜଗର ଉଦ୍ଧାର
କାମାକ୍ଷାନଗର, ୬।୧(ଡି.ଏନ.ଏ.) କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ସୋଗରପାଟଣା ଗ୍ରାମର ଅଚ୍ୟୁତ ସ୍ବାଇଁଙ୍କ ବାଡ଼ିପଟୁ ରବିବାର ୧୨ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟି ବାଡ଼ିରେ ଥିବା ଦେଖି କେତେଜଣ ଯୁବକ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ମହେନ୍ଦ୍ର ପ୍ରତାପ…
୨୨ରେ ନିଯୁକ୍ତି ମେଳା: ବ୍ୟାପକ ପ୍ରଚାର ଉପରେ ଫୋକସ୍
ଢେଙ୍କାନାଳ ଅଫିସ, ୫।୧ – ଢେଙ୍କାନାଳ ମିନି ଷ୍ଟାଡିୟମଠାରେ ଆସନ୍ତା ୨୨ ତାରିଖରେ ଜିଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହେବ। ଏହି ଉପଲକ୍ଷେ ଶନିବାର ପୂର୍ବାହ୍ନ ୧୧ଟାରେ ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ…
ସହରରେ ମାତିଲେ ଡକାୟତ: ଆକ୍ରମଣରେ ୪ ଫାଇନାନ୍ସ କର୍ମଚାରୀ ଗୁରୁତର
ଢେଙ୍କାନାଳ ଅଫିସ, ୫।୧ – ଢେଙ୍କାନାଳ ସହରର ଅନ୍ୟତମ ଜନବହୁଳପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ କୁଞ୍ଜକାନ୍ତ ଲଳିତ ନଗରରେ ଶନିବାର ରାତି ୯ଟାରେ ସଶସ୍ତ୍ର ଡକାୟତି ହୋଇଛି। କଳାମୁଖା ଏବଂ ହେଲ୍ମେଟ ପିନ୍ଧିଥିବା ୭ଜଣ ଦୁର୍ବୃତ୍ତ ସେଣ୍ଟ୍ରମ୍ ମାଇକ୍ରୋ କ୍ରେଡିଟ୍ ଫାଇନାନ୍ସ…
ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ବୋହୂର ସ୍ବୀକୃତି ଦାବି କଲେ ଯୁବତୀ
ପରଜଙ୍ଗ, ୫।୧୨(ଡି.ଏନ.ଏ.) – ବୋହୂର ସ୍ବୀକୃତି ଦାବିକରି ଜଣେ ଯୁବତୀ ପ୍ରେମିକଙ୍କ ଘର ବାରଣ୍ଡାରେ ଦୁଇଦିନ ହେଲା ଧାରଣାରେ ବସିବା ଘଟଣା ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମରେ ଚର୍ଚ୍ଚାର ବିଷୟ ହୋଇଛି। ନ୍ୟାୟ ନ ମିଳିଲେ ପୀଡ଼ିତା ଜଣକ…
୩୪ତମ ଜାତୀୟ ସଂହତି ଶିବିର ଉଦ୍ଘାଟିତ: ଭାଗନେଲେ ୫୯୮ ଶିବିରାର୍ଥୀ
କାମାକ୍ଷାନଗର, ୩।୧(ଡି.ଏନ.ଏ): କାମାକ୍ଷାନଗର କାନପୁରା ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଜିଲାସ୍ତରୀୟ ୩୪ତମ ଜାତୀୟ ସଂହତି ଶିବିର ଉଦ୍ଘାଟିତ ହୋଇଯାଇଛି। ଭାରତ ସ୍କାଉଟ୍ସ, ଗାଇଡ୍ସ ଢେଙ୍କାନାଳ ଶାଖା ପକ୍ଷରୁ ଆୟୋଜିତ ଏହି ଶିବିରରେ ୫୯୮ ଶିବିରାର୍ଥୀ, ୩୨୭ଜଣ ସ୍କାଉଟ୍ସ ମାଷ୍ଟର ଏବଂ…
ରୁଗ୍ଣ ହେଉଛି ତାଳଚେର ଆର୍ଏମ୍ସି: ଆୟର ୭୦ ପ୍ରତିଶତ ଯାଉଛି ଦରମାରେ
ତାଳଚେର,୩ା୧(ନି.ପ୍ର.) – ତାଳଚେର ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି) ସ୍ଥାପନ ହେବାର ପ୍ରାୟ ୨୭ ବର୍ଷ ହେଲାଣି। ଏହାର ବାର୍ଷିକ ଆୟ ୨୭ ଲକ୍ଷ। କିନ୍ତୁ ସମ୍ପାଦକ ଓ କର୍ମଚାରୀଙ୍କ ଦରମା ବାବଦରେ ବାର୍ଷିକ ୧୯ ଲକ୍ଷ ଟଙ୍କା ବ୍ୟୟ ହେଉଛି।…
ଗେଙ୍ଗୁଟିଆ ପଞ୍ଚାୟତରେ ଭତ୍ତା ବଣ୍ଟନରେ ଅବ୍ୟବସ୍ଥା: ମିଳିନି ଡିସେମ୍ବର ଟଙ୍କା
ପରଜଙ୍ଗ, ୩।୧(ଡି.ଏନ.ଏ.) – ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀକୁ ନେଇ ସୃଷ୍ଟି ହୋଇଥିବା ତୁମ୍ବିତୋଫାନ ନ ଥମୁଣୁ ପରଜଙ୍ଗ ବ୍ଲକରେ ଏବେ ଭତ୍ତା ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗେଙ୍ଗୁଟିଆ ପଞ୍ଚାୟତର ହିତାଧିକାରୀଙ୍କୁ ଡିସେମ୍ବର ମାସର ଭତ୍ତା ମିଳିନାହିଁ।…
ଫେରିଗଲା ନୂଆପୋଖରୀ ଉନ୍ନତୀକରଣ ଅନୁଦାନ: ଅଂଶୁପା ଢାଞ୍ଚାରେ ହେବ ବିକାଶ
ଢେଙ୍କାନାଳ ଅଫିସ, ୩।୧ – ପୌର ପରିଷଦର ଇଚ୍ଛାଶକ୍ତି ଅଭାବରୁ ଢେଙ୍କାନାଳର ଐତିହ୍ୟସମ୍ପନ୍ନ ନୂଆ ପୋଖରୀ (ଭାଗୀରଥି ସାଗର) ଉନ୍ନତୀକରଣ ପାଇଁ ଆସିଥିବା ୨୭ ଲକ୍ଷ ଟଙ୍କା ଫେରିଯାଇଛି। ଅନୁଦାନ ଅର୍ଥ ଖର୍ଚ୍ଚ ନ ହୋଇ ଫେରିଯିବା ପୌର ପ୍ରଶାସନର ଅପାରଗତାକୁ…
Archives


