କଟକ

ଦେବସ୍ନାନ ଅବ୍ୟବହିତ ପୂର୍ବରୁ ଲାଗୁହେବ ୧୪୪ ଧାରା: ସମୀକ୍ଷା କଲେ କଟକ ଉପଜିଲାପାଳ

ନିଶ୍ଚିନ୍ତକୋଇଲି,୩୦ା୫(ସ୍ବ.ପ୍ର.): ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରା ଆସନ୍ତା ୫ ତାରିଖ ରେ ଅନୁଷ୍ଠିତ ହେବ। ଏହି ଅବସରରେ ପୀଠରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ପ୍ରବେଶ ନିଷିଦ୍ଧ କରାଯାଇଛି।…

କ୍ୱାରାଣ୍ଟାଇନ କେନ୍ଦ୍ରରେ ଯୋଗ ଶିଖାଉଛନ୍ତି ଶୁଭେନ୍ଦୁ

ଚୌଦ୍ୱାର,୨୯ା୫(ଡି.ଏନ୍‌.ଏ)-ପୌରପାଳିକା ତରଫରୁ ଚୌଦ୍ୱାର କଲେଜ ମହିଳା ଛାତ୍ରୀ ନିବାସରେ ହୋଇଥିବା କ୍ୱାରାଣ୍ଟାଇନ କେନ୍ଦ୍ରରେ ପୌରପାଳିକା ୧୭ ନଂ. ୱାର୍ଡ ନୂଆସାହିର ଶୁଭେନ୍ଦୁ ସିଂ ପ୍ରତିଦିନ ପ୍ରବାସୀମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରୁଛନ୍ତି। କେନ୍ଦ୍ରରେ ଥିବା ୪୧ ଜଣ ପ୍ରବାସୀ ତାଙ୍କୁ ଅନୁସରଣ…

ଅର୍ଡର ବାତିଲ ହେଲେ ଖୁସି ବାଣ୍ଟୁଛନ୍ତି ଡେଲିଭରି ବୟ ସଞ୍ଜୀବ

କଟକ ଅଫିସ,୨୯ା୫:କଟକର ଜଣେ ସ୍ବିଗି ଡେଲିଭରି ବୟଙ୍କ ପ୍ରଶଂସନୀୟ କାର୍ଯ୍ୟ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେଉଛି। ଜଣେ ଅସହାୟ ବୃଦ୍ଧଙ୍କୁ ସେ ଏକ ଖାଦ୍ୟ ପ୍ୟାକେଟ ପ୍ରଦାନ କରୁଛନ୍ତି। ଯେଉଁଥିରେ ରହିଛି ଏକ ନାମୀଦାମୀ ହୋଟେଲର ଫାଷ୍ଟଫୁଡ। ଏହି…

ଗଡ଼ିଲା ସୀମିତ ସଂଖ୍ୟକ ଘରୋଇ ବସ୍‌

କଟକ ଅଫିସ,୨୮ା୫- ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ନିଷ୍ପତ୍ତି ଅନୁଯାୟୀ ଗୁରୁବାର ବସ୍‌ ଚଳାଚଳ ଆରମ୍ଭ କରିଛି। ତେବେ ଆବଶ୍ୟକ ସଂଖ୍ୟକ ଯାତ୍ରୀ ନ ହେବାରୁ ସମସ୍ତ ବସ୍‌ ଗଡ଼ିନାହିଁ। କଟକରୁ ମାତ୍ର ୪ଟି ବସ୍‌ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିବାବେଳେ…

ଚାଷୀଙ୍କୁ ଟେକି କଚାଡ଼ିଲା ହାତୀ

ଖୁଣ୍ଟୁଣୀ,୨୮ା୫(ଡି.ଏନ.ଏ.): ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କୁମାରପୁର ପଞ୍ଚାୟତର ବଳୀପୁର ଗ୍ରାମରେ ବୁଧବାର ରାତିରେ ଏକ ହାତୀ ଜଣେ ଚାଷୀଙ୍କୁ ଟେକି କଚାଡ଼ି ଦେବାରୁ ଗୁରୁତର ହୋଇଛନ୍ତି। ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଊଦ୍ଧାର କରି କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ।…

ସୁସ୍ଥ ଅଛନ୍ତି କରୋନା ଆକ୍ରାନ୍ତ ଡାକ୍ତର, ଗୁଜବରେ କରନ୍ତୁ ନାହିଁ ବିଶ୍ୱାସ

କଟକ ଅଫିସ,୨୮।୫- ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଡାକ୍ତରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ବର୍ତ୍ତମାନ ସେ କଟକ ସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଣୁ ଗୁଜବରେ ବିଶ୍ୱାସ କରି ଭୟଭୀତ ନ ହେବାକୁ କଟକ ମହାନଗର ନିଗମ ପକ୍ଷରୁ…

କରୋନାକୁ ହରାଇବା ପାଇଁ ସମସ୍ତେ ମାସ୍କ ପିନ୍ଧିବାକୁ ଆହ୍ବାନ ଦେଲେ ଡିଜିପି

କଟକ ଅଫିସ,୨୮ା୫: କରୋନାକୁ ହରାଇବା ପାଇଁ ସମସ୍ତେ ମାସ୍କ ପିନ୍ଧନ୍ତୁ ବୋଲି ଗୁରୁବାର ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଟୁଇଟ୍‌ରେ ସେ ପ୍ରକାଶ କରିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ପାଇଁ ଓଡ଼ିଶା ପୋଲିସ ରାଜ୍ୟବ୍ୟାପୀ…

କରୋନା ପାଇଁ ନରବଳି ଦେଲେ ପୂଜକ, କଟୁରି ଜବତ

ନରସିଂହପୁର,୨୮ା୫(ଡି.ଏନ୍‌.ଏ.): କଟକ ଜିଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡ଼ା ମା’ ବ୍ରାହ୍ମଣୀ ମନ୍ଦିରରେ ଜଣେ ପୂଜକ କରୋନା ପାଇଁ ନରବଳି ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମନ୍ଦିରର ୭୦ ବର୍ଷୀୟ ପୂଜକ ସଂସାରୀ ଓଝା ପୋଲିସକୁ ଦେଇଥିବା ବୟାନ…

ବାଦାମବାଡ଼ି ଶୂନଶାନ: ଗଡ଼ିଲାନି ବସ୍‌

କଟକ ଅଫିସ,୨୮।୫: ବସ୍‌ ମାଲିକ ସଂଘ ଏବଂ ସରକାରଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ଗୁରୁବାରଠାରୁ ବସ୍‌ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସକାଳେ କିନ୍ତୁ ଏହାର ପ୍ରଭାବ କଟକ ବାଦାମବାଡ଼ିରେ ଦେଖିବାକୁ ମିଳିନି। ବସ୍‌ଷ୍ଟାଣ୍ଡ ସମ୍ପୂର୍ଣ୍ଣ ଶୂନଶାନ ରହିଛି। ଗୋଟିଏ…

ସିଟି ହସ୍ପିଟାଲ: ସମସ୍ତଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ

କଟକ ଅଫିସ,୨୮।୫: ସିଟି ହସ୍ପିଟାଲର ଜଣେ ଶିଶୁରୋଗ ବିଶେଷଜ୍ଞ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୦ ଜଣ କର୍ମଚାରୀଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ବୁଧବାର ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ବୋଲି ଜିଲା ମୁଖ୍ୟ…

ଲୁଟେରା ସୟିଦ, ସଦାମ ଗିରଫ

କଟକ ଅଫିସ,୨୮।୫: ସହରର ଦୁଇ ବଡ଼ ଲୁଟ୍‌ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରିଛି ଲାଲବାଗ ଥାନା ପୋଲିସ। ସେମାନେ ଓଡ଼ିଆ ବଜାରର ସୟିଦ ଖାନ (୩୬) ଓ ଚାନ୍ଦିନୀଚୌକ ଅଞ୍ଚଳର ସୟିଦ ସଦାମ (୨୪)। ଇଦ୍‌ ଅବସରରେ ଅଳଙ୍କାର ଦୋକାନରୁ ଲୁଟ୍‌…

ବାଲି ଫିଲିଂକୁ ନେଇ ବଢୁଛି ଅସନ୍ତୋଷ

କଟକ ଅଫିସ,୨୮।୫: ବରଫି ପାଇଁ ଜିଲା ପ୍ରଶାସନ ପକ୍ଷରୁ ମାତାମଠ ମଣାଣିରେ ବାଲି ଫିଲିଂ କାର୍ଯ୍ୟକୁ ବିରୋଧ କରିଛନ୍ତି କଟକର ତେଲୁଗୁ ସମ୍ପ୍ରଦାୟ। ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହୋଇଛି।  ତେଲୁଗୁ ସମ୍ପ୍ରଦାୟର କେହି ମୃତ୍ୟୁ ହେଲେ ସତ୍କାର ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri