ଭାସିଗଲା ଭୁଟୁଭୁଟି : ଉଦ୍ଧାର କଲା ଓଡ୍ରାଫ୍ ଟିମ୍
ଆରଡ଼ି,୧୨।୮(ଡି.ଏନ୍.ଏ.): ଭଦ୍ରକ ଜିଲାର ଶୈବପୀଠ ଆରଡ଼ି ନିକଟସ୍ଥ ମୁଆଁ ଘାଟରେ କାଉଡ଼ିଆମାନେ ଭର୍ତ୍ତି ହୋଇ ଏକ ଭୁଟୁଭୁଟିରେ ଯାଉଥିବା ବେଳେ ପ୍ରାୟ ଦେଢ କିମି ପର୍ଯ୍ୟନ୍ତ ଭାସି ଯାଇଥିଲେ। ସୂଚନାନୁସାରେ ଶେଷ ସୋମବାରରେ କେନ୍ଦ୍ରାପଡ଼ା ଜିଲାରୁ ମୁଆଁ ଘାଟଦେଇ କାଉଡ଼ିଆ...
ମଦ ବୋଝେଇ ଗାଡ଼ି ଜବତ : ୪ ଗିରଫ
ଭଦ୍ରକ ଅଫିସ,୧୨।୮: ଭଦ୍ରକ ଜିଲା ଭ୍ରାମ୍ୟମାଣ ଅବକାରୀ ଟିମ୍ ରବିବାର ରାତି ଓ ସୋମବାର ସକାଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଥିବା ବେଳେ ୩ଟି ଗାଡ଼ି ଜବତ କରିଛି। ସ୍ବତନ୍ତ୍ର ସ୍କ୍ବାଡ ଗାଡ଼ି ଗୁଡ଼ିକରୁ...
ଆରଡ଼ି ପୀଠରେ ଜଳଲାଗି କଲେ ହଜାର ହଜାର ଶ୍ରଦ୍ଧାଳୁ
ଆରଡ଼ି,୧୨।୮(ଡି.ଏନ୍.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିିରେ ଶେଷ ସୋମବାରରେ କାଉଡିଆମାନେ ଜଳଲାଗି କରିଛନ୍ତି । ଏହି ଉପଲକ୍ଷେ ପୀଠରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ରବିବାର ସନ୍ଧ୍ୟାରୁ ପୀଠର ବିଭିନ୍ନ ଗହଳି ସ୍ଥାନରେ ପୋଲିସ...
ଇଦ୍-ଉଲ୍-ଜୁହା ଅବସରରେ ସମୂହ ନମାଜ ପାଠ
ଭଦ୍ରକ ଅଫିସ,୧୨।୮: ଭଦ୍ରକ ସହରର କୁଆଁସସ୍ଥିତ ଇଦ୍ଗାହଠାରେ ଇଦ୍-ଉଲ- ଜୁହା ଅବସରରେ ସମୂହ ନମାଜ ପାଠ ଅନୁଷ୍ଠିତ ହୋଇଯାଇଛି l ସହରର ବିଭିନ୍ନ ସ୍ଥାନରୁ ୧୦ ହଜାରରୁ ଅଧିକ ସଂଖ୍ୟକ ମୁସ୍ଲିମ ଶ୍ରଦ୍ଧାଳୁ ଏହି ନମାଜ ପାଠରେ ଅଂଶଗ୍ରହଣ କରିଛନ୍ତି...
ଶ୍ରାବଣ ଶେଷ ସୋମବାର : ଶୈବ ପୀଠରେ ଭକ୍ତଙ୍କ ଭିଡ଼
ଭଦ୍ରକ ଅଫିସ,୧୨ା୮: ଶ୍ରାବଣ ଶେଷ ସୋମବାର ଉପଲକ୍ଷେ ଭଦ୍ରକ ଜିଲାର ଶୈବ ପୀଠଗୁଡ଼ିକରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି l ଜିଲାର ବିଭିନ୍ନ ଶୈବ ପୀଠରେ କାଉଡ଼ିଆ ତଥା ଶ୍ରଦ୍ଧାଳୁମାନେ ସକାଳୁ ଲମ୍ବା ଧାଡ଼ିରେ ଠିଆ ହୋଇ...
ଗଙ୍ଗାଜଳ ଆଣି ଆରଡ଼ି ପୀଠରେ ପହଞ୍ଚିଲେ ହରିହର
ଆରଡ଼ି,୧୨।୮ (ଡି.ଏନ.ଏ.) – ଶ୍ରାବଣ ମାସର ପ୍ରତି ସୋମବାର ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ବହୁ ଦୂରଦୂରାନ୍ତରୁ କାଉଡ଼ିଆମାନେ ନିଜର ମାନସିକ ପୂରଣ ପାଇଁ ପୀଠକୁ ଛୁଟି ଆସୁଛନ୍ତି। ଆଉ ମଣିବାବାଙ୍କୁ ଜଳଲାଗି...
ବଜ୍ରପାତରେ ୨ ଭାଇ ମୃତ
ଭଣ୍ଡାରିପୋଖରୀ, ୧୨।୮(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ରଣଜିତ ପଞ୍ଚାୟତର ଅପୂଜା ମହାଦେବ ପୀଠ ନିକଟ ଚାଷ ଜମିରେ କାମ କରୁଥିବା ବେଳେ ରବିବାର ଅପରାହ୍ନରେ ବଜ୍ରପାତ ହେବାରୁ ଦୁଇଭାଇଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ଘର ଯାଜପୁର ଜିଲା ବେହେରାପାଟଣା...
ଇଦ୍-ଉଲ୍-ଜୁହା ପାଇଁ ସହର ଉତ୍ସବମୁଖର
ଭଦ୍ରକ ଅଫିସ, ୧୨।୮- ସୋମବାର ଇଦ୍-ଉଲ୍-ଜୁହା ପର୍ବ। ଏଥିପାଇଁ ଭଦ୍ରକ ସହରରେ ଥିବା ବିଭିନ୍ନ ମସ୍ଜିଦ, ସମୂହ ନମାଜ ପାଠ ହେବାକୁ ଥିବା କଦମବେଡା ଇଦ୍ଗାହା ଅଞ୍ଚଳର ପରିବେଶ ଉତ୍ସବମୁଖର ହୋଇଉଠିଛି। ସହରରେ ଭାଇଚାରା ଓ ସଦ୍ଭାବନା ରକ୍ଷା କରି...
ମୃତଦେହ ଧରି ଆସୁଥିବା ଆମ୍ବୁଲାନ୍ସ ଓଲଟିଲା : ୩ ଗୁରୁତର
ଭଦ୍ରକ ଅଫିସ,୧୨।୮: ସୋମବାର ଭୋର୍ ସମୟରେ କଟକରୁ ମୃତଦେହ ଧରି ଧାମନଗର ଅଞ୍ଚଳକୁ ଆସୁଥିବା ଏକ ଆମ୍ବୁଲାନ୍ସ ଭଣ୍ଡାରିପୋଖରୀ ନିକଟରେ ଜାତୀୟ ରାଜପଥରୁ ଏକ ଖାଲକୁ ଓଲଟି ପଡ଼ିଛି। ଫଳରେ ଆମ୍ବୁଲାନ୍ସରେ ଥିବା ମୃତକଙ୍କ ୩ ସମ୍ପର୍କୀୟ ଗୁରୁତର ହୋଇଛନ୍ତି।...
କୋଇଲା ସହ ପିକ୍ଅପ୍ ଭ୍ୟାନ ଜବତ:ଜଣେ ଗିରଫ
ତିହିଡ଼ି, ୧୧।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଜିଝାରପୁର ଗ୍ରାମରୁ ଶନିବାର ରାତିରେ ପୋଲିସ ୪୦ବସ୍ତା କୋଇଲା ଜବତ କରିଛି। ପିକ୍ଅପ୍ ଭ୍ୟାନ୍ (ନଂ.ଓଡି୨୨କେ୦୦୨୬)ରେ ଏହି କୋଇଲା ବୋଝେଇ ହୋଇ ଯାଉଥିବା ବେଳେ ପୋଲିସ ଜବତ...
ବଜ୍ରପାତରେ ଜଣେ ଚାଷୀ ମୃତ, ଜଣେ ଗୁରୁତର
ଭଦ୍ରକ ଅଫିସ/ଆରଡ଼ି, ୧୧।୮ (ଡି.ଏନ.ଏ.) – ରବିବାର ଅପରାହ୍ନରେ ବଜ୍ରପାତ ଘଟି ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ରଇପୁରରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେହିପରି ଗ୍ରାମାଞ୍ଚଳ ଥାନା ଅଧୀନ ବନ୍ଧଗଁାର ଜଣେ ଚାଷୀ ଗୁରୁତର ହୋଇଛନ୍ତି। ମୃତକ...
ରାସ୍ତାରେ ଜଗି ବସିଛି ବିପଦ
ଆରଡ଼ି, ୧୧।୮ (ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ନିକଟ କୁଳେଇପଦାସ୍ଥିତ ୨୦ ନମ୍ବର ଜାତୀୟ ରାଜପଥରେ ବିପଦ ଜଗି ବସିଛି। ଏହି ରାସ୍ତାରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏ.ବି. ସୁଇଚ୍ ଲଗାଯାଇଛି। ଶୈବପୀଠ ବ୍ୟତୀତ ଆରଡ଼ି, ନାନ୍ଦପୁର ପଞ୍ଚାୟତର...
Archives


