କୋଇଲା ବୋଝେଇ ପିକ୍ଅପ୍ ଜବତ: ଚାଳକ ଗିରଫ
ତିହିଡ଼ି, ୬।୯ (ଡି.ଏନ.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର ଦୋଳସାହି ଗୋରୁହାଟ ନିକଟରୁ ଶୁକ୍ରବାର ତିହିଡ଼ି ଥାନା ପୋଲିସ କୋଇଲା ବେଝେଇ ଏକ ପିକ୍ଅପ୍ ଭ୍ୟାନ୍ ଜବତ କରିଛି। ଏଥିସହ ଭ୍ୟାନ୍ ଚାଳକ ବାସୁଦେବପୁର ଥାନା ଅଧୀନ ପୁରୁଣିଆ ଗ୍ରାମର ମନୋଜ ଦାସଙ୍କୁ ପୋଲିସ…
୨ କ୍ୟାବିନ୍ରୁ ଚୋରି : ନଗଦ ୧୦ ହଜାର ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରି
ଆରଡ଼ି,୬।୯(ଡି.ଏନ୍.ଏ.) : ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ଅନ୍ତର୍ଗତ କୁଳେଇପଦା ଛକରେ ଗୁରୁବାର ରାତିରେ ୨ଟି କ୍ୟାବିନ୍ରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ କୁଳେଇପଦା ଗାଁର ଜୟନ୍ତ ନାୟକ ଓ ସୁବାସ ବିଶ୍ବାଳ ରାତି ପ୍ରାୟ ୯ଟାରେ ଦୋକାନ…
ଉଦ୍ଘାଟନର ୧୫ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ରକ୍ତଭଣ୍ଡାର
ବାସୁଦେବପୁର, ୬।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ଉଦ୍ଘାଟନ ହେବାର ୧୫ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରି ନାହିଁ। ରକ୍ତ ସଂରକ୍ଷଣ କେନ୍ଦ୍ର ଭାବେ ବ୍ୟବହାର କରାଯାଉଥିବା ବେଳେ ଏବେ ଏହା ଅକାମୀ ହୋଇପଡ଼ିଛି।…
ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ
ଚାନ୍ଦବାଲି, ୫।୯ (ଡି.ଏନ.ଏ.) – ଚାନ୍ଦବାଲି ଏନ୍ଏସିରେ କେତେକ ଅନିୟମିତତା ନେଇ ବ୍ଲକ କଂଗ୍ରେସର ଏକ ପ୍ରତିନିଧି ଦଳ ଗୁରୁବାର ନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ, ଷ୍ଟ୍ରିଟଲାଇଟ, ନାଳ ନର୍ଦ୍ଦମା ସଫେଇ, ରାସ୍ତା ନିର୍ମାଣରେ ଅନିୟମିତତା ଓ…
ବୃକ୍ଷରୋପଣ କଲେ ବିଚାରପତି
ଭଦ୍ରକ ଅଫିସ,୫।୯: ଭଦ୍ରକ ଜିଲା ନୂଆ ବସ୍ଷ୍ଟାଣ୍ଡ ନିକଟ କଲ୍ୟାଣ ମଣ୍ଡପ ପରିସରରେ ଗୁରୁବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦ରୁ ଊର୍ଦ୍ଧ୍ୱ ବିଚାରପତି ଯୋଗଦେଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲାପାଳ ପୀତାମ୍ବର ସାମଲ,…
ନବୋଦୟ ବିଦ୍ୟାଳୟରେ ଶତାଧିକ ଛାତ୍ରୀଛାତ୍ର ଅସୁସ୍ଥ
ବାସୁଦେବପୁର, ୫।୯ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ଚାନ୍ଦମାଳିସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଶତାଧିକ ଛାତ୍ରୀଛାତ୍ର ଜ୍ୱର ସହିତ ଝାଡ଼ା ଓ ମୁଣ୍ଡବ୍ୟଥା ହେଉଥିବାରୁ ଅସୁସ୍ଥ ହୋଇପଡ଼ିଛନ୍ତି। ଗତ ଦୁଇଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲାଣି। ୫୦ରୁ ଊର୍ଦ୍ଧ୍ୱ…
ସ୍ନେହାଙ୍କୁ ସ୍ବର୍ଣ୍ଣ
ଭଦ୍ରକ ଅଫିସ, ୫।୯ – ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ସାମରାଇପୁର ବିଜୁ ପଟ୍ଟନାୟକ ନଗରର ୮ମ ଶ୍ରେଣୀର ଛାତ୍ରୀ ସ୍ନେହା ଦାସ ଆଧୁନିକ ଚିତ୍ର ଆଙ୍କି ଦିଲ୍ଲୀରୁ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ସେ ଶରତ ଚନ୍ଦ୍ର ଦାସ ଓ ସୁପ୍ରଭା ଦାସଙ୍କ…
ଆଖଣ୍ଡଳମଣି-ଭଦ୍ରକ ରାଜ୍ୟ ରାଜପଥ: ହେଲମେଟ ପିନ୍ଧିବାକୁ ସଚେତନ କଲେ ସ୍ବେଚ୍ଛାସେବୀ
ଆରଡ଼ି,୪।୯(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଦୋହରା ପାଟଣା ଛକରେ ବୁଧବାର ବାଇକ୍ ଚାଳକଙ୍କୁ ହେଲମେଟ ପିନ୍ଧିବାକୁ ସଚେତନ କରାଯାଇଛି। ଦୋହରା ପାଟଣାର ନୀଳମାଧବ ୟୁଥ୍ କ୍ଲବର ସଦସ୍ୟମାନେ ଆଖଣ୍ଡଳମଣି-ଭଦ୍ରକ ରାଜପଥରେ ବାଇକ୍ ଚାଳକଙ୍କୁ ହେଲ୍ମେଟ ପିନ୍ଧିବା ସହ ଟ୍ରାଫିକ ନିୟମ…
ନିଖୋଜ ବୃଦ୍ଧଙ୍କ ମୃତଦେହ ବୈତରଣୀରୁ ଉଦ୍ଧାର
ଭଣ୍ଡାରିପୋଖରୀ,୪।୯(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମାଳଦା ପଞ୍ଚାୟତ ରଘୁନାଥପୁର ଗ୍ରାମର ଜଣେ ବୃଦ୍ଧଙ୍କ ମୃତଦେହ ବୁଧବାର ସକାଳେ ବୈତରଣୀ କୂଳରୁ ପୋଲିସ ଜବତ କରିଛି। ସୂଚନାଯୋଗ୍ୟ, ରଘୁନାଥପୁର ଗ୍ରାମର ଦାମୋଦର ବୋଇତାଇ(୮୪) ଗତ ଅଗଷ୍ଟ ୧୮ ତାରିଖ ରବିବାର ପୂର୍ବାହ୍ନରେ…
ସନ୍ଦେହ ଜନକ ମୃତ୍ୟୁ: ଥାନାରେ ମାମଲା
ଧାମନଗର ୩।୯(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅନ୍ତର୍ଗତ ସରପୁର ଗ୍ରାମରେ ନିରଞ୍ଜନ ପତିଙ୍କର ୫୩ ବର୍ଷ ବୟସରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି । ସେ ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ତାଙ୍କୁ ଭଦ୍ରକ ମେଡିକାଲ…
ଅର୍ଦ୍ଧଗଣେଶ୍ୱର ମୂର୍ତ୍ତି ଆକର୍ଷଣ
ବନ୍ତ, ୩।୯ (ସ୍ବ.ପ୍ର./ଡି.ଏନ.ଏ.)- ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହୋଇଛି। ଆଗରପଡ଼ା ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ ଓ ଯୁବକ ସଂଘରେ ପୂଜାର୍ଚ୍ଚନା କରାଯାଇଥିଲା। ସକାଳେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ନୂତନ ବସ୍ତ୍ର ପରିଧାନ କରି ହାତରେ ପୂଜା…
୪୫୦ ବର୍ଷର ନିଆରା ପରମ୍ପରା: ବୁଢ଼ା ଗଣେଶଙ୍କୁ ୧୫୧ ଥାଳି ଭୋଗ ସମର୍ପଣ
ଆରଡ଼ି, ୩।୯ (ଡି.ଏନ.ଏ.)- ଗଣେଶ ଚତୁର୍ଥୀରେ ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ମନ୍ଦିର ବେଢ଼ାର ଦକ୍ଷିଣପାର୍ଶ୍ୱରେ ଥିବା ଶ୍ରୀ ବୁଢ଼ା ଗଣେଶଙ୍କୁ ସ୍ବତନ୍ତ୍ର ପୂଜା କରାଯାଇଛି। ଏଠାରେ ନିଆରା ପରମ୍ପରା ଅନୁଯାୟୀ ପ୍ରଭୁଙ୍କୁ ୧୫୧ ଥାଳି ଭୋଗ ସମର୍ପଣ କରାଯାଇଛି। ବିଧି…
Archives


