ଭଦ୍ରକ

ରାଜ୍ୟସ୍ତରୀୟ ସାଇକ୍ଲିଂ ଚାମ୍ପିୟନଶିପ୍‌

ଭଣ୍ଡାରିପୋଖରୀ, ୨୦।୧୦ (ସ୍ବ.ପ୍ର.)- ଓଡ଼ିଶା ସାଇକ୍ଲିଂ ଆସୋସିଏଶନ ଦ୍ୱାରା ପରିଚାଳିତ ଭଦ୍ରକ ଜିଲା ସାଇକ୍ଲିଂ ଆସୋସିଏଶନ ପକ୍ଷରୁ ବାରିକପୁରଠାରେ ଶନିବାର ଦୁଇଦିନିଆ ୩୮ତମ ରାଜ୍ୟସ୍ତରୀୟ ସାଇକ୍ଲିଂ ଚାମ୍ପୟିନଶିପ୍‌ ଉଦ୍‌ଘାଟିତ ହୋଇଯାଇଛି। ଜିଲା ଆସୋସିଏଶନର ସମ୍ପାଦକ ମନୋରଞ୍ଜନ ବାରିକଙ୍କ ସଂଯୋଜନାରେ ଆୟୋଜିତ ଏହି…

ବେଆଇନ କରତକଳରେ ଚଢ଼ାଉ : କାଠ, ଯନ୍ତ୍ରାଂଶ ଜବତ

ଚାନ୍ଦବାଲି, ୧୯।୧୦ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଏକ ବେଆଇନ କରତକଳରେ ଭଦ୍ରକ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଶନିବାର ଚଢାଉ କରାଯାଇଛି। ଚାନ୍ଦବାଲି କଲେଜ ନିକଟରେ ଥିବା କରତକଳରେ ଚଢ଼ାଉ କରାଯାଇ ବିଭିନ୍ନ ଯନ୍ତ୍ରାଂଶ ସହିତ କେତେକ କାଠଗଡ଼,…

ଏଟିଏମ୍‌ କାର୍ଡ ଚୋରି କରି ୪.୧୫ ଲକ୍ଷ ଉଠାଣ: ବ୍ୟାଙ୍କ କର୍ମଚାରୀ ଗିରଫ

ବନ୍ତ,୧୯।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତସ୍ଥିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ଜଣେ ଗ୍ରାହକଙ୍କ ଜମାଖାତାରୁ ୬୬ ହଜାର ୮୧୩ ଟଙ୍କା ଗାଏବ ନେଇ ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଖବର ଗତ ୫ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଫଳରେ…

ବାଇକ ଲୁଟେରାଙ୍କୁ କାବୁକରି ପୋଲିସ ଜିମାଦେଲେ ଗ୍ରାମବାସୀ

ତିହିଡ଼ି,୧୯।୧୦(ଡି.ଏନ୍‌.ଏ.):ଭଦ୍ରକ ଜିଲା ତିହିଡି ଥାନା ସିନ୍ଦୋଳ ପଞ୍ଚାୟତ ସେନବାଡ଼ ଗ୍ରାମରୁ ଜଣେ ବାଇକ୍‌ ଲୁଟେରାଙ୍କୁ ଶନିବାର ଗ୍ରାମବାସୀ କାବୁକରି ପୋଲିସ ଜିମା ଦେଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଗ୍ରାମର ଭାଗବତ ଦାସଙ୍କ ଘର ସମ୍ମୁଖରୁ କେତେଜଣ ଯୁବକ ବାଇକ ଲୁଟ୍‌ କରୁଥିବା…

ପୋଡ଼ି ହୋଇ ବାପାପୁଅ ଗୁରୁତର

ଧାମନଗର, ୧୯।୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ଶ୍ୟାମଚାନ୍ଦ ପାଟଣା ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ବାପପୁଅ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପୂର୍ଣ୍ଣଚନ୍ଦ୍ର ବାରିକ ଏବଂ ପୁଅ ଜିତେନ୍ଦ୍ର। ପୂର୍ବାହ୍ନରେ କାଶିମପୁର ଅସୁରାଳୀ ରାସ୍ତାର ଓଉଗଛ ଛକରେ…

ଭାଜପାର ଗାନ୍ଧୀ ସଂକଳ୍ପ ପଦଯାତ୍ରା: ଲବଣତୀର୍ଥରୁ ଆରମ୍ଭ ହୋଇ ରକ୍ତତୀର୍ଥରେ ସରିଲା

ବାସୁଦେବପୁର,୧୯।୧୦(ଡି.ଏନ୍‌.ଏ.): ବାସୁଦେବପୁର ଭାଜପା ଶାଖା ପକ୍ଷରୁ ଗାନ୍ଧୀ ସଙ୍କଳ୍ପ ପଦଯାତ୍ରା ଶନିବାରଠାରୁ ଲବଣତୀର୍ଥ ଚୁଡ଼ାମଣିରୁ ଆରମ୍ଭ ହୋଇ ରକ୍ତତୀର୍ଥ ଇରମ ଶହୀଦ ପୀଠରେ ଶେଷ ହୋଇଛି। ସକାଳେ ଦଳୀୟ କର୍ମୀମାନେ ଚୁଡ଼ାମଣି ସ୍ମୃତିସ୍ତମ୍ଭରେ ମାଲ୍ୟାର୍ପଣ କରିବା ପରେ ପଦଯାତ୍ରା ଆରମ୍ଭ ହୋଇଥିଲା।…

ମୁଣ୍ଡ ଉପରେ ଝୁଲୁଛି ବିପଦ

ବନ୍ତ, ୧୯।୧୦ (ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ପୋଡ଼ାପାଟଣା ଗ୍ରାମ ଯେନାସାହି ନିକଟରେ ଦୀର୍ଘଦିନ ଧରି ବିଦ୍ୟୁତ୍‌ ତାର କମ୍‌ ଉଚ୍ଚରେ ଝୁଲି ରହିଛି। ମୁଣ୍ଡ ଉପରେ ବିପଦ ଝୁଲୁଥିବା ବେଳେ ସେହି ବାଟ ଦେଇ ଲୋକେ ଯିବାଆସିବା କରୁଥିବାରୁ…

ନକଲି ବିଦ୍ୟୁତ୍‌ କର୍ମଚାରୀଙ୍କ ଡକାୟତି: ଟଙ୍କା, ସୁନା ଅଳଙ୍କାର ଲୁଟ୍‌

ତିହିଡ଼ି, ୧୯।୧୦ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହି ଗ୍ରାମର ଚିନ୍ତାମଣି ସାହୁଙ୍କ ଘରୁ ଶୁକ୍ରବାର ମଧ୍ୟାହ୍ନରେ ଡକାୟତି ହୋଇଛି। ଡକାୟତମାନେ ନିଜକୁ ବିଦ୍ୟୁତ୍‌ କର୍ମଚାରୀ ପରିଚୟ ଦେଇ ମିଟର ଯାଞ୍ଚ କରିବା ଆଳରେ ତାଙ୍କ ଘରେ…

ଲଟେରି ଉଠିଥିବା କହି ଠକିନେଲେ ୨୯ ହଜାର

ଭଦ୍ରକ ଅଫିସ, ୧୮।୧୦ – ଫୋନ କଲ୍‌ ମାଧ୍ୟମରେ ଲଟେରି ଉଠିଥିବା କହି ଠକି ନେଲେ ୨୯ ହଜାର ଟଙ୍କା। ଏଭଳି ଘଟଣା ଘଟିଛି ଭଦ୍ରକ ପୁରୁଣାବଜାର ଥାନା ଅଧୀନ ଗରଦପୁର ଦୁର୍ଗାପୁର ଗଁାରେ। ଠକେଇର ଶିକାର ହୋଇଥିବା ମହମ୍ମଦ ହାମ୍‌ଜାଙ୍କ…

ଧାମନଗର ବିଡିଓଙ୍କୁ ଗାଳିଗୁଲଜ କରିବା ଅଭିଯୋଗ: ଧାରଣାରେ ବସିଲେ ବ୍ଲକ, ତହସିଲ କର୍ମଚାରୀ

ଧାମନଗର,୧୮।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବିଡିଓଙ୍କୁ ଅଫିସ ମଧ୍ୟରେ ପଶି ଗାଳିଗୁଲଜ କରିବା ଅଭିଯୋଗରେ ଧାମନଗର ତହସିଲ ଏବଂ ବ୍ଲକ କର୍ମଚାରୀମାନେ ଶୁକ୍ରବାର ନିଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ବ୍ଲକ ଅଧିକାରୀଙ୍କୁ ଗାଳିଗୁଲଜ କରିଥିବା ନେଇ ଥାନାରେ ମଧ୍ୟ ଅଭିଯୋଗ…

ଚୋରା କୋଇଲା ବୋଝେଇ ଗାଡ଼ି ଜବତ, ଚାଳକ ଫେରାର

ଭଦ୍ରକ ଅଫିସ/ପଦ୍ମପୁର,୧୮।୧୦(ଡି.ଏନ୍‌.ଏ.): ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ଫାଣ୍ଡି ପୋଲିସ ଓ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ମିଳିତ ଚଢ଼ାଉ କରି ଶୁକ୍ରବାର ଭୋର ସମୟରେ ଏକ ଚୋରା କୋଇଲା ଗାଡ଼ିି(ଓଆର୍‌-୩୪ଡି ୯୬୨୯)କୁ ଜବତ କରିଛନ୍ତି। ପୋଲିସକୁ ଦେଖି ଗାଡ଼ି ଚାଳକ…

ସେକ୍ସ ର଼୍ୟାକେଟ୍‌ ଠାବ : ଦୁଇ ଯୁବକଙ୍କ ସହ ଜଣେ ଯୁବତୀ ଅଟକ

ବାସୁଦେବପୁର,୧୭।୧୦: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବେତଡ଼ା ବଜାରରେ ଗଜଲକ୍ଷ୍ମୀ ପୂଜା ଅବସରରେ ଭିଡ଼ ଲାଗିଥିବାବେଳେ ଭଡ଼ା ଘରୁ ପୋଲିସ ସେକ୍ସ ର଼୍ୟାକେଟ୍‌ ଠାବ କରିଛି। ପୋଲିସ ଏହି ଘର ଉପରେ ବୁଧବାର ବିଳମ୍ବିତ ରାତିରେ ଚଢ଼ାଉ କରି ୨ ଜଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri