ଭଦ୍ରକ

‘ବୁଲ୍‌ବୁଲ୍‌’ କ୍ଷୟକ୍ଷତି ଆକଳନ: କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଚାନ୍ଦବାଲି ଗସ୍ତ

ଚାନ୍ଦବାଲି,୧୦।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକରେ ବାତ୍ୟା ‘ବୁଲ୍‌ବୁଲ୍‌’ର କ୍ଷୟକ୍ଷତି ଆକଳନ ଲାଗି କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲ ରବିବାର ଚାନ୍ଦବାଲି ଗସ୍ତ କରିଛନ୍ତି। ସେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବ୍ଲକ ସଭାଗୃହରେ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି।…

କାଙ୍କରାରେ ଅଗ୍ନିକାଣ୍ଡ: ଜଳିଗଲା ୭ ବଖରା

ଭଦ୍ରକ ଅଫିସ,୧୦।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ କାଙ୍କରା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ସୁଦାମ ପାତ୍ର ଓ ନିରଞ୍ଜନ ପାତ୍ରଙ୍କ ୭ ବଖରା ସହ ଏକ ଗୁହାଳ ଭସ୍ମୀଭୂତ ହୋଇଛି। ୨ ଗୋରୁ ଆହତ…

ଆଖଣ୍ଡଳମଣି ମନ୍ଦିରରୁ ଉଡ଼ିଗଲା ନେତ

ଆରଡ଼ି, ୧୦।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ଆରଡ଼ିରେ ଶୁକ୍ରବାର ରାତିଠାରୁ ବୁଲ୍‌ବୁଲ୍‌ର ତାଣ୍ଡବ ଦେଖିବାକୁ ମିଳିଥିଲା। ଏହାର ପ୍ରଭାବରେ ଶନିବାର ସକାଳେ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡ଼ାରୁ ନେତ ଉଡ଼ିଯାଇଥିଲା। ମନ୍ଦିରରୁ ନେତ ଉଡ଼ିଯିବାରୁ ନୀତକାନ୍ତିରେ ସାମାନ୍ୟ ବିଳମ୍ବ ହୋଇଥିଲା।…

ଧାମରା ମୁହାଣରେ ବୋଟ୍‌ ଓଲଟି ଫସି ରହିଥିବା ୯ଜଣଙ୍କୁ ଉଦ୍ଧାର କଲା ଓଡ୍ରାଫ୍‌ ଟିମ୍‌

ଚାନ୍ଦବାଲି,୯।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ମୁହାଣରେ ଶୁକ୍ରବାର ରାତିରେ ବୋଟ୍‌ ବୁଡ଼ିଯିବା ଯୋଗୁ ଫସି ରହିଥିବା ୯ଜଣଙ୍କୁ ଉଦ୍ଧାର କରାଯାଇଛି। ଓଡ୍ରାଫ୍‌ ଟିମ୍‌ କାଳିଭଞ୍ଜ ଡିଆଁ ଜଙ୍ଗଲରୁ ସେମାନଙ୍କୁ ଉଦ୍ଧାର କରିବା ପରେ ଚିକିତ୍ସା ଲାଗି ଧାମରା ପଠାଯାଇଛି। ସୂଚନାଯୋଗ୍ୟ, ବାତ୍ୟା…

‘ବୁଲ୍‌ବୁଲ’ ପ୍ରଭାବ: ଗଛ ଉପୁଡ଼ି ଗୁହାଳ ଘର ଭାଙ୍ଗିଲା

ଭଣ୍ଡାରିପୋଖରୀ,୯।୧୧(ଡି.ଏନ୍‌.ଏ): ବାତ୍ୟା ‘ବୁଲବୁଲ’ର ପ୍ରଭାବ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଜଳମଣ୍ଡୁଆ ପଞ୍ଚାୟତ ଶରଦପୁର ଗ୍ରାମର ଚନ୍ଦ୍ରମଣି ଖିଲାରଙ୍କ ଗୁହାଳ ଘର ଉପରେ ଶନିବାର ସକାଳେ ଏକ ବରଗଛ ଉପୁଡି ପଡିଛି। ମାତ୍ର ଗୁହାଳରେ ଥିବା…

‘ବୁଲ୍‌ବୁଲ୍‌’ ପ୍ରଭାବ: ଧାମରା ବନ୍ଦରରେ ଓଲଟିଲା ଡଙ୍ଗା, ଫସିଥିବା ୯ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ

ଚାନ୍ଦବାଲି,୯।୧୧(ଡି.ଏନ୍‌.ଏ.): ବାତ୍ୟା ‘ବୁଲ୍‌ବୁଲ୍‌’ର ଆଂଶିକ ପ୍ରଭାବ ପଡ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲେ ସୁଦ୍ଧା ଭଦ୍ରକରେ ଏହାର ପ୍ରଭାବ ବାରି ହୋଇପଡ଼ୁଛି। ବର୍ଷା ସାଙ୍ଗକୁ ଜୋରରେ ପବନ ବୋହୁଥିବାରୁ ଧାମରା ମୁହାଣରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଡଙ୍ଗା ଓଲଟି…

ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବ: ଗଛପଡ଼ି ରାସ୍ତା ଅବରୋଧ, ଯାତାୟାତ ବାଧାପ୍ରାପ୍ତ

ଧାମନଗର,୯।୧୧(ଡି.ଏନ୍‌.ଏ.): ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ସହ ପବନ ଲାଗି ରହିଛି। ଏହାର ପ୍ରଭାବ ଭଦ୍ରକ ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ପବନର ବେଗ ବଢ଼ିବା ସହ ଭଦ୍ରକ-ଆଖଣ୍ଡଳମଣୀ ମୁଖ୍ୟ ରାସ୍ତାର ବାହାରବିଲ ସୁନ୍ଦରାସାହି ନିକଟରେ ଏକ…

ବୁଲ୍‌ବୁଲ୍‌ ପ୍ରଭାବରେ ବଢୁଛି ପବନର ବେଗ, ୪୦୦ ଲୋକଙ୍କୁ ସ୍ଥାନାନ୍ତର

ଭଦ୍ରକ ଅଫିସ, ୯।୧୧: ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଉଗ୍ରରୂପ ଧାରଣ କରୁଛି। ସମୟ ଯେତେ ବଢ଼ୁଛି ଲୋକେ ସେତେ ଆତଙ୍କିତ ହେଉଛନ୍ତି। ଚାନ୍ଦବାଲି ବ୍ଲକର ୪୦୦ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାସୁଦେବପୁର ଓ ଚାନ୍ଦବାଲି ଅଞ୍ଚଳରେ…

ବୁଲବୁଲ ପ୍ରଭାବ: ଗଛ ଉପୁଡ଼ି ଭଦ୍ରକ-ଆରଡ଼ି ଯୋଗାଯୋଗ ବିଚ୍ଛିନ୍ନ

ଆରଡ଼ି,୯।୧୧( ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ଅଞ୍ଚଳରେ ବାତ୍ୟା ବୁଲ୍‌ବୁଲ୍‌ର ତାଣ୍ଡବ ଜାରିରହିଛି। ଶୁକ୍ରବାର ରାତିରୁ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଲାଗିରହିଛି। ବୁଲ୍‌ବୁଲ୍‌ ପ୍ରଭାବରେ ଆରଡ଼ି ଅଞ୍ଚଳରେ ଥିବା ଆରଡ଼ି, ସୁନ୍ଦରପୁର, ଓଳଗ, ନାନ୍ଦପୁର, ପାଳସାହି, ରଇପୁର,…

ଭଦ୍ରକରେ ବୁଲ୍‌ବୁଲ ପ୍ରଭାବ: ଲାଗିରହିଛି ବର୍ଷା, ପବନ; ଦୋକାନବଜାର ବନ୍ଦ

ଭଦ୍ରକ ଅଫିସ,୯।୧୧: ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଉଗ୍ରରୂପ ଧାରଣ କରିଛି। ଭଦ୍ରକ ଜିଲା ସମୁଦ୍ର ଉପକୂଳବର୍ତ୍ତୀ ଧାମରା ଓ ଚାନ୍ଦବାଲିରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ପରିସ୍ଥିତି ଉପରେ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ନଜର ରଖିଛି। ଆବଶ୍ୟକ ସ୍ଥଳେ ସମୁଦ୍ର ଉପକୂଳବର୍ତ୍ତୀ…

ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତି: ପହଞ୍ଚିଲେ ଏନ୍‌ଡିଆର୍‌ଏଫ୍‌ ଟିମ୍‌

ଭଦ୍ରକ ଅଫିସ, ୯।୧୧- ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍‌’ର ମୁକାବିଲା ଲାଗି ଭଦ୍ରକ ଜିଲା ପ୍ରଶାସନ ସଜାଗ ଥିଲେ ମଧ୍ୟ ସମୂଦ୍ର କୂଳିଆ ଲୋକେ ନାନା ଆଶା ଆଶଙ୍କାରେ ସମୟ ବିତାଉଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ ପ୍ରଶାସନ ମାଧ୍ୟମରେ ଡାକବାଜି…

ଧାମରାରେ ଲାଗିଲା ପଶ୍ଚିମବଙ୍ଗର ୩୭ ବୋଟ୍‌

ଚାନ୍ଦବାଲି,୮ା୧୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମରା ବନ୍ଦରଠାରୁ ଅନତି ଦୂରରେ ବଙ୍ଗୋପସାଗରରେ ଗଭୀର ସମୁଦ୍ରରେ କେତେକ ମାଛଧରା ବୋଟ୍‌ ଫସି ରହିବାର ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଶୁକ୍ରବାର ଅପରାହ୍ନ ସୁଦ୍ଧା ଧାମରାରେ ମୋଟ ୩୭ଟି ବୋଟ୍‌ ଆସି ପହଞ୍ଚିଥିବାବେଳେ ଆହୁରି କେତେକ ବୋଟ୍‌ ସମୁଦ୍ରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri