ଭଦ୍ରକ

ସରୁନି ଡୁବଡୁବି ନଦୀ ପୋଲ ନିର୍ମାଣ

ବାଲେଶ୍ୱର, ୨୭।୧୧(ବାଞ୍ଛାନିଧି ଦେ): ବାଲେଶ୍ୱର ନିର୍ବାଚନମଣ୍ଡଳୀର ସାର୍ଥା ଓ କଷାଫଳ ପଞ୍ଚାୟତ ମଧ୍ୟରେ ଥିବା ଡୁବୁଡୁବି ନଦୀର ସାହୁଘାଟଠାରେ ନିର୍ମାଣାଧୀନ ପୋଲ ସମ୍ପୂର୍ଣ୍ଣ ହୋଇପାରୁନି। ୨୦୧୭-୧୮ରୁ ଦୀର୍ଘ ୬ବର୍ଷ ଧରି ଦୁଇଟି ଠିକାସଂସ୍ଥା ପକ୍ଷରୁ ନିର୍ମାଣ କାର୍ଯ୍ୟ ହୋଇଥିଲେ ହେଁ...

ଅଙ୍ଗନଓ୍ବାଡି ଚାଉଳ ହଡ଼ପ, ଠିକାଦାରଙ୍କ ଗୋଦାମ ସିଲ୍‌

ଧାମନଗର,୨୭।୧୧(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକୁ ଯୋଗାଉଥିବା ଚାଉଳ ହଡ଼ପ ଅଭିଯୋଗରେ ଠିକାଦାରଙ୍କ ଗୋଦାମକୁ ମଙ୍ଗଳବାର ସିଲ୍‌ କରାଯାଇଛି। ଧାମନଗର ସିଡିପିଓ ଧରିତ୍ରୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଦୀପକ କୁମାର ଦାସ ସିଲ୍‌ କରିଛନ୍ତି।...

୪ ମନ୍ଦିରରୁ ସିରିଜ ଚୋରି: ପୋଲିସ ପହଞ୍ଚି କରୁଛି ଛାନଭିନ୍‌

ଭଦ୍ରକ, ୨୬।୧୧(ସନାତନ ରାଉତ): ଭଦ୍ରକ ପୌରପାଳିକା ଅଧୀନ ୨୮ ନଂ ୱାର୍ଡ ନୁଆସାହିରେ ୪ଟି ମନ୍ଦିରରୁ ସୋମବାର ରାତିରେ ସିରିଜ ଚୋରି ହୋଇଛି l ପୁରୁଣା ବଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ନୁଆସାହିର ମଙ୍ଗଳା...

ରୋଲରକୁ ପିଟିଲା ବସ୍‌, ୧୫ ଯାତ୍ରୀ ଆହତ

ଭଦ୍ରକ,୨୨ା୧୧: ବାଇକ୍‌କୁ ଓଭର ଟେକ୍ ବେଳେ ରୋଲରକୁ ପିଟିଲା ବସ୍‌। ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ବରପଦା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। କୌଣସି କାରଣବଶତଃ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ରୋଲର୍‌କୁ ପିଟିଥିଲା। ଏଥିରେ ଥିବା...

ଖୋଲାଖୋଲି ଲାଞ୍ଚମାଗି  ଭିଏଡବ୍ଲ୍ୟୁ ଦେଖାଉଥିଲେ ନାଲିଆଖି: ଭିଡିଓ ଭାଇରାଲ ପରେ ଏବେ….

ଚାନ୍ଦବାଲି,୨୦।୧୧(ଅଶୋକ କୁମାର ପଣ୍ଡା): ଲାଞ୍ଚମାଗିବା ପଡ଼ିଲା ମହଙ୍ଗା। ଗ୍ରାମ୍ୟ କୃଷି ଅଧିକାରୀ (V.A.W) ନିଲମ୍ବିତ।   ବାତ୍ୟା ‘ଦାନା’ ପ୍ରଭାବରେ  କ୍ଷୟ କ୍ଷତି ହୋଇ ଥିବା ଚାଷୀଙ୍କୁ ସରକାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ଘୋଷଣା କରିବା ପରେ  ଚାଷୀଙ୍କୁ ଶୋଷଣ...

ଦୁର୍ବଳ ହୋଇପଡ଼ିଛି ରାଜଘାଟ ପୋଲ

ଭଦ୍ରକ,୨୦।୧୧(ସନାତନ ରାଉତ): ୨୦୮ ବର୍ଷ ତଳେ ବ୍ରିଟିଶ ଅମଳରେ ଭଦ୍ରକ ସହରର ସାଳନ୍ଦୀ ନଦୀ ଉପରେ ନିର୍ମିତ ଐତିହାସିକ ରାଜଘାଟ ପୋଲ ମରାମତି ଅଭାବରୁ ଦୁର୍ବଳ ହୋଇ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। କେଉଁ ମୁହୂର୍ତ୍ତରେ ବି ଏହା ଭୁଶୁଡ଼ି...

ଡିଜିଟାଲ ଯୁଗରେ ମଧ୍ୟ ପୁସ୍ତକର ବିକଳ୍ପ ନାହିଁ: ଜିଲାପାଳ

ଭଦ୍ରକ,୧୭।୧୧(ସନାତନ ରାଉତ): ଡିଜିଟାଲ ଯୁଗରେ ମଧ୍ୟ ପୁସ୍ତକର ବିକଳ୍ପ କିଛି ନାହିଁ ବୋଲି ଭଦ୍ରକ ଜିଲାପାଳ ଦିଲୀପ ରାଉତରାଏ କହିଛନ୍ତି। ଭଦ୍ରକ ସହର ମନମୋହନ ସଙ୍ଗୀତ ପରିଷଦ ପଡ଼ିଆରେ ଚାଲିଥିବା ୨୪ତମ ପୁସ୍ତକ ମେଳାରେ ଶନିବାର ଧରିତ୍ରୀ ଷ୍ଟଲ୍‌କୁ ଉଦ୍‌ଘାଟନ...

କନ୍ୟାକୁମାରୀ-ଦିବ୍ରୁଗଡ଼ ଏକ୍ସପ୍ରେସରେ ନିଆଁ

ଭଦ୍ରକ, ୧୬।୧୧(ସନାତନ ରାଉତ): କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ଏକ୍ସପ୍ରେସରେ ନିଆଁ ଲାଗିଥିଲା।  ବ୍ରେକ ବାଇଣ୍ଡିଙ୍ଗରୁ ନିଆଁ ଲାଗିଥିବା ରେଳବାଇ ସୂତ୍ରରୁ ଜଣାପଡିଛି। ଭଦ୍ରକ ଚରମ୍ପା ଷ୍ଟେଶନରୁ କିଛି ବାଟ ଯିବା ପରେ ରମ୍ଭିଳା ନିକଟରେ ନିଆଁ ଲାଗିଥିଲା। ଟ୍ରେନରେ ଥିବା ଯାତ୍ରୀ...

ରେଳ ଧାରଣାରୁ ମିଳିଲା ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

ଭଦ୍ରକ,୧୫।୧୧: ଭଦ୍ରକ ଜିଲା କେନ୍ଦୁଆପଦା ରେଲଓ୍ବେ ଷ୍ଟେଶନ ନିକଟ ଧାରଣାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଶୁକ୍ରବାର ଜିଆର୍‌ପି ପୋଲିସ ଉଦ୍ଧାର କରିଛି। ମୃତ ବ୍ୟାଙ୍କ କର୍ମଚାରୀ ଜଣକ ଶେରପୁର ଗାଁର ବୋଲି ଜଣାପଡିଛି। ଅନ୍ୟପକ୍ଷେ ବ୍ୟାଙ୍କ କର୍ମଚାରୀ...

ଦିବ୍ୟାଙ୍ଗଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ

ତିହିଡ଼ି,୧୫ା୧୧(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ଗଦି ଆର୍‌ଆଇ(ରାଜସ୍ବ ନିରୀକ୍ଷକ) ଭାଗବତ ଖଟୁଆ ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ଦିବ୍ୟାଙ୍ଗଙ୍କଠାରୁ ଗୁରୁବାର ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ,...

ଓଡ଼ିଶାର ୨୪ ଉପକୂଳ ଗ୍ରାମକୁ ମିଳିଲା ସୁନାମି ପ୍ରସ୍ତୁତ ଟ୍ୟାଗ୍

ଭୁବନେଶ୍ୱର,୧୪।୧୧: ଇଣ୍ଡୋନେସିଆରେ ଅନୁଷ୍ଠିତ ଦ୍ୱିତୀୟ ଗ୍ଲୋବାଲ ସୁନାମି ସମ୍ମିଳନୀରେ ଓଡିଶାର ୬ ଟି ଜିଲାର ୨୪ ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନର ଅନ୍ତଃରାଜ୍ୟ ମହାସାଗରୀୟ ଆୟୋଗ ଦ୍ୱାରା ସୁନାମି...

ସାଇକେଲରେ ଯାଉଥିଲେ ଦମ୍ପତି: ଧକ୍କାଦେଇ ଘୋଷାଡ଼ି ନେଲା ଟ୍ରକ୍‌

ଭଦ୍ରକ,୧୪।୧୧: ଭଦ୍ରକ ଜିଲା ଧାମରା-ଜାମୁଝାଡ଼ି ରାସ୍ତାର ବେତଡ଼ା ମାକେର୍ଟ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri