ବରଗଡ଼

ଧରାପଡ଼ିଲେ ଆନ୍ତଃ ଜିଲା ଲୁଟେରା ଗ୍ୟାଙ୍ଗ, ବିପୁଳ ପରିମାଣର ସୁନା ଅଳଙ୍କାର ଜବତ

ବରଗଡ଼,୭ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପୋଲିସ ଏକ ଆନ୍ତଃ ଜିଲା ଲୁଟେରା ଗ୍ୟାଙ୍ଗକୁ ଧରିଛି। ଏହି ଗ୍ୟାଙ୍ଗର ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଡଙ୍ଗରମୁଣ୍ଡା ଗ୍ରାମର ଇନ୍ଦ୍ର ଭୋଇ(୨୧), ଚୈତନ୍ୟ ପୁଟ୍ଟା(୧୯), ବନାରସ…

ବିପୁଳ ନିଶା ସାମଗ୍ରୀ ଜବତ, ଜଣେ ଗିରଫ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାର ଏକ ଘର ଭିତରୁ ୫୦୦ ବୋତଲ କଫସିରପ ଜବତ ହୋଇଛି। କେଶବ ନଗର ଘରେ ଟାଉନ ଥାନା ପୋଲିସର ଅତର୍କିତ ଚଢ଼ାଉ କରିଥିଲା। ସେଠାରୁ ୫୦୦ ବୋତଲ କଫସିରପ, ନିଶା ଇଞ୍ଜେକସନ, ୫୦ ହଜାର ଟଙ୍କା…

ଜବରଦଖଲରେ ପଦ୍ମପୁରର ପୋଖରୀ

ପଦ୍ମପୁର,୫।୭(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ୭ଟି ପୋଖରୀଗୁଡିକ ଅବସ୍ଥା ଶୋଚନୀୟ ହୋଇପଡିଛି। କେଉଁଠାରେ ପୋଖରୀ ପୋତି ହୋଇଗଲାଣି ତ କେଉଁଠି ଜବରଦଖଲଙ୍କ କବ୍‌ଜାରେ ରହିଛି। ଜବରଦଖଲକାରୀମାନେ କେବଳ ପୋଖରୀ ହିଡରେ ଘର କରୁନାହାନ୍ତି, ଧୀରେ…

ବଜ୍ରପାତରେ ୩ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୬: ବରଗଡ଼ ଜିଲା ପଦ୍ମପୁର ଖଲିଆପଲି ପଞ୍ଚାୟତ ଦୁଆନଡିହି ଗାଁରେ ବଜ୍ରପାତ ଯୋଗୁ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା…

ଗଛମୂଳେ ଖଟି କରୁଥିବା ବେଳେ ହେଲା ବଜ୍ରପାତ: ଚାଲିଗଲା ୩ ଜୀବନ, ଦୁଇ ଗୁରୁତର

ପଦ୍ମପୁର,୨୬ା୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଦେଓ୍ବାନଡିହିରେ ବୁଧବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁସାରେ ଦେଓ୍ବାନ ଗାଁର ପାଞ୍ଚ ଜଣ ପୁରୁଷ ଗାଁ ମୁଣ୍ଡ ବରଗଛ ମୂଳେ ବସି ଖଟି…

ପଦ୍ମପୁରରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ: ମାଜିଷ୍ଟ୍ରେଟ୍‌, ପୌରାଧିକାରୀଙ୍କ ସମେତ ପୋଲିସ ମୁତୟନ

ପଦ୍ମପୁର,୨୬ା୬(ପ୍ରଦୀପ୍ତ ଦାଶ): ପଦ୍ମପୁର ଭେଉଁରିଆ ଛକ ସମେତ ଜଗଦଲପୁର, ପାଇକମାଲ ରାସ୍ତା ଓ ବହୁ ପୁରାତନ ପଞ୍ଚାୟତ ଇଣ୍ଡଷ୍ଟ୍ରିର କୋଠାକୁ ଆଜି ସକାଳୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପଦ୍ମପୁର ତହସିଲଦାର ବିପିନ ବିହାରୀ ପଧାନ, ପଦ୍ମପୁର ନିର୍ବାହୀ ଅଧିକାରୀ…

ସରିନି ଧାନବିକ୍ରି, ବର୍ଷା ସାଜିଲା କାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଚାଷୀଙ୍କ ଦୁଃଖ ସରୁନି। ଜିଲାରେ ବର୍ତ୍ତମାନ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଏବେ ମଧ୍ୟ ଜିଲାର ବିଭିନ୍ନ ମଣ୍ଡିରେ ବିକ୍ରି ଅପେକ୍ଷାରେ ବହୁ ପରିମାଣରେ…

ଆପାର୍ଟମେଣ୍ଟରେ ଲାଗିଲା ନିଆଁ

ବରଗଡ଼,୨୦ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ଗୁରୁବାର ମଧ୍ୟାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଆପାର୍ଟମେଣ୍ଟର ବ୍ଲକ ‘ଇ’ର ଫ୍ଲାଟ୍‌ ନମ୍ବର- ୩୦୬ରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା। ଏହା ପରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇପଡ଼ିଥିଲା। ଆପାର୍ଟମେଣ୍ଟର…

୫୦ବର୍ଷକୁ ଲକ୍ଷ୍ୟ ରଖି ୫ ବର୍ଷରେ ଯୋଜନା: ମୁଖ୍ୟମନ୍ତ୍ରୀ

ବରଗଡ଼,୧୯।୬(ପ୍ରେମାନନ୍ଦ ଖମାରୀ):ଗତ ୨୪ବର୍ଷ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ତ ଦୂରର କଥା, ୨୪ ବର୍ଷର ସମସ୍ୟା ମଧ୍ୟ ପଡ଼ି ରହିଛି। ରାଜ୍ୟରେ ଶାସନକୁ ଆସିବା ପୂର୍ବରୁ ଭାଜପା ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ତାହା ପାଳନ କରାଯିବ। ଶପଥ ପାଠ ସରିବାର ଅଳ୍ପ…

ବରଗଡ଼ରେ ସାଧାରଣ ଲୋକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ଅଭିଯୋଗପତ୍ର ଗ୍ରହଣ କଲେ, ଆଶ୍ୱାସନା ଦେଲେ

ଭୁବନେଶ୍ୱର,୧୮।୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଙ୍ଗଳବାର ବରଗଡ଼ରେ ପିଏମ୍‌ କିଶାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଯୋଗ ଦେବାପରେ ବରଗଡ଼ ସର୍କିଟ ହାଉସରେ ସାଧାରଣ ଲୋକଙ୍କ ସହିତ ମିଶିଛନ୍ତି। ବିଭିନ୍ନ ସ୍ଥାନୀୟ କୃଷକ ସଂଗଠନ, ସାମାଜିକ ସଂଗଠନର ପ୍ରତିନିଧିମାନଙ୍କ ସହିତ ମିଶି…

ହାତୀ ଆକ୍ରମଣରେ ଗୋଟିଏ ପରିବାରର ଚାଲିଗଲା ୩ ଜୀବନ

ଝାରବନ୍ଧ,୧୮।୬(ଦେବେନ୍ଦ୍ର ସାହୁ):ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗୋଠୁଗୁଡା ପଞ୍ଚାୟତର ସଲଡିହି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ, ଉକ୍ତ ଗ୍ରାମର ବିପିନ ବରିହାଙ୍କ ସ୍ତ୍ରୀ ପାନ(୨୮), ଝିଅ ସୁନନ୍ଦା (୧୧)…

ଆଜି ଏତିକି ବେଳେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପ୍ରଧାନମନ୍ତ୍ରୀ କିସ୍ତି ଟଙ୍କା

ଭୁବନେଶ୍ୱର,୧୮ା୬ (ଅନିଲ ଦାସ):କେନ୍ଦ୍ର ସରକାର ଚାଷୀଙ୍କୁ ଜୁନ୍‌ ୧୮ରେ ପିଏମ୍‌-କିଷାନ ଯୋଜନାରେ ୧୭ତମ କିସ୍ତି ପ୍ରଦାନ କରିବାକୁ ଯାଉଛନ୍ତି। ସାରା ଦେଶରେ ଏହି ଦିନକୁ ପିଏମ୍‌-କିଷାନ ଉତ୍ସବ ଦିବସ ଆକାରରେ ପାଳନ କରାଯାଉଛି। ଓଡ଼ିଶାରେ ମଧ୍ୟ ମଙ୍ଗଳବାର ଅପରାହ୍ନ ୪ଟା ୩୦ରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri