ବରଗଡ଼

୫୧ ଦିନ ଧରି ଚାଲିବ ରେଡ ଡ୍ରପ ମାରାଥନ: ୩୩ଦିନରେ ୨୦୦୧ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼,୨।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ର ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ପକ୍ଷରୁ ଗତ ଜାନୁଆରୀ ପହିଲାରୁ ଆରମ୍ଭ ହୋଇଥିବା ରେଡ ଡ୍ରପ ମାରାଥନ ରକ୍ତ ସଂଗ୍ରହ ଅଭିଯାନ ଅବଧି ୫୧ଦିନକୁ ବୃଦ୍ଧି ପାଇଛି। ଏହି ଅଭିଯାନ ୩୩ଦିନ ଧରି ଚାଲିବାକୁ ପୂର୍ବରୁ ନିଷ୍ପତ୍ତି…

ନୂଆରୂପ ନେବ ବରଗଡ଼ ବସ୍‌ଷ୍ଟାଣ୍ଡ, ବଦଳିବ ଠିକଣା

ବରଗଡ଼,୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସରକାରୀ ବସଷ୍ଟାଣ୍ଡ ତାର ଅସ୍ତିତ୍ୱ ହଜାଇ ବସିଛି। ଏଠାରେ ରହିଥିବା ବିଭିନ୍ନ ସମସ୍ୟା ଅସମାହିତ ହୋଇ ରହିଯାଇଛି। କେତେବେଳେ ପାନୀୟଜଳ ସଙ୍କଟ ତ ଆଉକେବେ ବସଷ୍ଟାଣ୍ଡରେ ବର୍ଷାଜଳ ଲହଡ଼ି ମାରୁଛି। ସେହିପରି ବିଭିନ୍ନ ସମୟରେ ବସଷ୍ଟାଣ୍ଡ ପରିସରରେ…

ସାର କଳାବଜାରକୁ ନେଇ ତେଜିଲା ଆନ୍ଦୋଳନ:କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ବରଗଡ଼,୧।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ବର୍ତ୍ତମାନ ରବି ଚାଷକାର୍ଯ୍ୟ ଜୋର୍‌ ଧରିଛି। ଅନେକ ସ୍ଥାନରେ ଧାନପହ୍ଲା ରୁଆ ସରିଯାଇ ଥିବାବେଳେ ବିଭିନ୍ନ ଜାଗାରେ ଚାଷୀମାନେ ରୁଆକାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଚାଷକାର୍ଯ୍ୟ ଆରମ୍ଭରୁ ଜମିରେ ଡିଏପି, ୟୁରିଆ ସାରର ଆବଶ୍ୟକତା ଥିବାବେଳେ ସାରବିକ୍ରିରେ…

ଯୁକ୍ତ ୩ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌, ୧୨ ଗିରଫ

ବରପାଲି,୩୧ା୧(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ପୋଲିସ ଯୁକ୍ତ ୩ ତୃତୀୟ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣାର ତଦନ୍ତ କରି ୧୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ମହାବିଦ୍ୟାଳୟର କିରାଣୀ ଆଲୋକ ସାହୁ ଏବଂ…

ଆଶାକର୍ମୀ ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ:ଜିଲାପାଳଙ୍କ ଅଫିସ ଆଗରେ ଦମ୍ପତିଙ୍କ ଧାରଣା

ବରଗଡ଼,୩୦।୧(ପ୍ରେମାନନ୍ଦ ଖମାରୀ):ଆଶାକର୍ମୀ ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗରେ ବୁଧବାର ଦମ୍ପତି ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନେ ବରଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମର କୁଞ୍ଜଲତା ଦୀପ ଏବଂ ସ୍ବାମୀ ଗୌରଚନ୍ଦ୍ର ବେହେରା। ଉକ୍ତ ଗ୍ରାମର ୱାର୍ଡ଼…

୧୧ ଦଫା ଦାବି ନେଇ ଗର୍ଜିଲା ଜୀବିକା ମିଶନ ଇସି ସଂଘ: ୧୩ରୁ ବିଧାନସଭା ଆଗରେ ଧାରଣା

ବରଗଡ଼,୩୦।୧(ପ୍ରେମାନନ୍ଦ ଖମାରୀ):ରାଜ୍ୟ ସରକାର ଜୀବିକା ମିଶନ ଇସି(ଏକ୍‌ଜିକ୍ୟୁଟିଭ କମିଟି) ସଂଘ ପୁନର୍ଗଠନ ନିଷ୍ପତ୍ତି ନେବା ପରେ ଆନ୍ଦୋଳନ ତେଜି ଉଠିଛି। ଏ ନେଇ ବୁଧବାର ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ, ବରଗଡ଼ ଜିଲା ଶାଖା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ…

ବ୍ୟାଙ୍କ ଶାଖା ପରିଚାଳକଙ୍କୁ ୨ ବର୍ଷ କାରାଦଣ୍ଡ

ବରଗଡ଼,୨୯।୧(ପ୍ରେମାନନ୍ଦଖମାରୀ): ବରଗଡ଼ ଜିଲା ଦହିତା ସ୍ଥିତ ବଲାଙ୍ଗିର ଆଞ୍ଚଳିକ ଗ୍ରାମ୍ୟବ୍ୟାଙ୍କ (ବିଏଜିବି)ର ପୂର୍ବତନ ଶାଖା ପରିଚାଳକ କ୍ଷୀରୋଦ କୁମାର ଷଡ଼ଙ୍ଗୀଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି। ଏକ ଲାଞ୍ଚ ମାମଲାର ଶୁଣାଣି କରି ବରଗଡ଼ ଭିଜିଲାନ୍ସ କୋର୍ଟର ସ୍ପେଶାଲ ଜଜ୍(ସ୍ବତନ୍ତ୍ର…

ବରଗଡ଼ ଜିଲାର ବିକାଶ ପାଇଁ ସମ୍ମିଳିତ ଭାବେ କାର୍ଯ୍ୟ କର

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନ ୧୦ଟାରେ ଜିଲା ପରିଷଦର ୬ଷ୍ଠ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପଦ୍ମପୁର…

ବିଦ୍ୟୁତ ଖୁଣ୍ଟକୁ ପିଟିଲା ବୋଲେରୋ: ୨ ମୃତ, ୨ ଗୁରୁତର

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଜୟା ଛକ ନିକଟରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଗୁରୁତର ଆହତ ହୋଇଛନ୍ତି। ଭଟଲି ଛକ ନିକଟରେ ବିଦ୍ୟୁତ ଖୁଣ୍ଟକୁ…

ଆନ୍ତଃସ୍କୁଲ କ୍ରିକେଟ ପ୍ରତିଯୋଗିତା: ଉଦଘାଟନୀ ମ୍ୟାଚରେ କ୍ରୀଷ୍ଣା ବିକାଶ ସ୍କୁଲ ବିଜୟୀ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ରିକେଟ ଆସୋସିଏଶନ ପକ୍ଷରୁ ସ୍ଥାନୀୟ କ୍ରୀଷ୍ଣା ବିକାଶ ସ୍କୁଲ ଗ୍ରାଉଣ୍ଡରେ ଆନ୍ତଃସ୍କୁଲ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଛି। ଜିଲା କ୍ରିକେଟ ଆସୋସିଏଶନର ସାଧାରଣ ସମ୍ପାଦକ ରବି ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ କ୍ରୀଷ୍ଣା ବିକାଶ ଗ୍ରୁପର…

ୟୁରିଆ, ଡିଏପି କଳାବଜାରକୁ ନେଇ ଚାଷୀ ଅସନ୍ତୋଷ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। କିନ୍ତୁ ଜିଲାର ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି ସମୟରେ ଚାଷୀଙ୍କୁ କଟ୍‌ନି ଛଟ୍‌ନିର ସମ୍ମୁଖୀନ ହେବାକୁ ପଡୁଥିବାବେଳେ ଚାଷକାର୍ଯ୍ୟ ଆରମ୍ଭରୁ ସାର କଳାବଜାର ଚାଷୀଙ୍କ…

ବାଇକ୍‌ ଧକ୍କାରେ ବୃଦ୍ଧା ମୃତ

ବରଗଡ଼,୨୭।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଲୁଦୁପାଲି ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌(ନଂ.ଓଡ଼ି୧୭ଜି ୨୦୬୧) ଧକ୍କା ଦେବା ଯୋଗୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣଙ୍କ ହେଲେ ଲୁଦୁପାଲି ଗ୍ରାମର ହୀରା ପାତିକାର(୮୨)। ସୂଚନା ଅନୁଯାୟୀ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri