ବରଗଡ଼

ଶସ୍ୟ ବୀମା ରାଶି ପାଇଁ ସାମାଜିକ ଦୂରତାକୁ ଫୁ’: ବିଜେପୁରରେ ବ୍ୟାଙ୍କ ସମ୍ମୁଖରେ ଚାଷୀଙ୍କ ଗହଳି

ବିଜେପୁର,୭।୫(ଡି.ଏନ୍‌.ଏ.): କରୋନା ପ୍ରତିହତ ପାଇଁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବ୍ୟାହତ ରହିଛି। ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ଅନ୍ୟାନ୍ୟ କଟକଣା ଲଗାଯାଇଛି। ହେଲେ କେତେକ ସ୍ଥାନରେ ଲୋକମାନେ ଏହାକୁ ପାଳନ କରୁ ନ ଥିବା ଦେଖାଯାଉଛି। ଶସ୍ୟ…

ବାଟବଣା ମା, ପୁଅ ଝାଡ଼ଖଣ୍ଡରୁ ବରଗଡ଼

ବରଗଡ଼ ଅଫିସ୍‌,୭।୫- ଝାଡ଼ଖଣ୍ଡ ରାଜ୍ୟ ସିମଡେଗା ଅଞ୍ଚଳର ଜଣେ ମହିଳା ତାଙ୍କ ଶିଶୁପୁତ୍ରଙ୍କୁ ଧରି ବାଟବଣା ହୋଇ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳକୁ ଚାଲି ଆସିଛନ୍ତି । ତେବେ ଶିଶୁଙ୍କୁ ଧରି ମହିଳା ଜଣକ ଅସହାୟ ଅବସ୍ଥାରେ ବୁଲାବୁଲି କରୁଥିବାବେଳେ…

ବିଦ୍ୟୁତ ସମସ୍ୟାର ସମାଧାନ କର

ବରଗଡ଼ ଅଫିସ୍‌,୭।୫- ବରଗଡ଼ ସହରରେ ବିଦ୍ୟୁତ ବିଭ୍ରାଟ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ଏହି ସମସ୍ୟାର ସମାଧାନ ପାଇଁ ବୁଧବାର ସ୍ଥାନୀୟ ବିଦ୍ୟୁତ ଉପଭୋକ୍ତା ସଂଘ ଏବଂ ୱେସ୍କୋ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।…

କ୍ଷତିପୂରଣ ସହାୟତା ଦାବି କଲେ ଚାଷୀ

ବରଗଡ଼ ଅଫିସ୍‌,୭।୫: ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ରେଶମ ପଞ୍ଚାୟତର ରେଶମ, ସିଂହେନପାଲି, ପ୍ରଧାନପାଲି, ଇଛାପଦର ଆଦି ଗ୍ରାମରେ ଗତ ଏପ୍ରିଲ ୭ତାରିଖ ଏବଂ ଚଳିତମାସ ୫ତାରିଖ ହୋଇଥିବା ଝଡ଼ବର୍ଷା, କରକାପାତରେ ବ୍ୟାପକ ଧାନ, ପରିବା ଫସଲ ଉଜୁଡ଼ି ଯାଇଛି…

ପ୍ରବାସୀ ଶ୍ରମିକଙ୍କ ସଙ୍ଗରୋଧ ବ୍ୟବସ୍ଥା କର

ବରଗଡ଼ ଅଫିସ୍‌,୭।୫-  କରୋନା ସଂକ୍ରମଣରେ ବରଗଡ଼ ଜିଲା ବର୍ତ୍ତମାନ ଗ୍ରୀନ୍‌ ଜୋନ୍‌ରେ ରହିଛି । ଅନ୍ୟପକ୍ଷେ ବରଗଡ଼ ଜିଲା ସୀମାନ୍ତ ଛତିଶଗଡ଼ ପଟୁ ପ୍ରତିଦିନ ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକ ପ୍ରବେଶ କରି ଅନ୍ୟରାଜ୍ୟ ତଥା ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡକୁ ଯାଉଛନ୍ତି ।…

ନିରାଡ଼ମ୍ବରରେ ପାଳିତ ହେଲା ନୃସିଂହନାଥଙ୍କ ବୈଶାଖ ମେଳା

ପାଇକମାଲ,୭।୫(ଡି.ଏନ.ଏ)- ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ବୁଧବାର ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ ତଥା ବୈଶାଖ ମେଳା ନିରାଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଗତ ୨ତାରିଖ ପାର୍ଶ୍ୱ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯାଇ ପୂଜା ନୀତିରୀତିରେ ସମାପନ…

ଟୁଇଟ୍‌ ପରେ ପ୍ରବାସୀ ଶ୍ରମିକଙ୍କୁ ମିଳିଲା ଆଶ୍ରୟ

ବରଗଡ଼ ଅଫିସ,୬ା୫: ଝାଡ଼ଖଣ୍ଡରୁ ଅତାବିରାରେ ମଙ୍ଗଳବାର ପହଞ୍ଚିଥିବା ଏକ ପ୍ରବାସୀ ଶ୍ରମିକ ପରିବାର ଆଶ୍ରୟ ଟିକିଏ ପାଇଁ ବାରଓଳି ଶୁଣ୍ଢିପିଣ୍ଡା ହୋଇଥିଲେ। ସେମାନେ ପୂର୍ବରୁ ଏକ ଘରଭଡ଼ା ନେଇଥିଲେ ସୁଦ୍ଧା ଘରମାଲିକ ସେମାନଙ୍କୁ ରଖିବାକୁ ମନା କରି ଦେଇଥିଲେ। ସେହିପରି ସ୍ଥାନୀୟ…

ମାସ୍କ ନ ପିନ୍ଧି ୧୪୨ ଜଣ ଗଣିଲେ ଜରିମାନା

ବରଗଡ଼ ଅଫିସ,୬ା୫: ଭୂତାଣୁ ସଂକ୍ରମଣକୁ ପ୍ରତିହତ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏହାକୁ ଉଲ୍ଲଂଘନ କଲେ ଜରିମାନା ନିଆଯାଉଛି। ଏହି କ୍ରମରେ ବରଗଡ଼ ଜିଲା ପୋଲିସ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଧରପଗଡ଼ ଚାଲିଥିଲା। ଏଥିରେ ୧୪୨ ଜଣଙ୍କଠାରୁ…

କାଳବୈଶାଖୀରେ ଘର ଭାଙ୍ଗିଲା

ବରଗଡ଼ ଅଫିସ,୬ା୫: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ରାତିରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଥିଲା । ଏଥିରେ ଜିଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ପଞ୍ଚାୟତର ତିହାଡ଼ିଟିକ୍ରାରେ ବହୁଘରର ଛାତ ଉଡ଼ିଯାଇଛି।…

ପ୍ରବାସୀ ଶ୍ରମିକଙ୍କୁ ମିଳୁନି କ୍ବାରାଣ୍ଟାଇନ ସେଣ୍ଟର, ରାସ୍ତା ଉପରେ ବିତୁଛି ଜୀବନ

ବରଗଡ଼ ଅଫିସ୍‌, ୬ା୫-ଝାରଖଣ୍ଡରୁ ଅତାବିରାକୁ ଆସିଥିବା ଏକ ପ୍ରବାସୀ ଶ୍ରମିକ ପରିବାରକୁ ହଟହଟା ହେବାକୁ ପଡ଼ିଛି। ରହିବା ପାଇଁ ଜାଗା ମିଳୁ ନଥିବା ଯୋଗୁ ସେମାନଙ୍କୁ ରାସ୍ତାକଡ଼ ଖୋଲା ଆକାଶତଳେ ଜୀବନ ଅତିବାହିତ କରିବାକୁ ପଡ଼ିଛି। ସୂଚନା ଅନୁଯାୟୀ, ଅତାବିରାରେ ଏକ…

ଗାଡ଼ି ଡ୍ରାଇଭିଂ କରି ପ୍ରବାସୀ ଶ୍ରମିକଙ୍କୁ ନେଲେ ମନ୍ତ୍ରୀ

ସୋହେଲା, ୬ା୫(ଡି.ଏନ.ଏ.)-ବୌଦ୍ଧ, ସୋନପୁର, କଣ୍ଟାମାଳର ୧୨ଜଣ ଶ୍ରମିକ ଉତ୍ତର ପ୍ରଦେଶର ସିକନ୍ଦରାବାଦକୁ କାମ କରିବାକୁ ଯାଇଥିଲେ। ସେମାନେ ଏକ ଟ୍ରକ ଉପରେ ମଙ୍ଗଳବାର ଘରକୁ ଫେରୁଥିଲେ। ଫେରିବା ବାଟରେ ସୋହେଲା ନିକଟ ଲୁହୁରାଚଟିରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ…

ଗ୍ୟାସ ସିଲିଣ୍ଡର ବୋଝେଇ ଗାଡ଼ି ଓଲଟିଲା: ଯାତାୟତ ଠପ

ଅତାବିରା,୫।୫(ଡି.ଏନ.ଏ)-ବରଗଡ଼ ଜିଲା ଗୋଡ଼ଭଗା-ତୁରୁମ ରାସ୍ତାର ରୁଷୁଡ଼ା ମାର୍କେଟ୍‌ ୟାର୍ଡ଼ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଓଲଟି ପଡ଼ିଛି। ଗୋଡ଼ଭଗାରୁ ତୁରୁମ ଅଭିମୁଖେ ଉକ୍ତ ଟ୍ରକଟି ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଫଳରେ ରାସ୍ତାର ଉଭୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri